OR/Prabhupada 0414 - ମୂଳ ପରମ ପୁରୁଷ ଭଗବାନ, କୃଷ୍ଣଙ୍କ ନିକଟକୁ ଯାଅ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0414 - in all Languages Category:OR-Quotes - 1968 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 7: Line 7:
[[Category:OR-Quotes - in USA, Seattle]]
[[Category:OR-Quotes - in USA, Seattle]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0413 - ଜପ କରିବା ଦ୍ଵାରା, ଆମେ ପୂର୍ଣ୍ଣତାର ଉଚ୍ଚତମ ସ୍ତରକୁ ଆସି ପାରିବା|0413|OR/Prabhupada 0415 - ଛଅ ମାସ ମଧ୍ୟରେ ତୁମେ ଭଗବାନ ହୋଇ ଯିବ - ବହୁତ ମୂର୍ଖ ନିଷ୍କର୍ଷ|0415}}
{{1080 videos navigation - All Languages|Oriya|OR/Prabhupada 0413 - ଜପ କରିବା ଦ୍ଵାରା, ଆମେ ପୂର୍ଣ୍ଣତାର ଉଚ୍ଚତମ ସ୍ତରକୁ ଆସି ପାରିବା|0413|OR/Prabhupada 0415 - ଛଅ ମାସ ମଧ୍ୟରେ ତୁମେ ଭଗବାନ ହୋଇ ଯିବ - ବହୁତ ମୂର୍ଖ ନିଷ୍କର୍ଷ|0415}}
<!-- END NAVIGATION BAR -->
<!-- END NAVIGATION BAR -->

