OR/Prabhupada 0455 - ଯାହା ତୁମ କଳ୍ପନାରୁ ବାହାରେ ସେଥିରେ ତୁମର ତୁଚ୍ଛ ତର୍କ ପ୍ରୟୋଗ କର ନାହିଁ

Revision as of 07:14, 4 July 2021 by Vanibot (talk | contribs) (Vanibot #0005: NavigationArranger - update old navigation bars (prev/next) to reflect new neighboring items)
(diff) ← Older revision | Latest revision (diff) | Newer revision → (diff)


Lecture on SB 7.9.6 -- Mayapur, February 26, 1977

ପ୍ରଦ୍ୟୁମ୍ନ: ଅନୁବାଦ - "ପ୍ରହଲ୍ଲାଦ ମହାରାଜଙ୍କର ମସ୍ତକରେ ନୃସିଂହ ଭଗବାନଙ୍କର ହାତର ସ୍ପର୍ଶ ଦ୍ଵାରା, ପ୍ରହଲ୍ଲାଦ ସମସ୍ତ ପ୍ରକାରର ଭୌତିକ ସମିଶ୍ରଣ ଏବଂ ଇଛାମାନଙ୍କରୁ ସଂପୂର୍ଣ୍ଣ ଭାବରେ ମୁକ୍ତ ହୋଇଗଲେ, ଯେପରିକି ତାଙ୍କୁ ସଂପୂର୍ଣ୍ଣ ଭାବରେ ଶୁଦ୍ଧ କରାଯାଇଛି । ସେଥିପାଇଁ ସେ ତୁରନ୍ତ ଦିବ୍ୟ ମଞ୍ଚରେ ସ୍ଥିତ ହୋଇଗଲେ, ଏବଂ ପରମାନ୍ଦର ସମସ୍ତ ଲକ୍ଷଣ ତାଙ୍କ ଶରୀରରେ ପ୍ରକଟ ହୋଇଗଲା । ତାଙ୍କର ହୃଦୟ ପ୍ରେମରେ ଭରିଗଲା, ଏବଂ ତାଙ୍କର ଆଖି ଲୁହରେ, ଏବଂ ଏହିପରି ସେ ସଂପୂର୍ଣ୍ଣ ଭାବରେ ଭଗବାନଙ୍କର ପାଦପଦ୍ମକୁ ତାଙ୍କ ହୃଦୟରେ ବନ୍ଦୀକରଣ କରିବାରେ ସକ୍ଷମ ହେଲେ ।"

ପ୍ରଭୁପାଦ:

ସ ତତ-କର-ସ୍ପର୍ଶ-ଧୁତାଖୀଲାଶୁଭଃ
ସପଦୀ ଅଭିବ୍ୟକ୍ତ - ପରାତ୍ମ - ଦର୍ଶନଃ
ତତ-ପାଦ-ପଦମମ ହୃଦି ନିବୃତୋ ଦଧୌ
ହୃଶ୍ୟତ-ତନୁଃ କ୍ଲିନ୍ନ-ହୃଦ-ଅଶୃ-ଲୋଚନଃ
(SB 7.9.6)

