OR/Prabhupada 0413 - ଜପ କରିବା ଦ୍ଵାରା, ଆମେ ପୂର୍ଣ୍ଣତାର ଉଚ୍ଚତମ ସ୍ତରକୁ ଆସି ପାରିବା



Lecture on SB 1.16.26-30 -- Hawaii, January 23, 1974

ଜପ କରିବାର ତିନୋଟି ସ୍ତର ଅଛି । ଗୋଟିଏ ହେଉଛି ଅପରାଧର ସହ ଜପ କରିବା, ପ୍ରାରମ୍ଭରେ । ଦଶ ପ୍ରକାରର ଅପରାଧ ଅଛି । ଆମେ ଅନେକ ଥର ବର୍ଣ୍ଣନା କରିଛୁ । ଯଦି ଆମେ ଅପରାଧର ସହ ଜପ କରିବା, ତାହା ହେଉଛି ପ୍ରଥମ ସ୍ତର । ଯଦି ଅମେ ବିନା ଅପରାଧରେ ଜପ କରିବା, ତାହା ଆଉ ଏକ ସ୍ତର । ଏବଂ ଯଦି ଆମେ ଶୁଦ୍ଧତା ପୂର୍ବକ ଜପ କରିବା... ବିନା ଅପରାଧ ମାନେ ତାହା ଶୁଦ୍ଧ ନୁହେଁ । ତୁମେ ଅପରାଧକୁ ଛାଡିବାକୁ ଚେଷ୍ଟା କରୁଛ, କିନ୍ତୁ ଏବେ ପର୍ଯ୍ୟନ୍ତ ଅପରାଧ ରୋହିତ ହୋଇନାହ । କିନ୍ତୁ ଯେତେବେଳ ଶୁଦ୍ଧ ଜପ କରିବ ତାହା ହେଉଛି ସଫଳତା । ନାମ, ନାମଭାଷା, ଏବଂ ଶୁଦ୍ଧନାମ । ତେଣୁ ଆମର ଲକ୍ଷ୍ୟ ହେଉଛି... ତାହା ଆଗରୁ ଚର୍ଚ୍ଚା କରିଛୁ । ତୁମେ ଚୈତନ୍ୟ ଚରିତାମୃତରେ ପାଇବ ଯେ, ହରିଦାସ ଠାକୁର ଏବଂ ବ୍ରାହ୍ମଣ ଭିତରେ ବାର୍ତ୍ତାଳାପ । ତେଣୁ ଜପ କରିବା ଦ୍ଵାରା, ଆମେ ପୂର୍ଣ୍ଣତାର ସର୍ବୋଚ୍ଚ ସ୍ତରକୁ ପହଞ୍ଚିପାରିବା । ଆରମ୍ଭରେ ଅପରାଧ ହୋଇପାରେ, କିନ୍ତୁ ଯଦି ଆମେ ଅପରାଧରୁ ମୁକ୍ତ ହେବାକୁ ଚାହିଁବା, ତେବେ ତାହା ନାମଭାସ । ନାମଭାସ ମାନେ ପ୍ରକୃତରେ ଶୁଦ୍ଧ ନାମ ନୁହେଁ, କିନ୍ତୁ ପାଖାପାଖି ଶୁଦ୍ଧ । ନାମଭାସ, ଏବଂ ଶୁଦ୍ଧନାମ । ଯେତେବେଳେ ଜଣେ ଶୁଦ୍ଧନାମ ଜପ କରିବ, ନାମ, ଭଗବାନଙ୍କର ନାମ, ତେବେ ସେ କୃଷ୍ଣଙ୍କ ସହିତ ପ୍ରେମର ସ୍ତରରେ ଅଛି । ତାହା ହେଉଛି ପୂର୍ଣତାର ସ୍ତର । ଏବଂ ନାମଭାଷ ସ୍ତରରେ, ଶୁଦ୍ଧ ନୁହେଁ, ତଟସ୍ଥ, ଶୁଦ୍ଧତା ଏବଂ ଅପରାଧ ମଧ୍ୟରେ, ତାହା ମୁକ୍ତି । ତୁମେ ମୁକ୍ତ ହୋଇ ଯିବି, ଭୌତିକ ବନ୍ଧନରୁ ମୁକ୍ତ ହୋଇ ଯିବ ।