OR/Prabhupada 0566 - ଯଦି ଆମେରିକୀୟ ଲୋକମାନଙ୍କର ନେତାମାନେ ଆସିବେ ଏବଂ ଏହି ପ୍ରଣାଳୀକୁ ବୁଝିବାକୁ ଚେଷ୍ଟା କରିବେ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0566 - in all Languages Category:OR-Quotes - 1968 Category:OR-Quotes - Int...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 7: Line 7:
[[Category:OR-Quotes - in USA, Los Angeles]]
[[Category:OR-Quotes - in USA, Los Angeles]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0548 - ଯଦି ତୁମେ ହରିଙ୍କ ପାଇଁ ସବୁକିଛି ତ୍ୟାଗ କରିବା ସ୍ଥିତିକୁ ଆସ|0548|OR/Prabhupada 0567 - ମୁଁ ଏହି ସଂସ୍କୃତି ଦୁନିଆକୁ ଦେବା ପାଇଁ ଚାହୁଁଥିଲି|0567}}
{{1080 videos navigation - All Languages|Oriya|OR/Prabhupada 0561 - ଦେବତା ଅର୍ଥ ପାଖାପାଖି ଭଗବାନ । ସେମାନଙ୍କ ପାଖରେ ଭଗବାନଙ୍କ ସବୁ ଗୁଣ ଅଛି|0561|OR/Prabhupada 0567 - ମୁଁ ଏହି ସଂସ୍କୃତି ଦୁନିଆକୁ ଦେବା ପାଇଁ ଚାହୁଁଥିଲି|0567}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|dJSSb4tJTII|ଯଦି ଆମେରିକୀୟ ଲୋକମାନଙ୍କର ନେତାମାନେ ଆସିବେ ଏବଂ ଏହି ପ୍ରଣାଳୀକୁ ବୁଝିବାକୁ ଚେଷ୍ଟା କରିବେ<br />- Prabhupāda 0566}}
{{youtube_right|fL9SnsQQ0dg|ଯଦି ଆମେରିକୀୟ ଲୋକମାନଙ୍କର ନେତାମାନେ ଆସିବେ ଏବଂ ଏହି ପ୍ରଣାଳୀକୁ ବୁଝିବାକୁ ଚେଷ୍ଟା କରିବେ<br />- Prabhupāda 0566}}
<!-- END VIDEO LINK -->
<!-- END VIDEO LINK -->



Latest revision as of 22:50, 1 October 2020



Press Interview -- December 30, 1968, Los Angeles

ପତ୍ରକାର: କ'ଣ ଏହା ଗାନ୍ଧୀ କହିଥିଲେ କି?

ପ୍ରଭୁପାଦ: ହମ୍? ଗାନ୍ଧୀ କ'ଣ ଜାଣିଥିଲେ? ସେ ଏକ ରାଜନିତୀଜ୍ଞ । ସେ ଏହି ସଂସ୍କୃତି ବିଷୟରେ କିଛି ଜାଣି ନାହଁନ୍ତି ।

ପତ୍ରକାର: ଠିକ୍ ଅଛି, ମୁଁ ପଢ଼ିଥିଲି ଯେତେବେଳେ ସେ ୩୬ ବର୍ଷ ବୟସର ଥିଲେ ସେ ବ୍ରହ୍ମଚାରୀ ହୋଇ ଯାଇଥିଲେ, ଏହା କି...

ପ୍ରଭୁପାଦ: ତାହା ହେଉଛି...ଅବଶ୍ୟ, ତାଙ୍କର ହିନ୍ଦୁ ସଂସ୍କୃତିର କିଛି ଧାରଣା ଥିଲା । ତାହା ଭଲ । ସେ ବ୍ରହ୍ମଚାର୍ଯ୍ୟ ଆରମ୍ଭ କରିଲେ, ତାହା ଠିକ୍ ଅଛି । କିନ୍ତୁ ଗାନ୍ଧୀଙ୍କର ଅତି ଉନ୍ନତ ଆଧ୍ୟାତ୍ମିକ ଚିନ୍ତାଧାରା ନ ଥିଲା । ତୁମେ ଦେଖ । ପ୍ରାୟତଃ ସେ ରାଜନେତା ଥିଲେ, ରାଜନିତୀଜ୍ଞ । ହଁ, ବାସ୍ ।

ପତ୍ରକାର: ହଁ । ଏକ ବହୁତ ସାହାସୀ ବ୍ୟକ୍ତି । ଉତ୍ତର ଭାରୀ ଉପଯୁକ୍ତ ଲାଗୁଛି, କହିବାର ଅର୍ଥ ହେଲା, ଏବଂ ଯଦି ତାହା...

