OR/Prabhupada 1056 - କେ ସି ଆନ୍ଦୋଳନ ଆଧ୍ୟାତ୍ମିକ ପ୍ଲାଟଫର୍ମରେ, ଶରୀର, ମନ ଏବଂ ବୁଦ୍ଧି ଉପରେ

Revision as of 07:57, 19 August 2021 by Vanibot (talk | contribs) (Vanibot #0005: NavigationArranger - update old navigation bars (prev/next) to reflect new neighboring items)
(diff) ← Older revision | Latest revision (diff) | Newer revision → (diff)


750522 - Conversation B - Melbourne

ପ୍ରଭୁପାଦ: ଭାରତରେ ତଥାପି, ଯଦି ଜଣକର ବହୁତ ଭଲ ବଗିଚା ଏବଂ ଫୁଲ ଥାଏ, ଯଦି କେହି ଯାଆନ୍ତି, "ସାର୍, ମୁଁ ଭଗବାନଙ୍କୁ ଉପାସନା କରିବା ପାଇଁ ତୁମ ବଗିଚାରୁ କିଛି ଫୁଲ ନେବାକୁ ଚାହେଁ।" ହଁ, ଆପଣ ନେଇପାରିବେ। ସେମାନେ ବହୁତ ଖୁସି ହେବେ।

ରେମଣ୍ଡ ଲୋପେଜ: ଏହି ବ୍ୟକ୍ତି, ତାଙ୍କର ଜୀବିକା ସେହି ଫୁଲ ଉପରେ ନିର୍ଭର କରୁଥିଲା, ଏବଂ ମୁଁ ନୁହେଁ ... ମୁଁ ଭାବୁଛି ଦୁର୍ଭାଗ୍ୟବଶତଃ ତାଙ୍କ ସମ୍ପତ୍ତି ତାଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା ।

ୱାଲି ଷ୍ଟ୍ରୋବସ୍: ଏହା ଏକ ମଜାଦାର କାହାଣୀ । ସେହି ପର୍ଯ୍ୟନ୍ତ ଏକ ମଜାଦାର ଅନୁସରଣ ଅଛି, ଏବଂ ତାହା ହେଉଛି ଯେ ଫୁଲଗୁଡିକ ଦୁଇ ଜଣଙ୍କଠାରୁ ନିଆଯାଇଥିଲା ଯିଏ ନର୍ସରୀ ଚଳାଉଥିଲେ । ଏବଂ ଶେଷରେ ଘରକୁ ଆସିବା ପାଇଁ ଆମକୁ ଏକ ଆବେଦନ କରିବାକୁ ପଡିଲା । କିନ୍ତୁ ଆବେଦନ ଆସିବା ପୂର୍ବରୁ, ବାଳକମାନେ ଏକ ଗ୍ଲାସ୍ ହାଉସ୍ ଆବଶ୍ୟକ କରୁଥିଲେ, ସେମାନଙ୍କର ବିଶେଷ ଉଦ୍ଭିଦ ପାଇଁ, ଯାହା ଆପଣଙ୍କ ଏଠାରେ ବାହାରେ ଅଛି ।

ଶୃତକୀର୍ତ୍ତି: ତୁଳସୀ ।

ୱାଲି ଷ୍ଟ୍ରୋବସ୍: ଏବଂ ସେମାନେ ଗ୍ଲାସ୍ ହାଉସ୍ ବିଷୟରେ କିଛି ଜାଣି ନଥିଲେ । ତେଣୁ ସେମାନେ ବୁଲାବୁଲି କରୁଥିଲେ, ଏବଂ ଜଣେ କହିଲା, ଆଚ୍ଛା, ଗ୍ଲାସହାଉସ୍ ବିଷୟରେ କିଛି ଜାଣିବା । ଓହ, ସେଠାରେ ଏକ ସୁନ୍ଦର ନର୍ସରୀ ଅଛି । "(ହସି) ତେଣୁ କାରଟି ଚଲାଇ ପହଁଚିଲେ, ତୁମେ ଦେଖ । ଭକ୍ତ ବାହାରକୁ ଆସିଲେ ଏବଂ ସେ କହିଲେ, "କ୍ଷମା କରିବେ, ସାର୍, କିନ୍ତୁ ଆମେ ଗ୍ଲାସହାଉସରେ ଆଗ୍ରହୀ ଅଟୁ।" ସେ କହିଲା, ଦୟାକରି ତୁମେ ମୋ ଜାଗାରୁ ବାହାରକୁ ଯିବ କି? ସମାନ ନର୍ସରୀ । (ହସି) ଏହି ଅଞ୍ଚଳରେ ଚାରି ଶହ ନର୍ସରୀ ଥିଲା । ସେ ସେହି ନିର୍ଦ୍ଦିଷ୍ଟକୁ ବାଛିଲେ ।