ତେବେ ପ୍ରହଲ୍ଲାଦ ମାହାରାଜ, ତତ-କର-ସ୍ପର୍ଶ, "ନୃସିଂହ-ଦେବଙ୍କର କର କମଳର ସ୍ପର୍ଶ," ସେହି ପାପୁଲି, ଯେଉଁଥିରେ ନଖ ଅଛି । ତବ କର କମଳ-ବରେ ନଖମ ଅଦ୍ଭୁତ ଶୃଙ୍ଗମ । ସେହି ପାପୁଲି ନଖ ସହିତ ଅଦ୍ଭୁତ... ଦଳିତ ହିରଣ୍ୟକଶିପୁ-ତନୁ-ଭୃଙ୍ଗମ । ତୁରନ୍ତ, କେବଳ ନଖ ଦ୍ଵାରା... ଭଗବାନଙ୍କୁ ଏହି ବିଶାଳ ରାକ୍ଷାସକୁ ମାରିବା ପାଇଁ କୌଣସି ଅସ୍ତ୍ରର ଆବଶ୍ୟକତା ନାହିଁ, କେବଳ ନଖ । ତବ କର-କମଳ । ଉଦାହରଣ ବହୁତ ଭଲ: କମଳ । କମଳ ଅର୍ଥାତ ପଦ୍ମ ଫୁଲ । ଭଗବାନଙ୍କର ହାତ ହେଉଛି ଠିକ୍ ପଦ୍ମ ଫୁଲ ପରି । ସେଥିପାଇଁ ପଦ୍ମ ଫୁଲ ଏହା ବହୁତ କୋମଳ ଅଟେ, ଭାରୀ ଆନନ୍ଦମୟ, ଏବଂ ନଖ କିପରି ଆସିଲା? ସେଥିପାଇଁ ଅଦ୍ଭୁତ । ତବ କର-କମଳ, ଅଦ୍ଭୁତ । ନଖମ ଅଦ୍ଭୁତ-ଶୃଙ୍ଗମ । ଏହା ସମ୍ଭବ ନୁହେଁ କିଛି ଭୟଙ୍କର ନଖ, ତୀକ୍ଷ୍ଣ ନଖ, କମଳ ଫୁଲରେ ବଡେଇବା । ଏହା ବିରୋଧାଭାସୀ ଅଟେ । ସେଥିପାଇଁ ଜୟଦେବ କୁହଁନ୍ତି ଅଦ୍ଭୁତ: "ଏହା ଅଦ୍ଭୁତ ଅଟେ । ଏହା ଆଶ୍ଚର୍ଯ୍ୟଜନକ । ସେଥିପାଇଁ ଭଗବାନଙ୍କର ଶକ୍ତି, ଶକ୍ତିଶାଳୀ ଏବଂ ତୀକ୍ଷ୍ଣ ନଖର ପ୍ରଦର୍ଶନୀ, ସେ ସମସ୍ତ ଅଚିନ୍ତନୀୟ । ସେଥିପାଇଁ ଶ୍ରିଲା ଜୀବ ଗୋସ୍ଵାମୀ ବର୍ଣ୍ଣନା କରିଛନ୍ତି, "ଯେ ପର୍ଯ୍ୟନ୍ତ ତୁମେ ସ୍ଵୀକାର କରି ନାହଁ, ପରମ ଭଗବାନଙ୍କର ଅଚିନ୍ତନୀୟ ଶକ୍ତି, କୌଣସି ବୁଝାମଣା ନାହିଁ ।" ଅଚିନ୍ତ୍ୟ । ଅଚିନ୍ତ୍ୟ-ଶକ୍ତି । ଅଚିନ୍ତ୍ୟ ଅର୍ଥାତ୍ "ବୁଝିବା ଶକ୍ତିରୁ ବାହାରେ ।" ତୁମେ ଚିନ୍ତା କରି ପାରିବ ନାହିଁ ଏହା କିପରି ହେଉଛି, କିପରି ପଦ୍ମ ଫୁଲରେ, ସେଠାରେ ଏତେ କଠୋର ନଖ ଅଛି ଯାହା ତୁରନ୍ତ, ଏକ ନିମିଷରେ, ଏହା ହିରଣ୍ୟକଶ୍ୟପୁ ପରି ମହାନ ରାକ୍ଷସକୁ ମାରି ପାରିବ । ସେଥିପାଇଁ ଏହା ହେଉଛି ଅଚିନ୍ତ୍ୟ । ଆମେ କଳ୍ପନା କରି ପାରିବା ନାହିଁ । ଅଚିନ୍ତ୍ୟ । ଏବଂ ସେଥିପାଇଁ ବୈଦିକ ଶିକ୍ଷା ହେଉଛି ଅଚିନ୍ତ୍ୟ ଖଳୁ ଯେ ଭାବା ନ ତମସ୍ ତର୍କଣ ଯେ ଜୟତେ: "ଯାହା ତୁମ କଳ୍ପନାରୁ ବାହାରେ ସେଥିରେ ତୁମର ତୁଚ୍ଛ ତର୍କ ପ୍ରୟୋଗ କର ନାହିଁ ।" କୌଣସି ତର୍କ ନାହିଁ ଯେ କିପରି ପଦ୍ମ ଫୁଲରେ ନଖ ବଢି ପାରିବ । ସେମାନେ କୁହଁନ୍ତି "ପୌରାଣିକ" । କାରଣ ସେମାନେ ତାଙ୍କର ଛୋଟ ମସ୍ତିଷ୍କରେ ଚିନ୍ତା କରି ପାରନ୍ତି ନାହିଁ, ସେମାନେ ବୁଝିପାରନ୍ତି ନାହିଁ ତାହା କିପରି ହେଉଛି, ସେମାନେ କୁହଁନ୍ତି "ପୌରଣିକ" । ପୌରାଣିକ ନୁହେଁ । ଏହା ହେଉଛି ତଥ୍ୟ । କିନ୍ତୁ ଏହା ତୁମ ଦ୍ଵାରା କିମ୍ଵା ଆମ ଦ୍ଵାରା ଅଚିନ୍ତ୍ୟ ଅଟେ । ଏହା ସମ୍ଭବ ନୁହେଁ ।