ଏବଂ ଯଦି ଆମେ ଅପରାଧର ସହିତ ଜପ କରିବା, ତେବେ ଆମେ ଭୌତିକ ଜଗତରେ ରହି ଯିବା । ଭକ୍ତି ବିନୋଦ ଠାକୁର କହିଥିଲେ, ନାମାକାର ବହିରା ହୟ ନାମ ନାହିଁ ହୟ । ଏହା ଯାନ୍ତ୍ରିକ, "ହରେ କୃଷ୍ଣ, ହରେ କୃଷ୍ଣ, ହରେ କୃଷ୍ଣ," ତଥାପି ଏହା ହରେ କୃଷ୍ଣ ନୁହେଁ । ନାମକର, ନାମ ବହିରେ ହାୟ, ନାମକର, ନାମ ନାହିଁ ହୟ ।

ତେଣୁ ଆମକୁ ଶୁଦ୍ଧତାର ସହ ଜପ କରିବାକୁ ହେବ । କିନ୍ତୁ ଆମେ ନିରାଶ ହେବ ଅନୁଚିତ । ଏପରିକି ଅଶୁଦ୍ଧ ହେଉ... ସେଥିପାଇଁ ଆମକୁ ଏକ ନିର୍ଦ୍ଦିଷ୍ଟ ଜପ ପ୍ରକ୍ରିୟାକୁ ସ୍ଥିର କରିବାକୁ ହେବ । କାରଣ ଆମେ ଶୁଦ୍ଧ ସ୍ତରରେ ନାହୁଁ । ସେଥିପାଇଁ, ବାଧ୍ୟତାମୁଳ... ଠିକ ଯେପରି ବିଦ୍ୟାଳୟରେ ଏକ ବାଳକ । ଆମେ ଏହି ଶିକ୍ଷା ଆମ ପିଲାବେଳ ସ୍କୁଲରେ ପାଇଥିଲୁ । ଆମ ଶିକ୍ଷକ ମୋତେ ପଚାରନ୍ତି, "ତୁ ଦଶ ପୃଷ୍ଠା ହସ୍ତାକ୍ଷର ଲେଖେ ।" ତା ମାନେ ଦଶ ଥର ଅଭ୍ୟାସ କରିବା, ମୋର ହସ୍ତାକ୍ଷର ଠିକ ହୋଇଯିବ । ତେଣୁ ଯଦି ଆମେ ଷୋହଳ ମାଳ ନ କରିପାରିବ, ତେବେ ହରେ କୃଷ୍ଣ ଜପ କରିବାର ପ୍ରଶ୍ନ ହିଁ ନାହିଁ? ତେଣୁ କୃତ୍ରିମ ଭାବରେ ଚେଷ୍ଟା କରନାହିଁ, ମୋର କହିବାର ଅର୍ଥ, ଦେଖାଇ ହେବ । ପ୍ରକୃତରେ କର । ଏବଂ ତାହା ହିଁ ଦରକାର । ଯଦି ତୁମେ ଆଧ୍ୟାତ୍ମିକ ଜୀବନର ପ୍ରକୃତ ଲାଭ ଉଠାଇବାକୁ ଚାହୁଁଛ, ଦେଖାଣିଆ ହୁଅ ନାହିଁ । ତୁମେ ଦେଖାଣିଆ କଣ ଜାଣିଛ କି? ଔଷଧ ଦୋକାନରେ, ଏକ ବଡ଼ ବୋତଲ । ଏହା କେବଳ ପାଣିରେ ପୂର୍ଣ୍ଣ । ଏବଂ ରଙ୍ଗ ନାଲି ବା ନୀଳ ବା ସେମିତିଆ କିଛି । ମାତ୍ର ପ୍ରକୃତ ଔଷଧକୁ ତାହା ଦରକାର ନାହିଁ... (ଘୁଞ୍ଚିବା :) ନାଁ, ଏବେ ନୁହେଁ । ପ୍ରକୃତ ଔଷଧକୁ ଦେଖାଇହେବା ଦରକାର ନାହିଁ । ଏକ ଛୋଟ... ଯଦି ଜଣେ ବିନା ଅପରାଧରେ ଜପ କରିପାରିବ, ଥରେ କୃଷ୍ଣ-ନାମ, ସେ ସମସ୍ତ ଭୌତିକ ବନ୍ଧନରୁ ମୁକ୍ତ ହୋଇଯିବ । ଏକା ଥରକେ । ଏକ କୃଷ୍ଣ ନାମ ଯତ ପାପ ହୟ, ପାପୀ ହୟ ତତ ପାପ କରି ବାରୋ ନାହିଁ ।

ତେଣୁ ଶୌଚମ, ଶୌଚମ ଅର୍ଥାତ୍ ଭିତରର ଏବଂ ବାହାରର ସ୍ଵଛତା, ଶୌଚମ । ଭିତର, ଆମେ ଶୁଦ୍ଧ ହେବା ଉଚିତ୍, ଶୁଦ୍ଧ ଚିନ୍ତାଧାରା, କୌଣସି ସଂଦୂଷଣ ନାହିଁ । ଆମେ କାହାକୁ ନିଜର ଶତ୍ରୁ ଭାବିବା ଉଚିତ୍ ନୁହେଁ । ସମସ୍ତେ ମିତ୍ର ଅଟନ୍ତି । "ମୁଁ...ମୁଁ ଶୁଦ୍ଧ ନୁହେଁ; ସେଥିପାଇଁ ମୁଁ ଜଣକୁ ନିଜର ଶତ୍ରୁ ପରି ଭାବୁଛି ।" ଏତେ ସାରା ଲକ୍ଷଣ ଅଛି । ତେବେ ଶୌଚମ: ଜଣେ ଭିତରୁ ଏବଂ ବାହାରୁ ସ୍ଵଛ ହେବା ଉଚିତ୍ । ସତ୍ୟମ ଶୌଚମ ଦୟା । ସେହି ଦୟା ମୁଁ ପୂର୍ବରୁ ସ୍ପଷ୍ଟ କରିଛି । ଦୟା ଅର୍ଥାତ୍ ପତୀତମାନଙ୍କ ଉପରେ ଦୟା କରିବା । ଜଣେ ଯିଏ ପତୀତ, ଜଣେ ଯିଏ ସଙ୍କଟରେ ଅଛି । ତେବେ ବାସ୍ତବରେ, ବର୍ତ୍ତମାନ ସମୟରେ ସମଗ୍ର ଜନସଂଖ୍ୟା, ସେମାନେ ପତୀତ ଅଟନ୍ତି । କୃଷ୍ଣ କୁହଁନ୍ତି,

ଯଦା ଯଦା ହି ଧର୍ମସ୍ୟ
ଗ୍ଳାନିର୍ଭବତି ଭାରତ
ଅଭ୍ୟୁତଥାନମଧର୍ମସ୍ୟ
ତଦାତ୍ମାନଂ ସୃଜାମ୍ୟହମ୍
(BG 4.7)
ପରିତ୍ରାଣାୟ ସାଧୂନାଂ
ବିନାଶାୟ ଚ ଦୁଷ୍କୃତାମ୍
ଧର୍ମସଂସ୍ଥାପନାର୍ଥାୟ
ସମ୍ଭବାମି ଯୁଗେ ଯୁଗେ
(BG 4.8)

ତେଣୁ ବର୍ତ୍ତମାନ ସମୟ କଳୀରେ, କଳୀଯୁଗ, ସେମାନେ, ବ୍ୟବହାରିକ ଭାବରେ ସେମାନେ ସମସ୍ତେ ହେଉଛନ୍ତି ଅସୁର । ସମସ୍ତେ ଅସୁର । ତେଣୁ ଯଦି କୃଷ୍ଣ... ଅବଶ୍ୟ, ବେଳେ ବେଳେ ଏହା ହୁଏ ଯେ କୃଷ୍ଣ କେବଳ ଅସୁରମାନଙ୍କୁ ମାରିବା ପାଇଁ ଆସନ୍ତି । ତାହା