OR/Prabhupada 1011 - ଭଗବାନଙ୍କଠାରୁ ଧର୍ମ କ'ଣ ତୁମେ ନିଶ୍ଚୟ ଶିଖିବା ଉଚିତ । ତୁମେ ନିଜର ଧର୍ମ ଉତ୍ପାଦନ କର ନାହିଁ

Revision as of 07:17, 16 May 2021 by Vanibot (talk | contribs) (Vanibot #0005: NavigationArranger - update old navigation bars (prev/next) to reflect new neighboring items)
(diff) ← Older revision | Latest revision (diff) | Newer revision → (diff)


750713 - Conversation B - Philadelphia

ପ୍ରଭୁପାଦ: ଏହି ଭଦ୍ରଲୋକ?

ଭକ୍ତ ପୁଅ: ଇଏ ମୋର ପିତା ।

ପ୍ରଭୁପାଦ: ଓହ ।। ଆପଣଙ୍କୁ ଅନେକ ଧନ୍ୟବାଦ। (ଚକଲେସ୍)

ପିତା: ଆପଣଙ୍କର ଅନୁଗ୍ରହ... ଭକ୍ତ: ଏବଂ ମୋ ମା ମାତା: ହରେ କୃଷ୍ଣ

ପ୍ରଭୁପାଦ: ଓହ ।। ତେଣୁ ଆପଣମାନେ ସମସ୍ତେ ଭାଗ୍ୟବାନ । ଆପଣ ଏତେ ସୁନ୍ଦର ପୁଅ ପାଇଛ ।

ପିତା: ଧନ୍ୟବାଦ ।

ପ୍ରଭୁପାଦ: ହଁ । ଏବଂ ସେ କୃଷ୍ଣ ଭାବନାମୃତ ହୋଇ ଆପଣଙ୍କୁ ସର୍ବୋତ୍ତମ ସେବା ପ୍ରଦାନ କରୁଛନ୍ତି ।

ପିତା: ସର୍ବୋତ୍ତମ କ'ଣ?

ଭକ୍ତ: ସେବା

ପ୍ରଭୁପାଦ: ଭାବ ନାହିଁ ଯେ ସେ ଘର ବାହାରେ, ସେ ହଜିଯାଇଛନ୍ତି । ନା। ସେ ଆପଣଙ୍କୁ ସର୍ବୋତ୍ତମ ସେବା ଦେଉଛନ୍ତି ।

ପିତା: ହଁ, ଆମେ ତାଙ୍କ ଉପରେ ଅତ୍ୟନ୍ତ ସନ୍ତୁଷ୍ଟ, ଏବଂ ଆମେ ସର୍ବଦା ରହି ଆସିଛୁ । ତାଙ୍କୁ ସୁଖ ଖୋଜିବାରେ ସାହାଯ୍ୟ କରିଥିବାରୁ ଧନ୍ୟବାଦ । ଏହା ଏପରି କିଛି ଯାହା ସେ ଆପଣଙ୍କର ନିର୍ଦେଶର ମାଧ୍ୟମରେ ଖୋଜିବାକୁ ସକ୍ଷମ ହୋଇଛି । (...)

ପ୍ରଭୁପାଦ: ଧନ୍ୟବାଦ । ସେମାନେ ବହୁତ ଭଲ ପିଲା।

ପିତା: ମୋ ପାଇଁ ଆଶ୍ଚର୍ଯ୍ୟଜନକ ହେଉଛି, କେଉଁଠାରୁ ଆପଣ ଗତି ବଜାୟ ରଖିବା ପାଇଁ ଶକ୍ତି ପାଉଛନ୍ତି । ଆପଣ ମୋତେ କହିପାରିବେ କି ଆପଣ ତାହା କିପରି କରନ୍ତି? (ହସି) ମୁଁ କିଛି ବର୍ଷ ଆପଣଙ୍କ ଠାରୁ ଛୋଟ, ଏବଂ ଗତି ରଖିବାରେ ମୋର କଷ୍ଟ ହେଉଛି ।

