"ଭଗବଦ୍-ଗୀତାରେ ଭଗବାନ କହିଛନ୍ତି, "ମୋ ଠାରୁ ଅଧିକ ଶ୍ରେଷ୍ଠ ଆଉକିଛି ନାହିଁ।" ତେଣୁ ଭଗବଦ୍-ଗୀତାଙ୍କ ଏହି ବକ୍ତବ୍ୟ ଶ୍ରୀମଦ୍-ଭାଗବତମ୍ ର ଏହି ପଦରେ ମଧ୍ୟ ପ୍ରମାଣିତ ହୋଇଛି। ଆନନ୍ଦ-ମାତ୍ରାମ୍। କୃଷ୍ଣଙ୍କର ଦିବ୍ୟ ଶରୀରରେ, ପରମପୁରୁଷ ଭଗବାନ, ଏହା କେବଳ ଆନନ୍ଦମ, ସୁଖୀ। ଆମେ ଏହା ମନେ ରଖିବା ଉଚିତ ଯେ ଏହି ଶରୀର, ଆମର ଭୌତିକ ଶରୀର, ନିରାନନ୍ଦ, ଆନନ୍ଦ ଶୂନ୍ୟ। ଆମେ ଆନନ୍ଦ ପାଇବାକୁ ସୀମିତ ଚେଷ୍ଟା କରୁଛୁ, ଆମର ସୀମିତ ଇନ୍ଦ୍ରିୟ ଦ୍ୱାରା, କିନ୍ତୁ ପ୍ରକୃତରେ, କୌଣସି ଆନନ୍ଦ, ସୁଖ ନାହିଁ । ଏହା ସବୁ ଦୁଃଖଦାୟକ। ଏହି ଦୁଃଖୀ ଶରୀରକୁ ପ୍ରତ୍ୟେକରେ ନିନ୍ଦା କରାଯାଏ, ମୁଁ କହିବାକୁ ଚାହେଁ, ବାସ୍ତବରେ, ଅଧ୍ୟାୟ ଏବଂ ପ୍ରତ୍ୟେକ ଶ୍ଳୋକ, ପ୍ରତ୍ୟେକ ପଦରେ।"
|