ହେଉଛି କଳୀକି ଅବତାର । ତାହା ଜୟଦେବ ଗୋସ୍ଵାମୀଙ୍କ ଦ୍ଵାରା ବର୍ଣ୍ଣନା କରାଯାଇଛି । ତାହା କ'ଣ? କେଶବ ଧୃତ-କଳୀକି-ଶରୀର ଜୟ ଜଗଦୀଶ ହରେ । କଳୌ, ଧୂମକେତୁମ ଇବ କିମ ଅପି କରାଳମ, ମ୍ଲେଚ୍ଛ-ନିବହ-ନିଧନେ କଳୟାସି କରବାଳମ । ମ୍ଲେଚ୍ଛା, ଏହି ଶଦ୍ଦ, ୟବନ, ଏହା... ବୈଦିକ ଭାଷାରେ ଏହି ଶଦ୍ଦ ଅଛି, ମ୍ଲେଚ୍ଛ, ୟବନ । ୟବନ ଅର୍ଥାତ୍ ମାଂସାହାରୀ । ୟବନ । ଏହା ନୁହେଁ ଯେ କେବଳ ଇଉରୋପୀୟମାନେ ହେଉଛନ୍ତି ୟବନ, ଏବଂ ଆମେରିକୀୟମାନେ, ନା, ଭାରତୀୟମାନେ ୟବନ ନୁହଁନ୍ତି । ନା । ଯେ କେହି ମାଂସ ଖାଆନ୍ତି, ସେ ହେଉଛି ୟବନ । ୟବନ ଅର୍ଥାତ୍ ମାଂସାହାରୀ । ଏବଂ ମ୍ଲେଚା ଅର୍ଥାତ୍ ଅସ୍ଵଛ । ଜଣେ ଯିଏ ବୈଦିକ ସିଦ୍ଧାନ୍ତ ଅନୁସରଣ କରେ ନାହିଁ, ତାକୁ ମ୍ଲେଚା କୁହାଯାଏ । ଠିକ୍ ଯେପରି...ମୁସଲମାନମାନେ କୁହଁନ୍ତି, କାଫିର । ଜଣେ ଯିଏ ମୁସଲମାନ ଧର୍ମ ଅନୁସରଣ କରେ ନାହିଁ, ସେମାନଙ୍କୁ କାଫିର କୁହାଯାଏ । ତାହା ହେଉଛି ଧାର୍ମିକ ଦୃଷ୍ଟିକୋଣ । ଏବଂ ଖ୍ରୀଷ୍ଟିୟାନମାନେ କୁହଁନ୍ତି "ହିଥେନ୍ସ" । ଜଣେ ଯିଏ ଖ୍ରୀଷ୍ଟିୟାନ ଧର୍ମ ଅନୁସରଣ ନ କରେ, ସେମାନଙ୍କୁ ହିଥେନ୍ସ କୁହାଯାଏ । ଏହା ନୁହେଁ କି? ସେହିପରି, ଯିଏ କେହି ବୈଦୀକ ସିଦ୍ଧାନ୍ତକୁ ଅନୁସରଣ କରିବ ନାହିଁ, ତାକୁ ମେଲେଚ୍ଛା କୁହାଯିବ । ତେଣୁ ସମୟ ଆସିବ କେହି ମଧ୍ୟ ବୈଦୀକ ସିଦ୍ଧାନ୍ତକୁ ପାଳନ କରିବ ନାହିଁ । ସେଥିପାଇଁ, ମେଲେଛା । ତେଣୁ ମେଲେଛା-ନିଵାହ, ଯେତେବେଳେ ସବୁ ଲୋକେ ମେଲେଚ୍ଛା ହୋଇଯିବେ, କେହି ମଧ୍ୟ ବୈଦୀକ ସିଦ୍ଧାନ୍ତକୁ ମାନିବେ ନାହିଁ, ମେଲେଚ୍ଛା-ନିଵାହ-ନିଧନେ, ସେ ସମୟରେ ଆଉ କିଛି ପ୍ରଚାର ରହିବ ନାହିଁ, କେବଳ ହତ୍ୟା କରିବା ଚାଲିଥିବ ।