OR/Prabhupada 0377 - ଭଜହୁରେ ମନର ଭାବାର୍ଥ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0377 - in all Languagesgory:OR-Quotes - 1972]] Category:OR-Quotes - Purports t...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 1: Line 1:
<!-- BEGIN CATEGORY LIST -->
<!-- BEGIN CATEGORY LIST -->
[[Category:1080 Oriya Pages with Videos]]
[[Category:1080 Oriya Pages with Videos]]
[[Category:Prabhupada 0377 - in all Languages]]gory:OR-Quotes - 1972]]
[[Category:Prabhupada 0377 - in all Languages]]
[[Category:FR-Quotes - 1972]]
[[Category:OR-Quotes - Purports to Songs]]
[[Category:OR-Quotes - Purports to Songs]]
[[Category:OR-Quotes - in USA]]
[[Category:OR-Quotes - in USA]]
[[Category:OR-Quotes - in USA, Los Angeles]]
[[Category:OR-Quotes - in USA, Los Angeles]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0376 - ଭଜହୁରେ ମନର ଭାବାର୍ଥ|0376|OR/Prabhupada 0378 - ଭୂଲିୟା ତୋମାରର ଭାବାର୍ଥ|0378}}
{{1080 videos navigation - All Languages|Oriya|OR/Prabhupada 0376 - ଭଜହୁରେ ମନର ଭାବାର୍ଥ|0376|OR/Prabhupada 0378 - ଭୂଲିୟା ତୋମାରର ଭାବାର୍ଥ|0378}}
<!-- END NAVIGATION BAR -->
<!-- END NAVIGATION BAR -->

Latest revision as of 22:40, 1 October 2020



Purport to Bhajahu Re Mana -- Los Angeles, May 27, 1972

ତେବେ ଏହି ଗୀତ ଗୋବିନ୍ଦ ଦାସଙ୍କ ଦ୍ଵାରା ବୋଲାଯାଇ ଥିଲା । ଗୋବିନ୍ଦ-ଦାସ-ଅଭିଳାଷ ରେ । ତାଙ୍କର ଇଛା କ'ଣ? ଅଭିଳାଷ ଅର୍ଥାତ୍ ଇଛା । ଭଜହୁ ରେ ମନ ଶ୍ରୀ-ନନ୍ଦ-ନନ୍ଦନ: "ମୋର ପ୍ରିୟ ମନ..." କାରଣ ମନ ହେଉଛି ଆମର ମିତ୍ର ଏବଂ ଶତ୍ରୁ । ଯଦି ତୁମେ ମନକୁ ପ୍ରଶିକ୍ଷିତ କର, ତେବେ ତୁମେ ତୁମର ସବୁଠାରୁ ଭଲ ସାଙ୍ଗ । ଏବଂ ଯଦି ତୁମେ ମନକୁ ପ୍ରଶିକ୍ଷିତ କର ନାହିଁ, ତେବେ ତୁମର ସବୁଠାରୁ ବଡ଼ ଶତ୍ରୁ । ସ ବୈ ମନଃ କୃଷ୍ଣ ପଦରାବିନ୍ଦୟୋଃ (SB 9.4.18) । ସେଥିପାଇଁ ମନ ସର୍ବଦା କୃଷ୍ଣଙ୍କର ପାଦପଦ୍ମରେ ଲାଗିରହିବା ଉଚିତ୍, ତେବେ ମନ ସ୍ଵତଃ ନିୟନ୍ତ୍ରିତ ହୋଇଯିବ ଏବଂ ମିତ୍ର ହୋଇଯିବ । ତେବେ ଗୋବିନ୍ଦ ଦାସ ନିଜର ଇଛା ବ୍ୟକ୍ତ କରୁଛନ୍ତି: "ମୋର ପ୍ରିୟ ମନ, ତୁମେ କେବଳ ନନ୍ଦ-ନନ୍ଦନଙ୍କର ଭକ୍ତି ସେବାରେ ନିଯୁକ୍ତ ରୁହ ।" ତାଙ୍କର...ସେ କୃଷ୍ଣ କହିନାହାନ୍ତି । ସେ କହିଛନ୍ତି ନନ୍ଦ-ନନ୍ଦନ । ଭଜହୁ ରେ ମନ ଶ୍ରୀ-ନନ୍ଦ-ନନ୍ଦନ । ଯଦି ଆମେ ସିଧାସଳଖ କୃଷ୍ଣଙ୍କୁ ସମ୍ବୋଧନ କରିବା, ତାହା ଅତ୍ୟନ୍ତ ପ୍ରିତିକର ନୁହେଁ, କିନ୍ତୁ ଯଦି ଆମେ କହିବା କୃଷ୍ଣ: ନନ୍ଦ-ନନ୍ଦନ, ଯଶୋଦା-ନନ୍ଦନ, ଦେବକି-ନନ୍ଦନ, ପାର୍ଥ-ସାରଥି- ତାଙ୍କ ଭକ୍ତଙ୍କ ସହ ସମ୍ପର୍କ- ତେବେ ସେ ଅତ୍ୟନ୍ତ ସନ୍ତୁଷ୍ଟ ହେବେ । ତେଣୁ ଭଜହୁ ରେ ମନ ଶ୍ରୀ-ନନ୍ଦ-ନନ୍ଦନ । କାହିଁକି ଶ୍ରୀ-ନନ୍ଦ-ନନ୍ଦନ? ବର୍ତ୍ତମାନ, ଅଭୟ-ଚରଣାରବିନ୍ଦ ରେ । ଯଦି ତୁମେ କୃଷ୍ଣ, ନନ୍ଦ-ନନ୍ଦନଙ୍କର ପାଦପଦ୍ମର ଆଶ୍ରୟ ନିଅ, ତେବେ ତୁମକୁ ଆଉ ଚିନ୍ତା ହେବ ନାହିଁ, ଭୟ ହେବ ନାହିଁ ।

ସମଶ୍ରିତା ଯେ ପାଦ-ପଲ୍ଲବ-ପ୍ଲାବମ
ମହତ-ପଦମ ପୂଣ୍ୟ-ଯଶୋ ମୁରାରେଃ
ଭବାମ୍ଵୁଦ୍ଧିର ବତ୍ସ-ପଦମ ପରମ ପଦମ
ପଦମ ପଦମ ଯଦ ବିପଦାମ ନ ତେଶାମ
(SB 10.14.58)

