OR/660718 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଭଗବଦ୍-ଗୀତାରେ, ଏହା ସ୍ପଷ୍ଟ ଭାବରେ କୁହାଯାଇଛି ଯେ "ମୋର ପ୍ରିୟ ଅର୍ଜୁନ, ତୁମର ମଧ୍ୟ ଅନେକ ଜନ୍ମ ହୋଇଥିଲା। ତୁମେ ଅତୀତରେ, ତୁମେ ମଧ୍ୟ, କାରଣ ତୁମେ ମୋର ନିରନ୍ତର ସାଥୀ, ତେଣୁ ଯେତେବେଳେ ମୁଁ, ଯେ କୌଣସି ଗ୍ରହରେ ଅବତାର ଗ୍ରହଣ କରେ, ତେଣୁ ତୁମେ ମଧ୍ୟ, ତୁମେ ମଧ୍ୟ ମୋ ସହିତ ଅଛ । ତେଣୁ ଯେତେବେଳେ ମୁଁ ସୂର୍ଯ୍ୟ ଗ୍ରହରେ ଅବତାର ଗ୍ରହଣ କଲି ଏବଂ ମୁଁ ଏହି ଭଗବଦ୍-ଗୀତା ସୂର୍ଯ୍ୟ-ଦେବତାଙ୍କୁ କହିଲି, ତୁମେ ମଧ୍ୟ ମୋ ସହିତ ଉପସ୍ଥିତ ଥିଲ, କିନ୍ତୁ ଦୁର୍ଭାଗ୍ୟବଶତ, ତୁମେ ଭୁଲି ଯାଇଛ । କାରଣ ତୁମେ ଏକ ଜୀବ ଏବଂ ମୁଁ ସର୍ବୋପରି ପ୍ରଭୁ।" ତାହା ହେଉଛି ସର୍ବୋପରି ପ୍ରଭୁଙ୍କ ମଧ୍ୟରେ ପାର୍ଥକ୍ୟ ... ମୁଁ ମନେ ରଖିପାରୁ ନାହିଁ। ଭୁଲିଯିବା ମୋର ପ୍ରକୃତି।"
660718 - ପ୍ରବଚନ BG 04.03-6 - ନିୟୁର୍କ