ପ୍ରଭୁପାଦ: ପ୍ରକୃତ ପ୍ରକ୍ରିୟା, ପ୍ରକ୍ରିୟା ଯାହାକୁ ମୁଁ ସୁପାରିଶ କରେ ଏବଂ ସେମାନେ ଅନୁସରଣ କରନ୍ତି । ତା’ପରେ ଏହା ନିଶ୍ଚିତ ଅଟେ ।

ଭକ୍ତ ପୁଅ: ହଁ । ସେ କହୁଛନ୍ତି ଯେ ଇଶ୍ୱରଙ୍କୁ ଉପାସନା କରି ଆମର ଜୀବନ ଶୈଳୀ ଆପଣଙ୍କୁ ସେହି ଶକ୍ତି ପାଇବାକୁ ସକ୍ଷମ କରିବ ।

ପ୍ରଭୁପାଦ: ଠିକ୍ ଡାକ୍ତରଙ୍କ ପରି । ସେ ଆପଣଙ୍କୁ ଔଷଧ ଦିଅନ୍ତି, ଏବଂ ସେ ଆପଣଙ୍କୁ ପ୍ରକ୍ରିୟା, ମାତ୍ରା, ଔଷଧ କିପରି ଗ୍ରହଣ କରିବେ, କିପରି ଖାଦ୍ୟ ଗ୍ରହଣ କରିବେ ତାହା ଦିଅନ୍ତି । ଯଦି ରୋଗୀ ଅନୁସରଣ କରନ୍ତି, ତେବେ ସେ ସୁସ୍ଥ ହୋଇଯାଆନ୍ତି । (ବ୍ରେକ୍) ତାହା ହେଉଛି ସୁଯୋଗ, ମାନବ ଜୀବନ । ଭଗବାନ ହୃଦୟଙ୍ଗମ କରିବାର ଏହି ପ୍ରକ୍ରିୟା ମଣିଷ ଦ୍ୱାରା ଗ୍ରହଣ କରାଯାଇପାରେ । ସେ କେଉଁଠାରେ ଜନ୍ମ ହୁଅନ୍ତି ସେଥିରେ କିଛି ଫରକ ପଡ଼େ ନାହିଁ । ଭାରତରେ ହେଉ କିମ୍ବା ଭାରତ ବାହାରେ, ଏଥିରେ କିଛି ଫରକ ପଡ଼େ ନାହିଁ । ଯେକୌଣସି ମଣିଷ ଏହାକୁ ନେଇପାରେ । ତାହା ହେଉଛି ପଶୁ ଜୀବନ ଏବଂ ମାନବ ଜୀବନ ମଧ୍ୟରେ ପାର୍ଥକ୍ୟ । ପଶୁ, କୁକୁର, ସେ ଜାଣନ୍ତି କିପରି କେବଳ ଭୁକିବା, ବାସ୍ । ତାଙ୍କୁ ଏହି ପ୍ରକ୍ରିୟା ବିଷୟରେ ଶିକ୍ଷା ଦିଆଯାଇପାରିବ ନାହିଁ । କିନ୍ତୁ ଜଣେ ମଣିଷ ହୋଇପାରେ । ସେ ସେହି ବୁଦ୍ଧି ପାଇଛନ୍ତି, ପ୍ରତ୍ୟେକ ମଣିଷ । ତେଣୁ ଏହି ମାନବ ଜୀବନର ରୂପରେ, ଯଦି ଆମେ ଏହି ପ୍ରକ୍ରିୟା ଗ୍ରହଣ ନକରିବା, କେମିତି କୃଷ୍ଣ ଭାବନାମୃତ ହେବା, ତା’ହେଲେ ଆମେ କୁକୁର ହୋଇ ରହିଯିବା । କାରଣ ଆମେ ସୁଯୋଗ ହରାଉଛୁ ।

ପିତା: ଅନ୍ୟ ଧର୍ମ ଅପେକ୍ଷା କୃଷ୍ଣ ଭାବନାମୃତ ଲୋକଙ୍କୁ କ'ଣ ଅଧିକ ପ୍ରଦାନ କରେ?