ଏହା ହେଉଛି ଭଗବତ-ଦର୍ଶନ । ପଦମ ପଦମ ଯଦ ବିପଦାମ । ଏହି ଭୌତିକ ଜଗତ, ପଦମ ପଦମର ଅର୍ଥ ହେଉଛି ପାଦ ପାଦରେ ବିପଦ ଅଛି । ତେଣୁ ଜଣେ ଯିଏ କୃଷ୍ଣଙ୍କର ପାଦପଦ୍ମର ଆଶ୍ରୟ ନିଏ, ମହତ-ପଦମ ପୂଣ୍ୟ-ଯଶୋ ମୁରାରେଃ ସମାଶ୍ରିତା, ତା ପାଇଁ ଆଉ ବିପଦ ନାହିଁ । ଅଭୟ-ଚରଣାରବିନନ୍ଦ ରେ । କିପରି କୃଷ୍ଣଙ୍କର ପୁରା ଆଶ୍ରୟ ନେବା ସମ୍ଭବ ହୋଇ ପାରିବ, ଯାହା ହେଉଛି ନିର୍ଭୟତା, କୌଣସି ବ୍ୟାକୁଳତା ନାହିଁ, ବୈକୁଣ୍ଠ? ଦୁର୍ଲଭ ମାନବ-ଜନମ ସତ-ସଙ୍ଗେ । ଏହା ସମ୍ଭବ ଯଦି ତୁମେ ଭକ୍ତମାନଙ୍ଗ ସଙ୍ଗରେ ରୁହ । ଯଦି ତୁମେ ଭାବ ଯେ "ବର୍ତ୍ତମାନ ମୁଁ ବହୁତ ଉନ୍ନତ ହୋଇଯାଇଛି । ବର୍ତ୍ତମାନ ମୁଁ ଏକେଲା ରହିବା ଉଚିତ୍, ଏବଂ ହରେ କୃଷ୍ଣ ଜପ କରିବି, ହରିଦାସ ଠାକୁରଙ୍କୁ ନକଲ କରି, "ଏହା ବକବାସ ଅଟେ । ତୁମେ ହରିଦାସ ଠକୁରଙ୍କର ନକଲ କରି ପାରିବ ନାହିଁ । ତୁମକୁ ଭକ୍ତମାନଙ୍କ ସଙ୍ଗରେ ରହିବାକୁ ହେବ । ଦୁର୍ଲଭ ମାନବ-ଜନମ ସତ ସଙ୍ଗେ । ସତ ସଙ୍ଗେ । ସତାମ ପ୍ରସାଙ୍ଗନ ମମ ବୀର୍ଯ୍ୟ ସାବିଦୋ (SB 3.25.25) । ଯଦି ତୁମେ ଭକ୍ତମାନଙ୍କ ସଙ୍ଗରେ ରୁହ, ତେବେ ତାଙ୍କର ସଙ୍ଗ ଦ୍ଵାରା, ସେମାନଙ୍କ ସହିତ କଥା ହୋଇ, ତୁମେ ଭଗବାନ ଚେତନାର ପ୍ରକୃତ ବୁଝାମଣା ପାଇ ପାରିବ । ଏହା ବୁଝିବା ପାଇଁ ବହୁତ ବ୍ୟବହାରିକ । ଠିକ୍ ଯେପରି ଭୌତିକ ଦୁନିଆରେ ଅନେକ ସଙ୍ଘ, ଏବଂ ସମାଜ ଅଛି । ବ୍ୟବସାୟିମାନେ, ସେମାନଙ୍କର ସେୟାର୍ ବଜାରରେ ସଙ୍ଘ ଅଛି, ଯେଉଁମାନେ ସେୟାର୍ ବଜାରରେ କାମ କରୁଛନ୍ତି । ସେମାନଙ୍କର ଏକ ସଙ୍ଘ ଅଛି । ସେମାନେ ସେଠାକୁ ଯାଆନ୍ତି, ଏବଂ ସେମାନଙ୍କର ବ୍ୟାପାର ସୁବିଧା ବହୁତ ଭଲ । ସେହିପରି, ଏତେସାରା କ୍ଲବ୍, ଯଦି ତୁମେ ପିଇବାକୁ ଚାହୁଁଛ ଏବଂ ଇନ୍ଦ୍ରିୟ ଉପଭୋଗ କରିବା ପାଇଁ, ତୁମେ ଏତେ ସାରା କ୍ଲବକୁ ଯାଅ ଏବଂ ସେମାନଙ୍କ ସହିତ ସଂଯୁକ୍ତ ହୁଅ ଏବଂ ତୁମେ ଶିଖ କିପରି ପିଆଯାଏ, କିପରି ଭଲ ଭାବରେ ମୈଥୁନ କରାଯାଏ । ତେଣୁ ସଙ୍ଗ ବହୁତ ମହତ୍ଵପୂର୍ଣ୍ଣ । ସେଥିପାଇଁ, ଆମର କୃଷ୍ଣ ଚେତନା ସମାଜ, ଆମେ ଲୋକମାନଙ୍କୁ ଆମ ସହିତ ସଂଯୁକ୍ତ ହେବା ପାଇଁ ସୁଯୋଗ ଦେଉ । ଯେପରି ସେ ବୁଝିପାରିବ କୃଷ୍ଣ କିଏ, କୃଷ୍ଣ ଚେତନା କ'ଣ । ସେଥିପାଇଁ ଗୋବିନ୍ଦ ଦାସ ସୁପାରିଶ କରିଛନ୍ତି, ଦୁର୍ଲଭ ମାନବ-ଜନ୍ମ-ସତ-ସଙ୍ଗେ । ମାନବ । ଏହି ମାନବ ଜନ୍ମ ହେଉଛି ଦୁର୍ଲଭ, ଅତି ଦୁର୍ଲଭରେ ମିଳେ । କୁକୁରମାନଙ୍କର ସଙ୍ଘ, କାଉମାନଙ୍କର ସଙ୍ଘ ନୁହେଁ, କିନ୍ତୁ ହେଉଛି ହଂସମାନଙ୍କର ସଙ୍ଘ । ପ୍ରକୃତି ଦ୍ଵାରା ମଧ୍ୟ ସଙ୍ଘ ଅଛି । "ଏକା ପ୍ରକାରର ପକ୍ଷୀମାନେ ଏକ ପଲରେ ରୁହଁନ୍ତି ।" କାଉମାନେ, ସେମାନେ କାଉମାନଙ୍କ ସହିତ ମିଶିବେ, ଏବଂ ହଂସମାନେ ସେମାନେ ହଂସମାନଙ୍କ ସହିତ ମିଶିବେ । ଧଳା ହଂସ, ବହୁତ ଭଲ ପାଣି, ଭଲ ବଗିଚା, ସେମାନଙ୍କୁ ତାହା ପସନ୍ଦ । କାଉମାନଙ୍କୁ ତାହା ଭଲ ଲାଗେ ନାହଁ । କାଉମାନଙ୍କୁ କେଉଁଠି ମଇଳା ପକା ହେଇଛି ତାହା ପସନ୍ଦ । ସେମାନେ ସେଠାରେ ଆନନ୍ଦିତ ହୁଅଁନ୍ତି । ତେଣୁ ସେହିପାରି, ପ୍ରକୃତିର ଗୁଣ ଅନୁସାରେ, ମାନବ ସମାଜରେ ବିଭିନ୍ନ ସଙ୍ଘ ଅଛି । କିନ୍ତୁ ଏହା ସୁପାରିସ୍ କରାଯାଏ ଯେ ଦୁର୍ଲଭ ମାନବ ସତ ସଙ୍ଗେ: କାଉମାନଙ୍କ ସହିତ ନୁହେଁ କିନ୍ତୁ ହଂସମାନଙ୍କ ସହିତ । ତୁମେ ହଂସକୁ କ୍ଷୀର ଏବଂ ପାଣି ଦିଅ, ସେ କ୍ଷୀର ଭାଗ ନେଇ ଯିବ ଏବଂ ପାଣି ଭାଗ ଛାଡ଼ିଦେବ ।

ସେହିପରି ଏକ ହଂସ, ହଂସ, ପରମହଂସ, ଅର୍ଥାତ୍ ଏହି ମନୁଷ୍ୟ ରୂପି ଜୀବନରେ, ଜଣେ ଯିଏ ଜୀବନର ଆଧ୍ୟାତ୍ମିକ ଭାଗ ଗ୍ରହଣ କରେ ଏବଂ ଭୌତିକ ଭାଗ ଅସ୍ଵୀକାର କରେ, ତାକୁ ହଂସ କୁହାଯାଏ, ପରମହଂସ । ଆମେ ମିଶ୍ରିତ ଅଟୁ । ଆମର ଶରୀର ହେଉଛି ଭୌତିକ, କିନ୍ତୁ ମୁଁ ହେଉଛି ଜୀବାତ୍ମା । ତେଣୁ ଆମକୁ କୌଶଳ ଜଣାଥିବା ଉଚିତ୍ , କିପରି ଏହି ଭୌତିକ ବନ୍ଧନରୁ ବାହାରିବା । ଏହା ଭୌତିକ ଶରୀରରୁ ବାହାରି ଆସିବ, କିନ୍ତୁ ଯେତେବେଳେ ବାହରି ଆସିବ, ତାପରେ ଏହି ଭୌତିକ ଶରୀର ନଷ୍ଟ ହୋଇଯିବ । ବହୁତ ଭଲ, ଭଲ ଉଦାହରଣ । ଅଗ୍ନି ଅଛି, କାଠରେ ଅଗ୍ନି ଅଛି, ସମସ୍ତେ ଜାଣିଛନ୍ତି । ତେବେ ତୁମେ ଯଦି ନିଆଁ ଲଗାଅ, ଏବଂ ତୁମେ ଯଦି ଏହାକୁ ଶୁଷ୍କ ରଖ, ତେବେ ନିଆଁ ବହୁତ ଜଲଦି ଲାଗିବ । ଏବଂ ଯେତେବେଳେ ଏହା ବହୁତ ଜୋରରେ ଜଳେ, କାଠ ରହେ ନାହିଁ । କାଠର କୌଣସି ଅସ୍ତିତ୍ଵ ରହେ ନାହିଁ । ସେହିପରି, ଯଦି ତୁମେ ତୁମର ଆଧ୍ୟାତ୍ମିକ ଚେତନାର ଆହ୍ଵାନ କର, କୃଷ୍ଣ ଚେତନା, ଯେତେବେଳେ ଏହା ବହୁତ ଭଲ ଭାବରେ ଚାଲିଛି, ତେବେ ତୁମର ଭୌତିକ ଅସ୍ତିତ୍ଵ ସମାପ୍ତ ହୋଇଯିବ । ଏହା ହେଉଛି ପ୍ରକ୍ରିୟା, ଦୁର୍ଲଭ ମାନବ-ଜନମ ସତ-ସଙ୍ଗେ ତରହ ଏ ଭବ ସିନ୍ଧୁ ରେ । ଏହି ପରି ଭାବରେ, ଅଜ୍ଞାନତାର ଏହି ମହାସଗରର ଅନ୍ୟପକ୍ଷକୁ ଚାଲିଯାଅ ।

ତାପରେ, ଜଣେ କହିପାରେ ଯେ, "ଯଦି ମୁଁ କୃଷ୍ଣ ଚେତନା ଆନ୍ଦୋଳନ ସହିତ ସଂଯୁକ୍ତ ହୁଏ, ତେବେ ମୋର ପରିବାର କେମିତି ଚାଲିବ? ମୋର ସ୍ତ୍ରୀ ଏବଂ ପିଲାମାନଙ୍କୁ କିଏ ଦେଖିବ, ସମାଜ, ବନ୍ଧୁତା, ପ୍ରେମ? ମୋର ଏତେ ସାରା କାମ ଅଛି ।" ସେଠାରେ, ସେଥିପାଇଁ ସେ କୁହଁନ୍ତି, ଶୀତ ଉତ୍ତାପ ବାଟ ବାରିଷଣ ଏ ଦିନ ଜାମିନି ଜାଗି ରେ: "ମୋର ପ୍ରିୟ ମନ, ତୁମେ କଠିନ ପରିଶ୍ରମ କରୁଛ ।" ଶୀତ ଉତ୍ତାପ । "ଭାରି ଶୀତରେ ତୁମେ କାମ କରିବାକୁ ଯାଉଛ । ପ୍ରଚଣ୍ଡ ଖରାରେ ତୁମେ କାମ କରିବାକୁ ଯାଉଛ । ପ୍ରବଳ ବର୍ଷାରେ, ତୁମେ ତୁମର କାମ ବନ୍ଦ କରି ପାରୁ ନାହଁ ।" ଶୀତ ଉତ୍ତାପ ବାଟ ବାରିଷଣ । ରାତିର କାମ, ପୁରା ରାତି କାମ କରିବା ।" ଲୋକମାନେ ତାହା କରୁଛନ୍ତି । ଶୀତ ଉତ୍ତାପ ବାଟ ବାରିଷଣ ଏ ଦିନ ଜାମିନି ଜାଗି ରେ । ପୁରା ଦିନ କାମ କର, ପୁଣି ମୋତେ କିଛି ଅଧିକ ଟଙ୍କା ମିଳିଯିବ, ମୁଁ ତୁମକୁ ରାତିରେ ମଧ୍ୟ କାମ କରିବାକୁ ଦେବି, ଇତ୍ୟାଦି । ଏହିପରି ଭାବରେ ଆମେ କାମ କରୁଛୁ । ତୁମେ କାହିଁକି କାମ କରୁଛ? ତୁମେ କାହିଁକି କାମ କରୁଛ?

