OR/Prabhupada 0530 - ଯେତେବେଳେ ଜଣେ ବିଷ୍ନୂଙ୍କ ନିକଟକୁ ଯାଆନ୍ତି ସେତେବେଳେ ସେ କଷ୍ଟରୁ ମିକ୍ତି ପାନ୍ତି

Revision as of 10:30, 21 June 2021 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0530 - in all Languages Category:OR-Quotes - 1971 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Radhastami, Srimati Radharani's Appearance Day -- London, August 29, 1971

ଅଥାତୋ ବ୍ରହ୍ମ ଜିଜ୍ଞାସା । ଏହି ଜୀବନ ବ୍ରହ୍ମ ବିଷୟରେ ଅନୁସନ୍ଧାନ କରିବା ପାଇଁ ହୋଇଛି । ବ୍ରହ୍ମ, ପରମାତ୍ମା, ଭଗବାନ । ଏହି ଅନୁସନ୍ଧାନଗୁଡିକ ରହିବା ଉଚିତ୍ । ଜିଜ୍ଞାସୁ । ସେମାନଙ୍କୁ ଜିଜ୍ଞାସୁ କୁହାଯାଏ, ବ୍ରହ୍ମ-ଜିଜ୍ଞାସା, ଜିଜ୍ଞାସୁ, ଅନୁସନ୍ଧାନ । ଯେପରି ଆମେ ପ୍ରତିଦିନ ସକାଳେ ପଚାରୁ, "ଆଜିର ଖବର କ'ଣ?" ତୁରନ୍ତ ଆମେ ଖବର କାଗଜ ଧରୁ । ସେହି ଜିଜ୍ଞାସା ଅଛି । କିନ୍ତୁ ଆମେ କେବଳ ବହୁତ ମୂଳ ଜିନିଷ ଅନୁସନ୍ଧାନ କରୁଛୁ । ସର୍ବାଧିକ ସମ୍ଭାବନା, ବ୍ରହ୍ମ ଜିଜ୍ଞାସା ବିଷୟରେ ପ୍ରଶ୍ନ କରିବାର ଇଛା ନାହିଁ । ତାହା ହେଉଛି ଏହି ଆଧୁନିକ ସଭ୍ୟତାର ଅଭାବ । କିପରି ଟଙ୍କା ରୋଜଗାର କରିବେ ତାର ଅନୁସନ୍ଧାନ କରୁଛନ୍ତି: ଦିବା ଚାର୍ଥହୟା ରାଜନ କୁଟୁମ୍ଵ ଭରଣେନ ବ (SB 2.1.3) । କେବଳ ଏହି ଯୁଗରେ ନୁହେଁ...ଏହି ଯୁଗରେ ଏହା ମୂଖ୍ୟ କାରଣ ହୋଇଛି, କିନ୍ତୁ ଏହି ଭୌତିକ ଯୁଗରେ, ସମସ୍ତେ କେବଳ ଜୀବନର ଏହି ଶାରୀରିକ ଆବଶ୍ୟକତା ପାଇଁ ବ୍ୟସ୍ତ ଅଛନ୍ତି । ନିଦ୍ରାୟ ହୃୟତେ ନକ୍ତମ:ରାତିରେ ସମସ୍ତେ ଭଲ ନିଦରେ ଶୋଇ ଯାନ୍ତି, ଘୁଙ୍ଗୁଡି ମାରନ୍ତି । କିମ୍ଵା ଯୌନ ଜୀବନ । ନିଦ୍ରାୟ ହୃୟତେ ନକ୍ତମ ବ୍ୟାବାୟେନ ଚ ବା ବ୍ୟୟଃ (SB 2.1.3) । ଏହିପରି ଭାବରେ ସେମାନେ ସମୟ ନଷ୍ଟ କରନ୍ତି । ଏବଂ ଦିନ ବେଳେ, ଦିବା ଚାର୍ଥେହୟା ରାଜନ... ଏବଂ ଦିନବେଳେ, "ଟଙ୍କା କେଉଁଠାରେ ଅଛି? ଟଙ୍କା କେଉଁଠାରେ ଅଛି? ଟଙ୍କା କେଉଁଠାରେ ଅଛି?" ଅର୍ଥ ଇହ୍ୟ । କୁଟୁମ୍ଵ ଭରଣେନ ବା । ଏବଂ ଯଥା ଶିଘ୍ର ଜଣକୁ ଟଙ୍କା ମିଳେ, ତେବେ ପରିବାର ପାଇଁ କିପରି ଜିନିଷ କିଣିବା, ବାସ୍ । କିଣିବା, ସଞ୍ଚୟ କରିବା । ଏହା ହେଉଛି ଭୌତିକବାଦୀ ଜୀବନର ବ୍ୟବସାୟ । ତା ବ୍ୟତୀତ, ଜଣେ ଯିଏ ବାସ୍ତବରେ ବୁଦ୍ଧିମାନ... ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିଦ୍ ଯତତି ସିଦ୍ଧୟେ (BG 7.3) । ଏପରି ଅନେକ ମୂର୍ଖ ବ୍ୟକ୍ତିମାନଙ୍କ ମଧ୍ୟରୁ ଯିଏ ଶୋଇବା, ମୈଥୁନ୍ୟ, ଅର୍ଥ ରୋଜଗାରରେ ବ୍ୟସ୍ତ, ଏବଂ ପରିବାରକୁ ସୁନ୍ଦର ଘର ଏବଂ ଘର ଯୋଗେଇବାରେ... ଏହା ହେଉଛି ସାଧାରଣ ବ୍ୟବସାୟ । ତେଣୁ ସେହିଭଳି ହଜାର ହଜାର ଲୋକମାନଙ୍କ ମଧ୍ୟରୁ, ଜଣେ କିପରି ଏହି ମାନବ ଜୀବନକୁ ସିଦ୍ଧ କରିପାରିବ ଅନୁସନ୍ଧାନ କରେ । ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିଦ୍ ଯତତି ସିଦ୍ଧୟେ ସିଦ୍ଧୟେ ।

ସିଦ୍ଧି ଅର୍ଥାତ୍ ପୂର୍ଣ୍ଣ । ତେବେ ଏହି ଜୀବନ ପୂର୍ଣ୍ଣତା ପାଇଁ ହୋଇଛି । ପୂର୍ଣ୍ଣତା କ'ଣ? ପୂର୍ଣ୍ଣତା ଅର୍ଥାତ୍ ଆମେ ଜୀବନର ଏହି ଦୟନୀୟ ଅବସ୍ତା ଚାହୁଁ ନାହୁଁ, ଏବଂ ଏଥିରୁ ଆମକୁ ବାହାରିବାକୁ ହେବ । ତାହା ହେଉଛି ପୂର୍ଣ୍ଣତା । ସମସ୍ତେ ଜୀବନର ଦୟନୀୟ ଅବସ୍ତାରୁ ବାହାରକୁ ବାହାରିବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ସେମାନେ ଜାଣି ନାହାଁନ୍ତି ଜୀବନର ଦୟନୀୟ ଅବସ୍ତାର ବାସ୍ତବ ସ୍ଥିତି କ'ଣ । ଜୀବନର ଦୟନୀୟ ଅବସ୍ତା: ତ୍ରି - ତାପ- ୟନତନଃ । ତେବେ ଏହାକୁ ମୁକ୍ତି କୁହାଯାଏ, କିମ୍ଵା ମୋକ୍ଷ, ଏଥିରୁ... ଆତ୍ୟନ୍ତିକ-ଦୁଃଖ-ନିବୃତ୍ତିଃ । ଦୁଃଖ, ଦୁଃଖର ଅର୍ଥ ହେଉଛି ଦୁର୍ଗତି । ତେବେ ସମସ୍ତେ ଏହି ଦୁଃଖରୁ ବାହାରିବା ପାଇଁ ଚାହୁଁଛନ୍ତି । କିନ୍ତୁ ସେ ଜାଣି ନାହିଁ ଯେ ଦୁଃଖରୁ ବାହାରିବାର ଅନ୍ତିମ ଲକ୍ଷ୍ୟ କ'ଣ । ନ ତେ ବିଦୁଃ । ସେମାନେ ଜାଣି ନାହାଁନ୍ତି । ନ ତେ ବିଦୁଃ ସ୍ଵାର୍ଥ-ଗତିମ ହି ବିଷ୍ନୂମ୍ (SB 7.5.31) । ଯେତେବେଳେ ଜଣେ ବିଷ୍ନୂଙ୍କ ନିକଟକୁ ଯାଆନ୍ତି ସେତେବେଳେ ସେ କଷ୍ଟରୁ ମିକ୍ତି ପାନ୍ତି । ତଦ୍ ବିଷ୍ନୂମ୍ ପରମଂ ପାଦଂ ସଦା ପଶ୍ୟନ୍ତି ସୂର୍ଯ୍ୟାଃ । ତଦ୍ ବିଷ୍ନୂମ୍ ପରମଂ ପାଦଂ । ବିଷ୍ଣୁଙ୍କ ଗ୍ରହ... ଠିକ୍ ଯେପରି ଏହି ଭୌତିକ ଦୁନିଆରେ ସେମାନେ ଚନ୍ଦ୍ର ଗ୍ରହକୁ ଯିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଏହି ମୂର୍ଖ ଲୋକମାନେ ଜାଣି ନାହାଁନ୍ତି, ସେମାନେ ଚନ୍ଦ୍ର ଗ୍ରହକୁ ଗଲେ ମଧ୍ୟ କ'ଣ ପାଇବେ । ଏହା ମଧ୍ୟ ଭୌତିକ ଗ୍ରହମାନଙ୍କ ମଧ୍ୟରୁ ଗୋଟିଏ । କୃଷ୍ଣ ଭଗବଦ୍ ଗୀତାରେ ପୂର୍ବରୁ କହିଛନ୍ତି, ଆବ୍ରହ୍ମା-ଭୁବନା ଲ୍ଲୋକାଃ । ଏହି ଚନ୍ଦ୍ର ଗ୍ରହ ବିଷୟରେ କ'ଣ କହିବା - ଏହା ଅତି ନିକଟରେ ଅଛି - ଏପରି ତୁମେ ସର୍ବୋଚ୍ଚ ଗ୍ରହକୁ ଗଲେ ମଧ୍ୟ, ଯାହାକୁ ବ୍ରହ୍ମ ଲୋକ କୁହାଯାଏ... ତାହା ତୁମ ସାମ୍ନାରେ ଅଛି, ତୁମେ ପ୍ରତିଦିନ, ପ୍ରତି ରାତିରେ ଦେଖିପାରିବ, କେତୋଟି ଲୋକ ଏବଂ ଗ୍ରହ ଅଛି । କିନ୍ତୁ ତୁମେ ସେଠାକୁ ଯାଇ ପାରିବ ନାହିଁ । କିନ୍ତୁ ତୁମେ କେବଳ ନିକଟତର ଗ୍ରହକୁ ଯିବା ପାଇଁ ଚେଷ୍ଟା କରି ପାରିବ । ତାହା ମଧ୍ୟ ଅସଫଳ ହୁଏ । ତେବେ ତୁମର ବୈଜ୍ଞାନିକ ଉନ୍ନତି କ'ଣ? କିନ୍ତୁ ସମ୍ଭାବନା ଅଛି । ଆ-ବ୍ରହ୍ମ-ଭୂବନାଳ ଲୋକାନ । ତୁମେ ଯାଇ ପାରିବ । ଭୌତିକ ବୈଜ୍ଞାନିକମାନଙ୍କ ଗଣନା ହେଉଛି ଯେ ଯଦି ଜଣେ ଆଗକୁ ଯାଏ, ଚାଳିଶି ହଜାର ବର୍ଷ ପାଇଁ ଆଲୋକର ଗତିରେ, ଆଲୋକ ବର୍ଷର ଗତି, ତେବେ ଜଣେ ଭୌତିକ ଜଗତର ସର୍ବୋଚ୍ଚ ଗ୍ରହ ନିକଟକୁ ଯାଇ ପାରିବ । ତେବେ ଭୌତିକ ବୈଜ୍ଞାନିକ ଗଣନାରେ, ଏହା ଅସମ୍ଭବ । କିନ୍ତୁ ଜଣେ ଯାଇ ପାରି; ପ୍ରକ୍ରିୟା ଅଛି । ତାହା ଆମେ ଅମର ଛୋଟ ପୁସ୍ତକ ଅନ୍ୟ ଗ୍ରହମାନଙ୍କୁ ସହଜ ଯାତ୍ରାରେ ବର୍ଣ୍ଣନା କରିବାକୁ ଚେଷ୍ଟା କରିଛୁ । ଯୋଗ ପ୍ରକ୍ରିୟା ଦ୍ଵାରା ସେ ତାଙ୍କର ପସନ୍ଦର ଗ୍ରହକୁ ଯାଇ ପାରିବେ । ତାହା ହେଉଛି ଯୋଗ ଅଭ୍ୟାସର ପୂର୍ଣ୍ଣତା । ଯେତେବେଳେ ଏକ ଯୋଗୀ ସିଦ୍ଧ ହୋଇ ଯାଏ, ସେ ତାଙ୍କ ପସନ୍ଦର ଗ୍ରହକୁ ଯାଇ ପାରନ୍ତି, ଏବଂ ଯୋଗ ପ୍ରକ୍ରିୟା ଜାରି ରହେ, ଯେ ପର୍ଯ୍ଯନ୍ତ ଯୋଗୀ ଭାବି ନାହିଁ ଯେ ସେ ନିଜକୁ ସିଦ୍ଧ କରି ପାରିଛି, ନିଜ ପସନ୍ଦର ଅନ୍ୟ ଗ୍ରହକୁ ଭ୍ରମଣ କରିବା ପାଇଁ । ତାହା ହେଉଛି ଯୋଗ ଅଭ୍ୟାସର ପୂର୍ଣ୍ଣତା । ତେଣୁ, ଏସବୁ ହେଉଛି ଜୀବନର ପୂର୍ଣ୍ଣତା, ସେହି କ୍ଷୁଦ୍ର, ଭାସୁଥିବା ସ୍ପୁତନିକ (ଋସରକୃତ୍ରିମ ଉପଗ୍ରହ) ନୁହେଁ (ହାସ୍ୟ) ଜୀବନର ସିଦ୍ଧତା କ’ଣ ସେମାନେ ଜାଣନ୍ତି ନାହିଁ | ଆପଣ ଯେକୌଣସି ସ୍ଥାନକୁ ଯାଇପାରିବେ |