OR/Prabhupada 0492 - ବୁଦ୍ଧଙ୍କର ତତ୍ତ୍ଵଜ୍ଞାନ ହେଉଛି ଯେ ତୁମେ ଏହି ଶରୀରକୁ ବିଘଟିତ କର, ନିର୍ବାଣ

Revision as of 08:13, 1 March 2021 by Vanibot (talk | contribs) (Vanibot #0005: NavigationArranger - update old navigation bars (prev/next) to reflect new neighboring items)
(diff) ← Older revision | Latest revision (diff) | Newer revision → (diff)


Lecture on BG 2.14 -- Germany, June 21, 1974

ବର୍ତ୍ତମାନ ଏହି ଶରୀର କ'ଣ? ଏହି ଶରୀର ହେଉଛି ପଦାର୍ଥର ମିଶ୍ରଣ । ପୃଥିବୀ, ଜଳ, ବାୟୁ, ଅଗ୍ନି, ଆକାଶ, ମନ, ବୁଦ୍ଧି, ଅହଂକାରର ସଂଯୋଗ - ଆଠଟି ଭୌତିକ ପଦାର୍ଥ, ପାଞ୍ଚଟି ସ୍ଥୂଳ ଏବଂ ତିନୋଟି ସୂକ୍ଷ୍ମ । ଏହି ଶରୀର ସେଥିରେ ଗଠିତ । ତେଣୁ ବୁଦ୍ଧଙ୍କର ତତ୍ତ୍ଵଜ୍ଞାନ ହେଉଛି ଯେ ତୁମେ ଏହି ଶରୀରକୁ ବିଘଟିତ କର, ନିର୍ବାଣ । ଯେପରିକି ଏହି ଘର ପଥର, ଇଟା ଏବଂ କାଠ ଏବଂ ବହୁତ ଅନେକ ଜିନିଷକୁ ନେଇ ତିଆରି ହୋଇଛି । ତେବେ ତୁମେ ଏହାକୁ ଭାଙ୍ଗିଦିଅ, ଏବଂ ଆଉ ପଥର ନାହିଁ କି ଇଟା ନାହିଁ । ତାହାକୁ ମାଟିରେ ମିଶେଇ ଦିଆଗଲା । ମାଟିରେ ଫିଙ୍ଗି ଦିଆଗଲା । ତେବେ ଘର ଆଉ ରହିଲା ନାହିଁ । ସେହିପରି, ତୁମେ ଯଦି ଶୂନ୍ୟ ହୋଇଯିବ, ଶରୀର ବିହୀନ, ତେବେ ତୁମେ ଯନ୍ତ୍ରଣା ଏବଂ ଆନନ୍ଦରୁ ମୁକ୍ତି ପାଇଯିବ । ଏହା ହେଉଛି ତାଙ୍କର ତତ୍ତ୍ଵଜ୍ଞାନ, ନିର୍ବାଣ ତତ୍ତ୍ଵଜ୍ଞାନ, ଶୂନ୍ୟବାଦୀ: "ଏହାକୁ ଶୂନ୍ୟ କରିଦିଅ ।" କିନ୍ତୁ ତାହା ସମ୍ଭବ ନୁହେଁ । ତାହା ସମ୍ଭବ ନୁହେଁ । ତୁମେ କରିପାରିବ ନାହିଁ । କାରଣ ତୁମେ ହେଉଛ ଜୀବାତ୍ମା । ତହା ବର୍ଣ୍ଣନା କରାଯିବ । ତୁମେ ହେଉଛ ଶାଶ୍ଵତ । ତୁମେ ଶୂନ୍ୟ ହୋଇପାରିବ ନାହିଁ । ତାହା