OR/Prabhupada 0496 - ଶୃତି ଅର୍ଥ ଆମେ ସର୍ବୋଚ୍ଚ କର୍ତ୍ତୃପକ୍ଷଙ୍କଠାରୁ ଶୁଣିବା



Lecture on BG 2.14 -- Germany, June 21, 1974

ତେଣୁ ଏହି କୃଷ୍ଣ ଭାବାନାମୃତ ଆନ୍ଦୋଳନ ହେଉଛି, ସବୁକିଛି ସମ୍ପୂର୍ଣ୍ଣ ଭାବରେ ଜାଣିବା, ସର୍ବୋଚ୍ଚ କର୍ତ୍ତୃପକ୍ଷ କୃଷ୍ଣଙ୍କଠାରୁ, ଏହା ହେଉଛି ପ୍ରକ୍ରିୟା । ତଦ ବିଜ୍ଞାନାର୍ଥମ ସ ଗୁରୁମ ଏବ ଅଭିଗଚ୍ଛେତ (ମୁ.ଉ. ୧.୨.୧୨) ବିଷୟବସ୍ତୁ ଯାହା ଆମ ଧାରଣା ବାହାରେ, ବୁଝିବା ପାଇଁ, ଆପଣଙ୍କୁ ଏପରି କର୍ତ୍ତୃପକ୍ଷଙ୍କ ନିକଟକୁ ଯିବାକୁ ପଡିବ ଯିଏ ଆପଣଙ୍କୁ କହି ପାରିବେ । ଠିକ୍ ସେହିପରି ଭାବରେ: ମୋ ବାପା କିଏ ବୁଝିବା ମୋ ଧାରଣା ବାହାରେ, ମୋ କଳ୍ପନା ବାହାରେ, କିନ୍ତୁ ଯଦି ମୁଁ ମୋ ମା'ର ପ୍ରାଧିକୃତ ବକ୍ତବ୍ୟ ଗ୍ରହଣ କରେ, ଏହା ପୂର୍ଣ୍ଣ ଜ୍ଞାନ ଅଟେ । ତେଣୁ ବୁଝିବାକୁ, କିମ୍ବା ଜ୍ଞାନରେ ଅଗ୍ରଗତି କରିବାକୁ ତିନୋଟି ପ୍ରକାରର ପ୍ରକ୍ରିୟା ଅଛି । ଗୋଟିଏ ହେଉଛି ପ୍ରତ୍ୟକ୍ଷ ଧାରଣା, ପ୍ରତ୍ୟକ୍ଷ । ଏବଂ ଅନ୍ୟଟି ହେଉଛି ଅଧିକାରୀ ଏବଂ ଅନ୍ୟଟି ହେଉଛି ଶୃତି । ଶୃତି ଅର୍ଥ ହେଉଛି ସର୍ବୋଚ୍ଚଙ୍କଠାରୁ ଶୁଣିବା ଦ୍ୱାରା । ତେଣୁ ଆମର ପ୍ରକ୍ରିୟା ହେଉଛି ଶୃତି । ଶୃତି ଅର୍ଥ ଆମେ ସର୍ବୋଚ୍ଚ କର୍ତ୍ତୃପକ୍ଷଙ୍କଠାରୁ ଶୁଣିବା । ତାହା ହେଉଛି ଆମର ପ୍ରକ୍ରିୟା, ଏବଂ ତାହା ବହୁତ ସହଜ । ସର୍ବୋଚ୍ଚ କର୍ତ୍ତୃପକ୍ଷ, ଯଦି ସେ ଅପରାଧୀ ନୁହଁନ୍ତି ... ସାଧାରଣ ବ୍ୟକ୍ତି, ସେମାନେ ଅପରାଧୀ ଅଟନ୍ତି । ସେମାନଙ୍କର ଅସମ୍ପୂର୍ଣ୍ଣତା ଅଛି । ପ୍ରଥମ ଅସମ୍ପୂର୍ଣ୍ଣତା ହେଉଛି: ସାଧାରଣ ଲୋକ, ସେମାନେ ଭୁଲ୍ କରନ୍ତି । ଦୁନିଆର ଯେକୌଣସି ମହାନ ବ୍ୟକ୍ତି, ଆପଣ ଦେଖିଥିବେ, ସେମାନେ ଭୁଲ୍ କରନ୍ତି । ଏବଂ ସେମାନେ ଭ୍ରମିତ ଅଟନ୍ତି । ସେମାନେ କିଛି ବାସ୍ତବତା ଭାବରେ ଗ୍ରହଣ କରନ୍ତି ଯାହା ବାସ୍ତବତା ନୁହେଁ । ଯେପରି ଆମେ ଏହି ଶରୀରକୁ ବାସ୍ତବତା ଭାବରେ ଗ୍ରହଣ କରୁ । ଏହାକୁ ଭ୍ରମ ବୋଲି କୁହାଯାଏ । କିନ୍ତୁ ଏହା ବାସ୍ତବତା ନୁହେଁ । "ମୁଁ ଆତ୍ମା"। ତାହା ହେଉଛି ବାସ୍ତବତା । ତେଣୁ ଏହାକୁ ଭ୍ରମ କୁହାଯାଏ । ଏବଂ ତା'ପରେ, ଏହି ଭ୍ରମାତ୍ମକ ଜ୍ଞାନ, ଅସମ୍ପୂର୍ଣ୍ଣ ଜ୍ଞାନ ସହିତ, ଆମେ ଶିକ୍ଷକ ହୋଇଥାଉ । ତାହା ଅନ୍ୟ ଏକ ପ୍ରତାରଣା । ସେମାନେ କୁହନ୍ତି, ଏହି ସମସ୍ତ ବୈଜ୍ଞାନିକ ଏବଂ ଦାର୍ଶନିକ, "ବୋଧହୁଏ," "ଏହା ହୋଇପାରେ"। ତେବେ ତୁମର ଜ୍ଞାନ କେଉଁଠାରେ ଅଛି? "ଏହା ହୋଇପାରେ" ଏବଂ "ବୋଧହୁଏ" । ଆପଣ କାହିଁକି ଶିକ୍ଷକ ପଦ ଗ୍ରହଣ କରୁଛନ୍ତି? ଭବିଷ୍ୟତରେ ଆମେ ବୁଝିବା। ଏବଂ ଏହି ଭବିଷ୍ୟତ କ'ଣ? ଆପଣ ଏକ ପୋଷ୍ଟ-ଡେଟ୍ ଚେକ୍ ଗ୍ରହଣ କରିବେ କି? ଭବିଷ୍ୟତରେ ମୁଁ ଆବିଷ୍କାର କରିବି ଏବଂ ସେଥିପାଇଁ ମୁଁ ବୈଜ୍ଞାନିକ ଅଟେ। ଏହି ବୈଜ୍ଞାନିକ କ'ଣ? ଏବଂ ସର୍ବୋପରି, ଆମର ଇନ୍ଦ୍ରିୟଗୁଡିକର ଅସମ୍ପୂର୍ଣ୍ଣତା । ଯେପରି ଆମେ ପରସ୍ପରକୁ ଦେଖୁଛୁ କାରଣ ଆଲୋକ ଅଛି । ଯଦି ଆଲୋକ ନାହିଁ, ତେବେ ମୋର ଦେଖିବାର ଶକ୍ତି କ'ଣ? କିନ୍ତୁ ଏହି ବଦମାସ, ସେମାନେ ବୁଝନ୍ତି ନାହିଁ ଯେ ସେମାନେ ସର୍ବଦା ତ୍ରୁଟିପୂର୍ଣ୍ଣ, ଏବଂ ତଥାପି, ସେମାନେ ଜ୍ଞାନର ପୁସ୍ତକ ଲେଖୁଛନ୍ତି । ତୁମର ଜ୍ଞାନ କ'ଣ? ଆମେ ନିପୁଣ ବ୍ୟକ୍ତିଙ୍କଠାରୁ ଜ୍ଞାନ ନେବା ଆବଶ୍ୟକ ।