ପ୍ରଭୁପାଦ: କିନ୍ତୁ ଯଦି ଲୋକମାନେ ଭଗବାନଙ୍କ ସଚେତନ ହୋଇଥାନ୍ତେ, ସେମାନେ କ୍ଷମା କରିଥାନ୍ତେ, "ଓଃ, ସେମାନେ ଭଗବାନଙ୍କ ସେବା ପାଇଁ ଆସିଛନ୍ତି। ଠିକ ଅଛି, ଆପଣ ନେଇ ପାରିବେ।" ତେଣୁ ପ୍ରଥମ କାମ ହେଉଛି ଲୋକଙ୍କୁ ଭଗବାନଙ୍କ ସଚେତନ କରିବା । ତା’ପରେ ସବୁକିଛି ଆଡଜଷ୍ଟ ହୋଇଯାଏ । ୟସ୍ୟାସ୍ତି ଭକ୍ତିଃ... ଭଗବତାରେ ଏକ ଶ୍ଳୋକ ଅଛି:

ୟସ୍ୟାସ୍ତି ଭର୍କ୍ତି ଭଗବତୀ ଅକିଞ୍ଚନା
ସର୍ବୈ ଗୁଣୈସ ତତ୍ର ସମାସତେ ସୁରାଃ
ହରାବ ଅଭକ୍ତସ୍ୟ କୁତୋ ମହାଦ-ଗୁଣା
ମନୋରଥେନାସ୍ତି ଧାବତୋ ବହିଃ
(ଭା. ୫.୧୮.୧୨) ।

ଏହାର ଅର୍ଥ ହେଉଛି ଯେ "ଯିଏ ଈଶ୍ୱର ସଚେତନ, ଜଣେ ଭକ୍ତ, ସେ ସମସ୍ତ ଭଲ ଗୁଣ ପାଇଛନ୍ତି।" ଯାହାକୁ ଆମେ ଭଲ ଗୁଣ ଭାବରେ ବିବେଚନା କରୁ, ସେ ପାଇଛନ୍ତି । ଏବଂ ସେହିପରି ଭାବରେ, ଯିଏ ଭଗବାନଙ୍କ ଭକ୍ତ ନୁହଁନ୍ତି, ତାଙ୍କର କୌଣସି ଭଲ ଗୁଣ ନାହିଁ, କାରଣ ସେ ମାନସିକ ପ୍ଲାଟଫର୍ମରେ ବୁଲିବେ । ବିଭିନ୍ନ ପ୍ଲାଟଫର୍ମ ଅଛି । ଜୀବନର ଶାରୀରିକ ଧାରଣା, ସାଧାରଣତଃ, "ମୁଁ ଏହି ଶରୀର ଅଟେ । ତେଣୁ ମୋର କାମ ହେଉଛି ଇନ୍ଦ୍ରିୟଗୁଡ଼ିକୁ ସନ୍ତୁଷ୍ଟ କରିବା । "ଏହା ଜୀବନର ଶାରୀରିକ ଧାରଣା । ଏବଂ ଅନ୍ୟମାନେ, ସେମାନେ ଭାବୁଛନ୍ତି, "ମୁଁ ଏହି ଶରୀର ନୁହେଁ। ମୁଁ ମନ ଅଟେ।" ତେଣୁ ସେମାନେ ମାନସିକ କଳ୍ପନାଜଳ୍ପନା ଜାରି ରଖିଛନ୍ତି, ଯେପରି ଦାର୍ଶନିକ, ଚିନ୍ତାଶୀଳ ପୁରୁଷଙ୍କ ପରି । ଏବଂ ଏହା ଉପରେ, କିଛି ଯୋଗ ଅଭ୍ୟାସ କରୁଥିବା ପୁରୁଷମାନଙ୍କର ବୁଦ୍ଧିମାନ ଶ୍ରେଣୀ ଅଛି । ଏବଂ ଆଧ୍ୟାତ୍ମିକ ପ୍ଲାଟଫର୍ମର ଅର୍ଥ ହେଉଛି ଏହା ଉପରେ । ପ୍ରଥମେ ଶାରୀରିକ ଧାରଣା, ସ୍ଥୁଳ, ତାପରେ ମାନସିକ, ତାପରେ ବୈଦ୍ଧିକ, ତାପରେ ଆଧ୍ୟାତ୍ମିକ ।