ଶୀତ ଉତ୍ତାପ ବାଟ ବାରିଷଣ
ଏ ଦିନ ଜାମିନି ଜାଗି ରେ
ବିଫଳେ ସେବିନୁ କୃପଣ ଦୁର୍ଜନ
ଚପଳ ସୁଖ ଲବ ଲାଗି ରେ

ଏହିପରି ଭାବରେ ମୁଁ ମୋର ସମୟ ନଷ୍ଟ କରିଛି, ବିଫଳେ ସେବିନୁ, "କୃପଣ ଦୁର୍ଜନମାନଙ୍କର ସେବା କରିବା ପାଇଁ, କିଛି ତଥାକଥିତ ସମାଜ, ବନ୍ଧୁତା ଏବଂ ପ୍ରେମ । କୃପଣ, ସେମାନେ କଦାପି, କୃଷ୍ଣ ଚେତନାରେ ନିଯୁକ୍ତ ହେବେ ନାହିଁ, କିନ୍ତୁ ମୁଁ ସେମାନଙ୍କର ସେବାରେ ଲାଗି ରହିଛି ।" ତେଣୁ ଏହା ସାଧାରଣ କଥା, ଏହା ନୁହେଁ ଯେ ପ୍ରତ୍ୟେକ, ପ୍ରତ୍ୟେକ ପରିବାର । ଅଧିକାଂଶ ୯୯.୯ ପ୍ରତିଶତ । ତେବେ ବିଫଳେ ସେବିନୁ, "ଏହିପରି ଭାବରେ ମୁଁ ମୋର ସମୟ ନଷ୍ଟ କରୁଛି । ଏବଂ ଆନନ୍ଦ କ'ଣ?" ଚପଳ ସୁଖ-ଲବ ଲାଗି ରେ । "କିଛି କ୍ଷଣ ପାଇଁ ମୈଥୁନ, ବାସ୍ ।" ମୈଥୁନ ପଛରେ, ଏତେ ସାରା ପରିଶ୍ରମ । ସେଥିପାଇଁ ଗୋବିନ୍ଦ ଦାସ କୁହଁନ୍ତି ଯେ "ତୁମେ ଧନ ଉପଭୋଗ କରିବା ପାଇଁ ଚାହୁଁଛ," ଏ-ଧନ, ଯୌବନ, ପୁତ୍ର, ପରିଜନ । ଭୌତିକ ସୁଖ ଅର୍ଥାତ୍ ଅଧିକ ଟଙ୍କା, ଧନ ହାସିଲ କରିବା; ଏବଂ ତାପରେ ଜନ, ଅନେକ ପାଳନ କର୍ତ୍ତା ବା ନିର୍ଭରକାରୀ - ସ୍ତ୍ରୀ, ପିଲା, ବନ୍ଧୁ, ସମାଜ, ଏତେ ସାରା ଜିନିଷ, ଦେଶ । ତେବେ ପୁତ୍ର, ପରିଜନ ଇଥେ କି ଆଛେ ପରତୀତି ରେ । "ତୁମେ ଏଥିରେ କିଛି ଦିବ୍ୟ ଆନନ୍ଦ ପାଇ ପାରିବ ନାହିଁ ।" କମଳ-ଦଳ-ଜଳ, ଜୀବନ ତଳମଳ । ଜୀବନ ଟଳମଳ ଅଟେ । ତୁମେ କହିପାରିବ ନାହିଁ କେତେବେଳେ ଜୀବନ ସମାପ୍ତ ହୋଇଯିବ । ଉଦାହରଣ ଦିଆ ଯାଇଛି, କମଳ-ଦଳ-ଜଳ । ଠିକ୍ ଯେପରି ପଦ୍ମ ପତ୍ର । ଯଦି ତୁମେ ପତ୍ର ଉପରେ ପାଣି ପକେଇବ, ଏହା