OR/Prabhupada 0437 - ଶଙ୍ଖକୁ ବହୁତ ଶୁଦ୍ଧ ବୋଲି ବିବେଚନା କରାଯାଏ, ଦିବ୍ୟ: Difference between revisions

 
No edit summary
 
Line 1: Line 1:
<!-- BEGIN CATEGORY LIST -->
<!-- BEGIN CATEGORY LIST -->
[[Category:1080 Oriya Pages with Videos]]
[[Category:1080 Oriya Pages with Videos]]
[[Category:1080 Odia Pages with Videos]]
[[Category:Prabhupada 0437 - in all Languages]]
[[Category:Prabhupada 0437 - in all Languages]]
[[Category:OR-Quotes - 1968]]
[[Category:OR-Quotes - 1968]]
Line 9: Line 8:
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- DO NOT EDIT OR REMOVE -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Hindi|HI/Prabhupada 0436 - सभी हालतों में हंसमुख हो जाएगा, और वह केवल कृष्ण भावनामृत में दिलचस्पी रखेगा|0436|HI/Prabhupada 0438 - गोबर और उसे जला कर राख करके, दंत मंजन के रूप में प्रयोग किया जाता है|0438}}
{{1080 videos navigation - All Languages|Oriya|OR/Prabhupada 0436 - ସବୁ ଘଟଣାରେ ପ୍ରଫୁଲ୍ଲ ଆଉ କେବଳ କୃଷ୍ଣ ଭାବନାମୃତ ରେ ଆଗ୍ରହୀ|0436|OR/Prabhupada 0438 - ଗାଈ ଗୋବରରୁ ଘସି ହୁଏ ଏବଂ ତାକୁ ଜାଳି ପାଉଁଷ କରି ଦନ୍ତ ମଞ୍ଜନରୁପେ ବ୍ୟବହାର କରାଯାଏ|0438}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->

Latest revision as of 15:05, 11 December 2021



Lecture on BG 2.8-12 -- Los Angeles, November 27, 1968

ଯଦି ଜଣେ ଉପନିଷଦରୁ ଉଦାହରଣ ଦେଇପାରେ, ତେବେ ତାଙ୍କର ଯୁକ୍ତି ବହୁତ ଶକ୍ତିଶାଳୀ। ଶବ୍ଦ-ପ୍ରମାଣ। ପ୍ରମାଣ ର ଅର୍ଥ ହେଉଛି ପ୍ରମାଣ । ପ୍ରମାଣ ... ଯଦି ତୁମେ ନିଜ ପକ୍ଷ ଶକ୍ତିଶାଳୀ କରିବାକୁ ଚାହୁଁଛ ... ଯେପରି ତୁମକୁ କୋର୍ଟରେ ବହୁତ ସୁନ୍ଦର ପ୍ରମାଣ ଦେବାକୁ ପଡେ, ସେହିଭଳି, ବୈଦିକ ସଂସ୍କୃତି ଅନୁଯାୟୀ, ସ୍ପଷ୍ଟତା ହେଉଛି ପ୍ରମାଣ। ପ୍ରମାଣର ଅର୍ଥ ହେଉଛି ସ୍ପଷ୍ଟତା। ଶବ୍ଦ-ପ୍ରମାଣ। ତିନି ପ୍ରକାରର ପ୍ରମାଣ ବୈଦିକ ସଂସ୍କୃତିରେ ପଣ୍ଡିତମାନଙ୍କ ଦ୍ୱାରା ଗ୍ରହଣ କରାଯାଇଛି । ଗୋଟିଏ ପ୍ରମାଣ ହେଉଛି ପ୍ରତ୍ୟକ୍ଷ। ପ୍ରତ୍ୟକ୍ଷ ଅର୍ଥ ହେଉଛି ପ୍ରତ୍ୟକ୍ଷ ଧାରଣା। ଯେପରି ମୁଁ ତୁମକୁ ଦେଖୁଛି, ତୁମେ ମୋତେ ଦେଖୁଛ। ମୁଁ ଉପସ୍ଥିତ ଅଛି, ତୁମେ ଉପସ୍ଥିତ ଅଛ, ଏହା ହେଉଛି ପ୍ରତ୍ୟକ୍ଷ ଧାରଣା ।