ପ୍ରଭୁପାଦ: ବର୍ତ୍ତମାନ, ତୁମେ ଯଦି ସହଯୋଗ କରିବ, ତେବେ ମୁଁ ତୁମ ଦେଶକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେବି । ସେମାନେ ଖୁସୀ ହେବେ । ସେମାନଙ୍କର ସବୁ କିଛି ଭଲ ହେବ । ଏହି କୃଷ୍ଣ ଚେତନା ଅନ୍ଦୋଳନ ହେଉଛି ଭାରୀ ଭଲ । ଯଦି ତୁମେ ସହଯୋଗ କର । କେହି ସହଯୋଗ କରୁ ନାହାଁନ୍ତି । କେବଳ ଏହି ବାଳକମାନେ, ସେମାନେ କୃପା କରି ମୋ ପାଖକୁ ଆସିଲେ ଏବଂ ସହଯୋଗ କରୁଛନ୍ତି । ତେଣୁ ମୋର ଆନ୍ଦୋଳନ ପ୍ରଗତି କରୁଛି, କିନ୍ତୁ ଅତି ଧିରେ ଧିରେ । କିନ୍ତୁ ଯଦି ଆମେରିକୀୟ ଲୋକମାନଙ୍କର ନେତା, ସେମାନେ ଆସିବେ ଏବଂ ସେମାନେ ବୁଝିବାକୁ ଚେଷ୍ଟା କରିବେ ଏବଂ ସେମାନେ ଏହି ପ୍ରଣାଳୀକୁ ପରିଚିତ କରିବା ପାଇଁ ଚେଷ୍ଟା କରିବେ, ଓ, ତୁମ ଦେଶ ଦୁନିଆର ସବୁଠାରୁ ଭଲ ଦେଶ ହୋଇଯିବ ।

ପତ୍ରକାର: ଆପଣ...ଆପଣ କେବେ ଠାରୁ ଏହା ସହିତ ଜଡ଼ିତ ଅଛନ୍ତି?

ହ୍ୟୈଗ୍ରୀବ: ଦେଢ଼ ବର୍ଷ ହେଲା ।

ପତ୍ରକାର: ଦେଢ଼ ବର୍ଷ? ମୁଁ ପଚାରି ପାରିବି କି ତୁମକୁ କେତେ ବର୍ଷ ହୋଇଛି?

ହ୍ୟୈଗ୍ରୀବ: ମୋତେ ୨୮ ବର୍ଷ ହୋଇଛି ।

ପତ୍ରକାର: ତୁମକୁ ୨୮ ବର୍ଷ ହୋଇଛି । ବର୍ତ୍ତମାନ, ଏହା ତୁମକୁ ବଦଳେଇଛି କି? ହ୍ୟୈଗ୍ରୀବ: ଅହ, ବହୁତ ।(ହସି ହସି)

ପତ୍ରକାର: କିନ୍ତୁ ଏକ ବ୍ୟବହାରିକ ଦୃଷ୍ଟିରୁ, କିପରି ଯୌନ ସମ୍ଵନ୍ଧିତ କଥାଗୁଡ଼ିକ ଯାହା ସ୍ଵାମୀଜୀ କହୁଥିଲେ, ଏହା ତୁମକୁ କିପରି ପ୍ରଭାବିତ କରିଛି? କରିଛି କି, ତୁମେ ଏଥିରେ କ୍ଷମତା ଦେଖିଲ କି ଯାହା ବିଷୟରେ ଆମେ କଥା ହେଉଛୁ? କାରଣ ମୋ ମତରେ ଏହା ଏକ ପ୍ରମୁଖ ସମସ୍ୟା ଯୁବକମାନଙ୍କ ପାଇଁ ।

ହ୍ୟୈଗ୍ରୀବ: ଠିକ୍ ଅଛି, ଇଛା ଅଛି, ଏବଂ ଅାମର ଅନେକ ଇଛା ଅଛି । ଏବଂ ଯୌନ ଇଛା ସମ୍ଭବତଃ ଆମର ଏକ ଶକ୍ତିଶାଳୀ ଇଛା । ତେଣୁ...

