OR/660530 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏକ ସାଧୁ ସମସ୍ତ ଜୀବଜଗତର ବନ୍ଧୁ। ସେ କେବଳ ମଣିଷର ବନ୍ଧୁ ନୁହଁନ୍ତି। ସେ ପଶୁମାନଙ୍କର ବନ୍ଧୁ ଅଟନ୍ତି। ସେ ଗଛର ବନ୍ଧୁ ଅଟନ୍ତି। ସେ ପିମ୍ପୁଡ଼ି, ପୋକ, ସରୀସୃପ, ସର୍ପ - ସମସ୍ତଙ୍କର ବନ୍ଧୁ। ତିତିକ୍ଷଃ କାରୁଣିକାଃ ସୁହୃଦଃ ସର୍ବ-ଦେହିନାଂ । ଏବଂ ଅଜାତ-ଶତ୍ରୁ । ଏବଂ ଯେହେତୁ ସେ ସମସ୍ତଙ୍କ ବନ୍ଧୁ ତାଙ୍କର କୌଣସି ଶତ୍ରୁ ନାହିଁ। କିନ୍ତୁ ଦୁର୍ଭାଗ୍ୟବଶତ ଏଇ ଦୁନିଆ ଏତେ ଅବିଶ୍ୱାସୀ, ଏପରିକି ଏପରି ଏକ ସାଧୁଙ୍କ ପାଇଁ ମଧ୍ୟ ଶତ୍ରୁ ଅଛନ୍ତି। ଠିକ୍ ଯେପରି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କିଛି ଶତ୍ରୁ ଥିଲେ, ଏବଂ ମହାତ୍ମା ଗାନ୍ଧୀଙ୍କ ମଧ୍ୟ କିଛି ଶତ୍ରୁ ଥିଲେ ଯେଉଁମାନେ ତାଙ୍କୁ ହତ୍ୟା କରିଥିଲେ। ତେଣୁ ଜଗତ ଏପରି ବିଶ୍ୱାସଘାତକ ଅଟେ। ଏପରିକି ସାଧୁଙ୍କର ମଧ୍ୟ ତାଙ୍କର କିଛି ଶତ୍ରୁ ଅଛନ୍ତି। ଆପଣ ଦେଖି ପାରୁଛନ୍ତି? କିନ୍ତୁ ସାଧୁ, ତାଙ୍କ ପକ୍ଷରୁ ତାଙ୍କର କୌଣସି ଶତ୍ରୁ ନାହାନ୍ତି । ସେ ସମସ୍ତଙ୍କର ବନ୍ଧୁ। ତିତିକ୍ଷଃ କାରୁଣିକାଃ ସୁହୃଦଃ ସର୍ବ-ଦେହିନାଂ ( SB 3.25.21) ଏବଂ ଅଜାତ-ଶତ୍ରବଃ ଶାନ୍ତାଃ, ସର୍ବଦା ଶାନ୍ତିପୂର୍ଣ୍ଣ । ଏଗୁଡ଼ିକ ସାଧୁ, ସାଧୁ ବ୍ୟକ୍ତିମାନଙ୍କର ଗୁଣ । "
660530 - ପ୍ରବଚନ BG 03.21-25 - ନିୟୁର୍କ