OR/Prabhupada 1053 - କାରଣ ତୁମକୁ ସମାଜ ଚଲାଇବାକୁ ପଡିବ, ଏହାର ଅର୍ଥ ନୁହେଁ ଯେ ତୁମେ ପ୍ରକୃତ କଥା ଭୁଲିଯାଅ

Revision as of 07:57, 19 August 2021 by Vanibot (talk | contribs) (Vanibot #0005: NavigationArranger - update old navigation bars (prev/next) to reflect new neighboring items)
(diff) ← Older revision | Latest revision (diff) | Newer revision → (diff)


750522 - Conversation B - Melbourne

ପ୍ରଭୁପାଦ: ତୁମର ଶରୀର, ନିଜେ, ସବୁକିଛି ଭଗବାନଙ୍କର ଅଟେ । ଏହି ଶରୀର ହେଉଛି ଭୌତିକ ଶରୀର । ସେହି ଭୌତିକ ଶକ୍ତି, ପୃଥିବୀ, ଜଳ, ବାୟୁ, ଅଗ୍ନି - ସବୁକିଛି ଭଗବାନଙ୍କର ଅଟେ । ଏହି ସମୁଦ୍ର ଭଗବାନ, ଜଳ, ବିସ୍ତୃତ ଜଳଭଣ୍ଡାର । ତୁମେ ସୃଷ୍ଟି କରି ନାହଁ କି ତୁମର ପୂର୍ବପୁରୁଷ ମଧ୍ୟ ସୃଷ୍ଟି କରି ନାହାଁନ୍ତି । ତେଣୁ ଏହି ଶରୀର ପୃଥିବୀ, ଜଳ, ବାୟୁ, ଅଗ୍ନି, ପାଞ୍ଚଟି ଉପାଦାନରେ ତିଆରି । ତେଣୁ ତୁମର ... ଶରୀର ମଧ୍ୟ ଭଗବାନଙ୍କର ଅଟେ । ଯେପର୍ଯ୍ୟନ୍ତ ମୁଁ ଆତ୍ମା, ମୁଁ ମଧ୍ୟ ଭଗବାନଙ୍କର ଅଂଶବିଶେଷ ଅଟେ । ତେଣୁ ସବୁକିଛି ଭଗବାନଙ୍କର ଅଟେ । ଏହା ହେଉଛି କୃଷ୍ଣ ଚେତନା । ଆମେ ମିଥ୍ୟା ଦାବି କରୁଛୁ ଯେ ଏହା ଆମର ଅଟେ। ଏହା ହେଉଛି ମାୟା । ମାୟା ଅର୍ଥ ଯାହା ସତ୍ୟ ନୁହେଁ । ତାହା ହେଉଛି ମାୟାର ଅର୍ଥ ।

ମଧୁଦ୍ଵିଶ: ଶ୍ରୀଲ ପ୍ରଭୁପାଦ, ଏହି ଧାରଣା ଯେ ସବୁକିଛି ଭଗବାନଙ୍କର ଅଟେ, ଏହା କାମ କରିବ ନାହିଁ ଯଦି ସମସ୍ତେ ବିଶ୍ୱାସ କରନ୍ତି ନାହିଁ ଯେ ସବୁକିଛି ଭଗବାନଙ୍କର ଅଟେ ।

ପ୍ରଭୁପାଦ: ତା’ହେଲେ ସମସ୍ତେ ପାଗଳ ହୋଇପାରନ୍ତି । ତାହା ସତ୍ୟକୁ ପରିବର୍ତ୍ତନ କରେ ନାହିଁ । ଯଦି ଏହି କୋଠରୀରେ କିଛି ପାଗଳ ଆସନ୍ତି ଏବଂ ସେ ଝଗଡା କରନ୍ତି, "ମୁଁ ମାଲିକ ଅଟେ। ତୁମେ ବାହାରକୁ ଯାଅ," ତାହା ସତ୍ୟ ନୁହେଁ ।

