OR/Prabhupada 0390 - ଜୟ ରାଧା-ମାଧବର ଭାବାର୍ଥ

Revision as of 22:41, 1 October 2020 by Elad (talk | contribs) (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
(diff) ← Older revision | Latest revision (diff) | Newer revision → (diff)


Purport to Jaya Radha-Madhava -- New York, July 20, 1971

ତେବେ ଏହା ହେଉଛି କୃଷ୍ଣଙ୍କର ମୂଳ ପ୍ରକୃତି, କୃଷ୍ଣଙ୍କର ପ୍ରକୃତ ସ୍ଵଭାବ । ସେ ହେଉଛନ୍ତି ରାଧା-ମାଧବ । ସେ ହେଉଛନ୍ତି ଶ୍ରୀମତି ରାଧାରାଣୀଙ୍କର ପ୍ରେମିକ । ଏବଂ କୁଞ୍ଜ-ବିହାରି, ସର୍ବଦା ବୃନ୍ଦାବନର ଜଙ୍ଗଲର ବୁଦାମାନଙ୍କରେ ଗୋପୀମାନଙ୍କର ସଙ୍ଗ ଉପଭୋଗ କରନ୍ତି । ରାଧା-ମାଧବ କୁଞ୍ଜ-ବିହାରି । ତେଣୁ ସେ କେବଳ ରାଧାରାଣୀଙ୍କର ପ୍ରେମିକ ନୁହଁନ୍ତି, କିନ୍ତୁ ବ୍ରଜ-ଜନ-ବଲ୍ଲଭ । ବୃନ୍ଦାବନର ସମସ୍ତ ନିବାସୀ, ସେମାନେ କୃଷ୍ଣଙ୍କୁ ପ୍ରେମ କରନ୍ତି । ସେମାନେ ଆଉ କିଛି ଜାଣନ୍ତି ନାହିଁ । ସେମାନେ ଜାଣନ୍ତି ନାହିଁ କୃଷ୍ଣ ହେଉଛନ୍ତି ଭଗବାନ, କି ନାହିଁ; ନା ସେମାନେ ଅତ୍ୟଧିକ ଚିନ୍ତିତ, ଯେ "ମୁଁ କୃଷ୍ଣଙ୍କୁ ପ୍ରେମ କରିବି ଯଦି ସେ ଭଗବାନ ଅଟନ୍ତି ।" "ସେ ଭଗବାନ ହୋଇପାରନ୍ତି କିମ୍ଵା ସେ ଯାହା କିଛି ବି ଅଛନ୍ତି । ଏହା ଫରକ ପକାଏ ନାହିଁ, କିନ୍ତୁ ଆମେ କୃଷ୍ଣଙ୍କୁ ଭଲ ପାଉ ।" ବାସ୍ । ତାହାକୁ ବିଶୁଦ୍ଧ ପ୍ରେମ କୁହାଯାଏ । "ଯଦି କୃଷ୍ଣ ଭଗବାନ ଅଟନ୍ତି, ତେବେ ମୁଁ ତାଙ୍କୁ ପ୍ରେମ କରିବି" - ଏହା ସର୍ତ୍ତଯୁକ୍ତ ପ୍ରେମ ଅଟେ । ଏହା ଶୁଦ୍ଧ ପ୍ରେମ ନୁହେଁ । କୃଷ୍ଣ ଭଗବାନ ହୋଇପାରନ୍ତି କିମ୍ଵା ଯାହା କିଛି ବି ସେ ଅଟନ୍ତି, କିନ୍ତୁ ତାଙ୍କର ଅଦ୍ଭୁତ କାର୍ଯ୍ୟକଳାପରେ, ବ୍ରଜବାସୀମାନେ, ସେମାନେ ଭାବୁଛନ୍ତି, "ଓ କୃଷ୍ଣ, ସେ ବହୁତ ଅଦ୍ଭୁତ ପିଲା, ହୋଇପାରେ କୌଣସି ଦେବତା । ହୋଇପାରେ କୌଣସି ଦେବତା ।" କାରଣ ସାଧାରଣତଃ ଲୋକମାନଙ୍କର ଏହି ଧାରଣା ଅଛି ଯେ ଦେବତାମାନେ ହେଉଛନ୍ତି ସର୍ବଶକ୍ତିମାନ । ସେମାନେ ଏହି ଭୌତିକ ଜଗତ ଭିତରେ ଶକ୍ତିଶାଳୀ ଅଟନ୍ତି । କିନ୍ତୁ ସେମାନେ ଜାଣି ନାହାଁନ୍ତି ଯେ କୃଷ୍ଣ ସେ ସମସ୍ତଙ୍କ ଠାରୁ ଉପରେ ଅଛନ୍ତି । ଈଶ୍ୱରଃ ପରମଃ କୃଷ୍ଣଃ ସତ୍-ଚିତ୍-ଆନନ୍ଦ-ବିଗ୍ରହଃ (Bs. 5.1) । ସର୍ବୋଚ୍ଚ ଦେବତା, ବ୍ରହ୍ମା, ତାଙ୍କର ମତ ଦେଉଛନ୍ତି, "ସର୍ବୋଚ୍ଚ ନିୟନ୍ତ୍ରକ ହେଉଛନ୍ତି କୃଷ୍ଣ ।"