Latest revision as of 22:40, 1 October 2020



Lecture & Initiation -- Seattle, October 20, 1968

ପ୍ରଭୁପାଦ: ଗୋବିନ୍ଦମ ଅଦି-ପୁରୁଷମ ତମ ଅହମ୍ ଭଜାମି ।

ଦର୍ଶକ: ଗୋବିନ୍ଦମ ଅଦି-ପୁରୁଷମ ତମ ଅହମ୍ ଭଜାମି ।

ପ୍ରଭୁପାଦ: ତେବେ କୃଷ୍ଣ ଚେତନା ଅନ୍ଦୋଳନର ଅର୍ଥ ହେଉଛି ପ୍ରକୃତ ପରମ ପୁରୁଷ ଭଗବାନ, କୃଷ୍ଣଙ୍କ ପାଖକୁ ଯିବା । ଏହା ହେଉଛି କୃଷ୍ଣ ଚେତନା । ପ୍ରତ୍ୟକ୍ଷ ଭାବରେ । ଏହା ହେଉଛି ଭଗବାନ ଚୈତନ୍ୟଙ୍କର ବିଶେଷ ଉପହାର ଯେ... ଏହି ଯୁଗରେ ଏତେ ସାରା ଅସଙ୍ଗତି ଅଛି, ମନୁଷ୍ୟ ଜୀବନରେ ତୃଟି, ଯେ ଧିରେ ଧିରେ ସେମାନେ କୃଷ୍ଣ ଚେତନା, କିମ୍ଵା ଭଗବାନ ଚେତନାର ବିଚାରକୁ ତ୍ୟାଗ କରୁଛନ୍ତି । କେବଳ ଧିରେ ଧିରେ ସେମାନେ ତ୍ୟାଗ କରୁନାହାଁନ୍ତି, ସେମାନେ ପୂର୍ବରୁ ଛାଡି ସାରିଲେଣି । ତେଣୁ ବେଦାନ୍ତ-ସୂତ୍ର ସେଥିପାଇଁ କୁହଁନ୍ତି, ଅଥତୋ ବ୍ରହ୍ମ ଜିଜ୍ଞାସା । ଏହା ନୁହେଁ ଯେ ଆମେ ଏକ ଭିନ୍ନ ପ୍ରକାରର ଧାର୍ମିକ ପ୍ରଣାଳୀ ଆରମ୍ଭ କରୁଛୁ । ଏହା ବର୍ତ୍ତମାନ ଦିନର ଏକ ବଡ ଆବଶ୍ୟକତା । କାରଣ ଆମେ କହୁ ଯେ ତୁମେ ଶାସ୍ତ୍ର, ବାଇବେଲକୁ ଅନୁସରଣ କର, କିମ୍ଵା କୋରାନ, କିମ୍ଵା ବେଦକୁ ଅନୁସରଣ କର, ଲକ୍ଷ୍ୟ ହେଉଛି ଭଗବାନ । କିନ୍ତୁ ବର୍ତ୍ତମାନ ସମୟରେ, ଏହି କଳି ଯୁଗର ପ୍ରଭାବ ଯୋଗୁଁ... କଳିଯୁଗ ଅର୍ଥାତ୍ ଝଗଡା ଏବଂ ଅସହମତିର ଯୁଗ । ତେଣୁ ଏହି ଯୁଗରେ ଲୋକମାନେ ଅନେକ ରୂପରେ ଲଜ୍ଜିତ ହେଉଛନ୍ତି । ପ୍ରଥମ ଅଯୋଗ୍ୟତା ହେଉଛି ଯେ ସେମାନେ ବହୁ ବର୍ଷ ବଞ୍ଚନ୍ତି ନାହିଁ । ଭାରତରେ ଜୀବନର ମଧ୍ୟବର୍ତ୍ତୀ ସମୟ ହେଉଛି ପଞ୍ଚ ତିରିଶି ବର୍ଷ, ଏବଂ ମୁଁ ଠିକରେ ଜାଣି ନାହିଁ ଏଠାରେ ଜୀବନର ମଧ୍ୟବର୍ତ୍ତୀ ସମୟ କେତେ, କିନ୍ତୁ ଭାରତରେ ଲୋକମାନଙ୍କର ଭିଡ ଅଛି । ସେମାନଙ୍କର ବୁଦ୍ଧି ନାହିଁ, ବା ସେମାନେ ଭାରତ ବାହାରକୁ ଯାଇ ଉପନିବେଶ ସ୍ଥାପନ କରିବା ପାଇଁ ଖାତିର କରନ୍ତି ନାହିଁ । ସମସ୍ତେ ସେଠାକୁ ଲାଭ ଉଠେଇବା ପାଇଁ ଯାନ୍ତି, କିନ୍ତୁ ସେମାନେ ଅନ୍ୟ ସ୍ଥାନମାନଙ୍କର ଲାଭ ଉଠେଇବା ପାଇଁ ଭାବନ୍ତି ନାହିଁ । ତାହା ହେଉଛି ସେମାନଙ୍କର ସଂସ୍କୃତି... ସେମାନେ ଅନ୍ୟମାନଙ୍କ ସମ୍ପତ୍ତିରେ ଅନାଧିକୃତ ଭାବରେ ପ୍ରବେଶ କରବା ପାଇଁ ଚେଷ୍ଟା କରନ୍ତି ନାହିଁ । ଯ‍ାହା ହେଉ, ଭାରତର ସ୍ଥିତି ବହୁତ ଅସ୍ଥିର, କାରଣ ସେମାନେ ନିଜର ସଂସ୍କୃତି ଛାଡି ଦେଇଛନ୍ତି, ଏବଂ ସେମାନେ ପାଶ୍ଚାତ୍ୟ ସଂସ୍କୃତିର ନକଲ କରିବାକୁ ଚେଷ୍ଟା କରୁଛନ୍ତି, ଯାହା ସେମାେନ କରିପାରୁ ନାହାଁନ୍ତି, ଅନେକ ପରିସ୍ଥିତି ଯୋଗୁଁ, ସେଥିପାଇଁ ସେମାନେ ଦୁଇ ଜଣଙ୍କ ମଧ୍ୟରେ ଫଶି ଯାଉଛନ୍ତି, ଦୁଇଟି ସିଙ୍ଗ ମଧ୍ୟରେ । ତୁମେ ଦେଖୁଛ ।

