OR/Prabhupada 0440 - ମାୟାବାଦୀ ସିଦ୍ଧାନ୍ତ ହେଉଛି ଯେ ଅନନ୍ତ ଆତ୍ମା ହେଉଛନ୍ତି ଅବ୍ୟକ୍ତି

Revision as of 22:40, 1 October 2020 by Elad (talk | contribs) (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
(diff) ← Older revision | Latest revision (diff) | Newer revision → (diff)


Lecture on BG 2.8-12 -- Los Angeles, November 27, 1968

ପ୍ରଭୁପାଦ: ଆଗକୁ ପଢ଼ ।

ଭକ୍ତ: "ଶ୍ଵେତାଶ୍ଵତର ଉପନିଷେଦରେ, ଏହା କୁହାଯାଇଛି ଯେ ପରମ ପୁରୁଷ ଭଗବାନ ଅସଂଖ୍ୟ ଜୀବମାନଙ୍କର ପାଳନ କର୍ତ୍ତା ଅଟନ୍ତି, ସେମାନଙ୍କର ଭିନ୍ନ ଭିନ୍ନ ପରିସ୍ଥିତି, ବ୍ୟକ୍ତିଗତ କର୍ମ ଏବଂ କର୍ମର ପ୍ରତିକ୍ରିୟା ଅନୁସାରେ । ସେହି ପରମ ପୁରୁଷ ଭଗବାନ ମଧ୍ୟ, ତାଙ୍କର ପୂର୍ଣ୍ଣ ଅଶଂ ଦ୍ଵାରା, ସମସ୍ତ ଜୀବମାନଙ୍କର ହୃଦୟରେ ବିରାଜମାନ । କେବଳ ସାଧୁ ବ୍ୟକ୍ତିମାନେ, ଯେଉଁମାନେ ଭିତରେ ଏବଂ ବାହାରେ ଏହି ପରମ ପୁରୁଷ ଭଗବାନଙ୍କୁ ଦେଖନ୍ତି, ବାସ୍ତବରେ ପୂର୍ଣ୍ଣ ଶାଶ୍ଵତ ଶାନ୍ତି ପ୍ରାପ୍ତ କରନ୍ତି । ଏଠାରେ ସେହି ବୈଦିକ ସତ୍ୟ ଅର୍ଜୁନଙ୍କୁ ଦିଆଯାଇଛି, ଏବଂ ତାଙ୍କ ମାଧ୍ୟମରେ ବିଶ୍ଵର ସମସ୍ତ ବ୍ୟକ୍ତିକୁ ଯେଉଁମାନେ ବହୁତ ବିଦ୍ଵାନ ହେବାର ନାଟକ କରନ୍ତି କନ୍ତୁ ବାସ୍ତବରେ ଜ୍ଞାନରେ ବହୁତ ଗରିବ ଅଟନ୍ତି । ଭଗବାନ ସ୍ପଷ୍ଟ ଭାବରେ କୁହଁନ୍ତି ଯେ ସେ ନିଜେ, ଅର୍ଜୁନ, ଏବଂ ସମସ୍ତ ରାଜାମାନେ ଯେଉଁମାନେ ଯୁଦ୍ଧ କ୍ଷେତ୍ରରେ ଏକତ୍ରିତ ହୋଇ ଥିଲେ, ଶାଶ୍ଵତ ବ୍ୟକ୍ତିଗତ ଜୀବ ଅଟନ୍ତି, ଏବଂ ଭଗବାନ ଶାଶ୍ଵତ ଭାବରେ ବ୍ୟକ୍ତିଗତ ଜୀବମାନଙ୍କର ପାଳକ ଅଟନ୍ତି ।"

ପ୍ରଭୁପାଦ: ମୂଳ ଶ୍ଳୋକ କ'ଣ? ତୁମେ ପଢ଼ ।

ଭକ୍ତ: ଏପରି କୌଣସି ସମୟ ନ ଥିଲା ଯେତେବେଳେ ମୁଁ ଉପସ୍ଥିତ ନ ଥିଲି, ନା ତୁମେ, ନା ଏ ସମସ୍ତ ରାଜାମାନେ...(BG 2.12)"

