OR/Prabhupada 1023 - ଯଦି ଭଗବାନ ସର୍ବଶକ୍ତିମାନ, କାହିଁକି ତୁମେ ତାଙ୍କ ଶକ୍ତିକୁ ହ୍ରାସ କରୁଛ, ସେ ଆସି ପାରିବେ ନାହିଁ?: Difference between revisions

 
(Vanibot #0005: NavigationArranger - update old navigation bars (prev/next) to reflect new neighboring items)
 
Line 9: Line 9:
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- DO NOT EDIT OR REMOVE -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|English|Prabhupada 1022 - First Thing is That We Have to Learn How to Love. That is First-class Religion|1022|Prabhupada 1024 - If You Follow These Two Principles, Krsna Will be Within Your Grip|1024}}
{{1080 videos navigation - All Languages|Oriya|OR/Prabhupada 1022 - ପ୍ରଥମ କଥା ଆମକୁ ଶିଖିବାକୁ ହେବ ଆମେ କିପରି ଭଲ ପାଇବା । ଏହା ପ୍ରଥମ ଶ୍ରେଣୀର ଧର୍ମ|1022|OR/Prabhupada 1024 - ଯଦି ତୁମେ ଏହି ଦୁଇଟି ନୀତି ଅନୁସରଣ କର, କୃଷ୍ଣ ତୁମର ହାତମୁଠାରେ ରହିବେ|1024}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->

Latest revision as of 07:14, 28 May 2021



730408 - Lecture SB 01.14.44 - New York

ଭଗବାନ ଦୁଇଟି କାମ ପାଇଁ ଆସନ୍ତି: ଭକ୍ତଙ୍କୁ ସୁରକ୍ଷା ଦେବା ଏବଂ ଅସୁରମାନଙ୍କୁ ବିନାଶ କରିବା । ତେଣୁ ଅସୁରମାନଙ୍କୁ ବିନାଶ କରିବା ପାଇଁ, ସେ ଆସିବାର ଆବଶ୍ୟକତା ନାହିଁ । ତାଙ୍କର ଅପାର ଶକ୍ତି ଅଛି । କେବଳ ତାଙ୍କର ସୂଚନା ଦ୍ୱାରା, ଯେକୌଣସି ବ୍ୟକ୍ତିଙ୍କୁ ହତ୍ୟା କରାଯାଇପାରେ । ଯଥେଷ୍ଟ ଶକ୍ତି ଅଛି, ଦୁର୍ଗଦେବୀ । କିନ୍ତୁ ସେ ତାଙ୍କ ଭକ୍ତଙ୍କ ପାଇଁ ଆସନ୍ତି, କାରଣ ତାଙ୍କର ଭକ୍ତପାଇଁ, ସେ ବହୁତ ଚିନ୍ତିତ । ସେ ସର୍ବଦା ପରମଙ୍କ ସୁରକ୍ଷା ଚାହୁଁଛନ୍ତି। ତେଣୁ ଭକ୍ତ ତାଙ୍କୁ ଦେଖି ସନ୍ତୁଷ୍ଟ ହେବେ, ତେଣୁ ସେ ଆସନ୍ତି । ତାହା ହେଉଛି (ଅସ୍ପଷ୍ଟ ) । କାରଣ ଭକ୍ତମାନେ ସର୍ବଦା ବିରହ ଅନୁଭବ କରନ୍ତି, କେବଳ ତାଙ୍କୁ ଆରାମ ଦେବା ପାଇଁ, ଭଗବାନ ଅବତାର ନିଅନ୍ତି । ପ୍ରଳୟ-ପୟୋଧି ଜଳେ ଧୃତବାନ ଅସି ବେଦଂ (ଶ୍ରୀ ଦଶାବତାର ସ୍ତୋତ୍ର ୧ ) । ବିଭିନ୍ନ ଅବତାର କେବଳ ଭକ୍ତମାନଙ୍କୁ ଆରାମ ଦେବା ପାଇଁ ଆସିଥାନ୍ତି । ନଚେତ୍ ତାଙ୍କର କୌଣସି ବ୍ୟବସାୟ ନାହିଁ । ସେଠାରେ ଭାରତରେ ହିନ୍ଦୁମାନଙ୍କର ଏକ ଶ୍ରେଣୀ ଅଛି, ସେମାନେ ଏପରି ନିଜକୁ ଡାକନ୍ତି, କିନ୍ତୁ ବାସ୍ତବରେ ସେମାନେ ଆର୍ଯ୍ୟ-ସମାଜ ନାମରେ ଜଣାଶୁଣା । ଆର୍ଯ୍ୟ-ସମାଜ । ଆର୍ଯ୍ୟ-ସମାଜର ମତ ହେଉଛି, "ଭଗବାନ କାହିଁକି ଆସିବା ଉଚିତ୍? ସେ ବହୁତ ମହାନ୍; ସେ ଏଠାକୁ କାହିଁକି ଆସିବେ?" ଅବତାର, ସେମାନେ ବିଶ୍ୱାସ କରନ୍ତି ନାହିଁ। ମୁସଲମାନମାନେ ମଧ୍ୟ ଅବତାରରେ ବିଶ୍ୱାସ କରନ୍ତି ନାହିଁ। ସେମାନେ ମଧ୍ୟ ସମାନ ନିବେଦନ କରିଛନ୍ତି, "ଭଗବାନ କାହିଁକି ଆସିବେ? ସେ କାହିଁକି ମଣିଷ ପରି ଦେଖାଯିବା ଉଚିତ୍?" କିନ୍ତୁ ସେମାନେ ଜାଣନ୍ତି ନାହିଁ କିମ୍ବା ଏହି ପ୍ରଶ୍ନର ଉତ୍ତର ମଧ୍ୟ ଦେଇପାରିବେ ନାହିଁ, "ଭଗବାନ କାହିଁକି ଆସିବେ ନାହିଁ?" ସେମାନେ କହିଛନ୍ତି ଯେ ଭଗବାନ ଆସି ପାରିବେ ନାହିଁ। କିନ୍ତୁ ଯଦି ମୁଁ ପ୍ରଶ୍ନ କରେ: "ଭଗବାନ କାହିଁକି ଆସିପାରିବେ ନାହିଁ?"; ଉତ୍ତର କଣ? ଯଦି ଭଗବାନ ସର୍ବଶକ୍ତିମାନ, ତେବେ ତୁମେ କାହିଁକି ତାଙ୍କ ଶକ୍ତି ହ୍ରାସ କରୁଛ, ଯେ ସେ ଆସି ପାରିବେ ନାହିଁ? ସେ କି ପ୍ରକାର ଭଗବାନ? ଭଗବାନ ତୁମର ନିୟମ ଅଧୀନରେ ଅଛନ୍ତି ନା ତୁମେ ଭଗବାନଙ୍କ ନିୟମ ଅଧୀନରେ?


