OR/Prabhupada 0536 - ବେଦ ପଢ଼ିବାର ଲାଭ କ'ଣ ଯଦି ତୁମେ କୃଷ୍ଣଙ୍କୁ ବୁଝି ନ ପାର?

Revision as of 07:21, 22 June 2021 by Vanibot (talk | contribs) (Vanibot #0005: NavigationArranger - update old navigation bars (prev/next) to reflect new neighboring items)
(diff) ← Older revision | Latest revision (diff) | Newer revision → (diff)


Janmastami Lord Sri Krsna's Appearance Day Lecture -- London, August 21, 1973

ଯେତେବେଳେ କୃଷ୍ଣ କୁରୁକ୍ଷେତ୍ରର ଯୁଦ୍ଧ ଭୁମିରେ ଥିଲେ, ଆପଣ ଚିତ୍ର ଦେଖିଥିବେ, ସେ ଠିକ୍ କୋଡ଼ିଏ ବର୍ଷର ବା ପ୍ରାୟ ଚବିଶ ବର୍ଷର ବାଳକ ପରି | କିନ୍ତୁ ସେହି ସମୟରେ ତାଙ୍କର ନାତି ନାତୁଣୀ ଥିଲେ। ସେଥିପାଇଁ, କୃଷ୍ଣ ସର୍ବଦା ଯୁବକ ଅଟନ୍ତି | ନବଯୌବନମ ଚ | ଏଗୁଡ଼ିକ ହେଉଛି ବୈଦିକ ସାହିତ୍ୟର ବକ୍ତବ୍ୟ |

ଅଦ୍ଵୈତମ୍ ଅଚ୍ୟୁତମ୍ ଅନାଦିମ୍ ଅନନ୍ତ-ରୂପମ୍
ଅଧମଂ ପୁରାଣ-ପୁରୁଷଂ ନବ-ଯୌବନଂ ଚ
ବେଦେଶୁ ଦୁର୍ଲଭଂ ଅଦୁର୍ଲଭଂ ଆତ୍ମ-ଭକ୍ତୌ
(Bs. 5.33)

ତେଣୁ, କୃଷ୍ଣଙ୍କୁ ବୁଝିବା ପାଇଁ, ଯଦି ଆମେ କେବଳ ଔପଚାରିକତା ଭାଵରେ ବୈଦିକ ସାହିତ୍ୟ ପଢ଼ିବା, କୃଷ୍ଣ କ'ଣ ଏହା ବୁଝିବା ବହୁତ କଷ୍ଟକର ହୋଇଯିବ | ବେଦେଶୁ ଦୁର୍ଲଭଂ | ଅବଶ୍ୟ ସମସ୍ତ ବେଦଗୁଡିକ କୃଷ୍ଣଙ୍କୁ ବୁଝିବାକୁ ଅଛି | ଭଗବଦ୍ ଗୀତାରେ, ଏହା କୁହାଯାଇଛି,ବେଦୈଶ୍ଚ ସର୍ବୈରହମେବ ବେଦ୍ୟୋ | ଅହମ ଏବ ବେଦ୍ୟୋ | ବେଦ ପଢ଼ିବାର ଲାଭ କ'ଣ ଯଦି ତୁମେ କୃଷ୍ଣଙ୍କୁ ବୁଝି ନ ପାର? କାରଣ ଶିକ୍ଷାର ମୂଳ ଲକ୍ଷ୍ୟ ଅର୍ଥ ହେଉଛି ବୁଝିବା, ପରମ ଭଗବାନ, ପରମ ପିତା, ସର୍ବୋଚ୍ଚ କାରଣ | ଯେପରି ଏହା ବେଦନ୍ତ ସୂତ୍ରରେ କୁହାଯାଇଛି, ଜନ୍ମାଦି ଅସ୍ୟ ଯତଃ (SB 1.1.1) | ଅଥାତୋ ବ୍ରହ୍ମ ଜିଜ୍ଞାସା | ବ୍ରହ୍ମ-ଜିଜ୍ଞାସା, ସର୍ବୋଚ୍ଚ ସଂପୂର୍ଣ୍ଣ ସତ୍ୟ, ବ୍ରାହ୍ମଣ ବିଷୟରେ ଆଲୋଚନା କରିବା | ସେହି ବ୍ରାହ୍ମଣ କ’ଣ? ଜନ୍ମାଦି ଅସ୍ୟ ଯତଃ | ସେହି ବ୍ରାହ୍ମଣର ଅର୍ଥ ହେଉଛି ଯେଉଁଠାରୁ ସବୁକିଛି ଉତ୍ପନ୍ନ ହୁଏ | ତେଣୁ ବିଜ୍ଞାନ, ଦର୍ଶନ, ପ୍ରତ୍ୟେକ ଜିନିଷର ଅନ୍ତିମ କାରଣ ହେଉଛି ଖୋଜିବା | ତାହା ଆମେ ଶାସ୍ତ୍ର, ବୈଦିକ ସାହିତ୍ୟରୁ ପାଇଛୁ, ଯେ କୃଷ୍ଣ ହେଉଛନ୍ତି ସମସ୍ତ କାରଣର କାରଣ | ସର୍ବ-କାରଣ-କାରଣମ | ସର୍ବ-କାରଣ-କାରଣମ |

ଈଶ୍ଵରଃ ପରମଃ କୃଷ୍ଣଃ
ସଚ୍ଚିଦାନନ୍ଦବିଗ୍ରହଃ
ଅନାଦିରାଦିର୍ ଗୋବିନ୍ଦଃ
ସର୍ବକାରଣକାରଣମ୍
(Bs. 5.1)