ଆଉ ଏକ ପ୍ରମାଣ ଅଛି ଯାହାକୁ ଅନୁମାନ କୁହାଯାଏ । ଧରାଯାଉ ସେହି କୋଠରୀରେ, ଏବଂ ମୁଁ ବର୍ତ୍ତମାନ ଆସୁଛି, ମୁଁ ଜାଣେ ନାହିଁ ସେଠାରେ କୌଣସି ବ୍ୟକ୍ତି ଅଛନ୍ତି କି ନାହିଁ । କିନ୍ତୁ କିଛି ଶବ୍ଦ ଆସୁଛି, ମୁଁ କଳ୍ପନା କରିପାରିବି, "ଓଃ, କେହି ଜଣେ ଅଛନ୍ତି ।" ଏହାକୁ ଅନୁମାନ କୁହାଯାଏ। ତର୍କରେ ଏହାକୁ ହାଇପୋଥେସିସ୍ କୁହାଯାଏ । ତାହା ମଧ୍ୟ ଏକ ପ୍ରମାଣ । ଯଦି ମୋର ସଚ୍ଚୋଟ ପରାମର୍ଶ ଦ୍ୱାରା ମୁଁ ପ୍ରମାଣ ଦେଇପାରେ, ତାହା ମଧ୍ୟ ଗ୍ରହଣୀୟ। ତେଣୁ ପ୍ରତ୍ୟକ୍ଷ ପ୍ରମାଣ, ଏବଂ, ଯାହାକୁ କୁହାଯାଏ, ଅନୁମାନ ବା ପରାମର୍ଶ ପ୍ରମାଣ। କିନ୍ତୁ ଦୃଢ଼ ପ୍ରମାଣ ହେଉଛି ଶବ୍ଦ-ପ୍ରମାଣ। ଶବ୍ଦ, ଶବ୍ଦ-ବ୍ରହ୍ମନ। ଏହାର ଅର୍ଥ ବେଦ। ଯଦି ଜଣେ ବେଦଙ୍କ ଉଦ୍ଧୃତିରୁ ପ୍ରମାଣ ଦେଇପାରିବ, ତେବେ ଏହାକୁ ଗ୍ରହଣ କରିବାକୁ ପଡିବ। ବୈଦିକ ପ୍ରମାଣକୁ କେହି ଅସ୍ୱୀକାର କରିପାରିବେ ନାହିଁ। ତାହା ହେଉଛି ପ୍ରଣାଳୀ। ଏହା କିପରି? ଚୈତନ୍ୟ ମହାପ୍ରଭୂ ବହୁତ ସୁନ୍ଦର ଉଦାହରଣ ଦେଇଛନ୍ତି। ତାହା ବେଦରେ ଅଛି। ଯେପରି ଆମେ ଦେବତାମାନଙ୍କ କୋଠରୀରେ ଶଙ୍ଖ ରଖୁ। ଶଙ୍ଖକୁ ବହୁତ ଶୁଦ୍ଧ ବୋଲି ବିବେଚନା କରାଯାଏ, ଦିବ୍ୟ ନଚେତ୍ ଆମେ କିପରି ଦେବତାଙ୍କ ଆଗରେ ରଖିପାରିବା, ଏବଂ ତୁମେ ଶଙ୍ଖ ଫୁଙ୍କ? ତୁମେ ଶଙ୍ଖରେ ଜଳ ପ୍ରଦାନ କର। ଆପଣ କିପରି ପ୍ରଦାନ କରିପାରିବେ? କିନ୍ତୁ ଏହି ଶଙ୍ଖ କ’ଣ? ଶଙ୍ଖ ହେଉଛି ଏକ ପଶୁର ଅସ୍ଥି । ଏହା ପଶୁର ଅସ୍ଥି ଛଡା ଆଉ କିଛି ନୁହେଁ । କିନ୍ତୁ ବୈଦିକ ଆଦେଶ ହେଉଛି ଯଦି ଆପଣ ଏକ ପଶୁର ଅସ୍ଥିକୁ ସ୍ପର୍ଶ କରନ୍ତି, ତୁମକୁ ତୁରନ୍ତ ଗାଧୋଇବାକୁ ପଡିବ। ତୁମେ ଅଶୁଚି ହୁଅ। ବର୍ତ୍ତମାନ ଜଣେ କହିପାରେ, "ଓଃ, ଏହା ବିରୋଧ କଥା ଅଟେ। ଗୋଟିଏ ସ୍ଥାନରେ କୁହାଯାଏ ଯେ ଯଦି ତୁମେ କୌଣସି ପଶୁର ହାଡକୁ ସ୍ପର୍ଶ କର, ତାପରେ ତୁମକୁ ତୁରନ୍ତ ସ୍ନାନ କରି ନିଜକୁ ଶୁଦ୍ଧ କରିବାକୁ ପଡିବ, ଏବଂ ଏଠାରେ, ଏକ ପଶୁର ଅସ୍ଥି ଦେବତାମାନଙ୍କ କୋଠରୀରେ ଅଛି । ତେବେ ଏହା ବିରୋଧ କଥା, ନୁହେଁ କି? ଯଦି କୌଣସି ପ୍ରାଣୀର ଅସ୍ଥି ଅପରିଷ୍କାର, ତେବେ ଆପଣ ଏହାକୁ ଦେବତାଙ୍କ କୋଠରୀରେ କିପରି ରଖିବେ? ଏବଂ ଯଦି କୌଣସି ପ୍ରାଣୀର ଅସ୍ଥି ଶୁଦ୍ଧ, ତେବେ ଅଶୁଚି ହୋଇ ଗାଧୋଇବାର ଅର୍ଥ କ’ଣ? ବୈଦିକ ନିର୍ଦେଶରେ ତୁମେ ଏପରି ବିରୋଧ କଥା ପାଇବ। କିନ୍ତୁ ବେଦ ଦ୍ୱାରା କୁହାଯାଇଛି ଯେ ଏକ ପଶୁର ଅସ୍ଥି ଅଶୁଦ୍ଧ, ତୁମକୁ ଗ୍ରହଣ କରିବାକୁ ପଡିବ। କିନ୍ତୁ ପଶୁର ଏହି ଅସ୍ଥି, ଶଙ୍ଖ, ଶୁଦ୍ଧ ଅଟେ।

