OR/Prabhupada 0398 - ଶ୍ରୀ କୃଷ୍ଣ ଚୈତନ୍ୟ ପ୍ରଭୁର ଭାବାର୍ଥ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0398 - in all Languages Category:OR-Quotes - 1969 Category:OR-Quotes - Pur...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 7: Line 7:
[[Category:OR-Quotes - in USA, Los Angeles]]
[[Category:OR-Quotes - in USA, Los Angeles]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0397 - ରାଧାକୃଷ୍ଣ ବୋଲ ର ଭାବାର୍ଥ|0397|OR/Prabhupada 0399 - ଶ୍ରୀ ନାମ, ଗାୟ ଗୌରା ମଧୁର ସ୍ଵରେ ର ଭାବାର୍ଥ|0399}}
{{1080 videos navigation - All Languages|Oriya|OR/Prabhupada 0397 - ରାଧାକୃଷ୍ଣ ବୋଲ ର ଭାବାର୍ଥ|0397|OR/Prabhupada 0399 - ଶ୍ରୀ ନାମ, ଗାୟ ଗୌରା ମଧୁର ସ୍ଵରେ ର ଭାବାର୍ଥ|0399}}
<!-- END NAVIGATION BAR -->
<!-- END NAVIGATION BAR -->

Latest revision as of 22:40, 1 October 2020



Purport to Sri Krsna Caitanya Prabhu -- Los Angeles, January 11, 1969

ଶ୍ରୀ କୃଷ୍ଣ-ଚୈତନ୍ୟ ପ୍ରଭୁ ଦୟା କୋରୋ ମୋରେ, ତୋମା ବିନା କେ ଦୟାଳୁ ଜଗତ-ମାୟାରେ । ଏହି ଗୀତଟି ନରୋତ୍ତମ ଦାସ ଠାକୁରଙ୍କ ଦ୍ଵାରା ରଚନା କରାଯାଇଛି । ସେ ଭଗବାନ ଚୈତନ୍ୟଙ୍କୁ ପ୍ରା‍ର୍ଥନା କରୁଛନ୍ତି ଯେ, "ମୋର ପ୍ରିୟ ଭଗବାନ, ଦୟାକରି ମୋ ଉପରେ କୃପା କରନ୍ତୁ, କାରଣ ପ୍ରଭୁ ଏହି ତିନୋଟି ଲୋକରେ ଆପଣଙ୍କ ଠାରୁ ଅଧିକ ଦୟାଳୁ କିଏ ହୋଇ ପାରିବ?" ବାସ୍ତବରେ, ତାହା ହେଉଛି ତଥ୍ୟ । କେବଳ ନରୋତ୍ତମ ଦାସ ଠାକୁର ନୁହଁନ୍ତି, କିନ୍ତୁ ରୂପ ଗୋସ୍ଵାମୀ ମଧ୍ୟ, ସେ ମଧ୍ୟ ଭଗବାନ ଚୈତନ୍ୟଙ୍କ ପାଇଁ ପ୍ରାର୍ଥନା କରନ୍ତି ଯେତେବେଳେ ଦୁହେଁ ପ୍ରୟାଗ, ଆଲ୍ଲାବାଦ ଠାରେ ମିଶିଥିଲେ, ପ୍ରୟାଗରେ ଭଗବାନ ଚୈତନ୍ୟ ଏବଂ ରୂପ ଗୋସ୍ଵାମୀଙ୍କର