OR/Prabhupada 0379 - ଦଶଅବତାର ସ୍ରୋତର ଭାବାର୍ଥ



Purport to Dasavatara Stotra, CD 8

ପ୍ରଳୟ-ପୟୋଧି-ଜଳେ ଧୃତ୍ଵାନ୍ ଅଶୀ ବେଦମ । ଏହି ଗୀତ, ମହାନ ବୈଷ୍ଣବ କବି, ଜୟଦେବ ଗୋସ୍ଵାମୀ ଗାଇଛନ୍ତି । ଭାବାର୍ଥ ହେଉଛି ଯେ ଯେତେବେଳେ ପ୍ରଳୟ ହୁଏ, ସମଗ୍ର ବ୍ରହ୍ମାଣ୍ଡ ଜଳମଗ୍ନ ହୁଏ । ଏହି ଭୌତିକ ଦୁନିଆର ଅନ୍ତିମ ବିଘଟନ, ପ୍ରଥମେ ହେଉଛି, ପାଣି ରହିବ ନାହିଁ, ପୃଥିବୀର ସବୁ ପାଣି ସୂର୍ଯ୍ୟଙ୍କର ତୀକ୍ଷ୍ନ ଖରାରେ ଶୁଖିଯିବ । ସୂର୍ଯ୍ୟ ବର୍ତ୍ତମାନ ସମୟରୁ ବାର ଗୁଣ ଅଧିକ ଶକ୍ତିଶାଳୀ ହୋଇଯିବ । ସେହିପରି ଭାବରେ, ସମସ୍ତ ପାଣି ଶୁଖିଯିବ, ସମୁଦ୍ର ଏବଂ ମାହାସାଗର ସବୁ ଶୁଖିଯିବ । ସେଥିପାଇଁ ପୃଥିବୀର ସମସ୍ତ ଜୀବ ମରିଯିବେ, ଏବଂ ତାପରେ, ତୀକ୍ଷ୍ଣ ଖରା ଯୋଗୁଁ, ବାସ୍ତବରେ ସବୁକିଛି ପାଉଁଶରେ ପରିବର୍ତ୍ତୀତ ହେବ । ତାପରେ ଶହେ ବର୍ଷ ପାଇଁ ବର୍ଷା ହେବ, ପ୍ରବଳ ବର୍ଷା, ହାତୀ ଶୁଣ୍ଡ ପରି, ଏବଂ ସେଥିପାଇଁ ସମଗ୍ର ବ୍ରହ୍ମାଣ୍ଡ ଜଳମଗ୍ନ ହେବ । ତାହାକୁ ପ୍ରଳୟ-ପୟୋଧି କୁହାଯାଏ । ଧ୍ଵସଂ ସମୟରେ, ପ୍ରଳୟ, ସମଗ୍ର ଦୁନିଆ ହୋଇଯିବା... ଠିକ୍ ଯେପରି ବର୍ତ୍ତମାନ ଏହା ପବନରେ ଭରି ରହିଛି, ସେହି ସମୟରେ ଏହା ପାଣିରେ ଭରି ଯିବ ।

ତେଣୁ ସେହି ସମୟରେ ବେଦଗୁଡ଼ିକର ରକ୍ଷା ଭଗବାନଙ୍କ ଦ୍ଵାରା ଏକା ନୌକାରେ କରାଯିବ, ଏବଂ ନୌକା ମହାନ ମତ୍ସ୍ୟର ଡେଣାରେ ଅଟକି ଯିବ । ସେହି ମାହାନ ମତ୍ସ୍ୟ ହେଉଛି ଭଗବାନ କୃଷ୍ଣଙ୍କର ଅବତାର । ସେଥିପାଇଁ ସେ ପୂଜା କରୁଛନ୍ତି, କେଶବ ଧୃତ-ମୀନ-ଶରୀର ଜୟ ଜଗଦିଶ । ତେବେ ମୀନ ଶରୀର । ପରବର୍ତ୍ତୀ ହେଉଛି କ୍ଷୀତିର ଇହ ବିପୁଳତାରେ ତିଷ୍ଠତି ତବ ପୃଷ୍ଠେ ଧରଣୀ-ଧାରଣ-କୀଣ-ଚକ୍ର-ଗରିଷ୍ଠେ । ତେବେ ମନ୍ଥନ ହେବ, ପରବର୍ତ୍ତୀ ଅବତାର ହେଉଛି କଇଁଚ । କଇଁଚ ପିଠି ଉପରେ ମେରୁ ପର୍ବତ ରଖା ହେବ, କିମ୍ଵା ଦୁନିଆ କଇଁଚ ପିଠି ଉପରେ ସ୍ଥିର କରାଯିବ । ଏହା ହେଉଛି ଦ୍ଵିତୀୟ ଅବତାର । ପ୍ରଥମେ ମତ୍ସ୍ୟ, ଏବଂ ତାପରେ କଇଁଚ ।

ତାପରେ ବରାହ ଅବତାର । ଏକ ଅସୁର, ହିରଣ୍ୟ, ହିରଣ୍ୟକଶିପୁ ଏବଂ ହିରଣ୍ୟାକ୍ଷ । ତେବେ ସେ, ତାର ଆସୁରିକ କାର୍ଯ୍ୟକଳାପ ଦ୍ଵାରା ପୃଥିବୀକୁ ଗର୍ଭୋ ସମୁଦ୍ର ମଧ୍ୟକୁ ଫିଙ୍ଗିଦେବ । ଏହି ବ୍ରହ୍ମାଣ୍ଡରେ ଏକ ସମୁଦ୍ର ଅଛି । ପୃଥିବୀର ଅଧା ଅଂଶ ଗର୍ଭୋସମୁଦ୍ରରେ ପୂର୍ଣ୍ଣ, ଯେଉଁଠାରେ ଗର୍ଭୋଦକ୍ଷି ବିଷ୍ଣୁ ଅଛନ୍ତି, ଏବଂ ତାଙ୍କ ଠାରୁ ଏକ ପଦ୍ମ ନାଡ ବାହାରେ, ଯାହା ମଧ୍ୟରେ ବ୍ରହ୍ମା ଜନ୍ମ ଗ୍ରହଣ କରନ୍ତି । ତେବେ ସମସ୍ତ ଗ୍ରହଗୁଡିକ ଭିନ୍ନ ଭିନ୍ନ ନାଡ ପରି ଏହି ମୂଳ ନାଡରେ ଝୁଲୁଛନ୍ତି, ଗର୍ଭୋଦକ୍ଷି ବିଷ୍ଣୁଙ୍କର ଉଦରରୁ ବାହାରିଲା ପରି । ତେବେ ହିରଣ୍ୟାକ୍ଷ ନାମକ ଏକ ଅସୁର, ସେ ଏହି ପୃଥିବୀକୁ ପାଣି ଭିତରେ ପକେଇ ଦେଲା, ଏବଂ ସେହି ସମୟରେ, ଭଗବାନ ବରାହ ଅବତାରରେ ଆସିବେ । ବରାହ ଅବତାର ବ୍ରହ୍ମାଙ୍କର ନାକରୁ ଏକ କ୍ଷୁଦ୍ର କୀଟ ରୁପେ ଆସିଲା, ଏବଂ ଯେତେବେଳେ ସେ ଏହାକୁ ନିଜ ହାତ ଉପରେ ରଖିଲେ, ସେ ବଢ଼ିବାକୁ ଲାଗିଲେ । ଏହି ପରି ଭାବରେ ସେ ଏକ ବିରାଟ ଶରୀର ଧାରଣ କରିଲେ, ଏବଂ ତାଙ୍କର ଦାନ୍ତରେ, ପୃଥିବୀକୁ ଗର୍ଭୋ ସମୁଦ୍ରର ପାଣି ଭିତରୁ ଉଠେଇଲେ । ତାହାକୁ କେଶବ-ଧୃତ-ବରାହ-ରୂପ କୁହାଯାଏ ।