ପ୍ରଭୁପାଦ: ଏହା ହେଉଛି ଧର୍ମ। ମୁଁ ପୂର୍ବରୁ ବ୍ୟାଖ୍ୟା କରିସାରିଛି ଯେ ଧର୍ମର ଅର୍ଥ ହେଉଛି ଭଗବାନଙ୍କୁ ପ୍ରେମ କରିବା । ତାହା ହେଉଛି ଧର୍ମ। ଯେତେବେଳେ ଈଶ୍ଵରଙ୍କ ପ୍ରେମ ନାହିଁ, ତାହା ଧର୍ମ ନୁହେଁ । ଧର୍ମର ଅର୍ଥ - ମୁଁ ପୂର୍ବରୁ ବ୍ୟାଖ୍ୟା କରିସାରିଛି ଈଶ୍ଵରଙ୍କୁ ଜାଣିବା ଏବଂ ତାଙ୍କୁ ପ୍ରେମ କରିବା । ତେବେ ଯଦି ତୁମେ ଜାଣି ନାହଁ ଭଗବାନ କ’ଣ, ତାଙ୍କୁ ପ୍ରେମ କରିବାର ପ୍ରଶ୍ନ କେଉଁଠାରେ ଅଛି? ତେଣୁ ତାହା ଧର୍ମ ନୁହେଁ। ଏହା ଧର୍ମ ନାମରେ ଚାଲିଛି। କିନ୍ତୁ ଧର୍ମର ଅର୍ଥ ହେଉଛି ଈଶ୍ଵରଙ୍କୁ ଜାଣିବା ଏବଂ ତାଙ୍କୁ ପ୍ରେମ କରିବା । ଧର୍ମମଂ ତୁ ସାକ୍ଷାଦ ଭଗବତ୍-ପ୍ରଣିତାଂ (ଭା ୬.୩.୧୯) । (ଅଲଗା :) ଆପଣ ଏହି ଶ୍ଳୋକଟି ଖୋଜି ପାରିବେ କି? ତାଙ୍କୁ ଦିଅ । ତୁମେ ପାଉ ନାହଁ?

ନିତାଇ: ହଁ, ୩.୧୯ ।

ପ୍ରଭୁପାଦ: ତୃତୀୟ ଅଧ୍ୟାୟ, ଊନବିଂଶ ।

ନିତାଇ:

ଧର୍ମମଂ ତୁ ସାକ୍ଷାଦ ଭଗବତ୍-ପ୍ରଣିତାଂ
ନ ବୈ ବିଦୁର ଋଷୟୋ ନାପି ଦେଵଃ ।
ନ ସିଦ୍ଧ-ମୁଖ୍ୟ ଅସୁର ମନୁଷ୍ୟହଃ
କୁତୋ ନୁ ବିଦ୍ୟାଧର-ଚାରଣାଦୟଃ ।।
(ଭା ୬.୩.୧୯)


ପ୍ରଭୁପାଦ: ଧର୍ମମଂ ତୁ ସାକ୍ଷାଦ ଭଗବତ୍-ପ୍ରଣିତାଂ : "ଧର୍ମର ନୀତି ଭଗବାନଙ୍କ ଦ୍ଵାରା ଦିଆଯାଇଛି।" ଠିକ୍ ଆଇନ ପରି । ଆଇନର ଅର୍ଥ ହେଉଛି ସରକାରଙ୍କ ଦ୍ୱାରା ଦିଆଯାଇଥିବା କାର୍ଯ୍ୟକଳାପର ପ୍ରକ୍ରିୟା । ଆପଣ ଘରେ ଆଇନ କରିପାରିବେ ନାହିଁ । ଏହା ସ୍ପଷ୍ଟ କି? ପିତା: ନା, ମୋର ଭାଷା ସମସ୍ୟା ଅଛି, ମୁଁ ଭୟ କରୁଛି । ଜୟତୀର୍ଥ: ସେ କହୁଛନ୍ତି ଯେ ଆଇନର ଅର୍ଥ ହେଉଛି ସରକାର ଯାହା ଦେଇଛନ୍ତି। ଆପଣ ନିଜ ଘରେ ନିୟମ ତିଆରି କରିପାରିବେ ନାହିଁ । ସେହିଭଳି, ଧର୍ମର ଅର୍ଥ ହେଉଛି ଯାହା ପ୍ରଭୁଙ୍କ ଦ୍ୱାରା ପ୍ରଣିତ । ଆପଣ ନିଜର ପ୍ରକ୍ରିୟା ପ୍ରସ୍ତୁତ କରିପାରିବେ ନାହିଁ ।

