OR/Prabhupada 0495 - ମୋତେ ଆଖି ବନ୍ଦ କରିବାକୁ ଦିଅ । ମୁଁ ବିପଦ ବାହାରେ ଅଛି

Revision as of 08:13, 1 March 2021 by Vanibot (talk | contribs) (Vanibot #0005: NavigationArranger - update old navigation bars (prev/next) to reflect new neighboring items)
(diff) ← Older revision | Latest revision (diff) | Newer revision → (diff)


Lecture on BG 2.14 -- Germany, June 21, 1974

ଶ୍ରମ ଏବ ହି କେବଳମ (SB 1.2.8) । ଶ୍ରମ ଏବ ହି କେବଳମ ଅର୍ଥାତ୍ କେବଳ କାମ କରିବା, ବେକାରରେ ଏବଂ ସମୟ ନଷ୍ଟ କରି । ତୁମେ ପ୍ରକୃତିର ନିୟମକୁ ଅଟକାଇ ପାରିବ ନାହିଁ । ମାନେକର ଏହି ଜୀବନରେ ତୁମେ ବହୁତ ବଡ଼ ନେତା ଅଟ, ପ୍ରଧାନମନ୍ତ୍ରୀ, ଏବଂ ସବୁକିଛି । ତାହା ଠିକ୍ ଅଛି, କିନ୍ତୁ ତୁମର ମାନସିକତା ଅନୁସାରେ, ତୁମେ ପରବର୍ତ୍ତୀ ଜୀବନ ସୃଷ୍ଟି କରୁଛ । ତେଣୁ ଏହି ଜୀବନରେ ତୁମେ ପ୍ରଧାନମନ୍ତ୍ରୀ ହୋଇ ରୁହ, ଏବଂ ପରବର୍ତ୍ତୀ ଜୀବନରେ ତୁମେ କୁକୁର ହୋଇଯାଅ । ତେବେ ଲାଭ କେଉଁଠାରେ ରହିଲା? ସେଥିପାଇଁ ଏହି ନାସ୍ତିକ ମୂର୍ଖମାନେ, ସେମାନେ ପରବର୍ତ୍ତୀ ଜୀବନକୁ ଅସ୍ଵୀକାର କରିବାକୁ ଚାହାଁନ୍ତି । ତାହା ସେମାନଙ୍କ ପାଇଁ ଅତ୍ୟନ୍ତ ଭୟାନକ । ତାହା ସେମାନଙ୍କ ପାଇଁ ଅତ୍ୟନ୍ତ ଭୟାନକ । ଯଦି ସେମାନେ ପରବର୍ତ୍ତୀ ଜୀବନ ସ୍ଵୀକାର କରନ୍ତି...ସେମାନେ ଜାଣିଛନ୍ତି ସେମାନଙ୍କର ଜୀବନ ଅତି ପାପପୂର୍ଣ୍ଣ । ତେବେ କେଉଁ ଜୀବନ ପ୍ରକୃତିର ନିୟମ ଅନୁସାରେ ପାଇବାକୁ ଯାଉଛନ୍ତି? ଯେତେବେଳେ ସେମାନେ ଏହା ଭାବନ୍ତି, ସେମାନେ ଥରନ୍ତି । "ଭଲ ହେବ ଏହାକୁ ଅସ୍ଵୀକାର କର । ଏହାକୁ ଅସ୍ଵୀକାର କର ।" ଯେପରି ଏକ ଠେକୁଆ । ଶତୃ ତାର ସମ୍ମୁଖରେ ଅଛି, ଏବଂ ସେ ମରିବାକୁ ଯାଉଛି, କିନ୍ତୁ ସେ ଭାବେ, "ମୋତେ ଅଖି ବନ୍ଦ କରିବାକୁ ଦିଅ । ମୁଁ ବିପଦ ବାହରେ ଅଛି ।" ଏହା ହେଉଛି ନାସ୍ତିକର ଦୃଷ୍ଟି କୋଣ, କି ସେମାନେ ଭୁଳିବାକୁ ଚାହୁଁଛନ୍ତି ଯେ... ସେଥିପାଇଁ ସେମାନେ ଅସ୍ଵୀକାର କରନ୍ତି, "ଜୀବନ ନାହିଁ ।" କାହିଁକି ନୁହେଁ? କୃଷ୍ଣ କୁହଁନ୍ତି, ଯେ "ତୁମର ଏକ ପିଲାଦିନର ଶରୀର ଅଛି, ତୁମର ପିଲାଦିନେ...