OR/Prabhupada 0443 - ଅବ୍ୟକ୍ତିତ୍ଵର କୌଣସି ପ୍ରଶ୍ନ ନାହିଁ

Revision as of 22:41, 1 October 2020 by Elad (talk | contribs) (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
(diff) ← Older revision | Latest revision (diff) | Newer revision → (diff)


Lecture on BG 2.8-12 -- Los Angeles, November 27, 1968

ପ୍ରଭୁପାଦ: ଆଗକୁ ପଢ ।

ଭକ୍ତ: "ଯଦି ବ୍ୟକ୍ତିବାଦ ସତ୍ୟ ନୁହେଁ, ତେବେ କୃଷ୍ଣ ତାହାକୁ ଏତେ ମହତ୍ତ୍ଵ ଦେଇ ନଥାନ୍ତେ ଏମିତିକି ଭବିଷ୍ୟ ପାଇଁ ମଧ୍ୟ ନୁହେଁ ।"

ପ୍ରଭୁପାଦ: ହଁ । ସେ କୁହନ୍ତି ଯେ ଏମିତି କୌଣସି ସମୟ ନାହିଁ ଯେବେ ଆମେ ବ୍ୟକ୍ତିଗତ ନଥିଲୁ, ଏବଂ ଭବିଷ୍ୟରେ ଏମିତି କୌଣସି ସମୟ ନଥିବ ଯେତେବେଳେ ଆମର ବ୍ୟକ୍ତିଗତ ରହିବ ନାହିଁ । ଏବଂ ବର୍ତ୍ତମାନ ଦେଖାଯାଉ ଆମେ ସମସ୍ତେ ବ୍ୟକ୍ତିଗତ । ତୁମେ ଜାଣିଛ । ତ ବ୍ୟକ୍ତିତ୍ଵ ହରାଇବାର ପ୍ରଶ୍ନ କଉଠି ରହିଲା? ବ୍ୟକ୍ତିତ ବିହିନ ହେବା? ଏହା ସମ୍ଭବ ନୁହେଁ । ଏହି ଶୂନ୍ୟତା, ନିର୍ଗୁଣବାଦ, ସେଗୁଡିକ କୃତ୍ରିମ ରୁପରେ ଖଣ୍ଡନ କରୁଛନ୍ତି, ଏହି ଭୌତିକ ଅସ୍ତିତ୍ଵର ବହୁରଙ୍ଗୀ ଜଟିଳତାକୁ । ତାହା କେବଳ ନକାରାତ୍ମକ ପକ୍ଷ । ତାହା ସାକାରାତ୍ମକ ପକ୍ଷ ନୁହେଁ । ସାକାରାତ୍ମକ ପକ୍ଷ ହେଉଛି, ଯେମିତି କୃଷ୍ଣ କହୁଛନ୍ତି, ତ୍ୟକ୍ତଵା ଦେହମ୍ ପୁନର ଜନ୍ମ ନୌତି ମାମ ଏତି କୌନ୍ତୟ (BG 4.9) । "ଏହି ଅସ୍ଥାୟୀ ଭୌତିକ ନିବାସକୁ ଛାଡି, ମୋ ପାଖକୁ ଚାଲିଆସିବ ।" ଠିକ ଯେପରି ଏହି କକ୍ଷରୁ ବାହାରିଲେ, ତୁମକୁ ଅନ୍ୟ ଏକ କକ୍ଷକୁ ଯିବାକୁ ପଡେ । ତୁମେ କହି ପାରିବ ନାହିଁ ଯେ "ମୁଁ ଏହି କକ୍ଷରୁ ବାହାରିକି, ଆକାଶରେ ଯାଇ ରହିବି ।" ସେହିପରି, ଏହି ଶରୀର ଛାଡିବା ପରେ, ତୁମେ ଯଦି ଆଧ୍ୟାତ୍ମିକ ଜଗତକୁ ଯିବ କୃଷ୍ଣଙ୍କର ନିକଟକୁ, ତୁମର ବ୍ୟକ୍ତିତ୍ଚ ରହିବ, କିନ୍ତୁ ତୁମେ ସେଠାକାର ଆଧ୍ୟାତ୍ମିକ ଶରୀର ଧାରଣ କରିବ । ଯେତେବେଳେ ତୁମ ପାଖରେ ଆଧ୍ୟାତ୍ମିକ ଶରୀର ରହିବ ସେତେବେଳେ କୌଣସି ବ୍ୟାକୁଳତା ରହିବ ନାହିଁ । ଠିକ ଯେପରି ତୁମର ଶରୀର ଜଳଜୀବ ମାନଙ୍କର ଶରୀର ଠାରୁ ଅଲଗା । ଜଳଜୀବ ଗୁଡିକ, ସେମାନଙ୍କୁ ଜଳରେ କୌଣସି ଅସୁବିଧା ନାହିଁ କାରଣ ତାଙ୍କ ଶରୀରର ଗଠଣ ସେହିଭଳି । ସେଗୁଡିକ ସେଠି ଶାନ୍ତିରେ ରହିପାରିବେ । ତୁମେ ନାହିଁ । ସେହିପରି ମାଛ ଗୁଡିକ, ତୁମେ ଯଦି ଜଳରୁ ବାହାରକୁ କାଢିଦେବ, ସେ ବଞ୍ଚିପାରିବେ ନାହିଁ । ସେହିପରି, ଯେହେତୁ ତୁମେ ଏକ ଜୀବାତ୍ମା, ତୁମେ ଏହି ଭୌତିକ ଜଗତରେ ଶାନ୍ତିରେ ରହିପାରିବ ନାହିଁ । ଏହା ତୁମେ ପାଇଁ ବିଦେଶ । କିନ୍ତୁ ଯେତେ ଶିଘ୍ର ତୁମେ ଆଧ୍ୟାତ୍ମିକ ଜଗତକୁ ପ୍ରବେଶ କରିବ, ତୁମର ଜୀବନ ଚୀରସ୍ଥାୟୀ, ଆନନ୍ଦମୟ, ଜ୍ଞାନରେ ପୂର୍ଣ୍ଣ, ଏବଂ ପ୍ରକୃତ ଶାନ୍ତି ରହିବ । ତ୍ୟକତ୍ଵା ଦେହମ୍ ପୁନର ଜନ୍ମ ନୈତି (BG 4.9) | କୃଷ୍ଣ କହୁଛନ୍ତି, ଏହି ଶରୀର ଛାଡିବା ପରେ, ଜଣେ ଏହି ବ୍ୟାକୁଳମୟ ଭୌତିକ ଜଗତକୁ ଆଉ ଫେରି ଆସିବ ନାହିଁ ।" ମାଂ ଏତି, "ସେ ମୋ ପାଖକୁ ଆସିବ ।" "ମି" ମାନେ ତାଙ୍କର ରାଜ୍ୟ, ତାଙ୍କର ଆସବାବ ପତ୍ର, ତାଙ୍କର ସହଯୋଗୀ, ସବୁକିଛି । ଯଦି ଏକ ଧନି ଲୋକ ବା ଏକ ରାଜା ଯଦି ଏହି ଭଳିଆ କହିବ, "ଠିକ ଅଛି ତୁମେ ମୋ ପାଖକୁ ଚାଲିଆସ," ତାହା ମାନେ ନୁହେଁ ସେ ଅବ୍ୟକ୍ତି ଅଟନ୍ତି । ଯଦି ଏକ ରାଜା କୁହେ ଯଦି, "ମୋ ପାଖକୁ ଆସ..." ତାହା ମାନେ ତାଙ୍କର ନିଜର ଏକ ରାଜମହଲ ଅଛି, ତାଙ୍କର ମନ୍ତ୍ରି ମାନେ ଅଛନ୍ତି, ତାଙ୍କର ଭଲ ରାଜମହଲ ଅଛି, ସବୁକିଛି ତାଙ୍କର ଅଛି । ତେବେ ସେ କିପରି ଅବ୍ୟକ୍ତିଗତ ହୋଇପାରିବେ? କିନ୍ତୁ ସେ କେବଳ କୁହନ୍ତି, "ମୋ ପାଖକୁ ଆସ ।" ଏହି "ମି" ମାନେ ସବୁକିଛି । ଏହି "ମି" ମାନେ ଅବ୍ୟକ୍ତିଗତ ନୁହେଁ । ଏବଂ ବ୍ରହ୍ମ ସଂହିତାରୁ ସୂଚନା ମିଳେ, ଲକ୍ଷ୍ମି ସହସ୍ର ଶତ ସମ୍ଭ୍ରମ ସେବ୍ୟମାନମ୍..... ସୁରଭୀର ଅଭୀପାଲଯନ୍ତମ୍ (Bs 5.29) | ସେଣୁ ସେ ଅବ୍ୟକ୍ତିଗତ ନୁହନ୍ତି । ସେ ଗୋପାଳନ କରନ୍ତି, ସେ ଶହସ୍ର ଲକ୍ଷ୍ମୀଙ୍କ ସହ ରୁହନ୍ତି, ତାଙ୍କର ବନ୍ଧୁମାନେ, ତାଙ୍କର ସାମଗ୍ରୀ, ତାଙ୍କର ରାଜ୍ୟ, ତାଙ୍କର ଘର, ସବୁକିଛି ଅଛି । ତେଣୁ ଅବ୍ୟକ୍ତିଗତାର କୌଣସି ପ୍ରଶ୍ନ ହିଁ ନାହିଁ ।