ତେଣୁ ଏହି କୃଷ୍ଣ ଚେତନା ଆନ୍ଦୋଳନ ଆଧ୍ୟାତ୍ମିକ ପ୍ଲାଟଫର୍ମରେ ଅଛି, ଶରୀର, ମନ ଏବଂ ବୁଦ୍ଧି ଉପରେ । କିନ୍ତୁ ବାସ୍ତବରେ, ଆମେ ସେହି ପ୍ଲାଟଫର୍ମକୁ ଆସିବା ଉଚିତ, କାରଣ ଆମେ ଆତ୍ମା, ଆମେ ଏହି ଶରୀର ନା ଏହି ମନ ନା ଏହି ବୁଦ୍ଧି। ତେଣୁ ଯିଏ ଆଧ୍ୟାତ୍ମିକ ଚେତନାର ମଞ୍ଚରେ ଅଛି, ସେମାନେ ସବୁକିଛି ପାଇଛନ୍ତି- ବୁଦ୍ଧି, ମନର ସଠିକ୍ ବ୍ୟବହାର, ଶରୀରର ଉପଯୁକ୍ତ ବ୍ୟବହାର । ଜଣେ କୋଟିପତିଙ୍କ ପରି ସେ ମଧ୍ୟ ସମସ୍ତ ନିମ୍ନ-ଶ୍ରେଣୀର ଅଧିକାର ପାଇଛନ୍ତି । ଦଶ ଟଙ୍କା କିମ୍ବା ଶହେ ଟଙ୍କା କିମ୍ବା ଶହେ ପାଉଣ୍ଡ - ସେ ସବୁ ପାଇଛନ୍ତି । ସେହିଭଳି, ଯଦି ଆମେ ଲୋକମାନଙ୍କୁ ଭଗବାନ ଚେତନାର ପ୍ଲାଟଫର୍ମରେ ଆଣିବାକୁ ଚେଷ୍ଟା କରିବା, ତା’ପରେ ସେ ଅନ୍ୟ ସମସ୍ତ ଗୁଣ ଧାରଣ କରିଛନ୍ତି: ଶରୀରର ଯତ୍ନ ନେବା କିପରି, ମନକୁ କିପରି ବ୍ୟବହାର କରିବେ, ବୁଦ୍ଧି କିପରି ବ୍ୟବହାର କରିବେ, ସବୁକିଛି । କିନ୍ତୁ ଏହା ସମ୍ଭବ ନୁହେଁ ଯେ ସମସ୍ତେ ଈଶ୍ୱର ସଚେତନ ହେବା ଉଚିତ୍ । ତାହା ସମ୍ଭବ ନୁହେଁ, କାରଣ ବିଭିନ୍ନ ଗ୍ରେଡ୍ ଅଛି । କିନ୍ତୁ ଅନ୍ତତଃ ପକ୍ଷେ ଏକ ଶ୍ରେଣୀର ପୁରୁଷ ସମାଜରେ ଆଦର୍ଶ, ଭଗବାନ ସଚେତନ ହେବା ଉଚିତ୍ । ଯେପରି ଆମର ସାଧାରଣ ଜୀବନ ପାଇଁ ଆମେ ଆଇନଜୀବୀ ଆବଶ୍ୟକ କରୁ, ଆମକୁ ଇଞ୍ଜିନିୟର ଦରକାର, ଆମେ ଡାକ୍ତରୀ ଚିକିତ୍ସକ ଆବଶ୍ୟକ କରୁ, ଆମର ଅନେକ ଆବଶ୍ୟକ ଅଛି; ସେହିପରି ଭାବରେ, ସମାଜରେ ପୁରୁଷମାନଙ୍କର ଏକ ଶ୍ରେଣୀ ରହିବା ଆବଶ୍ୟକ, ଯେଉଁମାନେ ସମ୍ପୂର୍ଣ୍ଣ ଭାବରେ ଭଗବାନ ସଚେତନ ଏବଂ ଆଦର୍ଶ ଅଟନ୍ତି । ତାହା ଆବଶ୍ୟକ ।