OR/Prabhupada 0392 - ନାରଦ ମୁନୀ ବଜାୟେ ବୀଣାର ଭାବାର୍ଥ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0392 - in all Languages Category:OR-Quotes - 1972 Category:OR-Quotes - Pur...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 7: Line 7:
[[Category:OR-Quotes - in USA, Los Angeles]]
[[Category:OR-Quotes - in USA, Los Angeles]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0370 - ଯେତେ ଦୁର ମୋ କଥା, ମୁଁ କୌଣସି ଶ୍ରେୟ ନେଉନାହିଁ|0370|OR/Prabhupada 0396 - ରାଜା କୂଳଶେଖରଙ୍କର ପ୍ରାର୍ଥନାର ଭାବାର୍ଥ|0396}}
{{1080 videos navigation - All Languages|Oriya|OR/Prabhupada 0391 - ମାନସ ଦେହ ଗେହ ର ଭାବାର୍ଥ|0391|OR/Prabhupada 0393 - ନିତାଇ ଗୁଣ ମଣି ଆମରର ଭାବାର୍ଥ|0393}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|Tufteo3DmQo|ନାରଦ ମୁନୀ ବଜାୟେ ବୀଣାର ଭାବାର୍ଥ<br />- Prabhupāda 0392}}
{{youtube_right|ijitrdIazGg|ନାରଦ ମୁନୀ ବଜାୟେ ବୀଣାର ଭାବାର୍ଥ<br />- Prabhupāda 0392}}
<!-- END VIDEO LINK -->
<!-- END VIDEO LINK -->