ରେମଣ୍ଡ ଲୋପେଜ: ମୁଁ ବୁଝିପାରୁଛି, ଆପଣ ଜାଣନ୍ତି, ଆପଣ ସମୁଦ୍ର ଓ ଅନ୍ୟାନ୍ୟ ବିଷୟରେ କହୁଥିଲେ । କିନ୍ତୁ ଏହା ଲୋକଙ୍କ ବ୍ୟବହାର ପାଇଁ ।

ପ୍ରଭୁପାଦ: ବ୍ୟବହାର କରନ୍ତୁ । ଆପଣ ବ୍ୟବହାର କରିପାରିବେ । ତେନ ତ୍ୟକ୍ତେନ ଭୁଞ୍ଜିତାଃ (ଇଶୋ ୧ ) । ତାହା ହେଉଛି ବୈଦିକ ଆଦେଶ। ତୁମକୁ ଯାହା ଦିଆଗଲା, ତୁମେ ଏହାକୁ ବ୍ୟବହାର କର । ଯେପରି ଜଣେ ଭଦ୍ରଲୋକଙ୍କର ପାଞ୍ଚ ପୁଅ ଅଛନ୍ତି । ସେ ଗୋଟିଏ ପୁଅକୁ ଦିଅନ୍ତି, "ଏହା ତୁମର ସମ୍ପତ୍ତି। ଏହା ତୁମର ସମ୍ପତ୍ତି। ତୁମେ ଏହାକୁ ବ୍ୟବହାର କରିପାରିବ ।" କିନ୍ତୁ ପୁଅମାନେ ନିଶ୍ଚିତ ଭାବରେ ସ୍ୱୀକାର କରିବେ ଯେ "ଏହା ପିତାଙ୍କ ସମ୍ପତ୍ତି। ସେ ଆମକୁ ଦେଇଛନ୍ତି।" ସେହିପରି, ବୈଦିକ ଶାସ୍ତ୍ରରେ କୁହାଯାଇଛି ଯେ "ସବୁକିଛି ଭଗବାନଙ୍କର, ଏବଂ ସେ ତୁମକୁ ଯାହା ଦେଇଛନ୍ତି, ତୁମେ ବ୍ୟବହାର କରିପାରିବ । ଅନ୍ୟମାନଙ୍କ ଉପରେ ଆକ୍ରମଣ କର ନାହିଁ। "

ରେମଣ୍ଡ ଲୋପେଜ: କିନ୍ତୁ ଯଦି ସେ ଦେଇଛନ୍ତି ... ତୁମେ କହୁଥିଲ ଯେ ଯଦି ସେ ତୁମକୁ କିଛି ଦେଇଛନ୍ତି ଏବଂ ଅନ୍ୟମାନଙ୍କ ଉପରେ ଆକ୍ରମଣ କର ନାହିଁ, କିନ୍ତୁ କିଛି ଜିନିଷ ଅଛି ଯାହାକି ଜଣେ ବ୍ୟକ୍ତିର ଅଛି, କିମ୍ବା ଗୋଟିଏ ଗୋଷ୍ଠୀର ଅଛି, ଯାହା, ମୁଁ ଭାବୁଛି, ପ୍ରକୃତରେ ଏହା କୁହାଯାଇପାରେ ...

