OR/Prabhupada 0737 - ଏହା ହେଉଛି ପ୍ରଥମ ଆଧ୍ୟାତ୍ମିକ ଜ୍ଞାନ - ଯେ 'ମୁଁ ଏହି ଶରୀର ନୁହେଁ'

Revision as of 09:59, 20 January 2018 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0737 - in all Languages Category:OR-Quotes - 1974 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture on BG 4.1 -- Bombay, March 21, 1974

ପ୍ରଭୁପାଦ: ଏହି ଶରୀର ଭିନ୍ନ ଭାବରେ ନିର୍ମିତ । ଅତ୍ମା ହେଉଛି ଏକ । ତୁମର ଆତ୍ମା, ମୋର ଆତ୍ମା, ହେଉଛି ସମାନ । କିନ୍ତୁ ତୁମର ଶରୀରକୁ ଆମେରିକୀୟ ଶରୀର କୁହାଯାଏ, ମୋର ଶରୀରକୁ ଭାରତୀୟ ଶରୀର କୁହାଯାଏ । ତାହା ହେଉଛି ଅନ୍ତର । ଯେପରି ତୁମର ଭିନ୍ନ ପୋଷାକ ଅଛି । ମୋର ଭିନ୍ନ ପୋଷାକ ଅଛି । ବାସାଂସି ଜୀର୍ଣ୍ଣାନି ଯଥା ବି (BG 2.22)...ଏହି ଶରୀର ହେଉଛି ପୋଷାକ ପରି ।

ତେବେ ଏହା ହେଉଛି ପ୍ରଥମ ଆଧ୍ୟାତ୍ମିକ ଜ୍ଞାନ, ଯେ "ମୁଁ ଏହି ଶରୀର ନୁହେଁ ।" ତାପରେ ଆଧ୍ୟାତ୍ମିକ ଜ୍ଞାନ ଅରମ୍ଭ ହୁଏ । ଅନ୍ୟଥା ଆଧ୍ୟାତ୍ମିକ ଜ୍ଞାନର କୌଣସି ସମ୍ଭାବନା ନାହିଁ । ଯସ୍ୟାତ୍ମା ବୁଦ୍ଧିଃ କୁଣପେ ତ୍ରି ଧାତୁକେ ସ୍ଵ ଧିଃ କଳତ୍ରାଦିଷୁ ଭୌମ ଇଜ୍ୟ ଧି (SB 10.84.13) ଯିଏ ଭାବେ, "ମୁଁ ହେଉଛି ଏହି ଶରୀର । ଏହା, ମୁଁ ହେଉଛି, ମୁଁ ନିଜେ," ସେ ହେଉଛି ଏକ ଦୁର୍ଜନ, ପଶୁ । ବାସ୍ । ଏହି ଦୁର୍ଜନ ପଶୁତ୍ଵ, ପୁରା ଦୁନିଆରେ ଚାଲିଛି । "ମୁଁ ଆମେରିକୀୟ," "ମୁଁ ଭାରତୀୟ," "ମୁଁ ବ୍ରାହ୍ମଣ," "ମୁଁ କ୍ଷେତ୍ରିୟ ।" ଏହା ହେଉଛି ଦୁର୍ଜନତା । ତୁମକୁ ଏହା ଉପରକୁ ଯିବାକୁ ହେବ । ତେବେ ଅଧ୍ୟାତ୍ମିକ ଜ୍ଞାନ ଅଛି । ତାହା ହେଉଛି ଭକ୍ତି ଯୋଗ ।

ମାଂ ଚ ଯୋଽବ୍ୟଭିଚାରଣ
ଭକ୍ତିଯୋଗେନ ସେବତେ
ସ ଗୁଣାନ୍ ସମତୀତ୍ୟୈତାନ୍
ବ୍ରହ୍ମଭୂୟାୟ କଳ୍ପତେ
(BG 14.26)

ଅହମ ବ୍ରହ୍ମାସ୍ମୀ । ଏହା ଆବଶ୍ୟକ । ତେବେ ଏହି ଯୋଗ ପ୍ରଣାଳୀ ବୁଝିବା ପାଇଁ, ଭକ୍ତି ଯୋଗ... କାରଣ କେବଳ ଭକ୍ତି ଯୋଗ ଦ୍ଵାରା ତୁମେ ଆଧ୍ୟାତ୍ମିକ ମଞ୍ଚକୁ ଆସି ପାରିବ । ଅହମ ବ୍ରହ୍ମାସ୍ମୀ । ନାହମ୍ ବିପ୍ରୋ... କେବଳ ଚୈତନ୍ୟ ମହାପ୍ରଭୁ କହିଛନ୍ତି, ନହମ୍ ବିପ୍ରୋ ନ କ୍ଷେତ୍ରିୟ... ସେହି ଶ୍ଳୋକ କ'ଣ?

ଭକ୍ତ: କିବା ବିପ୍ର କିବା ନ୍ୟାସି (CC Madhya 8.128)...

