OR/Prabhupada 0829 - ଚାରି କାନ୍ଥ ତୁମକୁ ଶୁଣୁଛନ୍ତି । ତାହା ଯଥେଷ୍ଟ । ନିରାଶ ହୁଅ ନାହିଁ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0829 - in all Languages Category:OR-Quotes - 1972 Category:OR-Quotes - Lec...")
(No difference)

Revision as of 11:40, 20 January 2018



The Nectar of Devotion -- Vrndavana, November 7, 1972

ପ୍ରଦ୍ୟୁମ୍ନ: "ଶ୍ରୀଲ ରୂପ ଗୋସ୍ଵାମୀ ଶୁଭର ଏକ ପରିଭାଷା ଦେଇଛନ୍ତି । ସେ କୁହନ୍ତି ଯେ ପ୍ରକୃତ ଶୁଭତା ହେଉଛି ସମଗ୍ର ଦୁନିଆର ଲୋକଙ୍କ ପାଇଁ ହିତ କାର୍ଯ୍ୟ ।"

ପ୍ରଭୁପାଦ: ହଁ । ଠିକ ଯେପରି ଏହି କୃଷ୍ଣ ଚେତନା ଆନ୍ଦୋଳନ । ଏହା ହେଉଛି ସମଗ୍ର ବିଶ୍ଵର ଲୋକଙ୍କ ପାଇଁ ହିତ କାର୍ଯ୍ୟ । ଏହା କୌଣସି ସାମ୍ପ୍ରଦାୟିକ ଅନ୍ଦୋଳନ ନୁହେଁ,କେବଳ ମନୁଷ୍ୟ ମାନଙ୍କ ପାଇଁ ନୁହେଁ, କିନ୍ତୁ ପଶୁ, ପକ୍ଷୀ, ହିଂସ୍ର ଜନ୍ତୁ, ବୃକ୍ଷ, ସମସ୍ତଙ୍କ ପାଇଁ ମଧ୍ୟ । ଏହି ଆଲୋଚନା ଭଗବାନ ଚୈତନ୍ୟଙ୍କ ହରିଦାସ ଠାକୁରଙ୍କ ସହିତ ହୋଇଥିଲା । ସେହି ବକ୍ତବ୍ୟରେ, ହରିଦାସ ଠାକୁର ଦୃଢ଼ତାର ସହିତ କହିଥିଲେ ଯେ ହରେ କୃଷ୍ଣ ମନ୍ତ୍ର ଜୋରରେ ଜପ କରିବା ଦ୍ଵରା, ବୃକ୍ଷମାନେ, ପକ୍ଷୀମାନେ, ପଶୁମାନେ, ସମସ୍ତେ ଲାଭବାନ ହେବେ । ଏହା ହେଉଛି ନାମାଚାର୍ଯ୍ୟ ହରିଦାସ ଠାକୁରଙ୍କର ବକ୍ତବ୍ୟ । ତେଣୁ ଯେତେବେଳେ ଆମେ ହରେ କୃଷ୍ଣ ମନ୍ତ୍ର ଜୋରରେ ଜପ କରୁ, ଏହା ସମସ୍ତଙ୍କ ପାଇଁ ଲାଭବାନ ହେବ । ଏହି ବକ୍ତବ୍ୟ ମେଲବର୍ଣ୍ଣର ଅଦାଲତରେ ରଖାଯାଇଥିଲା । ଅଦାଲତ ପଚାରିଲା ଯେ "କାହିଁକି ତୁମେ ସଡ଼କରେ ଜୋରରେ ହରେ କୃଷ୍ଣ ମନ୍ତ୍ର ଜପ କରୁଛ?" ଆମେ ଉତ୍ତର ଦେଲୁ ଯେ "କେବଳ ଲୋକମାନଙ୍କର ଲାଭ କରିବା ପାଇଁ ।" ବାସ୍ତବରେ, ଏହା ହେଉଛି ତଥ୍ୟ । ଅବଶ୍ୟ, ବର୍ତ୍ତମାନ ସରକାରଙ୍କର କୌଣସି ଅଭିଯୋଗ ନାହିଁ । ଆମେମାନେ ଅତି ସ୍ଵତନ୍ତ୍ରତା ସହିତ ସଡ଼କରେ ଜପ କରୁଛୁ । ତାହା ହେଉଛି ଲାଭ । ଯଦି ଆମେ ହରେ କୃଷ୍ଣ ମନ୍ତ୍ର ଜପ କରିବା, ଏହା ସମସ୍ତଙ୍କର ଲାଭ କରିବ, କେବଳ ମନୁଷ୍ୟମାନଙ୍କର ନୁହେଁ । ମୋର ଗୁରୁ ମାହାରାଜ କହୁଥିଲେ, ଯଦି କେହି ଅସନ୍ତୋଷ ପ୍ରକାଶ କରେ ଯେ "ଆମେ ଯାଉଛୁ ଏବଂ ଜପ କରୁଛୁ, କିନ୍ତୁ କେହି ଆମ ବୈଠକରେ କେହି ଆସୁନାହାଁନ୍ତି," ତେବେ ଗୁରୁ ମାହାରାଜ ଉତ୍ତର ଦେଲେ ଯେ "କାହିଁକି? ଚାରି କାନ୍ଥ ତୁମକୁ ଶୁଣୁଛନ୍ତି । ତାହା ଯଥେଷ୍ଟ । ନିରାଶ ହୁଅ ନାହିଁ । ଜପ କରି ଚାଲ । ଯଦି ଚାରି କାନ୍ଥ ଅଛି, ସେମାନେ ଶୁଣିବେ । ବାସ୍ ।" ତେବେ ଜପ କରିବା ଏତେ ପ୍ରଭାବଶାଳୀ ଯେ ଏହା ପଶୁ, ପକ୍ଷୀ, ହିଂସ୍ରଜନ୍ତୁ, କୀଟ, ସମସ୍ତଙ୍କର ଲାଭ କରେ । ଲାଗି ରୁହ । ଏହା ହେଉଛି ସର୍ବୋତ୍ତମ କଲ୍ୟାଣକାରୀ କାର୍ଯ୍ୟକଳାପ । ମାନବ ସମାଜରେ କଲ୍ୟାଣକାରୀ କାର୍ଯ୍ୟକଳାପ କିଛି ସମାଜ କିମ୍ଵା ରାଷ୍ଟ୍ର କିମ୍ଵା ସମୁଦାୟ କିମ୍ଵା ମନୁଷ୍ୟ ପାଇଁ ଅଛି । କିନ୍ତୁ ଏହି କଲ୍ୟାଣକାରୀ କାର୍ଯ୍ୟକଳାପ କେବଳ ମନୁଷ୍ୟ ସମାଜ ପାଇଁ ନୁହେଁ କିନ୍ତୁ ପଶୁ, ପକ୍ଷୀ, ହିଂସ୍ରଜନ୍ତୁ, ବୃକ୍ଷ ସମସ୍ତଙ୍କ ପାଇଁ । ଏହା ଦୁନିଆର ସବୁଠାରୁ ଭଲ, ସର୍ବୋତ୍ତମ କଲ୍ୟାଣକାରୀ କାର୍ଯ୍ୟକଳାପ, କୃଷ୍ଣ ଚେତନା ପ୍ରସାରିତ କର ।