ପ୍ରଭୁପାଦ: ଏବଂ ମୂଳତଃ ଆମକୁ ଗ୍ରହଣ କରିବାକୁ ପଡିବ, ସବୁକିଛି ଭଗବାନଙ୍କର ଅଟେ । ଠିକ୍ ପିତା ଏବଂ ପୁଅମାନଙ୍କ ପରି । ପୁଅ ନିଶ୍ଚୟ ଜାଣିବ ଉଚିତ, ସମ୍ପତ୍ତି ହେଉଛି ପିତାଙ୍କର। ତାହା ହେଉଛି ପ୍ରକୃତ ଜ୍ଞାନ । ବର୍ତ୍ତମାନ, "ବାପା ମୋତେ ଯାହା ଦେଇଛନ୍ତି, ମୁଁ ଏହାକୁ ବ୍ୟବହାର କରିବି । ମୋର ଅନ୍ୟ ଭାଇ, ଯାହା ସେ ପିତାଙ୍କଠାରୁ ପାଇଛନ୍ତି, ମୁଁ କାହିଁକି ଅନ୍ୟମାନଙ୍କ ଉପରେ ଆକ୍ରମଣ କରିବି?" ଏହା ଏକ ଉତ୍ତମ ଅର୍ଥ । "ମୁଁ ମୋର ଅନ୍ୟ ଭାଇ ସହିତ କାହିଁକି ଯୁଦ୍ଧ କରିବି? ମୋ ବାପା ତାଙ୍କୁ ଏହି ସମ୍ପତ୍ତି ଦେଇଛନ୍ତି, ତେଣୁ ସେ ଏହାକୁ ବ୍ୟବହାର କରନ୍ତୁ, ସେ ମୋତେ ଯାହା ଦେଇଛନ୍ତି, ମୋତେ ତାହା ବ୍ୟବହାର କରିବାକୁ ଦିଅ । ମୁଁ କାହିଁକି ତାଙ୍କ ସମ୍ପତ୍ତି ଉପରେ ଆକ୍ରମଣ କରିବି? "ଏହା ଉତ୍ତମ ଜ୍ଞାନ ଅଟେ ।

ରେମଣ୍ଡ୍ ଲୋପେଜ୍: ଯେତେବେଳେ ତୁମେ କହୁଛ, ମୁଁ ବୁଝିପାରୁଛି, ଅନ୍ୟ ଲୋକଙ୍କ ସମ୍ପତ୍ତି ଉପରେ ଜବରଦଖଲ କର ନାହିଁ । ଏବଂ ମୁଁ ବିଶ୍ୱାସ କରେ, ଯଦି ମୁଁ ତୁମକୁ ସଠିକ୍ ଭାବରେ ବୁଝିପାରୁଛି, ତୁମେ ଯାହା କହୁଛ ତାହା ହେଉଛି, ଯଦି ଆପଣଙ୍କର କିଛି ଅଛି, ଯଦି କେହି ଆପଣଙ୍କୁ କିଛି ଦେଇଛନ୍ତି ଏବଂ ଅନ୍ୟ କେହି ଏହାକୁ ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ତାଙ୍କୁ ଦିଅ । ମୁଁ ତାହା ବୁଝିପାରେ କିନ୍ତୁ ତୁମେ ସେ ସ୍ଥରକୁ ଯାଅ ନାହିଁ, ଏବଂ ତୁମେ ବେଳେବେଳେ ସେ ସ୍ଥରକୁ ଯାଇପାରିବ ନାହିଁ, କୌଣସି କାରଣରୁ ଆପଣ ଏହାକୁ ସିଏ ବ୍ୟବହାର କରୁ ବୋଲି ଚାହୁଁନାହାଁନ୍ତି କି?

ପ୍ରଭୁପାଦ: ମୁଁ ମୋର ଜିନିଷ ବ୍ୟବହାର କରିବାକୁ ଚାହେଁ ନାହିଁ?

ମଧୁଦ୍ଵିଶ: ସେ କହୁଛନ୍ତି ଯଦି କେହି ଚାହାଁନ୍ତି ନାହିଁ ... ଯଦି ତୁମର ଯାହା ଅଛି ତାହା ଅନ୍ୟ କେହି ବ୍ୟବହାର କରୁ ବୋଲି ଚାହୁଁନାହଁ । ଯଦି କେହି ଜବରଦସ୍ତ ନେବାକୁ ଚେଷ୍ଟା କରନ୍ତି ...

