OR/670122b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
କୃଷ୍ଣଙ୍କର ଏହି ରୂପ, ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି। ଭୁଭନ-ମଙ୍ଗଳାୟ ଧ୍ୟାନେ ସ୍ମ ଦର୍ଶିତମ୍ ତ ଉପାସକାନାମ୍ । "ଯେଉଁମାନେ ଧ୍ୟାନରେ ତୁମକୁ ଦେଖୁଛନ୍ତି ..." ଧ୍ୟାନର ଅର୍ଥ ହେଉଛି କେବଳ କୃଷ୍ଣ କିମ୍ବା ବିଷ୍ଣୁଙ୍କ ଉପରେ ମନକୁ ଏକାଗ୍ର କରିବା । ଏହା ହେଉଛି ଧ୍ୟାନ । ମୁଁ ଜାଣେ ନାହିଁ ... ଆଜିକାଲି ଏତେ ସଂଖ୍ୟକ ଧ୍ୟାନକାରୀ ଅଛନ୍ତି, ସେମାନଙ୍କର କୌଣସି ଉଦ୍ଦେଶ୍ୟ ନାହିଁ । କିଛି ଯାହା ସେମାନେ ଭାବହୀନ, ଅଜ୍ଞାତ ବିଷୟରେ ଭାବିବାକୁ ଚେଷ୍ଟା କରନ୍ତି । ଏବଂ ତାହା ଭଗବଦ୍-ଗୀତାରେ ନିନ୍ଦିତ କରାଯାଇଅଛି, ଯେ କ୍ଲେଶୋଧିକତରସ୍ତେଷାମ ଅଵ୍ୟକ୍ତାସକ୍ତ-ଚେତସାମ୍ ( ଭ.ଗୀ ୧୨.୫) । ଯେଉଁମାନେ ଏହି ନିରାକାର ଶୂନ୍ୟତା ଉପରେ ଧ୍ୟାନ କରିବାକୁ ଚେଷ୍ଟା କରୁଛନ୍ତି, ସେମାନେ କେବଳ, ମୋର କହିବାକୁ ଗଲେ, ଅନାବଶ୍ୟକ ଅସୁବିଧାକୁ ନେଉଛନ୍ତି । ଯଦି ତୁମେ ଧ୍ୟାନ କରିବାକୁ ଚାହୁଁଛ, କେବଳ କୃଷ୍ଣ କିମ୍ବା ପରମାତ୍ମା ଉପରେ ଧ୍ୟାନ କର ।"
670122 - ପ୍ରବଚନ CC Madhya 25.31-38 - ସାନ୍ ଫ୍ରାନ୍ସିସ୍କୋ