OR/Prabhupada 0378 - ଭୂଲିୟା ତୋମାରର ଭାବାର୍ଥ

Revision as of 22:41, 1 October 2020 by Elad (talk | contribs) (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
(diff) ← Older revision | Latest revision (diff) | Newer revision → (diff)


Purport to Bhuliya Tomare

ଏହା ଆତ୍ମସମର୍ପଣ ପ୍ରକ୍ରିୟା ଉପରେ ଭକ୍ତିବିନୋଦ ଠାକୁରଙ୍କ ଦ୍ଵାରା ବୋଲାଯାଇଥିବା ଏକ ଗୀତ । ଆମେ ଆତ୍ମସମର୍ପଣ ବିଷୟରେ ବହୁତ କିଛି ଶୁଣିଛୁ । ତେବେ ଏଠାରେ କିଛି ଗୀତ ଅଛି କି କିପରି ଆମେ ଆତ୍ମସମର୍ପଣ କରିପାରିବା । ତେବେ ଭକ୍ତିବିନୋଦ ଠାକୁର କୁହଁନ୍ତି ଯେ ଭୁଲିୟା ତୋମାରେ, ସଂସାରେ ଆସିୟା, "ମୋର ପ୍ରିୟ ଭଗବାନ, ମୁଁ ଭଗବାନଙ୍କୁ ଭୁଲି ଏହି ଭୌତିକ ଦୁନିଆକୁ ଆସିଛି । ଏବଂ ଯେବେ ଠାରୁ ମୁଁ ଏଠାକୁ ଆସିଛି, ମୋତେ ଏତେ ସାରା ସମସ୍ୟାରେ ପୀଡିତ ହେବାକୁ ପଡିଛି, ବହୁ ସମୟରୁ, ଜୀବନର ବିଭିନ୍ନ ପ୍ରଜାତି ମାଧ୍ୟମରେ, ତେଣୁ, ସେଥିପାଇଁ, ମୁଁ ଆତ୍ମସମର୍ପଣ କରିବା ପାଇଁ ଆସିଛି, ଏବଂ ଆପଣଙ୍କୁ ମୋର ପୀଡ଼ାର କାହାଣୀ ପ୍ରସ୍ତୁତ କରିବା ପାଇଁ । ପ୍ରଥମ କଥା ହେଉଛି ଯେ ମୋତେ ମୋର ମାତାଙ୍କ ଗର୍ଭରେ ବଞ୍ଚିବାକୁ ହେବ ।" ଜନନୀ ଜଠରେ, ଛିଲାମ ଜଖୋନ । "ଯେତେବେଳେ ମୁଁ ସେଠାରେ ଥିଲି, ବାନ୍ଧିହୋଇ, ବାୟୁରୁଦ୍ଧ ଥଳି ଭିତର, ହାତ ଏବଂ ଗୋଡ, ମୁଁ ମୋର ମା ଗର୍ଭ ଭିତରେ ଥିଲି । ସେହି ସମୟରେ, ମୁଁ ଆପଣଙ୍କର ଏକ ଝଲକ ଦେଖିଥିଲି । ସେହି ସମୟ ପରେ, ମୁଁ ଆପଣଙ୍କୁ ଦେଖିପାରିଲି ନାହିଁ । ସେହି ସମୟରେ ମୁଁ ଆପନଙ୍କର ଏକ ଝଲକ ଦେଖିପାରିଲି । ସେହି ସମୟରେ ମୁଁ ଭାବିଲି, "ତାଖୋନ ଭାବିନୁ, ଜନମ ପାଇଆ, "ସେହି ସମୟରେ ମୁଁ ଭାବିଥିଲି ଯେତେବେଳେ ମୁଁ ଏହି ଗର୍ଭରୁ ବାହାରିବି, ମୁଁ ନିଶ୍ଚିତ ଭାବରେ ଶତ ପ୍ରତିଶତ ଭଗବାନଙ୍କ ସେବାରେ, ଭଗବାନଙ୍କର ପୂଜା କରିବାରେ ନିଯୁକ୍ତ ହେବି । ଆଉ ଏହି ଜନ୍ମ ଏବଂ ମୃତ୍ୟୁର ପୁନରାବୃତ୍ତି