OR/Prabhupada 0417 - ଏହି ଜନ୍ମରେ ଏବଂ ପରବର୍ତ୍ତୀ ଜନ୍ମରେ ଖୁସୀରେ ରୁହ

Revision as of 22:50, 1 October 2020 by Elad (talk | contribs) (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
(diff) ← Older revision | Latest revision (diff) | Newer revision → (diff)


Lecture & Initiation -- Seattle, October 20, 1968

ତେବେ ଏହି କୃଷ୍ଣ ଚେତନା ଆନ୍ଦୋଳନ ଗ୍ରହଣ କର ଏବଂ ଏହି ଜନ୍ମରେ ଏବଂ ପରବର୍ତ୍ତୀ ଜନ୍ମରେ ଖୁସୀରେ ରୁହ । ଯଦି ତୁମେ ଏହି ଜନ୍ମରେ କୃଷ୍ଣଙ୍କ ପ୍ରତି ନିଜର ପ୍ରେମ ଭାବକୁ ସମାପ୍ତ କରି ପାରିବ, ତେବେ ତୁମେ ଶହେ ପ୍ରତିଶତ କରିଛ । ଯଦି ନୁହେଁ, ଯେତେ ପ୍ରତିଶତ ତୁମେ ଏହି ଜୀବନରେ କରିଛ, ତାହା ତୁମ ସହିତ ରହିବ । ଏହା ଯିବ ନାହିଁ । ତାହା ଭଗବଦ୍ ଗୀତାରେ ସୁନିଶ୍ଚିତ କରାଯାଇଛି, ଯେ, ଶୁଚୀନାଂ ଶ୍ରୀମତାଂ ଗେହେ ଯୋଗ ଭ୍ରଷ୍ଟୋ ସଂଜାୟତେ (BG 6.41) । ଜଣେ ଯିଏ ଏହି ଯୋଗ ପ୍ରକ୍ରିୟା ପୁରା ଶହେ ପ୍ରତିଶତ ନିଷ୍ପାଦନ କରି ପାରେ ନାହିଁ, ପରବର୍ତ୍ତୀ ଜୀବନରେ ତାକୁ ଏକ ଧନୀ ପରିବାର କିମ୍ଵା ଶୁଦ୍ଧ ପରିବାରରେ ଜନ୍ମ ଗ୍ରହଣ କରିବାର ସୁଯୋଗ ଦିଆଯାଏ । ଦୁଇଟି ବିକଳ୍ପ । ତେବେ ତୁମେ ଶୁଦ୍ଧ ପରିବାରରେ ଜନ୍ମ ଗ୍ରହଣ କର କିମ୍ଵା ଧନୀ ପରିବାରରେ, ଅତି କମରେ ତୁମର ମନୁଷ୍ୟ ଜନ୍ମ ନିଶ୍ଚିତ । କିନ୍ତୁ ତୁମେ ଯଦି ଏହି କୃଷ୍ଣ ଚେତନା ଅନ୍ଦୋଳନ ଗ୍ରହଣ କରିବ ନାହିଁ, ତୁମେ ଜାଣି ନାହଁ ତୁମର ପରବର୍ତ୍ତୀ ଜନ୍ମ କ'ଣ । ୮,୪୦୦,୦୦୦ ବିଭିନ୍ନ ପ୍ରଜାତିର ଜୀବନ ଅଛି, ଏବଂ ତୁମେ ସେମାନଙ୍କ ମଧ୍ୟରୁ କୌଣସି ଏକ ଜୀବନକୁ ସ୍ଥାନାନ୍ତରିତ ହୋଇପାରିବ । ଯଦି ତୁମେ ଏକ ବୃକ୍ଷ ହେବା ପାଇଁ ସ୍ଥାନାନ୍ତରିତ ହୁଅ...ଯେପରି ମୁଁ ସେନଫ୍ରାସିସ୍କୋରେ ଦେଖିଛି । ସେମାନେ କୁହଁନ୍ତି ଯେ "ଏହି ଗଛ ସାତହଜାର ବର୍ଷ ହେଲା ଛିଡ଼ା ହୋଇଛି ।" ସେମାନେ ସମୁଦ୍ର କୂଳରେ ସାତହଜାର ବର୍ଷ ହେଲା ଛିଡ଼ା ହୋଇଛନ୍ତି । ବାଳକମାନେ ବେଳେ ବେଳେ ବିଦ୍ୟାଳୟରେ ଶିକ୍ଷକମାନଙ୍କ ଦ୍ଵାରା ଦଣ୍ଡିତ ହୁଅଁନ୍ତି, "ବେଞ୍ଚ୍ ଉପରେ ଛିଡ଼ା ହୁଅ ।" ତେବେ ଏହି ବୃକ୍ଷମାନଙ୍କୁ ପ୍ରକୃତିର ନିୟମ ଦ୍ଵାରା ଦଣ୍ଡିତ କରାଯାଇଛି, "ଛିଡ଼ା ହୁଅ ।" ତେବେ ବୃକ୍ଷ ହେବାର ସୁଯୋଗ ଅଛି, କୁକୁର ହେବାର ସୁଯୋଗ ଅଛି, ଏକ ବିଲେଇ, କିମ୍ଵା ଏକ ମୂଷା ମଧ୍ୟ । ତେବେ ଅନେକ ଜୀବନ ଅଛି । ଏହି ମଣିଷ ରୂପି ଜୀବନକୁ ହାତଛଡ଼ା କର ନାହିଁ । କୃଷ୍ଣଙ୍କ ପାଇଁ ନିଜର ପ୍ରେମକୁ ପୂର୍ଣ୍ଣ କର ଏବଂ ଏହି ଜୀବନ ଏବଂ ପରବର୍ତ୍ତୀ ଜୀବନରେ ଖୁସୀରେ ରୁହ ।