ସମସ୍ତ କାରଣର କାରଣ | ଠିକ୍ ସେହିପରି, ବୁଝିବାକୁ ଚେଷ୍ଟା କର | ମୁଁ ମୋ ପିତାଙ୍କ ଯୋଗୁଁ ଅଛି | ମୋ ପିତା ତାଙ୍କ ପିତାଙ୍କ ଯୋଗୁଁ ଅଛନ୍ତି | ସେ ତାଙ୍କ ପିତାଙ୍କ ଯୋଗୁ୍ଁ ଅଛନ୍ତି, ତାଙ୍କ ପିତା...ଖୋଜି ଚାଲ, ତାପରେ ଆପଣ ଶେଷରେ ଜଣକ ପାଖକୁ ଆସିବେ ଯିଏ ଏହାର କାରଣ ଅଟନ୍ତି | କିନ୍ତୁ ତାଙ୍କର କୌଣସି କାରଣ ନାହିଁ। ଅନାଦିର୍ ଆଦିର୍ ଗୋବିନ୍ଦ (Bs. 5.1) । ମୁଁ ମୋ ପୁଅର କାରଣ ହୋଇପାରେ, କିନ୍ତୁ ମୁଁ ମଧ୍ୟ କାରଣର ପରିଣାମ, ମୋ ବାପା | କିନ୍ତୁ ଶାସ୍ତ୍ର କୁହେ ଯେ ଆନାଦିର୍ ଆଦିର୍, ସେ ମୂଳ ବ୍ୟକ୍ତି, କିନ୍ତୁ ତାଙ୍କର କୌଣସି କାରଣ ନାହିଁ | ସେ ହେଉଛନ୍ତି କୃଷ୍ଣ | ସେଥିପାଇଁ, କୃଷ୍ଣ କୁହଁନ୍ତି ଯେ, ଜନ୍ମ କର୍ମ ଚ ମେ ଦିବ୍ୟମେବଂ ଯୋ ବେତ୍ତି ତତ୍ତ୍ଵତଃ (BG 4.9) | କୃଷ୍ଣଙ୍କର ଆଗମନ, ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ | ଆମେ କୃଷ୍ଣଙ୍କୁ ବୁଝିବାକୁ ଚେଷ୍ଟା କରିବା ଉଚିତ, ସେ କାହିଁକି ଅବତରିତ ହୁଅଁନ୍ତି, ସେ କାହିଁକି ଏହି ଭୌତିକ ଜଗତକୁ ଆସନ୍ତି, ତାଙ୍କର କାମ କ’ଣ, ତାଙ୍କର କାର୍ଯ୍ୟକଳାପ କ’ଣ? ଯଦି ଆମେ କେବଳ କୃଷ୍ଣଙ୍କୁ ବୁଝିବାକୁ ଚେଷ୍ଟା କରୁ, ତେବେ ଫଳାଫଳ କ’ଣ? ଫଳାଫଳ ହେଉଛି ତ୍ୟକ୍ତ୍ଵା ଦେହିଂ ପୁନର୍ଜନ୍ମ ନୈତି ମାମେତି କୌନ୍ତେୟ (BG 4.9) | ତୁମେ ସେହି ଅମରତା ପାଇବ | ଜୀବନର ଲକ୍ଷ୍ୟ ହେଉଛି ଅମରତା ହାସଲ କରିବା | ଅମୃତତ୍ଵାୟ କଳ୍ପତେ |

ତେଣୁ କୃଷ୍ଣଙ୍କର ଆଗମନରେ, ଆମେ କୃଷ୍ଣଙ୍କର ତତ୍ତ୍ଵଜ୍ଞାନକୁ ବୁଝିବାକୁ ଚେଷ୍ଟା କରିବା | ମାନ୍ୟବର ଶାନ୍ତି ବିଷୟରେ କହୁଥିଲେ। ଶାନ୍ତି ସୂତ୍ର ସେଠାରେ ଅଛି, କୃଷ୍ଣଙ୍କ ଦ୍ୱାରା କୁହାଯାଇଛି | ସେଇଟା କଣ?

ଭୋକ୍ତାରଂ ଯଜ୍ଞତପସାଂ
ସର୍ବଲୋକମହେଶ୍ଵରମ୍
ସୁହୃଦଂ ସର୍ବଭୂତାନାଂ
ଜ୍ଞାତ୍ଵା ମାଂ ଶାନ୍ତିମୃଛତି
(BG 5.29)

ଯଦି ରାଜନେତା, କୂଟନୀତିଜ୍ଞ, ସେମାନେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛନ୍ତି ... ମିଳିତ ଜାତିସଂଘ ଅଛି ଏବଂ ଅନେକ ସଂଗଠନଗୁଡିକ ଅଛି | ସେମାନେ ପ୍ରକୃତ ଶାନ୍ତି ଏବଂମୈତ୍ରି ପାଇବାକୁ ଚେଷ୍ଟା କରୁଛନ୍ତି, ମନୁଷ୍ୟ ଏବଂ ମନୁଷ୍ୟ ମଧ୍ୟରେ, ଜାତି ଏବଂ ଜାତି ମଧ୍ୟରେ କୌଣସି ଭୁଲ ବୁଝାମଣା ନାହିଁ | କିନ୍ତୁ ତାହା ଘଟୁନାହିଁ | ତାହା ଘଟୁନାହିଁ | ତ୍ରୁଟି ହେଉଛି ମୂଳ ହିଁ ଭୁଲ ଅଛି | ସମସ୍ତେ ଭାବୁଛନ୍ତି "ଏହା ମୋର ଦେଶ। ଏହା ମୋର ପରିବାର। ଏହା ମୋର ସମାଜ। ଏହା ମୋର ସମ୍ପତ୍ତି।" ଏହି "ମୋର" ଭ୍ରମ ଅଟେ |