ତେଣୁ ବୃନ୍ଦାବନର ନିବାସୀମାନେ, ସେମାନେ କୌଣସି ସର୍ତ୍ତ ବିନା କୃଷ୍ଣଙ୍କୁ ପ୍ରେମ କରନ୍ତି, ସେହିପରି, କୃଷ୍ଣ ମଧ୍ୟ ସେମାନଙ୍କୁ ପ୍ରେମ କରନ୍ତି । ବ୍ରଜ-ଜନ-ବଲ୍ଲଭ ଗିରି-ବର-ଧାରୀ । ଯେତେବେଳେ ବୃନ୍ଦାବନର ନିବାସୀମାନେ ବିପଦରେ ପଡି ଥିଲେ, କାରଣ ସେମାନର ଇନ୍ଦ୍ର-ଯଜ୍ଞ ବନ୍ଦ କରି ଦେଇଥିଲେ, ଏବଂ ଇନ୍ଦ୍ର ବହୁତ ରାଗି ଗଲେ, ଏବଂ ସେ ବହୁତ ବଡ, ଶକ୍ତିଶାଳୀ ମେଘ ପଠେଇଲେ, ଏବଂ ସାତ ଦିନ ଧରି ବୃନ୍ଦାବନରେ ନିତନ୍ତର ବର୍ଷା ହେଲା, ତେଣୁ ଯେତେବେଳେ ନିବାସୀମାନେ ବହୁତ ହଇରାଣ ହେଲେ, କୃଷ୍ଣ, ଅବଶ୍ୟ ସେ କେବଳ ସାତ ବର୍ଷର ବାଳକ ଥିଲେ, ସେ ଗୋବର୍ଦ୍ଧନ ପର୍ବତ ଉଠେଇ ସେମାନଙ୍କର ରକ୍ଷା କରିଲେ । ତେବେ ସେ ଇନ୍ଦ୍ର ଦେବଙ୍କୁ ଶିକ୍ଷା ଦେଲେ, ଦେବତା, ଯେ, "ତୁମର ଉପଦ୍ରବ ବନ୍ଦ କରିବା ମୋର କାଣୀ ଆଙ୍ଗୁଠିର କାମ । ବାସ୍ ।" ତେବେ ସେ ଆଣ୍ଠେଇ ପଡିଲେ । ଏହି ସମସ୍ତ କଥା ତୁମେ କୃଷ୍ଣ ପୁସ୍ତକରେ ପାଇବ ।