ପିତା: ହଁ, ମୁଁ ଅନୁମାନ କରୁଛି ଯେ ମୁଁ ପ୍ରଶ୍ନ ହରାଉଛି । ମୋର ପ୍ରଶ୍ନ ଥିଲା ହରେ କୃଷ୍ଣ ଭାବନାମୃତ କ’ଣ ପ୍ରଦାନ କରେ ଯାହା ଅନ୍ୟ ଧର୍ମ ପ୍ରଦାନ କରେ ନାହିଁ...

ପ୍ରଭୁପାଦ: ଏହା ଅର୍ପଣ କରୁଛି, ଯେ ତୁମେ ଧାର୍ମିକ ହେବାକୁ ଚାହୁଁଛ, ତେଣୁ ତୁମେ ଭଗବାନଙ୍କଠାରୁ ଧାର୍ମିକ ନୀତି ବୁଝିବାକୁ ଚେଷ୍ଟା କର । କାରଣ ଯଦି ଜଣେ ଓକିଲ, ଯଦି ଜଣେ ଓକିଲ ହେବାକୁ ଚାହାଁନ୍ତି, ସେ ଆଇନ ଶିଖିବା ଆବଶ୍ୟକ ଯାହା ସରକାର ପ୍ରଦାନ କରନ୍ତି । ସେ ଘରେ ଓକିଲ ହୋଇପାରିବେ ନାହିଁ । ସେହିଭଳି, ଯଦି ତୁମେ ଧାର୍ମିକ ହେବାକୁ ଚାହୁଁଛ, ତୁମେ ଭଗବାନଙ୍କଠାରୁ ଧର୍ମ କ’ଣ ଶିଖିବା ଉଚିତ୍ । ତୁମେ ନିଜର ଧର୍ମ ତିଆରି କରୁନାହଁ । ତାହା ଧର୍ମ ନୁହେଁ। ଏହା ହେଉଛି ପ୍ରଥମ ନୀତି । କିନ୍ତୁ ଯଦି ମୁଁ ଜାଣେ ନାହିଁ ଭଗବାନ କ’ଣ, ଭଗବାନଙ୍କ ଆଦେଶ କ’ଣ, ତେବେ ଧର୍ମ କ’ଣ? ତାହା ଚାଲିଛି । ସମସ୍ତେ ନିଜର ଧର୍ମ ତିଆରି କରୁଛନ୍ତି। ଏହା ହେଉଛି ଆଧୁନିକ ପଦ୍ଧତି, ଧର୍ମ ବ୍ୟକ୍ତିଗତ ଅଟେ; ଯେକୌଣସି ପ୍ରକାରର ଧର୍ମ ଗ୍ରହଣ କରିପାରନ୍ତି । ତାହା ହେଉଛି ଉଦାରବାଦୀବାଦ, ନୁହେଁ କି?