ପରବର୍ତ୍ତୀ ହେଉଛି ତବ କର-କମଳେ-ବରେ ନାଖ ଅଦ୍ଭୁତ-ଶ୍ରଙ୍ଗମ୍ ଦଳିତ-ହିରଣ୍ୟକଶିପୁ-ତନୁ-ଭୃଙ୍ଗମ୍ । ହିରଣ୍ୟକଶିପୁ, ସେ ହେଉଛି ଅନ୍ୟ ଏକ ଅସୁର ଯିଏ ଅମର ହେବା ପାଇଁ ଚାହୁଁଥିଲା । ତେଣୁ ସେ ବ୍ରହ୍ମାଙ୍କ ଠାରୁ ବରଦାନ ନେଲା ଯେ ସେ ଭୂମି ଉପରେ, ଆକାଶରେ କିମ୍ଵା ପାଣି ଭିତରେ ମରିବ ନାହିଁ । ତେଣୁ, ଏହାକୁ ସତ୍ୟ କରିବା ପାଇଁ, ବ୍ରହ୍ମାଙ୍କ ଦ୍ଵାରା ଦିଆଯାଇଥିବା ଆଶୀର୍ବାଦ ଦ୍ଵାରା... ଭଗବାନ କୃଷ୍ଣ ତାଙ୍କର ଭକ୍ତମାନଙ୍କର ଶଦ୍ଦକୁ ସମ୍ମାନ ଦେବାକୁ ଚେଷ୍ଟା କରନ୍ତି । ତେବେ ବ୍ରହ୍ମା ତାଙ୍କୁ ବରଦାନ ଦେଲେ, "ହଁ, ତୁମେ ଭୂମି ଉପରେ, ପାଣିରେ, ଆକାଶରେ ମରିବ ନାହିଁ ।" କିନ୍ତୁ ନୃସିଂହ-ଦେବ ଅଧା ସିଂହ, ଅଧା ମନୁଷ୍ୟ ରୂପେ ଅବତରିତ ହେଲେ, କାରଣ ହିରଣ୍ୟକଶିପୁ କୌଣସି ମନୁଷ୍ୟ କିମ୍ଵା କୌଣସି ପଶୁ ଦ୍ଵାରା ମଧ୍ୟ ମୃତ୍ୟୁବରଣ ନ କରିବାର ବରଦାନ ବ୍ରହ୍ମାଙ୍କ ଠାରୁ ନେଇଥିଲା । ତେଣୁ ସେ ଏପରି ଏକ ରୂପ ନେଲେ ଯାହାକୁ ତୁମେ ମନୁଷ୍ୟ କିମ୍ଵା ପଶୁ କହି ପାରିବ ନାହିଁ, ଏବଂ ସେ ଅସୁରକୁ ନିଜରେ କୋଳରେ ରଖିଲେ, ଯାହା ଭୁମି, ଜଳ କିମ୍ଵା ଆକାଶ ନୁହେଁ । ଏବଂ ସେ ଚାହୁଁ ଥିଲା କି, କୌଣସି ଅସ୍ତ୍ର ଦ୍ଵାରା ସେ ମୃତ୍ୟୁବରଣ କରିବ ନାହିଁ । ସେଥିପାଇଁ ଭଗବାନ ତାକୁ ତାଙ୍କର ନଖ ଦ୍ଵାରା ମାରିଲେ । ନଖକୁ ଅସ୍ତ୍ର ରୂପେ ନିଆଯାଏ ନାହିଁ । ଏହିପରି ଭାବରେ, ସେ ବ୍ରହ୍ମାକୁ ଠକିବାକୁ ଚାହୁଁଥିଲା, କିନ୍ତୁ ଭଗବାନ ଏତେ ବୁଦ୍ଧିମାନ ଯେ ସେ ହିରଣ୍ୟକଶିପୁକୁ ଠକିଲେ, ଏବଂ ତାକୁ ମାରିଲେ । କେଶବ ଧୃତ-ନରହରି-ରୂପ । ଦଳିତ-ହିରଣ୍ୟକଶିପୁ-ତନୁ-ଭୃଙ୍ଗମ୍ । ଠିକ୍ ଯେପରି ଆମର ନଖ ଦ୍ଵାରା, ଆମେ ଯେ କୌଣସି କୀଟକୁ ମାରି ପାରିବା । ଏକ ଜନ୍ଦାକୁ ନିଅ, ତୁମେ ଏହାକୁ ଦୁଇ ଫାଳ କରି ପାରିବ । ସେହିପରି, ହିରଣ୍ୟକଶିପୁ ଏକ ବିଶାଳ ଅସୁର ଥିଲା, ତାକୁ ଏକ କ୍ଷୁଦ୍ର କୀଟ ସହିତ ତୁଳନା କରାଗଲା, ଏବଂ ଭଗବାନଙ୍କର ନଖ ଦ୍ଵାରା ମୃତ୍ୟୁବରଣ କରିଥିଲା ।