ତେଣୁ ଏହି ଯୁଗ ହେଉଛି ସେହିପରି । କେବଳ ଭାରତରେ ନୁହେଁ, ଅନ୍ୟ ଦେଶମାନଙ୍କର ଅସୁବିଧା ଭିନ୍ନ ଭାବରେ ଅଛି । ଅସୁବିଧା ଭିନ୍ନ ପ୍ରକାରର । କିନ୍ତୁ ଅସୁବିଧା ଅଛି, ଭାରତରେ କିମ୍ଵା ଆମେରିକାରେ, କିମ୍ଵା ଚୀନରେ । ସବୁସ୍ଥାନରେ, ସେମାନେ ବିଶ୍ଵ ଶାନ୍ତି ପାଇଁ ଏତେ ସାରା ଯୋଜନା କରିବା ପାଇଁ ଚେଷ୍ଟା କରୁଛନ୍ତି । ତୁମ ଦେଶରେ ମଧ୍ୟ, ଏପରିକି ଆମେରିକାରେ ମଧ୍ୟ, କେନେଡି ପରି ବଡ ବ୍ୟକ୍ତିମାନଙ୍କ ପାଇଁ ଜୀବନର କୌଣସି ସୁରକ୍ଷା ନାହିଁ, ତୁମେ ଦେଖ । କାହାକୁ ବି କୌଣସି ସମୟରେ ମରା ଯାଇ ପାରିବ, କିନ୍ତୁ କୌଣସି ମକଦମା କରା ଯାଏ ନାହିଁ । ତେଣୁ ଏହା ହେଉଛି ଅନ୍ୟ ଏକ ସମସ୍ୟା । ସାମ୍ୟବାଦୀ ଦେଶମାନଙ୍କରେ ସେମାନେ, ବଳ ପୂର୍ବକ, ସେମାନେ ନାଗରୀକମାନଙ୍କ ଉପରେ ଶାସନ କରୁଛନ୍ତି । ତେଣୁ ଏତେ ସାରା ଋଷୀୟ, ଏତେ ସାରା ଚୀନବାସୀମାନେ, ସେମାନେ ସେମାନଙ୍କର ଦେଶରୁ ଦୁରକୁ ଯାଉଛନ୍ତି । ସେମାନେ ଏହି ସାମ୍ୟବାଦୀ ବିଚାର ପସନ୍ଦ କରନ୍ତି ନାହିଁ । ତେଣୁ ଅସୁବିଧା ଅଛି ଏହି ଯୁଗ ପାଇଁ । ଏହି କଳି ଯୁଗ ଯୋଗୁଁ, ଅସୁବିଧା ଅଛି, ଏବଂ ଅସୁବିଧାଗୁଡିକ କ'ଣ? ଅସୁବିଧା ହେଉଛି ଯେ ଏହି ଯୁଗରେ ଲୋକମାନେ କମ ବର୍ଷ ବଞ୍ଚନ୍ତି, ସେମାନଙ୍କର ଜୀବନର ଅବଧି । ଆମେ ଜାଣି ନାହୁଁ ଆମେ କେତେବେଳେ ମୃତ୍ୟୁବରଣ କରିବା । ଯେ କୌଣସି ମୂହୁର୍ତ୍ତରେ । ଏହା କୁହାଯାଏ ଯେ ଭଗବାନ ରାମଚନ୍ଦ୍ରଙ୍କର ଶାସନ ସମୟରେ, ଏକ ବ୍ରାହ୍ମଣ...(ଅନ୍ୟପାଶ୍ଵରେ) ଏହା କାମ କରୁନାହିଁ? ଏକ ବ୍ରାହ୍ମଣ, ସେ ରାଜାଙ୍କ ପାଖକୁ ଆସିଲା, "ମୋର ପ୍ରିୟ ରାଜା, ମୋର ପୁତ୍ର ମରି ଯାଇଛି । ତେଣୁ ଦୟାକରି ବ୍ୟାଖ୍ୟା କରନ୍ତୁ କାହିଁକି, ପିତାର ଉପସ୍ଥିତିରେ, ଏକ ପୁତ୍ର ମୃତ୍ୟୁବରଣ କରିଲା ।" ଟିକିଏ ଦେଖ ରାଜାଙ୍କର କେତେ ଉତ୍ତରଦାୟିତ୍ଵ ଥିଲା । ଏବଂ ବୁଦ୍ଧ ପିତା ରାଜାଙ୍କୁ ଅଭିଯୋଗ କରିବା ପାଇଁ ଆସିଥିଲା, "କାରଣ କ'ଣ ଥିଲା ଯେ ପିତାର ଉପସ୍ଥିତିରେ, ଏକ ପୁତ୍ର ମୃତ୍ୟୁ ବରଣ କରେ? ଦୟାକରି କୁହଁନ୍ତୁ?" ଟିକିଏ ଦେଖ ସରକାର କେତେ ଉତ୍ତରଦାୟୀ ଥିଲେ । ସରକାର ହେଉଛି ଦାୟୀ ଯଦି ପୁତ୍ର ପିତାଙ୍କ ପୂର୍ବରୁ ମୃତ୍ୟୁବରଣ କରେ । ସ୍ଵଭାବିକ ଭାବରେ ପିତା ପୁତ୍ରଠାରୁ ଅଧିକ ବୟସର, ତେଣୁ ସେ ପ୍ରଥମେ ମରିବା ଉଚିତ୍ । ତେଣୁ ଏପରି ଉତ୍ତରଦାୟୀ ସରକାର ଥିଲା । ବର୍ତ୍ତମାନ ସଭ୍ୟ ଜଗତରେ କେହି ବି କାହା ଦ୍ଵାରା ମରାଯାଇ ପାରିବ, କିନ୍ତୁ କେହି ଏହା ପାଇଁ ଖାତିର କରନ୍ତି ନାହିଁ ।