ପ୍ରଭୁପାଦ: "ମୁଁ ଏକ ବ୍ରାହ୍ମଣ ନୁହେଁ, ମୁଁ ଏକ କ୍ଷେତ୍ରିୟ ନୁହେଁ, ମୁଁ ଏକ ବେଶ୍ୟ ନୁହେଁ, ମୁଁ ଏକ ଶୂଦ୍ର ନୁହେଁ । ମୁଁ ଏକ ବ୍ରହ୍ମଚାରୀ ନୁହେଁ, ମୁଁ ଏକ ଗୃହସ୍ଥ୍ୟ ନୁହେଁ, ମୁଁ ଏକ ବାନପ୍ରସ୍ଥ ନୁହେଁ..." କାରଣ ଆମର ବୈଦିକ ସଭ୍ୟତା ବର୍ଣ୍ଣ ଏବଂ ଆଶ୍ରମ ଉପରେ ଆଧାରିତ । ତେବେ ଚୈତନ୍ୟ ମହାପ୍ରଭୁ ଏହି ସମସ୍ତ କଥାଗୁଡ଼ିକୁ ଅସ୍ଵୀକାର କରିଥିଲେ: "ମୁଁ ଏମାନଙ୍କ ମଧ୍ୟରୁ କାହାର ସଦସ୍ୟ ନୁହେଁ ।" ତେବେ ତୁମର ସ୍ଥିତି କ'ଣ? ଗୋପୀ ଭର୍ତୁଃ ପଦ କମଳୋୟର ଦାସ ଦାସାନୁଦାସଃ (CC Madhya 13.80) "ମୁଁ ଶାଶ୍ଵତ ଭାବରେ ଗୋପୀମାନଙ୍କର ଅନୁରକ୍ଷକଙ୍କର ସେବକ ।" ତାହାର ଅର୍ଥ ହେଉଛି କୃଷ୍ଣ । ଏବଂ ସେ ପ୍ରଚାର କରୁଥିଲେ: ଜୀବେର ସ୍ଵରୂପ ହୟ ନିତ୍ୟ କୃଷ୍ଣ ଦାସ (CC Madhya 20.108-109) । ତାହା ହେଉଛି ଆମର ପରିଚୟ । ଆମେ ଶ୍ରୀକୃଷ୍ଣଙ୍କର ଶାଶ୍ଵତ ସେବକ ଅଟୁ । ସେଥିପାଇଁ ସେବକମାନେ ଯେଉଁମାନେ କୃଷ୍ଣଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ, ସେମାନେ ଏହି ଭୌତିକ ଜଗତକୁ ଆସିଛନ୍ତି । ସେଥିପାଇଁ ସେବକମାନଙ୍କୁ ଫେରାଇ ନେବା ପାଇଁ କୃଷ୍ଣ ଆସନ୍ତି । ଏବଂ କୃଷ୍ଣ କୁହନ୍ତି,

ପରିତ୍ରାଣାୟ ସାଧୁନାଂ
ବିନାଶାୟ ଚ ଦୁଷ୍କୃତାମ୍
ଧର୍ମସଂସ୍ଥାପନାର୍ଥାୟ
ସମ୍ଭବାମି ଯୁଗେ ଯୁଗେ
(BG 4.8)

କୃଷ୍ଣ ଆସନ୍ତି । ସେ ବହୁତ ଦୟାଳୁ ।

ତେଣୁ କୃଷ୍ଣ ଏଠି ଆସିବାର ଆମ ଲାଭ ଉଠାଇବା, ତାଙ୍କ ପଛରେ ଏହି ଭଗବଦ୍ ଗୀତା ଛାଡିଯାଇଛନ୍ତି, ଏବଂ ଏହାକୁ ଭଲ ଭାବରେ ପଢ, ଏବଂ ତୁମର ଜୀବନ ସମ୍ପୂର୍ଣ୍ଣ କର । ତାହା ହେଉଛି କୃଷ୍ଣ ଚେତନା ଆନ୍ଦୋଳନ । ଏହା କୌଣସି ଫର୍ଜି ଆନ୍ଦୋଳନ ନୁହେଁ । ଏହା ସବୁଠାରୁ ଅଧିକ ବୈଜ୍ଞାନିକ ଆନ୍ଦୋଳନ । ତେଣୁ ଭାରତ ବାହାରେ, ଏହି ଇୟୁରୋପୀୟ, ଆମେରୀକିୟ, ସେମାନେ ଏହାର ଲାଭ ଉଠାଉଛନ୍ତି । କାହିଁକି ଭାରତର ଯୁବକମାନେ ନୁହେଁ? ଏଥିରେ ଭୁଲ କ'ଣ ଅଛି? ଏହା ଭଲ ନୁହେଁ, ଚାଲ ସମସ୍ତେ ମିଶିକି ଭାଗନେବା, ଏହି କୃଷ୍ଣ ଚେତନା ଆନ୍ଦୋଳନକୁ ଅତି ଗମ୍ଭୀରତାର ସହ ଆରମ୍ଭ କରିବା, ଏବଂ ଏହି ପୀଡିତ ମାନବ ସମାଜକୁ ଉଦ୍ଧାର କରିବା । ତାହା ହେଉଛି ଆମର ଉଦ୍ଦେଶ୍ୟ । ସେମାନେ ଜ୍ଞାନର ଅଭାବରେ ପୀଡିତ । ସବୁକିଛି ଅଛି, ପୂର୍ଣ୍ଣ । କେବଳ କୁପ୍ରବନ୍ଧନ ଯୋଗୁଁ... କେବଳ... ଏହା ବଦମାଶ ଏବଂ ଚୋରମାନଙ୍କ ଦ୍ଵାରା ପ୍ରବନ୍ଧିତ କରାଯାଉଛି । ନିଅ । ତୁମେ କୃଷ୍ଣ ଚେତନାରେ ଆଦର୍ଶ ହୁଅ ଏବଂ ପବନ୍ଧନକୁ ନିଅ । ଏବଂ ତୁମ ଜୀବନକୁ ସଫଳ କର ।

ବହୁତ ବହୁତ ଧନ୍ୟବାଦ । ହରେ କୃଷ୍ଣ ।

111111111111111111111111111111111111111111111111111111111111111111111111111111111111111111111111111111111111111111111111111111111111111111