ତେଣୁ ଗୋପୀ-ଜନ-ବଲ୍ଲଭ ରୂପେ, ତାଙ୍କର ଏକମାତ୍ର କାମ ହେଉଛି କିପରି ଗୋପୀ-ଜନଙ୍କୁ ରକ୍ଷା କରିବେ । ତେଣୁ ଆମର କୃଷ୍ଣ ଚେତନା ଆନ୍ଦୋଳନ ହେଉଛି କିପରି ଏକ ଗୋପୀ-ଜନ ହୋଇ ପାରିବ । ତାପରେ କୃଷ୍ଣ ଆମକୁ ଯେ କୌଣସି ବିପଦରୁ ରକ୍ଷା କରିବେ, ଏକ ପାହାଡ କିମ୍ଵା ପର୍ବତ ଉଠେଇ ମଧ୍ୟ । କୃଷ୍ଣ ହେଉଛନ୍ତି ବହୁତ ଦୟାଳୁ ଏବଂ ବହୁତ ଶକ୍ତିଶାଳୀ । ଯେତେବେଳେ କୃଷ୍ଣ ପର୍ବତ ଉଠେଇଲେ, ସେ କୌଣସି ଯୋଗ ପ୍ରଣାଳୀ ଅଭ୍ୟାସ କରି ନ ଥିଲେ । ଏବଂ ସେ ହେଉଛନ୍ତି ଭଗବାନ । ଅବଶ୍ୟ ସେ ଏକ ପିଲା ଥିଲେ, ସେ ପିଲା ପରି ଖେଳୁଥିଲେ, ସେ ଏକ ପିଲା ପରି କାମ କରୁଥିଲେ, କିନ୍ତୁ ଯେତେବେଳେ ଆବଶ୍ୟକତା ପଡିଲା, ସେ ଭଗବାନଙ୍କ ରୂପରେ ପ୍ରକଟ ହେଲେ । ସେ ହେଉଛନ୍ତି କୃଷ୍ଣ । ସେ ହେଉଛନ୍ତି କୃଷ୍ଣ, ଏହା ନୁହେଁ ଯେ ସେ ଯିବେ ଏବଂ କୌଣସି ଯୋଗ ପ୍ରଣାଳୀ ଅଭ୍ୟାସ କରିବେ, ତାପରେ ସେ ଭଗବାନ ହୋଇଯିବେ । ନା । ସେ ସେହି ପ୍ରକାରର ଭଗବାନ ନୁହଁନ୍ତି, ନିର୍ମିତ ଭଗବାନ ନୁହଁନ୍ତି । ସେ ହେଉଛନ୍ତି ଭଗବାନ । ତେବେ ଗୋପୀ-ଜନ-ବଲ୍ଲଭ ଗୀରି-ବର-ଧାରୀ । ଏବଂ ଏକ ପିଲା ପରି, ଯଶୋଦାଙ୍କର ପ୍ରିୟ ପୁତ୍ର ପରି, ଯଶୋଦା-ନନ୍ଦନ,... କୃଷ୍ଣ ଏକ ଭକ୍ତର ସନ୍ତାନ ହେବା ପସନ୍ଦ କରନ୍ତି । ସେ ତାଙ୍କର ଭକ୍ତ ପିତା ଏବଂ ମାତାଙ୍କ ଠାରୁ ଅନୁଶାସିତ ହେବା ପାଇଁ ଚାହୁଁଥିଲେ । କାରଣ ସମସ୍ତେ ତାଙ୍କୁ ପୂଜା କରନ୍ତି, କେହି ତାଙ୍କୁ ଅନୁଶାସିତ କରନ୍ତି ନାହିଁ, ତେଣୁ ଏକ ଭକ୍ତ ଯେତେବେଳେ ତାଙ୍କୁ ଅନୁଶାସିତ କରେ ସେ ପ୍ରସନ୍ନ ହୁଅଁନ୍ତି । ତାହା ହେଉଛି କୃଷ୍ଣଙ୍କର ସେବା । ଯଦି କୃଷ୍ଣ ଅନୁଶାସିତ ହୋଇ ପ୍ରସନ୍ନ ହୁଅଁନ୍ତି, ତେବେ ଏକ ଭକ୍ତ ଏହି ଦାୟିତ୍ଵ ବହନ କରେ: "ଠିକ୍ ଅଛି, ମୁଁ ତୁମର ପିତା ହେବି ଏବଂ ତୁମକୁ ଅନୁଶାସନ କରିବି ।" ଯେତେବେଳେ କୃଷ୍ଣ ଯୁଦ୍ଧ କରିବା ପାଇଁ ଚାହଁନ୍ତି, ତାଙ୍କର ଏକ ଭକ୍ତ ହିରଣ୍ୟକଶିପୁ ହୋଇଯାଏ ଏବଂ ତାଙ୍କ ସହିତ ଯୁଦ୍ଧ କରେ । ତେବେ କୃଷ୍ଣଙ୍କର ସମସ୍ତ କାର୍ଯ୍ୟକଳାପ ତାଙ୍କର ଭକ୍ତ ସହିତ ଅଛି । ସେ ହେଉଛନ୍ତି...ସେଥିପାଇଁ, କୃଷ୍ଣଙ୍କର ସହଯୋଗୀ ହେବା ପାଇଁ, କୃଷ୍ଣ ଚେତନା ବିକସିତ କରିବା ପାଇଁ, ଯଶୋଦ-ନନ୍ଦନ ବ୍ରଜ-ଜନ-ରଞ୍ଜନ । ତାଙ୍କର ଏକମାତ୍ର କାମ ହେଉଛି କିପରି ସନ୍ତୁଷ୍ଟ କରିବେ... ବ୍ରଜ-ଜନଙ୍କ କାମ ପରି କିପରି କୃଷ୍ଣଙ୍କୁ ସନ୍ତୁଷ୍ଟ କରିବେ, ସେହିପରି, କୃଷ୍ଣଙ୍କର କାମ ହେଉଛି କିପରି ବ୍ରଜ-ଜନଙ୍କୁ ସନ୍ତୁଷ୍ଟ କରିବେ । ଏହା ହେଉଛି ପ୍ରେମର ଆଦାନ ପ୍ରଦାନ । ଯମୁନା-ତୀର-ବନ-ଚାରି । କୃଷ୍ଣ, ପରମ ପୁରୁଷ ଭଗବାନ, ଯମୁନା ତଟରେ ବୁଲୁଛନ୍ତି ଗୋପୀମାନଙ୍କୁ, ଗୋପାଳ ବାଳକମାନଙ୍କୁ, ପକ୍ଷୀମାନଙ୍କୁ, ପଶୁମାନଙ୍କୁ, ବାଛୁରୀମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ । ସେମାନେ ସାଧାରଣ ପକ୍ଷୀ, ପଶୁ, ବାଛୁରୀ ଏବଂ ପୁରୁଷ ନୁହଁନ୍ତି । ସେମାନେ ଆତ୍ମ ବୋଧର ସର୍ବୋଚ୍ଚ ସ୍ଥାନରେ ଅଛନ୍ତି । କୃତ-ପୂର୍ଣ୍ୟ-ପୁଂଜାଃ (SB 10.12.11) । ଅନେକ, ଅନେକ ଜୀବନ ପରେ ସେମାନେ ସେହି ସ୍ତରକୁ ଆସନ୍ତି, କୃଷ୍ଣଙ୍କ ସହିତ ଖେଳିବା ପାଇଁ ।