ବର୍ଣ୍ଣନା କରାଯିବ, ନ ହନ୍ୟତେ ହନ୍ୟମାନେ ଶରୀରେ (BG 2.20), ଯେ ଆମେ ଏହି ଶରୀର ତ୍ୟାଗ କରୁଛୁ, କିନ୍ତୁ ତୂରନ୍ତ ମୋତେ ଅନ୍ୟ ଏକ ଶରୀର ଗ୍ରହଣ କରିବାକୁ ପଡ଼ିବ, ତୂରନ୍ତ । ତେବେ ବିଘଟନ ହେବାର ପ୍ରଶ୍ନ କେଉଁଠାରେ ରହିଲା? ପ୍ରକୃତିର ନିୟମାନୁଯାୟୀ ତୁମେ ଅନ୍ୟ ଏକ ଶରୀର ପାଇବ । କାରଣ ତୁମେ ଉପଭୋଗ କରିବାକୁ ଚାହୁଁଛ, ତୁମେ ଏଠାକୁ ଏହି ଭୌତିକ ଦୁନିଆକୁ ଆସିଛ । ପଚାରିବାର କୌଣସି ପ୍ରଶ୍ନ ହିଁ ନାହିଁ । ସମସ୍ତେ ଜାଣିଛନ୍ତି ଯେ "ମୁଁ ଏହି ଭୌତିକ ଦୁନିଆରେ ଅଛି । ମୁଁ ପୂର୍ଣ୍ଣ ଭାବରେ ଉପଭୋଗ କରିବା ଉଚିତ୍ ।" ଜଣେ ଯିଏ ଜାଣି ନାହିଁ ଯେ "ମୁଁ ଅନ୍ୟ ଏକ ଜନ୍ମ ନେବାକୁ ଯାଉଛି," ସେ ଭାବୁଛି, "ଏହା ଭୌତିକ ପଦାର୍ଥର ଏକ ମିଶ୍ରଣ - ପୃଥିବୀ, ଜଳ, ବାୟୁ, ଅଗ୍ନି । ତେଣୁ ଯେତେବେଳେ ଏହା ଭାଙ୍ଗିଯିବ, ତେବେ ସବୁ କିଛି ସମାପ୍ତ ହୋଇଯିବ । ତେଣୁ ଯେ ପର୍ଯ୍ୟନ୍ତ ମୋତେ ଏହି ସୁଯୋଗ ମିଳିଛି, ମୋତେ ପୂର୍ଣ୍ଣତାର ସହିତ ଉପଭୋଗ କରିବାକୁ ଦିଅ ।" ଏହାକୁ ଭୌତିକ ଚିନ୍ତାଧାରା କୁହାଯାଏ, ନାସ୍ତିକ, ନାସ୍ତିକ, ଯିଏ ଜାଣି ନାହିଁ ଯେ ଆମେ ହେଉଛୁ ଶାଶ୍ଵତ ଆତ୍ମା, ଆମେ କେବଳ ଶରୀର ପରିବର୍ତ୍ତନ କରୁ । ନାସ୍ତିକମାନେ ଭାବନ୍ତି ଯେ ନଷ୍ଟ ହୋଇଯିବା ପରେ...

ଏଠାରେ ଏହି ପାଶ୍ଚାତ୍ୟ ଦେଶରେ, ବଡ଼, ବଡ଼ ଆଧ୍ୟାପକ, ସେମାନେ ମଧ୍ୟ ସେହି ମନୋଭାବରେ ଅଛନ୍ତି, ଯେ ଯେତେବେଳେ ଶରୀର ସମାପ୍ତ ହୋଇଯିବ, ସବୁକିଛି ସମାପ୍ତ ହୋଇଯିବ । ନା । ତାହା ନୁହେଁ । ସେଥିପାଇଁ ତାହା ହେଉଛି ନିର୍ଦ୍ଦେଶର ପ୍ରାରମ୍ଭ । ଦେହିନୋଽସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା (BG 2.13) । ତୁମେ ବିଭିନ୍ନ ଶରୀର ପରିବର୍ତ୍ତନ କରୁଛ । ଶରୀର ସମାପ୍ତ ହେଲେ, ତୁମେ ସମାପ୍ତ ହୁଅ ନାହିଁ ।