ତେଣୁ ସେହି, ସମାନ କର କମଳ, ପ୍ରହଲ୍ଲାଦ ମହାରାଜଙ୍କର ମସ୍ତକରେ ରଖାଯାଇ ଥିଲା । ପ୍ରହଲ୍ଲାଦ ଦାୟୀନେ । ପ୍ରହଲ୍ଲାଦ ମାହାରାଜ ଅନୁଭବ କରୁଥିଲେ, "ଓ, ଏହି ହସ୍ତ କେତେ ଆନନ୍ଦମୟ ।" କେବଳ ଅନୁଭବ ହେଉ ନ ଥିଲା, କିନ୍ତୁ ତୁରନ୍ତ ତାଙ୍କର ସମସ୍ତ ଦୁଃଖ, କଷ୍ଟ ଦୂର ହୋଇଗଲା । ଏହା ହେଉଛି ଦିବ୍ୟ ସ୍ପର୍ଶର ପ୍ରକ୍ରିୟା । ଆମେ ସେହି ସମାନ ସୁବିଧା ଏହି ଯୁଗରେ ମଧ୍ୟ ପାଇ ପାରିବା । ଏହା ନୁହେଁ ଯେ ପ୍ରହଲ୍ଲାଦ ମାହାରାଜ ତୁରନ୍ତ ଭଗବାନଙ୍କର କମଳ ହସ୍ତର ସ୍ପର୍ଶରେ ଉଲ୍ଲସିତ ହୋଇଗଲେ... ତୁମେ ମଧ୍ୟ ସେହି ସମାନ ସୁବିଧା ତୁରନ୍ତ ପାଇ ପାରିବ ଯଦି ଆମେ ପ୍ରହଲ୍ଲାଦ ମାହାରାଜଙ୍କ ପରି ହୋଇ ପାରିବା । ତେବେ ଏହା ସମ୍ଭବ ଅଟେ । କୃଷ୍ଣ ହେଉଛନ୍ତି ଅଦ୍ଵୟ-ଜ୍ଞାନ, ତେଣୁ କୃଷ୍ଣ ଏହି ଯୁଗରେ ଧ୍ଵନି କମ୍ପନ ରୂପରେ ଅବତରିତ ହୋଇଛନ୍ତି: କଳି ଯୁଗ ନାମ ରୂପେ କୃଷ୍ଣ ଅବତାର (CC Adi 17.22) । ଏହି ଯୁଗ... କାରଣ ଏହି ଯୁଗରେ ଏହି ପତୀତ ଲୋକମାନେ, ସେମାନେ...ସେମାନଙ୍କର କୌଣସି ଯୌଗ୍ୟତା ନାହିଁ । ମନ୍ଦଃ । ସମସ୍ତେ ଖରାପ । କେହି ଯୋଗ୍ୟ ନୁହଁନ୍ତି । ସେମାନଙ୍କର କୌଣସି ଆଧ୍ୟାତ୍ମିକ ଯୋଗ୍ୟତା ନାହିଁ । ଖରାପ ଭାବ ନାହିଁ । ପାଶ୍ଚାତ୍ୟ ଦେଶରେ ସେମାନେ ଭୌତିକ ଜ୍ଞାନ ପାଇଁ ବହୁତ ଗର୍ବ କରନ୍ତି, କିନ୍ତୁ ସେମାନଙ୍କର କୌଣସି ଆଧ୍ୟାତ୍ମିକ ଜ୍ଞାନ ନାହିଁ । ସମ୍ଭବତଃ ଇତିହାସରେ, ପ୍ରଥମଥର ପାଇଁ ଇତିହାସରେ, ସେମାନେ କିଛି ଆଧ୍ୟାତ୍ମିକ ଜ୍ଞାନର ସୂଚନା ପାଉଛନ୍ତି । ଭକ୍ତମାନେ: ଜୟ । ପ୍ରଭୁପାଦ:ଅନ୍ୟଥା କୌଣସି ଆଧ୍ୟାତ୍ମିକ ଜ୍ଞାନ ନାହିଁ । ସେମାନେ ଜାଣି ନାହାଁନ୍ତି । ତାହା ହେଉଛି ତଥ୍ୟ ।