Latest revision as of 22:56, 1 October 2020



Purport to Narada Muni Bajay Vina -- Los Angeles, September 22, 1972

ନାମ ଅମାନି, ଉଦିତ ହୟ,
ଭକ୍ତ ଗୀତା ସାମେ

ଏହି ଗୀତ ଭକ୍ତିବିନୋଦ ଠାକୁର ଗାଇଥିଲେ । ଗୀତର ଭାବାର୍ଥ ହେଉଛି ଯେ ନାରଦ ମୁନୀ, ମାହାନ ଅତ୍ମା, କୁହଁନ୍ତି, ସେ ତାଙ୍କର ବାଦ୍ୟ ଯନ୍ତ୍ର ବଜାଉ ଥିଲେ ଯାହାକୁ ବୀଣା କୁହାଯାଏ । ବୀଣା ହେଉଛି ଏକ ତାର ଯନ୍ତ୍ର ଯାହାକୁ ନାରଦ ମୁନୀ ବହନ କରୁଥିଲେ । ତେଣୁ ସେ ଏହି ବାଦ୍ୟ ଯନ୍ତ୍ରରେ ରାଧିକା ରମଣ ଶଦ୍ଦର ଧ୍ଵନି କମ୍ପନ କରୁଥିଲେ । କୃଷ୍ଣଙ୍କର ଅନ୍ୟ ଏକ ନାମ ହେଉଛି ରାଧିକା ରମଣ । ତେଣୁ ଯଥା ଶିଘ୍ର ସେ ବାଦ୍ୟ ଯନ୍ତ୍ର ଆଘାତ କରନ୍ତି, ତୂରନ୍ତ ସମସ୍ତ ଭକ୍ତମାନେ ପ୍ରତିକ୍ରିୟା କରନ୍ତି, ଏବଂ ଏହା ଏକ ଅତି ସୁନ୍ଦର ଶଦ୍ଦ ଧ୍ଵନିରେ ପରିଣତ ହୁଏ । ଅମିୟ ଧାରା ବାରିଶେ ଘନ । ଏବଂ ଯେତେବେଳେ ବାଦ୍ୟ ଯନ୍ତ୍ର ସହ ଗୀତ ଚାଲିଥିଲା, ଏହା ଅମୃତର ସ୍ରୋତ ପରି ପ୍ରତୀତ ହେଉଥିଲା, ଏବଂ ସେତେବେଳେ ସମସ୍ତ ଭକ୍ତମାନେ ପରମାନନ୍ଦରେ, ତାଙ୍କର ସନ୍ତୁଷ୍ଟିର ପୂର୍ଣ୍ଣ ସୀମା ପର୍ଯ୍ୟନ୍ତ ନୃତ୍ୟ କରିଥିଲେ । ତେବେ, ଯେତେବେଳେ ସେମାନେ ନୃତ୍ୟ କରୁଥିଲେ, ଏହା ପ୍ରତୀତ ହେଉଥିଲା ଯେ ସେମାନେ ମାଧୁରୀ ପୁରା ନାମକ ମାଦ୍ୟ ପାନ କରି ନିଶାଗ୍ରସ୍ତ ହୋଇ ଯାଇଛନ୍ତି । ଏବଂ ଯେପରି ଜଣେ ମଦ୍ୟ ପାନ କରି ପାଗଳ ପରି ହୋଇଯାଏ, ସେହିପରି, ପରମାନନ୍ଦରେ, ସମସ୍ତ ଭକ୍ତମାନେ ପାଗଳ ହୋଇଗଲେ । ଏବଂ ସେମାନଙ୍କ ମଧ୍ୟରୁ କେତେ ଜଣ କାନ୍ଦୁଥିଲେ, କେତେ ଜଣ ନାଚୁ ଥିଲେ, ଏବଂ କେତେ ଜଣ, ଯଦିଓ ସେମାନେ ଲୋକମାନଙ୍କ ଆଗରେ ନାଚି ପାରୁ ନ ଥିଲେ, ତାଙ୍କ ହୃଦୟରେ ସେମାନେ ନାଚୁ ଥିଲେ । ଏହିପରି ଭାବରେ, ଭଗବାନ ଶିବ ତୂରନ୍ତ ନାରଦ ମୁନୀଙ୍କୁ ଆଲିଙ୍ଗନ କରିଲେ, ଏବଂ ସେ ଉନ୍ମାଦ ପୂର୍ଣ୍ଣ କଣ୍ଠରେ କଥା ହେବା ଅରମ୍ଭ କରିଲେ । ଏବଂ ଭଗବାନ ଶିବଙ୍କୁ, ସେ ନାରଦ ମୁନୀଙ୍କ ସହ ନୃତ୍ୟ କରିବା ଦେଖି, ଭଗବାନ ବ୍ରହ୍ମା ମଧ୍ୟ ଯୋଗ ଦେଲେ, ଏବଂ ସେ କହିବାକୁ ଆରମ୍ଭ କରିଲେ, "ତୁମେ ସମସ୍ତେ ଦୟାକରି ହରିବୋଲ କୀର୍ତ୍ତନ କର, ହରିବୋଲ!" ଏହିପରି ଭାବରେ, କ୍ରମଶଃ ସ୍ଵର୍ଗର ରାଜା, ଇନ୍ଦ୍ର, ସେ ମଧ୍ୟ ବହୁ ଆନ୍ଦର ସହିତ ଯୋଗ ଦେଲେ ଏବଂ ନୃତ୍ୟ ଏବଂ କୀର୍ତ୍ତନ କରିବା ଆରମ୍ଭ କରିଦେଲେ, "ହରି ହରି ବୋଲ ।"

ଏହି ପରି ଭାବରେ, ଭଗବାନଙ୍କର ପବିତ୍ର ନାମ ଦିବ୍ୟ କମ୍ପନର ପ୍ରଭାବରେ, ସମଗ୍ର ବ୍ରହ୍ମାଣ୍ଡ ପରମ ଆନନ୍ଦରେ ଆନନ୍ଦିତ ହୋଇଥିଲା, ଏବଂ ଭକ୍ତି ବିନୋଦ ଠାକୁର କହୁଛନ୍ତି, "ଯେତେବେଳେ ସମଗ୍ର ବ୍ରହ୍ମାଣ୍ଡ ପରମ ଆନନ୍ଦରେ ଆନନ୍ଦିତ ହୋଇଥିଲା, ତେବେ ମୋର ଇଛା ସନ୍ତୁଷ୍ଟ ହୋଇଥିଲା, ଏବଂ ମୁଁ ସେଥିପାଇଁ ରୂପ ଗୋସ୍ଵାମୀଙ୍କର ଚରଣ ପଦ୍ମରେ ପ୍ରାର୍ଥନା କରୁଛି, ଯେ ଏହି ହରି ନାମ ସଂକୀର୍ତ୍ତନ ଏହିପରି ଭାବରେ ଭଲରେ ଚାଲିଥାଉ ।"