OR/Prabhupada 0630 - ଶୋକ କରିବାର କୌଣସି କାରଣ ନାହିଁ, କାରଣ ଆତ୍ମା ରୁହେ

Revision as of 07:21, 20 January 2018 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0630 - in all Languages Category:OR-Quotes - 1973 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture on BG 2.28 -- London, August 30, 1973

ଭକ୍ତ: ଅନୁବାଦ: "ସମସ୍ତ ଜୀବ ପ୍ରାରମ୍ଭରେ ଅବ୍ୟକ୍ତ ରୁହନ୍ତି, ସେମାନଙ୍କର ମଧ୍ୟ ଅବସ୍ଥାରେ ବ୍ୟକ୍ତ ହୁଅନ୍ତି, ଏବଂ ପୁଣି ଥରେ ଅବ୍ୟକ୍ତ ହୋଇଯାଆନ୍ତି ଯେତେବେଳେ ସେମାନେ ନଷ୍ଟ ହୋଇଯାଆନ୍ତି । ତେବେ ଶୋକ କରିବାର ଆବଶ୍ୟକତା କ'ଣ?"

ପ୍ରଭୁପାଦ: ତେବେ ଆତ୍ମା ହେଉଛି ଶାଶ୍ଵତ । ସେଥିରେ କିଛି ନାହିଁ, ଶୋକ କରିବାର କୌଣସି କାରଣ ନାହିଁ, କାରଣ ଆତ୍ମା ରୁହେ । ଏପରିକି ଶରୀର ନଷ୍ଟ ହୋଇଗଲେ ମଧ୍ୟ, ଶୋକ କରିବାର କୌଣସି କାରଣ ନାହିଁ । ଏବଂ ଯେଉଁମାନେ ତାହା ବିଶ୍ଵାସ କରୁ ନାହାଁନ୍ତି ଯେ "କୌଣସି ଆତ୍ମା ନାହିଁ; ସବୁକିଛି ପ୍ରାରମ୍ଭରେ ଶୂନ୍ୟ ଥାଏ..." ତେବେ ପ୍ରାରମ୍ଭରେ ଶୂନ୍ୟ ଥିଲା ଏବଂ ମଝିରେ ଏହା ପ୍ରକଟ ହେଲା । ତାପରେ ପୁଣି ଏହା ଶୂନ୍ୟ ହୋଇଯିବ । ତେବେ ଶୂନ୍ୟରୁ ଶୂନ୍ୟ, ଶୋକ କେଊଁଠାରେ ଅଛି? ଏହି ଯୁକ୍ତି କୃଷ୍ଣ ଦେଉଛନ୍ତି । ଉଦ୍ଭୟ ପ୍ରକାରରେ ତୁମେ ଶୋକ କରି ପାରିବ ନାହିଁ । ତାପରେ?

ପ୍ରଦ୍ୟୁମ୍ନ: (ଭାବାର୍ଥ) "ଯଦି ଆମେ ଯୁକ୍ତି ପାଇଁ, ଆମେ ନାସ୍ତିକ ସିଦ୍ଧାନ୍ତ ସ୍ଵୀକାର କରୁ, ତଥାପି ଶୋକ କରିବା ପାଇଁ କୌଣସି କାରଣ ନାହିଁ । ଆତ୍ମାର ଭିନ୍ନ ଅସ୍ତିତ୍ଵ ଛଡା, ଭୌତିକ ତତ୍ତ୍ଵଗୁଡ଼ିକ ସୃଷ୍ଟି ପୂର୍ବରୁ ଅବ୍ୟକ୍ତ ରୁହନ୍ତି । ଅବ୍ୟକ୍ତ ରହିବାର ଏହି ସୂକ୍ଷ୍ମ ଅବସ୍ଥାରୁ ବ୍ୟକ୍ତ ହେବାର ସ୍ଥିତି ଆସେ । ଯେପରିକି ଆକାଶରୁ, ବାୟୁ ଉତ୍ପନ୍ନ ହୁଏ; ବାୟୁରୁ, ଅଗ୍ନି ଉତ୍ପନ୍ନ ହୁଏ; ଅଗ୍ନିରୁ, ଜଳ ଉତ୍ପନ୍ନ ହୁଏ; ଏବଂ ଜଳରୁ, ପୃଥିବୀ ଉତ୍ପନ୍ନ ହୁଏ । ପୃଥିବୀରୁ, ଅନେକ ପ୍ରକାରର ପଦାର୍ଥ ଉତ୍ପନ୍ନ ହୁଏ..."

ପ୍ରଭୁପାଦ: ଏହା ହେଉଛି ସୃଷ୍ଟିର ପ୍ରକ୍ରିୟା । ଆକାଶରୁ, ଫେରେ ଆକାଶ, ଫେରେ ବାୟୁ, ଫେରେ ଅଗ୍ନି, ଫେରେ ଜଳ, ଫେରେ ପୃଥିବୀ । ଏହା ହେଉଛି ସୃଷ୍ଟିର ପ୍ରକ୍ରିୟା । ହଁ ।

ପ୍ରଦ୍ୟୁମ୍ନ: "ଉଦାହରଣ ସ୍ଵରୂପ ଏକ ବିଶାଳ ଗଗନଚୁମ୍ଵୀ କୋଠାଘର ପୃଥିବୀରୁ ପ୍ରକଟ ହୋଇଛି । ଯେତେବେଳେ ଏହାକୁ ସମାପ୍ତ କରିଦିଆଯାଏ, ଏହା ପୁଣି ଅଦୃଶ୍ୟ ହୋଇଯାଏ ଏବଂ ଶେଷରେ ପରମାଣୁ ହୋଇ ରହିଯାଏ । ସଂରକ୍ଷଣର ନିୟମ ରୁହେ, କିନ୍ତୁ କାଳକ୍ରମେ ଜିନିଷଗୁଡ଼ିକ ପ୍ରକଟ ଏବଂ ଅପ୍ରକଟ ହୁଅନ୍ତି । ତାହା ହେଉଛି ଅନ୍ତର । ତେବେ ପ୍ରକଟ କିମ୍ଵା ଅପ୍ରକଟ ସ୍ଥିତିରେ ଶୋକ କରିବାର କାରଣ କ'ଣ । ଯେ କୌଣସି ପ୍ରକାରରେ, ଏପରିକି ଅପ୍ରକଟ ସ୍ଥିତିରେ, ଜିନିଷଗୁଡ଼ିକ ହଜିଯାଏ ନାହିଁ । ଉଦ୍ଭୟ ଆରମ୍ଭ ଏବଂ ଶେଷରେ ତତ୍ତ୍ଵଗୁଡିକ ଅପ୍ରକଟ ରୁହନ୍ତି, ଏବଂ କେବଳ ମଝିରେ ସେମାନେ ପ୍ରକଟ ହୁଅନ୍ତି, ଏବଂ ଏଥିପାଇଁ କୌଣସି ବାସ୍ତବିକ ଅନ୍ତର ପଡ଼େ ନାହିଁ । ଏବଂ ଯଦି ଆମେ ଭଗବଦ୍ ଗୀତାରେ କୁହାଯାଇଥିବା ବୈଦିକ ଉପସଂହାରକୁ ସ୍ଵୀକାର କରିବା (2.18)(ଅନ୍ତବନ୍ତ ଇମେ ଦେହା) ଯେ ଏହି ଭୌତିକ ଶରୀରଗୁଡ଼ିକ କାଳକ୍ରମେ ସମାପ୍ତ ହୋଇଯିବ (ନିତ୍ୟସ୍ୟୋକ୍ତ ଶରୀରୀଣଃ) କିନ୍ତୁ ସେହି ଆତ୍ମା ହେଉଛି ଶାଶ୍ଵତ, ତେବେ ଆମକୁ ମନେ ରଖିବାକୁ ହେବ ଯେ ଶରୀର ସର୍ବଦା ହେଉଛି ପୋଷାକ ପରି । ସେଥିପାଇଁ ପୋଷାକ ପରିବର୍ତ୍ତନ ହେଲେ ଶୋକ କାହିଁକି ? ଶାଶ୍ଵତ ଶରୀର ତୁଳନାରେ ଭୌତିକ ଶରୀରର କୌଣସି ଯଥାର୍ଥ ଅସ୍ତିତ୍ଵ ନାହିଁ । ଏହା ହେଉଛି କିଛି ସ୍ଵପ୍ନ ପରି । ସ୍ଵପ୍ନରେ ଆମେ ଆକାଶରେ ଉଡିବା କିମ୍ଵା ରାଜା ପରି ରଥରେ ବସିବା ଭାବି ପାରିବା, କିନ୍ତୁ ଯେତେବେଳେ ଆମେ ଉଠିଯାଉ ଆମେ ଦେଖୁ ଯେ ନା ଅାମେ ଅକାଶରେ ଅଛୁ ନା ରଥ ଉପରେ ବସିଛୁ । ବୈଦିକ ଜ୍ଞାନ ଆତ୍ମାନୁଭୂତି ଏବଂ ଭୌତିକ ଶରୀରର ବିଲୁପ୍ତିର ମୂଳ ଆଧାର ଉପରେ ପ୍ରୋତ୍ସାହନ ଦିଏ । ସେଥିପାଇଁ ଉଦ୍ଭୟ ସ୍ଥିତିରେ, ଜଣେ ଆତ୍ମାର ଅସ୍ତିତ୍ଵ ଉପରେ ବିଶ୍ଵାସ କରୁ କିମ୍ଵା ନ କରୁ, ଶରୀର ନଷ୍ଟ ହେଲେ ଶୋକ କରିବାର କୌଣସି କାରଣ ନାହିଁ ।"