ପ୍ରଥମ ସାକ୍ଷାତରେ । ସେହି ସମୟରେ, ଶ୍ରୀଲା ରୂପ ଗୋସ୍ଵାମୀ ମଧ୍ୟ କହିଥିଲେ, "ମୋର ପ୍ରିୟ ଭଗବାନ, ଆପଣ ସମସ୍ତ ଅବତାର ଠାରୁ ଅଧିକ ଉଦାର । କାରଣ ଆପଣ କୃଷ୍ଣ, କୃଷ୍ଣ ଚେତନାର ପ୍ରେମ ବିତରଣ କରୁଛନ୍ତି ।" ଅନ୍ୟ ଭାଷାରେ, ଯେତେବେଳେ କୃଷ୍ଣ ବ୍ୟକ୍ତିଗତ ଭାବରେ ଉପସ୍ଥିତ ଥାନ୍ତି, ସେ ଆମକୁ କେବଳ ଆତ୍ମସମର୍ପଣ କରିବା ପାଇଁ କୁହଁନ୍ତି, କିନ୍ତୁ ସେ ନିଜକୁ ଏତେ ସହଜରେ ବିତରଣ କରନ୍ତି ନାହିଁ । ସେ ସର୍ତ୍ତ ରଖିଛନ୍ତି ଯେ, "ସର୍ବପ୍ରଥମେ ତୁମେ ଆତ୍ମସମର୍ପଣ କର ।" କିନ୍ତୁ ଏଠାରେ, ଏହି ଅବତାରରେ, ଭଗବାନ ଚୈତନ୍ୟ, ସେ ନିଜେ କୃଷ୍ଣ ହେଲେ ମଧ୍ୟ, ସେ କୌଣସି ସର୍ତ୍ତ ରଖନ୍ତି ନାହିଁ । ସେ କେବଳ ବିତରଣ କରନ୍ତି, "କୃଷ୍ଣ ପ୍ରେମ ନିଅ ।" ସେଥିପାଇଁ ଭଗବାନ ଚୈତନ୍ୟଙ୍କୁ ବହୁତ ଦୟାଳୁ ଅବତାର ରୂପେ ନିଆଯାଏ, ଏବଂ ନରୋତ୍ତମ ଦାସ ଠାକୁର କୁହଁନ୍ତି ଯେ "ଦୟାକରି ମୋ ଉପରେ କୃପା କରନ୍ତୁ । ଆପଣ ବହୁତ ଦୟାଳୁ କାରଣ ଆପଣ ଏହି ଯୁଗର ପତିତ ଆତ୍ମାମାନଙ୍କୁ ଦେଖିଛନ୍ତି, ଏବଂ ଆପଣ ସେମାନଙ୍କ ଉପରେ ବହୁତ ଦୟା କରନ୍ତି । କିନ୍ତୁ ଆପଣ ମଧ୍ୟ ଜାଣିବା ଉଚିତ୍ ଯେ ମୁଁ ହେଉଛି ଅତି ପତିତ । କେହି ମୋ ଠାରୁ ଅଧିକ ପତିତ ନୁହଁନ୍ତି ।" ପତିତ-ପାବନ-ହେତୁ ତବ ଅବତାର । "ଆପଣଙ୍କର ଅବତାର କେବଳ ପତିତ ଆତ୍ମା, ବଦ୍ଧ ଆତ୍ମାମାନଙ୍କର ପୁନଃ ଉଦ୍ଧାର ପାଇଁ ହୋଇଛି । କିନ୍ତୁ ମୁଁ ଆପଣଙ୍କୁ ଆଶ୍ଵାସନା ଦେଉଛି ଯେ ଆପଣ ମୋ ଠାରୁ ଅଧିକ ପତିତ ପାଇବେ ନାହିଁ । ତେଣୁ ମୋର ଅନୁରୋଧ ଆଗେ ଅଛି ।"

ତାପରେ ସେ ନିତ୍ୟାନନ୍ଦଙ୍କୁ ପ୍ରାର୍ଥନା କରନ୍ତି । ସେ କୁହଁନ୍ତି, ହା ହା ପ୍ରଭୁ ନିତ୍ୟାନନ୍ଦ, ପ୍ରେମାନନ୍ଦ ସୁଖୀ । "ମୋର ପ୍ରିୟ ଭଗବାନ ନିତ୍ୟାନନ୍ଦ, ଆପଣ ସର୍ବଦା ଆନନ୍ଦପୂର୍ଣ୍ଣ ଦେଖା ଯାଆନ୍ତି, ଆଧ୍ୟାତ୍ମିକ ଆନନ୍ଦରେ, ଏବଂ ଆପଣ ସର୍ବଦା ପ୍ରସନ୍ନ ଦେଖା ଯାଆନ୍ତି । ତେଣୁ ମୁଁ ଆପଣଙ୍କ ପାଖକୁ ଆସିଛି କାରଣ ମୁଁ ବହୁତ ଦୁଃଖୀ । ତେଣୁ ଯଦି ଆପଣ ଦୟା କରି ମୋ ଉପରେ ଦୃଷ୍ଟି