ପ୍ରଭୁପାଦ: ବର୍ତ୍ତମାନ, ସେପରି ସମୟ ନ ଥିଲା ଯେତେବେଳେ ମୁଁ ଉପସ୍ଥିତ ନ ଥିଲି, ନା ତୁମେ, ନା ଏହି ଲୋକମାନେ ।" ବର୍ତ୍ତମାନ ସେ ବିଶ୍ଲେଷଣାତ୍ମକ ଭାବରେ କୁହଁନ୍ତି, "ମୁଁ, ତୁମେ, ଏବଂ..." ପ୍ରଥମ ବ୍ୟକ୍ତି, ଦ୍ଵିତୀୟ ବ୍ୟକ୍ତି, ଏବଂ ତୃତୀୟ ବ୍ୟକ୍ତି । ତାହା ହେଉଛି ପୂର୍ଣ୍ଣ । "ମୁଁ, ତୁମେ, ଏବଂ ଅନ୍ୟମାନେ ।" ତେଣୁ କୃଷ୍ଣ କୁହଁନ୍ତି, "ଏପରି ସମୟ ନ ଥିଲା ଯେତେବେଳେ ମୁଁ, ତୁମେ, ଏବଂ ଏହି ସମସ୍ତ ବ୍ୟକ୍ତିମାନେ ଯେଉଁମାନେ ଯୁଦ୍ଧ କ୍ଷେତ୍ରରେ ଏକତ୍ରିତ ହୋଇଛନ୍ତି ଉପସ୍ଥିତ ନ ଥିଲେ ।" ତାର ଅର୍ଥ ହେଉଛି "ଅତୀତରେ ମୁଁ, ତୁମେ, ଏବଂ ସେମାନେ ସମସ୍ତେ, ସେମାନେ ବ୍ୟକ୍ତିଗତ ଭାବରେ ଉପସ୍ଥିତ ଥିଲେ ।" ବ୍ୟକ୍ତିଗତ ଭାବରେ । ମାୟାବାଦୀ ସିଦ୍ଧାନ୍ତ ହେଉଛି ଯେ ପରମାତ୍ମା ଅବ୍ୟକ୍ତିକ ଅଟନ୍ତି । ତେବେ କିପରି କୃଷ୍ଣ କୁହଁନ୍ତି ଯେ "ଏପରି ସମୟ ନ ଥିଲା ଯେତେବେଳେ ମୁଁ, ତୁମେ, ଏବଂ ଏହି ସମସ୍ତ ବ୍ୟକ୍ତିମାନେ ନ ଥିଲେ?" ଅର୍ଥାତ୍ "ମୁଁ ବ୍ୟକ୍ତିଗତ ଭାବରେ ଉପସ୍ଥିତ ଥିଲି, ତୁମେ ବ୍ୟକ୍ତିଗତ ଭାବରେ ଉପସ୍ଥିତ ଥିଲ, ଏବଂ ଏହି ସମସ୍ତ ବ୍ୟକ୍ତିମାନେ ଯେଉଁମାନେ ଆମ ସମ୍ମୁଖରେ ଅଛନ୍ତି, ସେମାନେ ମଧ୍ୟ ବ୍ୟକ୍ତିଗତ ଭାବରେ ଉପସ୍ଥିତ ଥିଲେ । ଏପରି ସମୟ ନ ଥିଲା । "ବର୍ତ୍ତମାନ, ତୁମର ଉତ୍ତର କ'ଣ, ଦିନଦୟାଳ? କୃଷ୍ଣ କଦାପି କହି ନାହାଁନ୍ତି ଆମେ ମିଶିକି ଅଛୁ । ଆମେ ସବୁ ବ୍ୟକ୍ତିଗତ ଅଟୁ । ଏବଂ ସେ କୁହଁନ୍ତି, "କଦାପି ଆମେ ରହିବା ନାହିଁ... ଏପରି ସମୟ ନ ଥିଲା ଯେତେବେଳେ ଆମେ ଉପସ୍ଥିତ ନ ଥିଲୁ ।" ଅର୍ଥାତ୍ ଅତୀତରେ ଆମେ ବ୍ୟକ୍ତିଗତ ଭାବରେ ଥିଲୁ, ବର୍ତ୍ତମାନ ନିଃସନ୍ଦେହରେ ଆମେ ବ୍ୟକ୍ତିଗତ ଭାବରେ ଅଛୁ, ଏବଂ ଭବିଷ୍ୟତରେ ମଧ୍ୟ, ଆମେ ବ୍ୟକ୍ତିଗତ ଭାବରେ ରହିବା । ତେବେ ଅବ୍ୟକ୍ତି ଧାରଣା କେଉଁଠାରୁ ଆସୁଛି? ଅତୀତ, ବର୍ତ୍ତମାନ, ଭବିଷ୍ୟତରେ, ତିନିଥର । ହମ୍? ସବୁ ସମୟରେ ଆମେ ବ୍ୟକ୍ତିଗତ ଅଟୁ । ତେବେ ଯେତେବେଳେ ଭଗବାନ ଅବ୍ୟକ୍ତିକ ହୋଇ ଯାଆନ୍ତି, କିମ୍ଵା ମୁଁ ଅବ୍ୟକ୍ତିକ ହୋଇ ଯାଏ, କିମ୍ଵା ତୁମେ ଅବ୍ୟକ୍ତିକ ହୋଇଯାଅ? ସୁଯୋଗ କେଉଁଠାରେ ଅଛି? କୃଷ୍ଣ ସ୍ପଷ୍ଟଭାବରେ କୁହଁନ୍ତି, "ଏପରି ସମୟ ନ ଥିଲା ଯେତେବେଳେ ମୁଁ, ତୁମେ, ଏବଂ ଏହି ସମସ୍ତ ବ୍ୟକ୍ତିଗତ ରାଜାମାନେ କିମ୍ଵା ସିପାହୀମାନେ... ଏହା ନୁହେଁ ଯେ ଆମେମାନେ ଅତୀତରେ ଉପସ୍ଥିତ ନ ଥିଲୁ ।" ତେବେ ଅତୀତରେ ଆମେ ବ୍ୟକ୍ତିଗତ ଭାବରେ ଉପସ୍ଥିତ ଥିଲୁ, ଏବଂ ବର୍ତ୍ତମାନ ସେଥିରେ ସନ୍ଦେହ ନାହିଁ । ଆମେ ବ୍ୟକ୍ତିଗତ ଭାବରେ ଉପସ୍ଥିତ । ତୁମେ ମୋର ଶିଷ୍ୟ, ମୁଁ ତୁମର ଆଧ୍ୟାତ୍ମିକ ଗୁରୁ, କିନ୍ତୁ ତୁମେ ତମର ବ୍ୟକ୍ତିତ୍ଵ ପାଇଛ, ମୁଁ ମୋର ବ୍ୟକ୍ତିତ୍ଵ ପାଇଛି । ଯଦି ତୁମେ ମୋ ସହିତ ସହମତ ନୁହଁ, ତେବେ ତୁମେ ମୋତେ ଛାଡି ଯାଇ ପାରିବ । ତାହା ତୁମର ବ୍ୟକ୍ତିତ୍ଵ ଅଟେ । ତେଣୁ ତୁମେ ଯଦି କୃଷ୍ଣଙ୍କୁ ପସନ୍ଦ କର ନାହିଁ, ତୁମେ କୃଷ୍ଣ ଚେତନାଶୀଳ ହୋଇ ପାରିବ ନାହିଁ, ତାହା ହେଉଛି ତୁମର ବ୍ୟକ୍ତିତ୍ଵ । ତେବେ ଏହି ବ୍ୟକ୍ତିତ୍ଵ ଚାଲିଥିବ । ସେହିପରି କୃଷ୍ଣ, ଯଦି ସେ ତୁମକୁ ପସନ୍ଦ କରନ୍ତି ନାହିଁ, ସେ ତୁମକୁ କୃଷ୍ଣ ଚେତନାଶୀଳ ହେବା ପାଇଁ ମନା କରିବେ । ଏହା ନୁହେଁ ଯେ ତୁମେ ସମସ୍ତ ନିୟମ ଏବଂ ନିୟାମକ ପାଳନ କରୁଛ, କୃଷ୍ଣ ତୁମକୁ ସ୍ଵୀକାର କରିବା ପାଇଁ ବାଧ୍ୟ, ନା । ଯଦି ସେ ଭାବନ୍ତି ଯେ "ସେ ହେଉଛି ନିରର୍ଥକ, ମୁଁ ତାକୁ ସ୍ଵୀକାର କରି ପାରିବି ନାହିଁ, "ସେ ତୁମକୁ ଅସ୍ଵୀକାର କରିଦେବେ ।