ତାହା କୁଆଡ଼େ ଗଲା? ତୁମେ ତାହା ଛାଡି ଦେଇଛ । ତୁମେ ଭିନ୍ନ ଶରୀରରେ ଅଛ । ସେହିପରି, ଏହି ଶରୀର ପରିବର୍ତ୍ତନ ହୋଇଯିବ । ତୁମେ ଅନ୍ୟ ଏକ ଶରୀର ପାଇବ । "ଏବଂ କିଏ କୁହଁନ୍ତି? କୃଷ୍ଣ କୁହଁନ୍ତି । ସର୍ବୋଚ୍ଚ ଅଧିକାରୀ, ସେ କୁହଁନ୍ତି । ମୁଁ ବୁଝି ନ ପାରେ, କିନ୍ତୁ ଯେତେବେଳେ ସେ କୁହଁନ୍ତି...ଏହା ହେଉଛି ଆମ ଜ୍ଞାନର ପ୍ରକ୍ରିୟା । ଆମେ ଠିକ୍ ବ୍ୟକ୍ତି ଠାରୁ ଜ୍ଞାନ ସ୍ଵୀକାର କରୁ । ମୁଁ ମୂର୍ଖ ହୋଇପାରେ, କିନ୍ତୁ ଠିକ୍ ବ୍ୟକ୍ତି ଠାରୁ ସ୍ଵୀକାର କରା ଯାଇଥିବା ଜ୍ଞାନ ଠିକ୍ ଅଟେ । ଏହା ହେଉଛି ଆମର ପ୍ରକ୍ରିୟା । ଆମେ କଳ୍ପନା କରିବାକୁ ଚେଷ୍ଟା କରୁ ନାହୁଁ । ତାହା ସଫଳ କିମ୍ଵା ଅସଫଳ ହୋଇପାରେ, କିନ୍ତୁ ଆମେ ଯଦି ଠିକ୍ ଅଧିକାରୀ ଠାରୁ ଜ୍ଞାନ ସ୍ଵୀକାର କରିବା, ସେହି ଜ୍ଞାନ ହେଉଛି ଠିକ୍ । ଯେପରି ଆମେ କଳ୍ପନା କରୁ, " ମୋର ପିତା କିଏ?" ତୁମେ କଳ୍ପନା କରିପାର ତୁମର ପିତା କିଏ, କିନ୍ତୁ ସେହି କଳ୍ପନା ତୁମକୁ ସାହାର୍ଯ୍ୟ କରି ପାରିବ ନାହିଁ । ତୁମେ କଦାପି ବୁଝି ପାରିବ ନାହିଁ ତୁମର ପିତା କିଏ । କିନ୍ତୁ ତୁମେ ଯଦି ତୁମ ମା ପାଖକୁ ଯିବ, ସର୍ବୋଚ୍ଚ ଅଧିକାରୀ । ସେ ତୂରନ୍ତ, "ତୁମର ପିତା ଏଠାରେ ଅଛନ୍ତି ।" ବାସ୍ । ଏବଂ ଅନ୍ୟ କୌଣସି ପ୍ରକାରରେ ତୁମେ ପିତାଙ୍କୁ ଜାଣି ପାରିବ ନାହିଁ । ଅନ୍ୟ କୌଣସି ପ୍ରକ୍ରିୟା ନାହିଁ । ଏହା ହେଉଛି ବ୍ୟବହାରିକ । ତୁମେ ତୁମର ପିତାଙ୍କୁ ଜାଣି ପାରିବ ନାହିଁ, ତୁମ ମାତାଙ୍କର ଅଧିକୃତ ବକ୍ତବ୍ୟ ବିନା । ସେହିପରି, ଯେଉଁ କଥା ଗୁଡ଼ିକ ତୁମର ବିଚାର ଠାରୁ ଉର୍ଦ୍ଧ୍ଵରେ ଅଛି, ଅବନ ମାନସ-ଗୋଚର, ତୁମେ ଭାବି ପାରିବ ନାହିଁ, ତୁମେ କହି ପାରିବ ନାହିଁ, ବେଳେ ବେଳେ ସେମାନେ କୁହଁନ୍ତି, "ଭଗବାନଙ୍କ ବିଷୟରେ କିଛି କୁହାଯାଇ ପାରିବ ନାହିଁ । ଭଗବାନଙ୍କ ବିଷୟରେ କିଛି ଭାବି ହେବ ନାହିଁ ।" ତାହା ଠିକ୍ ଅଛି । କିନ୍ତୁ ଯଦି ଭଗବାନ ନିଜେ ତୁମ ସମ୍ମୁଖକୁ ଆସନ୍ତି ଏବଂ କୁହଁନ୍ତି, "ମୁଁ ଏଠାରେ ଅଛି," ତେବେ ଅସୁବିଧା କେଉଁଠାରେ ରହିଲା? ମୁଁ ଅପୂର୍ଣ୍ଣ ଅଟେ । ମୁଁ ଜାଣି ନାହିଁ । ତାହା ଠିକ୍ ଅଛି । କିନ୍ତି ଭଗବାନ ଯଦି ନିଜେ ମୋ ସମ୍ମୁଖକୁ ଆସନ୍ତି...(ବିରାମ)