OR/Prabhupada 0483 - ତୁମେ କିପରି କୃଷ୍ଣଙ୍କ ବିଷୟରେ ଭାବିପାରିବ ଯେପର୍ଯ୍ୟନ୍ତ କୃଷ୍ଣଙ୍କ ପ୍ରତି ପ୍ରେମ ବିକଶିତ କରିନାହଁ?

Revision as of 08:15, 1 February 2021 by Vanibot (talk | contribs) (Vanibot #0005: NavigationArranger - update old navigation bars (prev/next) to reflect new neighboring items)
(diff) ← Older revision | Latest revision (diff) | Newer revision → (diff)


Lecture -- Seattle, October 18, 1968

ତେଣୁ ଯଦି ତୁମେ କୃଷ୍ଣଙ୍କ ବିଷୟରେ ଭାବୁଛ, ତାହା ହେଉଛି ପ୍ରକ୍ରିୟା, କୃଷ୍ଣ ଚେତନା । ତେବେ ମୟାସକ୍ତ ମନାଃ ପାର୍ଥ ଯୋଗଂ ଯୁଞ୍ଜନ୍ମଦାଶ୍ରୟଃ, ଯଦି ତୁମେ ଏହି ଯୋଗ ପ୍ରଣାଳୀକୁ ଅନୁସରଣ କରିବ, କୃଷ୍ଣ ଚେତନା, କିପରି? ମଦ୍-ଆଶ୍ରୟଃ । ମଦ୍-ଆଶ୍ରୟଃ ମାନେ "ମୋ ସହିତ ଯିଏ ସମ୍ପର୍କରେ ଅଛି ତାର ସରଣ ନିଅ ।" ମଦ୍-ଆଶ୍ରୟଃ । ମଦ୍-ଆଶ୍ରୟଃ ମାନେ ପ୍ରତ୍ୟେକ୍ଷଭାବରେ ତାଙ୍କ ସମ୍ପର୍କରେ ଅଛି । ପ୍ରତ୍ୟକ୍ଷଭାବରେ ତୁମେ ତାଙ୍କ ସମ୍ପର୍କରେ ଆସିବ ଯେମିତି ତୁମେ ତାଙ୍କ ବିଷୟରେ ଭାବିବ, ତାଙ୍କ ରୂପ । କିନ୍ତୁ ଯେତେ ପର୍ଯ୍ୟନ୍ତ ତୁମେ ଏକ ଆଧ୍ୟାତ୍ମିକ ଗୁରୁଙ୍କ ଶରଣରେ ନ ଆସିବ ଯିଏ ତାଙ୍କ ବିଷୟରେ ଜାଣିଛନ୍ତି, ତୁମେ ଏକ ଲମ୍ଵା ସମୟ ପର୍ଯ୍ୟନ୍ତ ଧ୍ୟାନ କେନ୍ଦ୍ରିଭୁତ କରିପାରିବ ନାହିଁ । ଏହା ଅସ୍ଥାୟୀ ହୋଇପାରେ । ସେଥିପାଇଁ ତୁମେ ଏପରି ବ୍ୟକ୍ତି ପାଖରୁ ଶୁଣିବାକୁ ହେବ ଯିଏ କୃଷ୍ଣଙ୍କ ବିଷୟରେ ଜାଣିଛି । ତେବେ ଶ୍ରୀକୃଷ୍ଣଙ୍କ ପ୍ରତି ତୁମର ମନର ଏକାଗ୍ରତାର ସହ ଲାଗି ରହିବ । ତୁମକୁ ତାଙ୍କ ନିର୍ଦ୍ଦେଶାନୁଯାୟୀ କାର୍ଯ୍ୟ କରିବାକୁ ହେବ । ଆଧ୍ୟାତ୍ମିକ ଗୁରୁଙ୍କ ନିର୍ଦ୍ଦେଶ ଅନୁସାରେ ତୁମର ଜୀବନ ଏହିପରି ଭାବରେ ଢଳେଇ ହୋଇଯିବା ଉଚିତ୍ । ତେବେ ତୁମେ ଏହି ଯୋଗ ପ୍ରଣାଳୀକୁ ନିର୍ଭୁଲ ଭାବରେ ଜାରି ରଖିପାରିବ । ସେହି ଯୋଗ ପ୍ରଣାଳୀ କ'ଣ? ସେହି ଯୋଗ ପ୍ରଣାଳୀ ଭଗବଦ୍ ଗୀତରେ କୁହାଯାଇଛି, ଷଷ୍ଠ ଅଧ୍ୟାୟର ଶେଷ ଶ୍ଳୋକରେ । ଯୋଗିନାମପି ସର୍ବେଷାଂ ମଦ୍ ଗତେନାନ୍ତରାତ୍ମନା: (BG 6.47) "ଜଣେ ଯିଏ ସର୍ବଦା ମୋ ବିଷୟରେ ଭାବୁଛି," ମଦ୍-ତେ, "ସେ ହେଉଛି ପ୍ରଥମ ଶ୍ରେଣୀର ଯୋଗୀ ।" ବହୁ ସ୍ଥାନରେ ତାହା କୁହାଯାଇଛି । ପ୍ରେମାଞ୍ଜନା-ଚ୍ଛୁରିତ । ତୁମେ କିପରି କୃଷ୍ଣଙ୍କ ବିଷୟରେ ଭାବିପାରିବ ଯେପର୍ଯ୍ୟନ୍ତ କୃଷ୍ଣଙ୍କ ପ୍ରତି ପ୍ରେମ ବିକଶିତ କରିନାହଁ? ଠିକ ଯେପରି ରାଧାରାଣୀ । ରାଧାରାଣୀ, ସେ ଯେମିତି ଆସିଛନ୍ତି । ସେ ଏକ ବିବାହିତା ସ୍ତ୍ରୀ, ଏବଂ ଗୃହସ୍ଥ ଜୀବନ, କିନ୍ତୁ ସେ କୃଷ୍ଣଙ୍କ ପାଖକୁ ଆସିଛନ୍ତି ତାଙ୍କୁ ପୂଜା କରିବା ପାଇଁ । ସେହିପରି, ଆମେ ମନରେ ସର୍ବଦା କୃଷ୍ଣଙ୍କୁ ରଖିବା ଉଚିତ୍, କୃଷ୍ଣଙ୍କ ବିଷୟରେ ଭାବିବା । ତେଣୁ ଠିକ ଏହି ପ୍ରକ୍ରିୟା, ମୟ୍ୟାସକ୍ତମନାଃ ପାର୍ଥ ଯୋଗଂ ଯୁଞ୍ଜନ୍ମଦାଶ୍ରୟଃ, "ମୋର ସୁରକ୍ଷାର ଅଧିନରେ, ମୋର ପ୍ରତିନିଧିର, ଯେତେବେଳେ ତୁମେ ବୁଝି ପାରିବ ସମାଗ୍ରମ, ସମ୍ପୂର୍ଣ୍ଣ ଭାବରେ, ତେବେ ତୁମର ଜୀବନ ସଫଳ ହେବ ।" ଅସଂଶୟଂ: "କୌଣସି ସନ୍ଦେହ ବିନା ।" ଏହା ନୁହେଁ ଯେ କାରଣ ତୁମର ଆଧ୍ୟାତ୍ମିକ ଗୁରୁ କହିଛନ୍ତି ଯେ "କୃଷ୍ଣ ହେଉଛନ୍ତି ପରମ ପୁରୁଷ ଭଗବାନ ।" ନା । ଯଦି ତୁମର କୌଣସି ସନ୍ଦେହ ଅଛି, ତେବେ ପଚାର, ବୁଝିବାକୁ ଚେଷ୍ଟା କର । ଏହା ଏକ ତଥ୍ୟ ଯେ ସେ ହେଉଛନ୍ତି ପରମ ପୁରୁଷ ଭଗବାନ, ନିଃସନ୍ଦେହରେ । କିନ୍ତୁ ଯଦି ତୁମର କିଛି ସନ୍ଦେହ ହୁଏ, ତୁମେ ଏହାକୁ ଦୂର କରି ପାରିବ । ଅସଂଶୟଂ । ଏହି ପରି ଭାବରେ, ଯଦି ତୁମେ ଯୋଗ ପ୍ରଣାଳୀ ଅଭ୍ୟାସ କରିବ, କୃଷ୍ଣ ଚେତନା, ସମସ୍ତ ଯୋଗ ପ୍ରଣାଳୀ ମଧ୍ୟରେ ସର୍ବୋଚ୍ଚ, ଅସଂଶୟଂ ସମଗ୍ରଂ ମାଂ ଯଥା ଜ୍ଞାସ୍ୟସି (BG 7.1), ତେବେ ତୁମେ କୃଷ୍ଣଙ୍କୁ ବୁଝି ପାରିବ, କିମ୍ଵା ପରମ ପୁରୁଷ ଭଗବାନଙ୍କୁ, ସମ୍ପୂର୍ଣ୍ଣ ଭାବରେ, କୌଣସି ସନ୍ଦେହ ବିନା, ଏବଂ ତୁମର ଜୀବନ ସଫଳ ହେବ । ଧନ୍ୟବାଦ । (ଭକ୍ତମାନେ ଦଣ୍ଡବତ ପ୍ରଣାମ କରିଲେ)