ତେଣୁ ଆମର କୃଷ୍ଣ ଚେତନା ଆନ୍ଦୋଳନ ଏତେ ଭଲ, ଯେ ସମସ୍ତେ କୃଷ୍ଣ ଲୋକକୁ ଯାଇ ପାରିବେ, ଏବଂ ତାଙ୍କର ସହଯୋଗୀ ହୋଇ ପାରିବେ, ଏକ ମିତ୍ର ପରି କିମ୍ଵା ଅନ୍ୟ କେତେ ଜିନିଷ ପରି, ଏକ ସେବକ ପରି, ଏକ ପିତା ପରି, ଏକ ମାତା ପରି । ଏବଂ କୃଷ୍ଣ ଏହି ପ୍ରସ୍ତାବଗୁଡିକ ମଧ୍ୟରୁ ଯାହା ପାଇଁ ମଧ୍ୟ ରାଜି ଅଛନ୍ତି । ଏହି ଜିନିଷଗୁଡିକ ବହୁତ ଭଲ ଭାବରେ ଆମର ଭଗବାନ ଚୈତନ୍ୟଙ୍କର ଶିକ୍ଷାରେ ବର୍ଣ୍ଣନା କରାଯାଇଛି । ତେବେ କୃଷ୍ଣ ବୃନ୍ଦାବନରୁ ଏକ ପାଦ ମଧ୍ୟ ଆଗକୁ ଯାଆନ୍ତି ନାହିଁ । ପ୍ରକୃତ କୃଷ୍ଣ ବୃନ୍ଦାବନରେ ଅଛନ୍ତି । ଏହା ବ୍ରହ୍ମ ସଂହିତାରେ ବର୍ଣ୍ଣନା କରା ଯାଇଛି,

ଚିନ୍ତାମଣି-ପ୍ରକର-ସଦ୍ମଶୁ କଳ୍ପ-ବୃକ୍ଷ-
ଲକ୍ଷାବୃତ୍ତେଶୁ ସୁରଭୀର ଅଭିପାଲୟନ୍ତମ୍
ଲକ୍ଷ୍ମୀ-ସହସ୍ର-ସତ-ସମ୍ଭ୍ରମ-ସେବ୍ୟମାନମ
ଗୋବିନ୍ଦମ ଆଦି-ପୁରୁଷମ
(Bs. 5.29)

ବ୍ରହ୍ମା ପରମ ପୁରୁଷ ଗୋବିନ୍ଦ, କୃଷ୍ଣଙ୍କୁ ବୃନ୍ଦାବନରେ ସ୍ଵୀକାର କରୁଛନ୍ତି । ବେଣୁମ କ୍ଵନନ୍ତମ: "ସେ ବଂଶୀ ବଜେଇବାରେ ବ୍ୟସ୍ତ ଅଛନ୍ତି ।"

(ବେଣୁମ କ୍ଵନନ୍ତମ) ଅରବିନ୍ଦ-ଦଳାୟତାକ୍ଷମ
ବରହାବତସ୍ମମ ଅସିତାମବୁଦ-ସୁନ୍ଦରାଙ୍ଗମ
କନ୍ଦର୍ପ-କୋଟି-କମନୀୟ-ବିଶେଷ-ଶୋଭମ
ଗୋବିନ୍ଦମ ଆଦି ପୁରୁଷମ ତମ ଅହମ ଭଜାମି
(Bs. 5.30)

ତେଣୁ ଏହି ପୁସ୍ତକଗୁଡିକର, ଏହି ଜ୍ଞାନର, ଏହି ପ୍ରସାଦର ଲାଭ ନିଅ, ଏହି ଜପ କରିବା, ଏବଂ ଖୁସୀ ହେବା ଏବଂ କୃଷ୍ଣଙ୍କ ପାଖକୁ ଯିବା । ବହୁତ ଭଲ ଜିନିଷ । ଠିକ୍ ଅଛି ।