ଜୟତୀର୍ଥ: ହଁ ।

ପ୍ରଭୁପାଦ: ତାଙ୍କୁ ବୁଝାଅ ।

ଜୟତୀର୍ଥ: ତେବେ ଆପଣ ବୁଝି ପାରୁଛନ୍ତି କି? ଧାରଣା ହେଉଛି ଏହି ହରେ କୃଷ୍ଣ ଆନ୍ଦୋଳନ ବେଦମାନଙ୍କର ପ୍ରାଧିକରଣ ଉପରେ ଆଧାରିତ । ଏବଂ ବୈଦିକ ସାହିତ୍ୟଗୁଡ଼ିକ ସିଧାସଳଖ କୃଷ୍ଣଙ୍କ ପାଖରୁ ଆସୁଛି । ତେଣୁ ଆମେ ଏହାକୁ କେବଳ ସତ୍ୟ ଭାବରେ ଗ୍ରହଣ କରୁ ଯାହା କୃଷ୍ଣ କହିଛନ୍ତି, ଏବଂ ଆମେ କାହାର ମାନସିକ ଧାରଣା କିମ୍ବା କଳ୍ପନାକୁ ସତ୍ୟ ବୋଲି ଗ୍ରହଣ କରୁନାହୁଁ । ଏବଂ ଆଜି ଅନ୍ୟାନ୍ୟ ଧାର୍ମିକ ସଂସ୍ଥା ସହିତ ଏହା ହେଉଛି ସମସ୍ୟା, ଯେ ସେମାନେ ବ୍ୟାଖ୍ୟା ଉପରେ ନିର୍ଭର କରନ୍ତି କିମ୍ବା ...

ପ୍ରଭୁପାଦ: କଳ୍ପନା ।

ଜୟତୀର୍ଥ: ... କିଛି ସାଧାରଣ ମଣିଷର ଦର୍ଶନ । ତେଣୁ ଏହା ହେଉଛି ପ୍ରାଥମିକ ଭିନ୍ନତା ।

ପ୍ରଭୁପାଦ: ଆମେ କିଛି କହୁ ନାହୁଁ ଯାହା ଭଗବଦ୍-ଗୀତାରେ ଭଗବାନ କହି ନାହାନ୍ତି । ତେଣୁ ଏହା ସବୁଆଡେ ଆକର୍ଷିତ ହେଉଛି । ଯଦିଓ ଏହା ସଂସ୍କୃତ ଭାଷାରେ ଅଛି, ତଥାପି ଏହା ଆକର୍ଷଣୀୟ । ଯେପରି ଆପଣ ଯଦି ରାସ୍ତାରେ ଯାଆନ୍ତି ଏବଂ ସାଇନ୍ ବୋର୍ଡ ହେଉଛି, "ରଖ..."

ଜୟତୀର୍ଥ: "ଡାହାଣରେ ରୁହ" ।

ପ୍ରଭୁପାଦ: "ଡାହାଣରେ ରୁହ", ଏହା ହେଉଛି ନିୟମ । ମୁଁ କହି ପାରିବି ନାହିଁ, 'ଯଦି ମୁଁ ବାମରେ ରଖେ ତେବେ ଭୁଲ୍ କ’ଣ'? (ହସି) ତା’ହେଲେ ମୁଁ ଅପରାଧୀ । ଆପଣ ନିର୍ଦ୍ଦେଶ ଦେଇପାରିବେ ନାହିଁ । ସରକାର କହିଛନ୍ତି, ଡାହାଣରେ ରଖ। ଆପଣଙ୍କୁ ତାହା କରିବାକୁ ପଡିବ । ତାହା ହେଉଛି ନିୟମ। ଯଦି ତୁମେ ଉଲ୍ଲଂଘନ କର, ତେବେ ତୁମେ ଅପରାଧୀ । ଜରିମାନା ଦିଅ । କିନ୍ତୁ ସାଧାରଣତଃ, ଜଣେ ଭାବିପାରେ, "ଯଦି ମୁଁ ବାମକୁ ରଖେ, ଡାହାଣକୁ ରଖିବା ପରିବର୍ତ୍ତେ ସେଠାରେ କ’ଣ ଭୁଲ୍ ଅଛି"? ସେ ଏପରି ଭାବି ପାରନ୍ତି, କିନ୍ତୁ ସେ ଜାଣନ୍ତି ନାହିଁ ଯେ ଏହା ଅପରାଧ ।