ତେଣୁ ଆମେ ସର୍ବୋଚ୍ଚ ବ୍ୟକ୍ତି, ସିଦ୍ଧ ବ୍ୟକ୍ତି କୃଷ୍ଣଙ୍କ ଠାରୁ ଜ୍ଞାନ ନେଉଛୁ । ଏବଂ ସେ ପରାମର୍ଶ ଦେଉଛନ୍ତି ଯେ ଯଦି ତୁମେ ତୁମର ଯନ୍ତ୍ରଣା ଏବଂ ଆନନ୍ଦ ବନ୍ଦ କରିବାକୁ ଚାହୁଁଛ, ତାହାହେଲେ ତୁମେ ନିଶ୍ଚିତ ଭାବରେ କିଛି ବ୍ୟବସ୍ଥା କରିବା ଉଚିତ, ଏହି ଭୌତିକ ଶରୀରକୁ ଗ୍ରହଣ ନକରିବା ପାଇଁ । କୃଷ୍ଣ ଏହି ଭୌତିକ ଶରୀରକୁ କିପରି ଏଡାଇବେ, ସେ ପରାମର୍ଶ ଦେଉଛନ୍ତି । ତାହା ବ୍ୟାଖ୍ୟା କରାଯାଇଛି । ଏହା ହେଉଛି ଦ୍ୱିତୀୟ ଅଧ୍ୟାୟ । ଚତୁର୍ଥ ଅଧ୍ୟାୟରେ କୃଷ୍ଣ କହିଛନ୍ତି, ଯେ: ଜନ୍ମ କର୍ମ ଚ ମେ ଦିବ୍ୟମେବଂ ଯୋ ବେତ୍ତି ତତ୍ତ୍ୱତଃ, ତ୍ୟକ୍ତ୍ୱା ଦେହଂ ପୁନର୍ଜନ୍ମ ନୈତି ମାମେତି ସୋଽର୍ଜୁନ (ଭ.ଗୀ. ୪.୯) । ତୁମେ କେବଳ କୃଷ୍ଣଙ୍କର କାର୍ଯ୍ୟକଳାପ ବୁଝିବାକୁ ଚେଷ୍ଟା କର । କୃଷ୍ଣଙ୍କର ଏହି କାର୍ଯ୍ୟକଳାପ ଇତିହାସରେ, ମହାଭାରତରେ ଅଛି । ମହାଭାରତର ଅର୍ଥ ହେଉଛି ବୃହତ ଭାରତ, କିମ୍ବା ବୃହତ ଭରତ, ମହାଭାରତ, ଇତିହାସ । ସେହି ଇତିହାସରେ ଏହି ଭଗବଦ୍-ଗୀତା ମଧ୍ୟ ସେଠାରେ ଅଛି । ତେଣୁ ସେ ନିଜ ବିଷୟରେ କହୁଛନ୍ତି। ତୁମେ କୃଷ୍ଣଙ୍କୁ ବୁଝିବାକୁ ଚେଷ୍ଟା କର । ଏହା ହେଉଛି ଆମର କୃଷ୍ଣ ଚେତନା ଆନ୍ଦୋଳନ । କେବଳ କୃଷ୍ଣ, ତାଙ୍କର କାର୍ଯ୍ୟକଳାପକୁ ବୁଝିବାକୁ ଚେଷ୍ଟା କର । ସେ ନିରାକାର ନୁହଁନ୍ତି । ଜନ୍ମ କର୍ମ ମେ ଦିବ୍ୟମ୍ । କର୍ମ ଅର୍ଥ ହେଉଛି କାର୍ଯ୍ୟକଳାପ । ତାଙ୍କର କାର୍ଯ୍ୟକଳାପ ଅଛି । ସେ କାହିଁକି ଏହି ଦୁନିଆରେ, କାର୍ଯ୍ୟକଳାପରେ ଭାଗ ନେଉଛନ୍ତି? ସେ କାହିଁକି ଆସନ୍ତି?