ପକେଇବେ, ତେବେ ମୁଁ ମଧ୍ୟ ସୁଖୀ ହୋଇ ପାରିବି । ତାପରେ ସେ ଅଦ୍ଵୈତ ପ୍ରଭୁଙ୍କୁ ପ୍ରାର୍ଥନା କରୁଛନ୍ତି: ହା ହା ପ୍ରଭୁ ସୀତା ପତି ଅଦ୍ଵୈତ ଗୋସାଇଁ । ଅଦ୍ଵୈତ ପ୍ରଭୁଙ୍କର ସ୍ତ୍ରୀଙ୍କର ନାମ ହେଉଛି ସୀତା । ସେଥିପାଇଁ ବେଳେ ବେଳେ ତାଙ୍କୁ ସୀତା ପତି ରୂପେ ସମ୍ଵୋନ୍ଧିତ କରାଯାଏ । ତେଣୁ "ମୋର ପ୍ରିୟ ଅଦ୍ଵୈତ ପ୍ରଭୁ, ସୀତାଙ୍କର ସ୍ଵାମୀ, ଆପଣ ମଧ୍ୟ ଦୟା କରି ମୋ ଉପରେ କୃପା କରନ୍ତୁ, କାରନ ଯଦି ଆପଣ ମୋ ଉପରେ କୃପା କରିବେ, ତେବେ ସ୍ଵାଭାବିକ ଭାବେ ଭଗବାନ ଚୈତନ୍ୟ ଏବଂ ନିତ୍ୟାନନ୍ଦ ମଧ୍ୟ ମୋ ଉପରେ କୃପା କରିବେ ।" ବାସ୍ତବରେ କାରଣ ଏହିକି ଯେ, ଅଦ୍ଵୈତ ପ୍ରଭୁ ଭଗବାନ ଚୈତନ୍ୟଙ୍କୁ ଅବତରିତ ହେବା ପାଇଁ ଆମନ୍ତ୍ରିତ କରିଥିଲେ । ଯେତେବେଳେ ଅଦ୍ଵୈତ ପ୍ରଭୁ ପତିତ ଆତ୍ମାମାନଙ୍କୁ ଦେଖିଲେ, ସେମାନେ ସମସ୍ତେ କେବଳ ଇନ୍ଦ୍ରିୟ ସନ୍ତୁଷ୍ଟି ପ୍ରକ୍ରିୟାରେ ବ୍ୟସ୍ତ କୃଷ୍ଣ ଚେତନା ନ ବୁଝି, ସେ ପତିତ ଆତ୍ମାମାନଙ୍କ ପାଇଁ ଦୟା ଅନୁଭବ କରିଲେ, ଏବଂ ସେ ଅନୁଭବ କରିଲେ ଯେ ଏହି ସମସ୍ତ ପତିତ ଆତ୍ମାମାନଙ୍କର ଉଦ୍ଧାର ପାଇଁ ସେ ଅସମର୍ଥ । ସେ ସେଥିପାଇଁ କୃଷ୍ଣଙ୍କୁ ପ୍ରାର୍ଥନା କରିଲେ ଯେ "ଆପଣ ନିଜେ ଆସନ୍ତୁ । ଆପଣଙ୍କର ବ୍ୟକ୍ତିଗତ ଉପସ୍ଥିତି ବିନା, ଏହି ପତିତ ଆତ୍ମାମାନଙ୍କର ଉଦ୍ଧାର କରିବା ଅସମ୍ଭବ ।" ତେଣୁ ତାଙ୍କର ନିମନ୍ତ୍ରଣ ଦ୍ଵାରା ଭଗବାନ ଚୈତନ୍ୟ ଅବତରିତ ହେଲେ । "ସ୍ଵାଭାବିକ ଭାବରେ..." ନରୋତ୍ତମ ଦାସ ଠାକୁର ଅଦ୍ଵୈତ ପ୍ରଭୁଙ୍କୁ ପ୍ରାର୍ଥନା କରନ୍ତି, ଯେ "ଯଦି ଆପଣ ମୋ ଉପରେ କୃପା କରିବେ, ସ୍ଵାଭାବିକ ଭାବରେ ଭଗବାନ ଚୈତନ୍ୟ ଏବଂ ନିତ୍ୟାନନ୍ଦ ମଧ୍ୟ ମୋ ଉପରେ କୃପା କରିବେ ।"

ତାପରେ ସେ ଗୋସ୍ଵାମୀମାନଙ୍କୁ ପ୍ରାର୍ଥନା କରନ୍ତି । ହା ହା ସ୍ଵରୂପ, ସନାତନ, ରୂପ, ରଘୁନାଥ । "ମୋର ପ୍ରିୟ ଗୋସ୍ଵାମୀ ପ୍ରଭୁମାନେ," ସ୍ଵରୂପ । ସ୍ଵରୂପ ଦାମୋଦର ହେଉଛନ୍ତି ଭଗବାନ ଚୈତନ୍ୟଙ୍କର ବ୍ୟକ୍ତିଗତ ମୁନିସୀ । ସେ ସର୍ବଦା ଭଗବାନ ଚୈତନ୍ୟଙ୍କ ସହିତ ରହୁଥିଲେ, ଏବଂ ସେ ଯାହା ଚାହୁଁଥିଲେ, ସେ ତୁରନ୍ତ ତାର ବ୍ୟବସ୍ଥା କରୁଥିଲେ । ଦୁଇଜଣ ବ୍ୟକ୍ତିଗତ ସେବକ, ସ୍ଵରୂପ ଦାମୋଦର ଏବଂ ଗୋବିନ୍ଦ, ସେମାନେ ସର୍ବଦା, ନିରନ୍ତର ଭାବରେ ଭଗବାନ ଚୈତନ୍ୟଙ୍କ ସହିତ ରହୁଥିଲେ । ତେଣୁ ନରୋତ୍ତମ ଦାସ ଠାକୁର ସ୍ଵରୂପ ଦାମୋଦରଙ୍କୁ ମଧ୍ୟ ପ୍ରାର୍ଥନା କରନ୍ତି । ଏବଂ ତାପରେ ଗୋସ୍ଵାମୀମାନେ । ଭଗବାନ ଚୈତନ୍ୟଙ୍କର ପରବର୍ତ୍ତୀ ଶିଷ୍ୟ ହେଉଛନ୍ତି ଛଅ ଜଣ ଗୋସ୍ଵାମୀ: ଶ୍ରୀ ରୂପ, ଶ୍ରୀ ସନାତନ, ଶ୍ରୀ ଭଟ୍ଟ ରଧୁନାଥ, ଶ୍ରୀ ଗୋପାଳ ଭଟ୍ଟ ଗୋସ୍ଵାମୀ, ଶ୍ରୀ ଜୀବ ଗୋସ୍ଵାମୀ ଏବଂ ରଘୁନାଥ ଦାସ ଗୋସ୍ଵାମୀ । ଏହି ଛଅ ଜଣ ଗୋସ୍ଵାମୀ ପ୍ରତ୍ୟକ୍ଷ ଭାବରେ ଭଗବାନ ଚୈତନ୍ୟଙ୍କ ଠାରୁ ନିର୍ଦ୍ଦେଶ ପାଇଥିଲେ, ଏହି କୃଷ୍ଣ ଚେତନା ଆନ୍ଦୋଳନର ପ୍ରସାର କରିବା ପାଇଁ । ନରୋତ୍ତମ ଦାସ ଠାକୁର ସେମାନଙ୍କୁ ମଧ୍ୟ ପ୍ରାର୍ଥନା କରୁଛନ୍ତି । ଏବଂ ଗୋସ୍ଵାମୀମାନଙ୍କ ପରେ, ପରବର୍ତ୍ତୀ ଆଚାର୍ଯ୍ୟ ହେଉଛନ୍ତି ଶ୍ରୀନିବାସ ଆଚାର୍ଯ୍ୟ । ତେଣୁ ସେ ଶ୍ରୀନିବାସ ଆଚାର୍ଯ୍ୟଙ୍କୁ ମଧ୍ୟ ପ୍ରାର୍ଥନା କରୁଛନ୍ତି ।

ବାସ୍ତବରେ, ନରୋତ୍ତମ ଦାସ ଠାକୁର ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରୀନିବାସ ଆଚାର୍ଯ୍ୟଙ୍କ ପରେ ଅଛନ୍ତି । କିମ୍ଵା ପ୍ରାୟତଃ ସେ ସମକାଳୀନ ଥିଲେ । ଏବଂ ତାଙ୍କର ବ୍ୟକ୍ତିଗତ ମିତ୍ର ହେଉଛନ୍ତି ରାମଚନ୍ଦ୍ର, ରାମଚନ୍ଦ୍ର ଚକ୍ରବର୍ତ୍ତୀ । ତେଣୁ ସେ ପ୍ରାର୍ଥନା କରୁଛନ୍ତି ଯେ "ମୁଁ ସର୍ବଦା ରାମଚନ୍ଦ୍ରଙ୍କର ସଙ୍ଗ ଚାହୁଁଛି ।" ଭକ୍ତମାନଙ୍କର ସଙ୍ଗ । ପୁରା ପ୍ରକ୍ରିୟା ଏହାକି ଯେ ଆମେ ସର୍ବଦା ବରିଷ୍ଠ ଆଚାର୍ଯ୍ୟମାନଙ୍କର କୃପା ପାଇଁ ପ୍ରାର୍ଥନା କରିବା ଉଚିତ୍ । ଏବଂ ଆମେ ଶୁଦ୍ଧ ଭକ୍ତମାନଙ୍କ ସହିତ ରହିବା ଉଚିତ୍ । ତେବେ କୃଷ୍ଣ ଚେତନାରେ ଉନ୍ନତି କରିବା ଆମ ପାଇଁ ସହଜ ହେବ, ଭଗବାନ ଚୈତନ୍ୟ ଏବଂ ଭଗବାନ କୃଷ୍ଣଙ୍କର କୃପା ଲାଭ କରିବା ପାଇଁ । ଏହା ହେଉଛି ସାର ନରୋତ୍ତମ ଦାସ ଠାକୁରଙ୍କ ଦ୍ଵାରା ବୋଲା ଯାଇଥିବା ଏହି ଗୀତର ।