ପ୍ରଭୁପାଦ: ନା, ତାହା ଅନ୍ୟ ଏକ ଜିନିଷ । ରେମଣ୍ଡ ଲୋପେଜ: ପରିସ୍ଥିତି ଉପୁଜିପାରେ ଯେତେବେଳେ ଆପଣ ଚାହୁଁ ନାହାଁନ୍ତି ଯେ, ଅନ୍ୟ କେହି ବ୍ୟବହାର କରନ୍ତୁ ଯାହା ଆପଣ କୌଣସି ନିର୍ଦ୍ଦିଷ୍ଟ କାରଣ ପାଇଁ ବ୍ୟବହାର କରୁଛନ୍ତି । ହୁଏତ ଆପଣ ସେହି ସମୟରେ ନିଜେ ଏହାକୁ ବ୍ୟବହାର କରୁଛନ୍ତି । ସେହି ପରିସ୍ଥିତି ଉପୁଜିପାରେ ଯାହା ତୁମେ ଚାହୁଁନାହଁ...

ମଧୁଦ୍ଵିଶ: ଆମେ ବିଶ୍ୱାସ କରୁ ଯେ ସବୁକିଛି ଭଗବାନଙ୍କର ଅଟେ । ଯଦି ଅନ୍ୟ କେହି ସେହି ଧାରଣାକୁ ବିଶ୍ୱାସ କରନ୍ତି ନାହିଁ ଏବଂ ବ୍ୟବହାର କରିବାକୁ ଚେଷ୍ଟା କରନ୍ତି ଯାହା...

ପ୍ରଭୁପାଦ: ଏହା ଭୁଲ୍, ତାହା ମୁଁ କହୁଛି । ତାହା ହେଉଛି ତାଙ୍କର ଭୁଲ ଧାରଣା ।

ୱାଲି ଷ୍ଟ୍ରୋବସ୍: ଆଚ୍ଛା, ତୁମେ କିପରି ସମନ୍ୱୟ କରିବ, କିମ୍ବା ତୁମେ କିପରି ଏକ ପରିସ୍ଥିତିକୁ ବାହାର କରିବ ... ଯଦି ସବୁକିଛି ଭଗବାନଙ୍କର, ତେବେ ଆମକୁ ସମାଜ ଚଳାଇବାକୁ ପଡିବ, ଏବଂ ...

ପ୍ରଭୁପାଦ: କିନ୍ତୁ ତୁମେ ଭୁଲିବ ନାହିଁ ଯେ ସବୁକିଛି ଭଗବାନଙ୍କର ଅଟେ । କାରଣ ତୁମେ ସମାଜ ଚଳାଇବାକୁ ପଡିବ, ଏହାର ଅର୍ଥ ନୁହେଁ ଯେ ତୁମେ ପ୍ରକୃତ ଜିନିଷ ଭୁଲିଯାଅ ।

ରେମଣ୍ଡ ଲୋପେଜ୍: ତେଣୁ ମୁଁ ପ୍ରକୃତରେ ସେହି ଧାରଣାକୁ ବିରୋଧ କରେ ନାହିଁ । କିନ୍ତୁ କଥାଟି ହେଉଛି ଆମର, ଆମେ ଯେଉଁ ସିଷ୍ଟମରେ କାମ କରୁଛୁ, ଭିନ୍ନ ଧାରଣା ଅଛି ।

ପ୍ରଭୁପାଦ: ଏହାକୁ ସଂଶୋଧନ କରାଯିବା ଉଚିତ୍ । ଏହାକୁ ସଂଶୋଧନ କରାଯିବା ଉଚିତ୍ ।

ରେମଣ୍ଡ ଲୋପେଜ: ଏହା ହେବା ଉଚିତ, ଦୁଃଖିତ?

ପ୍ରଭୁପାଦ: ସଂଶୋଧିତ ।

ମଧୁଦ୍ଵିଶ: ସଂଶୋଧିତ ।