OR/Prabhupada 0409 - ଭଗବଦ୍ ଗୀତାରେ ଭାଷାନ୍ତର କରିବାର କୌଣସି ପ୍ରଶ୍ନ ନାହିଁ

Revision as of 22:41, 1 October 2020 by Elad (talk | contribs) (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
(diff) ← Older revision | Latest revision (diff) | Newer revision → (diff)


Cornerstone Laying -- Bombay, January 23, 1975

ତ ଏହି କାର୍ଯ୍ୟଟି ଅତ୍ୟନ୍ତ ପ୍ରାଧୀକୃତ, ଏବଂ ଏହା ଏକ ବିରାଟ ପରିସରର କାର୍ଯ୍ୟକଳାପକୁ ଦର୍ଶାଉଛି । ସେଥିପାଇଁ ବମ୍ବେର ବାସିନ୍ଦା ମାନଙ୍କୁ ମୋର ଅନୁରୋଧ, ମୁଖ୍ୟତଃ ଯେଉଁମାନେ ଆମର ସଦସ୍ୟ, ସେମାନେ ଦୟାକରି ସେମାନେ କ୍ରିୟାତ୍ମକଭାବରେ ଗ୍ରହଣ କରନ୍ତୁ, କିପରି ଏହି ଅନୁଷ୍ଠାନକୁ ବମ୍ବେରେ ଅତ୍ୟନ୍ତ ସଫଳ କରାଇବା । ଅନେକ ଭାଇ ଓ ଭଉଣୀମାନେ ଏଠାରେ ଉପସ୍ଥିତ ଅଛନ୍ତି । ଆମେ ମାନେ, ଯାହାକିଛି ଆମେ କରୁଛୁ ତାହା ମନଇଚ୍ଛା ବା ମନଗଢ଼ଣ କାହାଣୀ ନୁହେଁ । ଏହା ପ୍ରାଧୀକୃତ, ଏବଂ ଏହା ଠିକ ଭଗବତ ଗୀତାର ସ୍ତରର ଅଟେ । ଆମର ବର୍ତମାନ ଆନ୍ଦୋଳନ ଭଗବଦ ଗୀତାକୁ ଆଧାର କରୁଛି - ବା -ଭଗବତ ଗୀତା ଯଥା ସ୍ୱରୂପକୁ । ଆମେ କିଛି ମନ୍ତବ୍ୟ ଦେଉନାହୁଁ, ଆମେ ମୁର୍ଖଭାବରେ ମନ୍ତବ୍ୟ ଦେଉନାହୁଁ, କାରଣ... ମୁଁ ଉଦ୍ଦେଶ୍ୟ ପୂର୍ଣ୍ଣ ଢଙ୍ଗରେ ଏହି ଶବ୍ଦ "ମୁର୍ଖଭାବରେ," କହିଛି କାରଣ କାହିଁକି ଆମେ କୃଷ୍ଣଙ୍କର ଶବ୍ଦାର୍ଥକୁ ହସ୍ତକ୍ଷେପ କରିବୁ? ମୁଁ କଣ କୃଷ୍ଣଙ୍କଠାରୁ ମହାନ କି? ବା କୃଷ୍ଣ କିଛି ଅଂଶ ମୋ ପାଇଁ ଛାଡି ଦେଇଛନ୍ତି କି ହସ୍ତକ୍ଷେପ କରିବା ପାଇଁ? ତେବେ କୃଷ୍ଣଙ୍କର ମହତ୍ବ କଣ ରହିଲା? ଯଦି ମୁଁ ନିଜର ମତ ଦେବି, ନିଜକୁ କୃଷ୍ଣଙ୍କଠାରୁ ଅଧିକ ଭାବିବି, ଏହା ହେଉଛି ଭଦବାନଙ୍କ ପ୍ରତି ନିନ୍ଦା କରିବା । ମୁଁ କିପରି କୃଷ୍ଣଙ୍କ ଠାରୁ ଅଧିକ ମହାନ ହୋଇ ପାରିବି? ଯଦି ଆମେ ବାସ୍ତବରେ ଏହି ଭଗବଦ ଗୀତାର ଲାଭ ଉଠେଇବା ପାଇଁ ଚାହିଁବା, ତେବେ ଆମକୁ ଭଗବଦ ଗୀତାକୁ ମୌଳିକ ରୂପରେ ଗ୍ରହଣ କରିବା ଉଚିତ । ଠିକ ଯେପରି ଅର୍ଜୁନ ଗ୍ରହଣ କରିଥିଲେ । ଅର୍ଜୁନ, ଭଗବଦ ଗୀତା ଶୁଣିବା ପରେ, ସେ କହିଥିଲେ, ସର୍ବଂ ଏତଂ ରତଂ ମାନ୍ୟେ: "ମୁଁ ସବୁକିଛି ଗ୍ରହଣ କରୁଛି, ପ୍ରିୟ କେଶବ, ଯାହା କିଛି ଆପଣ କହିଛନ୍ତି । ମୁଁ ସମ୍ପୂର୍ଣରୁପେ ତାହା ସ୍ବୀକାର କରୁଛି, ବିନା କିଛି ପରିବର୍ତ୍ତନ କରି ।" ଏହା ହେଉଛି ଭଗବତ ଗୀତାକୁ ବୁଝିବା, ନାଁ କି ମୁଁ ଭଗବତ ଗୀତାର ସାହାଯ୍ୟ ନେବି ଏବଂ ମୁଁ ମୋ ଅଜ୍ଞାନତା ପୂର୍ଣ୍ଣ ଅନୁବାଦ କରିବି ଯେଉଁଥିପାଇଁ ଲୋକେ ମୋର ସିଦ୍ଧାନ୍ତକୁ ଗ୍ରହଣ କରିବେ । ଏହା ଭଗବତ ଗୀତା ନୁହେଁ । ଭାଗବତ ଗୀତାର ଅର୍ଥକୁ ନିଜ ହିସାବରେ ମନ୍ତବ୍ୟ ଦେବାର ପ୍ରଶ୍ନ ହିଁ ନାହିଁ । ନିଜ ହିସାବରେ ମନ୍ତବ୍ୟ ଦେଇପାରିବ ଯେତେବେଳେ ତୁମେ ତାହାକୁ ବୁଝି ପାରିବିନି । ଯେତେବେଳେ ସବୁକିଛି ସ୍ପଷ୍ଟ ରୂପେ ବୁଝି ହେଉଛି... ଯଦି ମୁଁ କହିବି, "ଏହା ଏକ ମାଇକ," ସମସ୍ତେ ବୁଝିପାରୁଛ ଯେ ଏହା ଏକ ମାଇକ । ତେବେ ଏଥିରେ ମନ୍ତବ୍ୟ ବ୍ୟକ୍ତ କରିବା ଆବଶ୍ୟକ କି? କୋଣସି ଆବଶ୍ୟକତା ନାହିଁ । ଏହା ବୋକାମୀ, ପଥଭ୍ରଷ୍ଟ କରିବା I ଭଗବତ ଗୀତାରେ ମନ୍ତବ୍ୟ ବ୍ୟକ୍ତ କରିବା ଆବଶ୍ୟକ ହି ନାହିଁ I ଏହା... ସବୁକିଛି ପୂର୍ଣ୍ଣରୁପେ ସ୍ପଷ୍ଟ ଅଛି । ଠିକ ଯେପରି ଭଗବାନ କୃଷ୍ଣ କହୁଛନ୍ତି... କୃଷ୍ଣ କହୁନାହାଁନ୍ତି ଯେ "ତୁମେ ସମସ୍ତେ ସନ୍ୟାସୀ ହୋଇଯାଅ ଏବଂ ତୁମର ବୃତିଗତ କର୍ମକୁ ତ୍ୟାଗ କର," ନାଁ । କୃଷ୍ଣ କହୁଛନ୍ତି, ସର୍ବ-କର୍ମଣା ତଂ ଅଭ୍ୟାର୍ଚ୍ୟା ସଂସିଧିଃ ଲଭତେ ନରଃ (BG 18.46) । ତୁମେ ତୁମର କାର୍ଯ୍ୟ କର । ତୁମେ ତୁମର ସ୍ଥିତିରେ ରୁହ । କିଛି ବଦଳାଇବା ଆବଶ୍ୟକ ନୁହେଁ । ତଥାପି ତୁମେ କୃଷ୍ଣ ଚେତନାଶୀଳ ହୋଇପାରିବ ଏବଂ ନିଜର ଜୀବନକୁ ସଫଳ କରିପାରିବ । ଏହା ହେଉଛି ଭଗବଦ ଗୀତାର ସନ୍ଦେଶ । ଭଗବଦ ଗୀତା କୌଣସି ସାମାଜିକ କ୍ରମ ବା ଆଧ୍ୟାତ୍ମିକ କ୍ରମକୁ ଓଲଟା-ପାଲଟା କରେ ନାହିଁ । ନାଁ । ଏହା ପାଧିକରଣ ଅନୁସାରେ ନିର୍ଦ୍ଧାରିତ କରିବା ଦରକାର । ଏବଂ ସବୁଠାରୁ ଭଲ ଅଧିକାରୀ ହେଉଛନ୍ତି କୃଷ୍ଣ ।

ସେଥିପାଇଁ ଏହି ସଂସ୍ଥାକୁ ସଫଳ କର, ତୁମେ ଉପସ୍ତିତ ବମ୍ବେର ସଜ୍ଜନ ବ୍ୟକ୍ତିମାନେ । ଆମକୁ ବହୁତ ଭଲ ଜାଗା ମିଳିଛି । ଆମେ ଏଠାରେ ନିର୍ମାଣ କରୁଛୁ ତେବେ ତୁମେ ଏଠାକୁ ଆସିପାର, ରହିପାର, ଅତି କମରେ ସପ୍ତାହର ଶେଷଦିନ ମାନଙ୍କରେ । ଯଦି ତୁମେ ଆସିବ, ଯେଉଁମାନେ ଅବସରପ୍ରାପ୍ତ ବା ବୃଦ୍ଧ ସଜ୍ଜନମାନେ ଏବଂ ମହିଳାମାନେ, ସେମାନେ ଏଠାକୁ ଆସିପାରନ୍ତି ଏବଂ ରହିପାରନ୍ତି । ଆମ ପାଖରେ ପର୍ଯ୍ୟାପ୍ତ ଜାଗା ଥିବ । କିନ୍ତୁ ସମଗ୍ର ବିଶ୍ଵରେ ଭଗବଦ ଗୀତାର ଏହି ସିଦ୍ଧାନ୍ତଗୁଡିକୁ ବ୍ୟବସ୍ଥିତ କରିବା ପାଇଁ ଚେଷ୍ଟା କର । ତାହା ଭାରତବର୍ଷର ଉପହାର ହେବ । ଚୈତନ୍ୟ ମହାପ୍ରଭୁ ଇଛାପ୍ରକାଶ କରିଥିଲେ ଯେ ଯିଏ କେହି ମଧ୍ୟ ଭାରତବର୍ଷରେ ଜନ୍ମଗ୍ରହଣ କରେ, ମଣିଷରୁପରେ, ବିଲେଈ ଏବଂ କୁକୁରମାନେ ନୁହେଁ... କୁକର ଓ ବିଲେଈମାନେ ଅନ୍ୟମାନଙ୍କର ମଙ୍ଗଳ କରିବାରେ କୌଣସି ପ୍ରୟାସରେ ସାମିଲ ହୋଇପାରିବେ ନାହିଁ । ସେ କହିଥିଲେ,

ଭାରତ-ଭୁମିତେ ମନୁଷ୍ୟ-ଜନ୍ମ ହୋଇଲା ଯାର
ଜନ୍ମ ସାର୍ଥକ କରି କର ପର-ଉପକାର
(CC Adi 9.41)

"ଯିଏ କେହି ମଧ୍ୟ ଭାରତରେ ମନୁଷ୍ୟ ରୂପରେ ଜନ୍ମ ନେଇଛନ୍ତି, ଭାରତ-ଭୁମି, ପ୍ରଥମତଃ ନିଜ ଜୀବନକୁ ସଫଳ କର ।" କାରଣ ତୁମ ପାଖରେ ମାପଦଣ୍ଡ ଅଛି କିପରି ଜୀବନକୁ ସଫଳ କରିବା ପାଇଁ । ଏଇଠି ଅଛି ଭଗବଦ ଗୀତା । ଏହାକୁ ବୁଝିବାକୁ ଚେଷ୍ଟା କର, ନିଜ ଜୀବନକୁ ସଫଳ କର, ଏବଂ ତାପରେ ଏହି ସନ୍ଦେଶକୁ ସମଗ୍ର ବିଶ୍ଵରେ ପ୍ରଚାର କର । ତାହା ହେଉଛି ପରୋପକାର । ତେଣୁ ବାସ୍ତବରେ, ଭାରତ ଓ ଭାରତବାସୀ, ସେମାନଙ୍କର ଉଦ୍ଦେଶ୍ୟ ହେଉଛି ପରୋପକାର ପାଇଁ । ଆମ ମାନଙ୍କର ଉଦ୍ଦେଶ୍ୟ ଅନ୍ୟମାନଙ୍କର ଶୋଷଣ କରିବା ନୁହେଁ । ତାହା ଆମର ଲକ୍ଷ୍ୟ ନୁହେଁ । ବାସ୍ତବରେ ଏହା ହିଁ ହେଉଛି । ସମସ୍ତେ ଭାରତରୁ ବାହାରକୁ ଚାଲିଯାଉଛନ୍ତି । ସେମାନେ ଶୋଷଣ କରିବା ପାଇଁ ସେଠାକୁ ଯାଆନ୍ତି । କିନ୍ତୁ ପ୍ରଥମଥର ପାଇଁ ଭାରତ ବାହାର ଲୋକମାନଙ୍କୁ କିଛି ଦେଉଛି, ତାହା ହେଉଛି ଆଧ୍ୟାତ୍ମିକ ଜ୍ଞାନ । ଏବଂ ତାହାର ପ୍ରମାଣ ତୁମେ ଦେଖିପାରିବ । ଆମେ ଦେଉଛୁ, ଆମେ ନେଉଁନୁ । ଆମେ ଭିକ୍ଷା ମାଗିବାକୁ ଯାଉନାହୁଁ," ମୋତେ ଗହମ ଦିଅ, ମୋତେ ଟଙ୍କା ଦିଅ, ମୋତେ ଏହା ଦିଅ, ମୋତେ ତାହା ଦିଅ ।" ନାଁ । ଆମେ କିଛି ମୁଲ୍ୟବାନ ଜିନିଷ ପ୍ରଦାନ କରୁଛୁ, ଏବଂ ସେମାନେ ଆଭାର ପ୍ରକାଶ କରୁଛନ୍ତି । ଅନ୍ୟଥା, କାହିଁକି ଏହି ଯୁବକ ଓ ଯୁବତିମାନେ, ଏହି କୃଷ୍ଣ ଚେତନା ଆନ୍ଦୋଳନ ପଛରେ ପଡିଛନ୍ତି? ସେମାନେ କିଛି ଅନୁଭବ କରୁଛନ୍ତି ଯେ ସେମାନଙ୍କୁ କିଛି ମୁଲ୍ୟବାନ ଜିନିଷ ମିଳୁଛି । ତ ଏଥିରେ ଶକ୍ତି ଅଛି, ବହୁତ ଭଲ ଶକ୍ତି ଅଛି । ସେମାନେ ଆମେରୀକିୟ ବା କାନାଡାବାସୀ ବା ଅଷ୍ଟ୍ରେଲିୟାବାସୀ ଭଳିଆ ଅନୁଭବ କରୁନାହାଁନ୍ତି । ଆମେମାନେ ମଧ୍ୟ ଭାରତୀୟଙ୍କ ଭଳି ଅନୁଭବ କରୁନାହୁଁ । ଆଧ୍ୟାତ୍ମିକ ସ୍ତରରେ ଆମେ ସମସ୍ତେ ଏକ ।