ଠିକ୍ ଯେପରି ବେଳେବେଳେ ଆମର ଛାତ୍ରମାନେ ବିଚଳିତ ହୁଅନ୍ତି ଯେତେବେଳେ ଆମେ କହିଥାଉ ଯେ ପିଆଜ ଖାଇବା ଉଚିତ୍ ନୁହେଁ, କିନ୍ତୁ ପିଆଜ ଏକ ପରିବା। ତେଣୁ ଶବ୍ଦ-ପ୍ରମାଣର ଅର୍ଥ ହେଉଛି, ବୈଦିକ ପ୍ରମାଣକୁ ଏପରି ଭାବରେ ଗ୍ରହଣ କରାଯିବା ଉଚିତ ଯେ କୌଣସି ଯୁକ୍ତି ନାହିଁ। ଅର୍ଥ ଅଛି; କୌଣସି ବିରୋଧ ଭାବ ନାହିଁ। ଏହାର ଅର୍ଥ ଅଛି। ଠିକ୍ ଅନେକ ଥର ମୁଁ ତୁମକୁ ସେହି ଗାଈ ଗୋବର କହିଛି। ବୈଦିକ ଆଦେଶ ଅନୁଯାୟୀ ଗାଈ ଗୋବର ଶୁଦ୍ଧ ଅଟେ। ଭାରତରେ ଏହା ପ୍ରକୃତରେ ଆଣ୍ଟିସେପ୍ଟିକ୍ ଭାବରେ ବ୍ୟବହୃତ ହୁଏ। ବିଶେଷକରି ଗ୍ରାମଗୁଡିକରେ, ପ୍ରଚୁର ପରିମାଣରେ ଗାଈ ଗୋବର ଅଛି, ଏବଂ ସେମାନେ, ଘରର ଆଣ୍ଟିସେପ୍ଟିକ୍ କରିବା ପାଇଁ ସେମାନେ ସାରା ଘରେ ଲିପି ଛନ୍ତି। ଏବଂ ବାସ୍ତବରେ ଆପଣଙ୍କ କୋଠରୀରେ ଗାଈ ଗୋବର ଲିପିବା ପରେ, ଯେତେବେଳେ ଏହା ଶୁଖିଗଲା, ତୁମେ ସତେଜ ହେବ, ସବୁକିଛି ଆଣ୍ଟିସେପ୍ଟିକ୍। ଏହା ବ୍ୟବହାରିକ ଅଭିଜ୍ଞତା। ଏବଂ ଜଣେ ମହାନ୍ ରସାୟନ ବିଜ୍ଞାନୀ ଡକ୍ଟର ଘୋଷ, ସେ ଗାଈ ଗୋବର ପରୀକ୍ଷା କରିଥିଲେ, ବୈଦିକ ସାହିତ୍ୟରେ ଗାଈ ଗୋବର ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି? ସେ ଜାଣିବାକୁ ପାଇଲେ ଯେ ଗାଈ ଗୋବରରେ ସମସ୍ତ ଆଣ୍ଟିସେପ୍ଟିକ୍ ଗୁଣ ରହିଛି।