ଯଦା ଯଦା ହି ଧର୍ମସ୍ୟ
ଗ୍ଲାନିର୍ଭବତି ଭାରତ,
ଅଭ୍ୟୁତ୍ ଥାନମଧର୍ମସ୍ୟ
ତଦାତ୍ମାନଂ ସୃଜାମ୍ୟହମ୍
(ଭ.ଗୀ.୪.୭)

ତାଙ୍କର କିଛି ଉଦ୍ଦେଶ୍ୟ ଅଛି; ତାଙ୍କୁ କିଛି ମିଶନ ଅଛି । ତେଣୁ କୃଷ୍ଣ ଏବଂ ତାଙ୍କର ମିଶନ ଏବଂ ତାଙ୍କର କାର୍ଯ୍ୟକଳାପକୁ ବୁଝିବାକୁ ଚେଷ୍ଟା କର । ସେଗୁଡିକୁ ଏକ ଐତିହାସିକ ରୂପରେ ବର୍ଣ୍ଣନା କରାଯାଇଛି । ତେବେ ଅସୁବିଧା କେଉଁଠାରେ ଅଛି? ଆମେ ଅନେକ ଜିନିଷ, ଇତିହାସ କିମ୍ବା କିଛି ନେତା, କିଛି ରାଜନେତାଙ୍କ କାର୍ଯ୍ୟକଳାପ ପଢୁ । ସେଇ ସମାନ ଜିନିଷ, ସମାନ ଶକ୍ତି, ତୁମେ କୃଷ୍ଣଙ୍କୁ ବୁଝିବା ପାଇଁ ପ୍ରୟୋଗ କର । ଅସୁବିଧା କେଉଁଠାରେ ଅଛି? କୃଷ୍ଣ, ତେଣୁ, ସେ ଅନେକ କାର୍ଯ୍ୟକଳାପ ସହିତ ନିଜକୁ ପ୍ରକଟ କରନ୍ତି ।