ବିଦ୍ୟା-ବିନୟ-ସମ୍ପନ୍ନେ
ବ୍ରାହ୍ମଣେ ଗବି ହସ୍ତିନେ
ଶୁନି ଚୈବ ଶ୍ଵ-ପାକେ ଚ
ପଣ୍ଡିତାଃ ସମ-ଦର୍ଶିନଃ
(BG 5.18)

ଏହା ହେଉଛି ବାସ୍ତବ ଶିକ୍ଷା । ଆତ୍ମାବତ୍ ସର୍ବେ ଭୁତେଷୁ । ଏମିତିକି ମହାନ୍ ପଣ୍ଡିତ, ଚାଣକ୍ୟ ପଣ୍ଡିତ, ସେ କହିଛନ୍ତି,

ମାତୃବତ୍ ପର-ଦାରେଷୁ
ପର-ଦ୍ରବ୍ୟେଷୁ ଲୋଷ୍ଟ୍ରବତ
ଆତ୍ମବତ୍ ସର୍ବ-ଭୁତେଷୁ ଯଃ
ପଶ୍ୟତି ସ ପଣ୍ଡିତଃ

ତେଣୁ ଏହା ଏକ ମହାନ୍ ସଂସ୍କୃତି, ଭଗବଦ ଗୀତା ଯଥା ସ୍ଵରୂପ । ତ ଏଠାରେ ଉପସ୍ଥିତ ଗୁରୁତ୍ତ୍ଵପୂର୍ଣ୍ଣ ସଜ୍ଜନ ମହିଳା ଓ ପୁରୁଷ ମାନେ, ଏହି ସଂସ୍ଥାକୁ ସଫଳ କରାଅ ଏବଂ ଏଠାକୁ ଆସ, ଭଗବଦ ଗୀତା ଯଥା ସ୍ଵରୁପକୁ ପଢ ବିନା କୌଣସି ମୂର୍ଖତା ପୂର୍ଣ୍ଣ ମନ୍ତବ୍ୟରେ। ମୁଁ ବାରମ୍ଵାର ମୂର୍ଖ ବୋଲି ସମ୍ବୋଧନ କରୁଛି କାରଣ ନିଜ ହିସାବରେ ମନ୍ତବ୍ୟ ଆଦୌ ଆବଶ୍ୟକ ନୁହେଁ । ଆରମ୍ଭରୁ ହିଁ ସବୁକିଛି ସ୍ପଷ୍ଟ ଅଛି ।

ଧର୍ମ କ୍ଷେତ୍ରେ କୁରୁ କ୍ଷେତ୍ରେ
ସମବେତା ୟୁୟୁତ୍ସବଃ
ମାମକାଃ ପାଣ୍ଡବାଶ ଚୈବ
କିମ୍ ଅକୁର୍ବତ ସଂଜୟ
(BG 1.1)

ତ ପୁରା ସ୍ପଷ୍ଟ ହେଲା ।