ରହିବ ନାହିଁ; ଏହା ପଡିଯିବ । ଯେ କୌଣସି ମୂହୁର୍ତ୍ତରେ ଏହା ଖସି ଯିବ । ସେହିପରି, ଆମର ଜୀବନ ତାହା ପରି । ଖସିବାରେ ଲାଗିଛି । ଯେ କୌଣସି ମୂହୁର୍ତ୍ତରେ - ସମାପ୍ତ ହୋଇଯିବ । କମଳ-ଜଳ-ଦଳ, ଜୀବନ...ଭଜହୁ ହରି-ପାଦ ନୀତି ରେ । ସେଥିପାଇଁ କୃଷ୍ଣ ଚେତନାରେ ନିଜକୁ ଯେତେ ହୋଇ ପାରିବ ନିଯୁକ୍ତ କର । ମୃତ୍ୟୁ ଆସିବା ପୂର୍ବରୁ ସମାପ୍ତ କର । ତାହା ହେଉଛି ତୁମର ଲକ୍ଷ୍ୟ । ଏବଂ କୃଷ୍ଣ ଚେତନା କ'ଣ? ଶ୍ରବଣ, କୀର୍ତ୍ତନ, ସ୍ମରଣ, ବନ୍ଦନ, ପାଦ-ସେବନ...ପୂଜନ, ସଖୀ-ଜନ, ଆତ୍ମ-ନିବେଦନ, ନଅ ପ୍ରକାରର ଭକ୍ତି ସେବା । ଗୋବିନ୍ଦ-ଦାସ-ଅଭିଳାଷ ରେ ।

ତେଣୁ ସମସ୍ତେ ଗୋବିନ୍ଦ ଦାସଙ୍କ ପରି ଇଛା କରିବା ଉଚିତ୍ । ଶ୍ରବଣ କୀର୍ତ୍ତନ, ଏଗୁଡ଼ିକ ହେଉଛି ଭକ୍ତି ସେବାର ପ୍ରକ୍ରିୟା, ଶୁଣିବା, ଜପ କରିବା, ସ୍ମରଣ କରିବା, ଅର୍ଚ୍ଚନା, ବିଗ୍ରହ ପୂଜା କରିବା, ବନ୍ଦନା, ପ୍ରାର୍ଥନା କରିବା । ନଅ ପ୍ରକାରର ଅଛି । ତେଣୁ ମନୁଷ୍ୟ ଜନ୍ମ ଏହି ଉଦ୍ଦେଶ୍ୟ ପାଇଁ ହୋଇଛି, ଏବଂ... ଏବଂ ଏହି ପ୍ରକ୍ରିୟା ଦ୍ଵାରା, ଆମେ ଧିରେ ଧିରେ କୃଷ୍ଣ ଚେତନା, କିମ୍ଵା ଆଧ୍ୟାତ୍ମିକ ଚେତନାର ନିଆଁ ଲଗାଉ । ତାପରେ ସେହି ନିଆଁ ଦ୍ଵାରା, ଯେପରି ଅଧିକ ନିଆଁ ଦ୍ଵାରା କାଠ ନିଜେ ପୋଡି ପାଉଁଶ ହୋଇ ଯାଏ, ତେବେ ଆମର, ଆମର ସମସ୍ତ ଆବରଣ... ଜୀବାତ୍ମା ପଦାର୍ଥ ଦ୍ଵାରା ଆଛାଦିତ, ଅଜ୍ଞାନ ଦ୍ଵାରା । ତେଣୁ ଏହି ଆବରଣ ଏବଂ ଅଜ୍ଞାନତା ପୋଡି ପାଉଁଶ ହୋଇଯିବ, ଏବଂ ତୁମେ ମୁକ୍ତ ହୋଇ ଯିବ ଏବଂ ଘରକୁ ଫେରିଯିବ, ଭଗବତ ଧାମକୁ । ଏହା ହେଉଛି ଏହି ଗୀତର ଭାବାର୍ଥ ।