ତେଣୁ, ଭଗବାନଙ୍କୁ ପ୍ରେମ କରୁଥିବା ଏବଂ ଅସୁରମାନଙ୍କ ମଧ୍ୟରେ ଏହା ହେଉଛି ପାର୍ଥକ୍ୟ । ଅସୁରମାନେ ଭାବି ପାରିବେ ନାହିଁ । ସେମାନେ ଭାବନ୍ତି ଯେ "ବୋଧହୁଏ କିଛି ଭଗବାନ ଅଛନ୍ତି। ସେ ନିଶ୍ଚୟ ନିରବ, ରୂପହୀନ।" କାରଣ ସେ ଏହି ରୂପର ଅଭିଜ୍ଞତା ପାଇଛନ୍ତି: ସୀମିତ । ତେଣୁ ମାୟାବାଦୀ ଦାର୍ଶନିକ କୁହନ୍ତି ଯେ ଯେତେବେଳେ ଭଗବାନ ଆସନ୍ତି, ବ୍ୟକ୍ତିଗତ - ସେ ମାୟାର ରୂପ ନିଅନ୍ତି । ଏହାକୁ ମାୟାବାଦୀ କୁହାଯାଏ । ସେମାନେ ପ୍ରକୃତରେ ଭଗବାନଙ୍କଠାରେ ବିଶ୍ୱାସ କରନ୍ତି ନାହିଁ । ଅବ୍ୟକ୍ତିବାଦୀ, ଶୂନ୍ୟବାଦ। ନିର୍ବିଶେଷ ଶୂନ୍ୟଵାଦୀ। ସେମାନଙ୍କ ମଧ୍ୟରୁ କେତେକ ନିର୍ବିଶେଷ: "ହଁ, ଭଗବାନ ଥାଇପାରନ୍ତି, କିନ୍ତୁ ତାଙ୍କର କୌଣସି ରୂପ ନାହିଁ |" ଏବଂ ମାୟାବାଦୀ… ଦୁହେଁ ହେଉଛନ୍ତି ମାୟାବାଦୀ, ଶୁନ୍ୟଵାଦୀ । ବୌଦ୍ଧ ଏବଂ ଶଙ୍କରପନ୍ଥୀ, ସେମାନେ ବିଶ୍ୱାସ କରନ୍ତି ନାହିଁ । କିନ୍ତୁ ଆମେ, ବୈଷ୍ଣବ, ଆମେ ଜାଣୁ ନାସ୍ତିକମାନେ କିପରି ପ୍ରତାରିତ ହୁଅନ୍ତି । ସମ୍ମୋହାୟ ସୁର-ଦ୍ୱିସାଂ (ଭା.୧.୩.୨୪) । ଭଗବାନ ବୁଦ୍ଧ ନାସ୍ତିକମାନଙ୍କୁ ଠକିବାକୁ ଆସିଥିଲେ। ନାସ୍ତିକମାନେ ଭଗବାନଙ୍କୁ ବିଶ୍ୱାସ କରନ୍ତି ନାହିଁ, ତେଣୁ ପ୍ରଭୁ ବୁଦ୍ଧ କହିଛନ୍ତି, "ହଁ, ତୁମେ ଠିକ୍ । ଭଗବାନ ନାହାଁନ୍ତି। କିନ୍ତୁ ତୁମେ କେବଳ ମୋ କଥା ଶୁଣିବାକୁ ଚେଷ୍ଟା କର। " କିନ୍ତୁ ସେ ପରମେଶ୍ୱର। ତେଣୁ ଏହା ପ୍ରତାରଣା ଅଟେ । "ତୁମେ ଭଗବାନଙ୍କୁ ବିଶ୍ୱାସ କରନାହିଁ, କିନ୍ତୁ ମୋ ଉପରେ ବିଶ୍ୱାସ କର।" ହଁ, ମହାଶୟ, ମୁଁ ବିଶ୍ୱାସ କରିବି। ଏବଂ ଆମ୍ଭେ ଜାଣୁ ଯେ ସେ ପରମେଶ୍ୱର ଅଟନ୍ତି। (ହସି) କେଶବ ଧୃତ ବୁଦ୍ଧ-ଶରୀର ଜୟ ଜଗଦୀଶ ହରେ (ଗୀତ ଗୋବିନ୍ଦ, ଶ୍ରୀ ଦଶାବତାର ସ୍ତୋତ୍ର ୯ ) କେବଳ ଦେଖନ୍ତୁ (ଅସ୍ପଷ୍ଟ) ।