ନାହିଁ, ଏହା ହଇରାଣ କରୁଛି । ବର୍ତ୍ତମାନ ମୁଁ ନିଯୁକ୍ତ ହେବି, ଏହି ଜନ୍ମରେ ମୁଁ କେବଳ ଭକ୍ତି ସେବାରେ ନିଜକୁ ନିଯୁକ୍ତ କରିବି, ମାୟା କବଳରୁ ବାହାରିବା ପାଇଁ । କିନ୍ତୁ ଦୁର୍ଭାଗ୍ୟ ବସତଃ, ଠିକ୍ ମୋର ଜନ୍ମ ପରେ, "ଜନ୍ମ ହୋଲୋ, ପଡି ମାୟା ଜାଲେ, ନ ହୋଲୋ ଜନ୍ମ-ଲବ, "ଯେମିତି ମୁଁ ଗର୍ଭରୁ ବାହାରକୁ ଆସିଲି, ତୁରନ୍ତ ମାୟା, ଭ୍ରାମକ ଶକ୍ତି, ମୋତେ ଧରି ପକେଇଲେ, ଏବଂ ମୁଁ ଭୁଲିଗଲି ଯେ, ମୁଁ ଏପରି ଅନିଶ୍ଚିତ ଅବସ୍ଥାରେ ଥିଲି, ଏବଂ ମୁଁ କାନ୍ଦୁଥିଲି ଏବଂ ଭଗବାନଙ୍କୁ ପ୍ରାର୍ଥନା କରୁଥିଲି ଯେ ଏହିଥର ମୁଁ ବାହାରକୁ ବାହାରିବି ଏବଂ ନିଜକୁ ଭକ୍ତି ସେବାରେ ନିଯୁକ୍ତ କରିବି । କିନ୍ତୁ ଏହିସବୁ ବୁଦ୍ଧିମତା ହଜିଗଲା ଯଥାଶୀଘ୍ର ମୁଁ ଜନ୍ମ ନେଲି ।" ତାପରେ ପରବର୍ତ୍ତୀ ସ୍ତର ହେଉଛି ଆଦରେର ଛେଲେ, ସ୍ଵ-ଜନରେ କୋଳେ । "ତାପରେ ମୁଁ ବହୁତ ଗେହ୍ଲା ପିଲା ହେଲି ଏବଂ ସମସ୍ତେ ମୋତେ କୋଳରେ ନିଅନ୍ତି, ଏବଂ ମୁଁ ଭାବେ, "ଜୀବନ ବହୁତ ଭଲ, ସମସ୍ତେ ମୋତେ ଭଲ ପାଉଛନ୍ତି ।" ତାପରେ ମୁଁ ଭାବେ, "ଏହି ଭୌତିକ ଜୀବନ ବହୁତ ଭଲ ।" ଆଦରେର ଛେଲେ, ସ୍ଵ-ଜନର କୋଳେ, ହାସିୟା କାଟାନୁ କାଳ । କାରଣ କୌଣସି ଅସୁବିଧା ନାହିଁ । ଯଥା ଶୀଘ୍ର ମୁଁ ଟିକିଏ ଅସୁବିଧାରେ ପଡେ, ସମସ୍ତେ ମୋତେ ସହାୟତା କରିବା ପାଇଁ ଆଗକୁ ଆସନ୍ତି । ତେଣୁ ମୁଁ ଭାବେ ମୋର ଜୀବନ ଏହିପରି ଚାଲିବ । ତେଣୁ ମୁଁ କେବଳ ହସିହସି ମୋର ସମୟ ନଷ୍ଟ କରିଲି, ଏବଂ ସେହି ହସ ମୋର ବନ୍ଧୁବାନ୍ଧବମାନଙ୍କ ପାଇଁ ଆକର୍ଷକ ହୋଇଗଲା ଏବଂ ସେମାନେ ମୋର ପିଠି ଥାପୁଡେଇଲେ । ମୁଁ ଭାବିଲି, "ଏହା ହେଉଛି ଜୀବନ ।" ଜନକୀ...ଜନକ ଜନନୀ-ସ୍ନେହେତେ ଭୂଲିୟା, ସଂସାର ଲାଗିଲୋ । "ସେହି ସମୟରେ, ମାତାପିତାଙ୍କର ଅପାର ପ୍ରେମ । ତେଣୁ ମୁଁ ଭାବିଲି ଭୌତିକ ଜୀବନ ବହୁତ ଭଲ ।" କ୍ରମେ ଦିନ ଦିନ ବାଳକ ହୋୟା ଖେଲିନୁ ବାଳକ ସହ । "ତାପରେ ଧିରେ ଧିରେ ମୁଁ ବଡ଼ ହେଲି ଏବଂ ମୁଁ ମୋର ପିଲାଦିନର ସାଙ୍ଗମାନଙ୍କ ସହିତ ଖେଳିବା ଆରମ୍ଭ କରିଲି, ଏବଂ ଏହା ବହୁତ ଭଲ ଜୀବନ ଥିଲା । ଏବଂ କିଛି ଦିନ ପରେ, ଯେତେବେଳେ ମୁଁ ଟିକିଏ ବୁଦ୍ଧିମାନ ହେଲି, ତାପରେ ମୋତେ ସ୍କୁଲରେ ଭର୍ତ୍ତି କରାଗଲା । ତେଣୁ ମୁଁ ବହୁତ ଗମ୍ଭୀରତାର ସହିତ ପାଠ ପଢ଼ିଲି । ତାପରେ, "ବିଦ୍ୟା ଗୌରବେ, ଭ୍ରମି ଦେଶେ ଦେଶେ, ଧନ ଉପାର୍ଜନ କୋରି । "ତାପରେ ଫୁଲି ଯାଇ..." ଭକ୍ତିବିନୋଦ ଠାକୁର ନ୍ୟାୟଧୀଶ ଥିଲେ । ତେଣୁ ସେ ଏକ ଜାଗାରୁ ଅନ୍ୟ ଏକ ଜାଗାକୁ ସ୍ଥାନାନ୍ତରିତ ହେଉଥିଲି । ସେ ତାଙ୍କର ଜୀବନର କଥା କହୁଛନ୍ତି, ଯେ ବିଦ୍ୟାର ଗୌରବେ, "ଯେହେତୁ ମୁଁ ଟିକିଏ ଶିକ୍ଷିତ ଥିଲି, ତେଣୁ ମୋତେ ପଦବୀ ଦିଆ ଯାଇଥିଲା ଏବଂ ମୁଁ ଭଲ ରୋଜଗାର କରୁଥିଲି, "ଏହା ବହୁତ ଭଲ ।" ବିଦ୍ୟାର ଗୌରବେ, ଭ୍ରମି ଦେଶେ ଦେଶେ, ଧନ ଉପାର୍ଜନ କରି । ସ୍ଵ-ଜନ ପାଳନ, କୋରି ଏକା-ମନେ, "ଏବଂ ଏକମାତ୍ର କର୍ତ୍ତବ୍ୟ ଥିଲା କିପରି ପୋଷଣ କରିବା, କିପରି ପରିବାରର ସଦସ୍ୟମାନଙ୍କୁ ବଡ଼ କରିବା, କିପରି ସେମାନଙ୍କୁ ଖୁସୀ ରଖିବା । ତାହା ମୋ ଜୀବନର ଏକମାତ୍ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ହୋଇଗଲା ।" ବାର୍ଦ୍ଧକ୍ୟେ ଏଖୋନ, ଭକ୍ତିବିନୋଦ । ବର୍ତ୍ତମାନ ଭକ୍ତିବିନୋଦ ଠାକୁର, ତାଙ୍କର ବୃଦ୍ଧାବସ୍ତାରେ, କାନ୍ଦିଆ କାତର ଅତି, "ବର୍ତ୍ତମାନ ମୁଁ ଦେଖୁଛି ଯେ ମୋତେ ଏହି ସମସ୍ତ ବ୍ୟବସ୍ଥା ଛାଡ଼ିବାକୁ ହେବ, ମୋତେ ଯିବାକୁ ହେବ ଏବଂ ଅନ୍ୟ ଏକ ଶରୀର ଧାରଣ କରିବାକୁ ହେବ । ସେଥିପାଇଁ, ମୁଁ ଜାଣି ନାହିଁ କେଉଁ ପ୍ରକାରର ଶରୀର ମୋତେ ମିଳିବ । ସେଥିପାଇଁ, ମୁଁ କାନ୍ଦୁଛି, ମୁଁ ବହୁତ ବ୍ୟଥିତ ଅଟେ ।" ବାର୍ଦ୍ଧକ୍ୟେ ଏଖୋନା, ଭକ୍ତିବିନୋଦ, କାନ୍ଦିଆ କାତର ଅତି, "ମୁଁ ବହୁତ ବ୍ୟଥିତ ଅଟେ ।" ନ ଭଜିଆ ତୋରେ, ଦିନ ବୃଥା ଗେଲୋ, ଏଖୋନ କି । "ତେଣୁ ଆପଣଙ୍କୁ ପୂଜା କରିବା ବିନା, ଆପଣଙ୍କର ସେବା କରିବା ବିନା, ମୁଁ କେବଳ ଏହିପରି ଭାବରେ ସମୟ ନଷ୍ଟ କରିଛି । ମୁଁ ଜାଣି ନାହିଁ କ'ଣ କରିବି । ସେଥିପାଇଁ, ମୁଁ ଆତ୍ମସର୍ପଣ କରୁଛି ।"