ତେବେ ତାଙ୍କର ବ୍ୟକ୍ତିତ୍ଵ ଅଛି, ତୁମର ବ୍ୟକ୍ତିତ୍ଵ ଅଛି, ସମସ୍ତଙ୍କର ବ୍ୟକ୍ତିତ୍ଵ ଅଛି । କେଉଁଠାରୁ ଅବ୍ୟକ୍ତିତ୍ଵର ପ୍ରଶ୍ନ ଆସୁଛି? କୌଣସି ସମ୍ଭାବନା ନାହିଁ । ଏବଂ ଯଦି ତୁମେ କୃଷ୍ଣଙ୍କୁ ବିଶ୍ଵାସ କର ନାହିଁ, ତୁମେ ବେଦ ଉପରେ ବିଶ୍ଵାସ କର ନାହିଁ । ଆଉ କିଛି ବ୍ୟତୀତ, କୃଷ୍ଣଙ୍କୁ ସର୍ବୋଚ୍ଚ ଅଧିକାରୀ ଭାବରେ ସ୍ଵୀକାର କରାଯାଏ, ପରମ ପୁରୁଷ ଭଗବାନ । ତେବେ ଯଦି ଆମେ ତାଙ୍କ ଉପରେ ବିଶ୍ଵାସ ନ କରୁ, ତେବେ ଜ୍ଞାନରେ ଉନ୍ନର୍ତ୍ତୀର ସମ୍ଭାବନା କାହିଁ? ଏହାର କୌଣସି ସମ୍ଭାବନା ନାହିଁ । ତେବେ ବ୍ୟକ୍ତିତ୍ଵର କୌଣସି ପ୍ରଶ୍ନ ନାହିଁ । ଏହା ହେଉଛି ଅଧିକାରୀଙ୍କର ବକ୍ତବ୍ୟ । ବର୍ତ୍ତମାନ, ଅଧିକାରୀଙ୍କର ବକ୍ତବ୍ୟ ବ୍ୟତୀତ, ତୁମକୁ ତୁମର ବିବେକ ଏବଂ ତର୍କ ଲାଗୁ କରିବାକୁ ହେବ । ତୁମେ କହି ପାରିବ କି ଦୁଇ ପକ୍ଷ ଭିତରେ ସହମତି ଅଛି? ନା । ତୁମେ ଯାଅ, ଅଧ୍ୟୟନ କର । ରାଜ୍ୟରେ, ପରିବାରରେ, ସମାଜରେ, ଦେଶରେ, କୌଣସି ସହମତି ନାହିଁ । ଏପରିକି ବିଧାନସଭାରେ, ଏପରିକି ତୁମ ଦେଶରେ । ମନେକର ରାଜ୍ୟସଭାରେ, ସମସ୍ତେ ଦେଶର ହିତ ଚାହାଁନ୍ତି, କିନ୍ତୁ ସେ ବ୍ୟକ୍ତିଗତ ଭାବରେ ଚାହୁଁଛି । ଜଣେ ଭାବୁଛି ଯେ "ମୋ ଦେଶର ହିତ ଏହିପରି ହେବ ।" ଅନ୍ୟଥା, ରାଷ୍ଟ୍ରପତି ଚୟନ ସମୟରେ କାହିଁକି ପ୍ରତିଯୋଗିତା ହୁଏ? ସମସ୍ତେ କହୁଛନ୍ତି ଯେ "ଆମେରିକାକୁ ନିକ୍ସନଙ୍କର ଆବଶ୍ୟକତା ଅଛି ।" ଏବଂ ଅନ୍ୟ ବ୍ୟକ୍ତି, ସେ ମଧ୍ୟ କୁହେ, "ଆମେରିକାକୁ ମୋର ଆବଶ୍ୟକତା ଅଛି ।" ତେବେ, କିନ୍ତୁ ଦୁଇଜଣ କାହିଁକି? ଯଦି ତୁମେ ଆମେରିକା, ଏବଂ ତୁମେ ଉଦ୍ଭୟ...ନା । ବ୍ୟକ୍ତିତ୍ଵ ଅଛି । ଶ୍ରୀମାନ ନିକ୍ସନଙ୍କର ଅଭିପ୍ରାୟ ଆଉ କିଛି ଅଟେ । ଶ୍ରୀମାନ ଅନ୍ୟ ଏକ ପ୍ରାର୍ଥୀଙ୍କ ଅଭିପ୍ରାୟ ଆଉ କିଛି ଅଟେ । ବିଧାନସଭାରେ, ରାଜ୍ୟସଭାରେ, କଂଗ୍ରେସରେ, ଯୁକ୍ତରାଷ୍ଟ୍ର ଆମେରିକାରେ, ସମସ୍ତେ ନିଜର ବ୍ୟକ୍ତିଗତ ଦୃଷ୍ଟିକୋଣରୁ ଝଗଡା କରୁଛନ୍ତି । ଅନ୍ୟଥା ଦୁନିଆରେ ଏତେ ସାରା ପତାକା କାହିଁକି ଅଛି? ତୁମେ କେଉଁଠାରେ ଅବ୍ୟକ୍ତିତ୍ଵ କହିପାରିବ ନାହିଁ । ବ୍ୟକ୍ତିତ୍ଵ ସବୁସ୍ଥାନରେ ପ୍ରଧାନ ଅଟେ । ସବୁସ୍ଥାନରେ, ବ୍ୟକ୍ତିତ୍ଵ, ବ୍ୟକ୍ତିତ୍ଵ ପ୍ରଧାନ ଅଟେ । ତେବେ ଆମକୁ ସ୍ଵୀକାର କରିବାକୁ ହେବ । ଆମକୁ ଆମର ବିବେକ, ତର୍କ ଲାଗୁ କରିବାକୁ ହେବ, ଅଧିକାରୀକୁ ସ୍ଵୀକାର କରିବାକୁ ହେବ । ତେବେ ପ୍ରଶ୍ନର ସମାଧାନ ହୋଇ ଯିବ । ଅନ୍ୟଥା ଏହା ସବୁଠାରୁ କର ଅଟେ ।