ପ୍ରଭୁପାଦ: ହଁ, ହଁ ।

ହ୍ୟୈଗ୍ରୀବ: ତେଣୁ ଏହି ଇଛାଗିଡ଼ିକୁ ସଂଲଗ୍ନ କରାଯାଉଛି । ସେମାନଙ୍କୁ ପୁନଃନିର୍ଦ୍ଦେଶିତ ଏବଂ ସେମାନଙ୍କୁ ନିର୍ଦ୍ଦେଶିତ କରାଯାଉଛି କୃଷ୍ଣଙ୍କ ଆଡ଼କୁ ।

ପତ୍ରକାର: ଠିକ୍ ଅଛି, ମୁଁ ବୁଝିପାରୁଛି, ମୁଁ ବୁଝିପାରୁଛି ଯେ, କିନ୍ତୁ ମୁଁ କହୁଛି ଏହା ପ୍ରଭାବଶାଳୀ କି? ଏହା କାମ କରେ କି?

ହ୍ୟୈଗ୍ରୀବ: ହଁ, ଏହା କାମ କରେ । ଏହା କାମ କରେ । କିନ୍ତୁ ତୁମକୁ ଏହା ସହିତ ଦୃଢ଼ ହୋଇ ରହିବାକୁ ହେବ ଏହା କାମ କରେ । ଏହା ଅତି କଷ୍ଟକର ହୋଇପାରେ, ବିଶେଷକରି ପ୍ରଥମରେ, କିନ୍ତୁ ଏହା କାମ କରେ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ତୁମକୁ ସଂକଳ୍ପ କରିବାକୁ ହେବ । ତୁମକୁ ଏହା ସଫଳ କରିବାକୁ ହେବ ।

ପତ୍ରକାର: ବର୍ତ୍ତମାନ, ମୁଁ ଏହି କଥାକୁ ଭଲ ଭାବରେ ଜାଣିବାକୁ ଚାହୁଁଛି । ଅନ୍ୟ ଶଦ୍ଦରେ, ତୁମକୁ ଏହା ଲାଗୁ ନାହିଁ କି ତୁମେ କିଛି ତ୍ୟାଗ କରି ଦେଇଛ ।

ହ୍ୟୈଗ୍ରୀବ: ନା, ଏହା ହେଉଛି ଯେତେବେଳେ ତୁମେ କିଛି ଭଲ ଦେଖୁଛ...

ପତ୍ରକାର: ତାହା ମୋର...ତାହା ମୋର କହିବାର ଅର୍ଥ ଥିଲା । ତାହା...

ପ୍ରଭୁପାଦ: ହଁ । ତୁମେ କିଛି ଭଲ ସ୍ଵୀକାର କରିଛ ।

ପତ୍ରକାର: ଭଲ । ହଁ । ତୁମର ଜିଭ କାମୁଡ଼ି କିମ୍ଵା ପାଟିରେ କହି, "ମୁଁ ଏହାକୁ ସ୍ପର୍ଶ କରିବି ନାହିଁ, ମୁଁ ଏହାକୁ ସ୍ପର୍ଶ କରିବି ନାହିଁ ।" ଏକ ବିକଳ୍ପ ଅଛି ।

ହ୍ୟୈଗ୍ରୀବ: ଏହା ନୁହେଁ, ତୁମେ ନୁହଁ... ଉପଭୋଗ କରିବା ପାଇଁ ତୁମର କ୍ଷମତା ଅଛି, ଏବଂ ତୁମକୁ କିଛି ତ୍ୟାଗ କରିବାକୁ ପଡ଼ୁନାହିଁ... ମନୁଷ୍ୟ ପାଇଁ ଏହା ବହୁତ ସ୍ଵାଭାବିକ ଯେ ସେ କୌଣସି ଜିନିଷ ତ୍ୟାଗ କରିବ ନାହିଁ ଯେ ପର୍ଯ୍ୟନ୍ତ ତୁମ ପାଖରେ କିଛି ଭଲ ଜିନିଷ ନାହିଁ । ତେଣୁ, କଥା ହେଉଛି ଯେ ତୁମକୁ କିଛି ଭଲ ମିଳିବାର ଅଛି ଯାହା ତୁମେ ତ୍ୟାଗ କରିବାକୁ ଚାହୁଁଛ ତାର ତୁଳନାରେ...

ପ୍ରଭୁପାଦ: ହଁ ।