"ତେଣୁ ତୁମେ ଅଳ୍ପ ସ୍ୱାଧୀନତା ପାଇଛ। କାରଣ ତୁମେ ଭଗବାନଙ୍କ ଏକ ଅଂଶ ଵିଶେଷ, ଭଗବାନଙ୍କ ସଂପୂର୍ଣ୍ଣ ସ୍ୱାଧୀନତା ଅଛି । ତେଣୁ ସ୍ୱାଧୀନତା ଗୁଣ ମଧ୍ୟ ତୁମଠାରେ ଅଛି । ଠିକ୍ ସୁନା ଭଳି: ସୁନାର କଣିକା ମଧ୍ୟ ସୁନା ଅଟେ । ସେହିପରି, କାରଣ ତୁମେ କୃଷ୍ଣଙ୍କର କଣିକା, ତେଣୁ ତୁମେ ସମସ୍ତ ଗୁଣକୁ ସୁକ୍ଷ୍ମ ପରିମାଣରେ ପାଇଛ, ଯଦିଓ ତୁମେ କୃଷ୍ଣଙ୍କର ସମସ୍ତ ଗୁଣ ପାଇଛ । କୃଷ୍ଣ ଯେପରି ..., ଭଗବାନ ସମ୍ପୂର୍ଣ୍ଣ ସ୍ୱାଧୀନ, ତେଣୁ ତୁମେ ସ୍ୱାଧୀନ ହେବାକୁ ଚାହୁଁଛ । ତୁମର ଅନ୍ତରଭାବ ସର୍ବଦା ସ୍ୱାଧୀନ ରହିବାକୁ ଆତୁର। କିନ୍ତୁ ତୁମେ ସର୍ତ୍ତମୂଳକ ହୋଇଛ। ତୁମେ ପ୍ରତିବନ୍ଧିତ ହୋଇଛ। ଯେତେବେଳେ ତୁମେ ତୁମର ଆଧ୍ୟାତ୍ମିକ ଜୀବନ ଫେରି ପାଇବ, ତୁମେ ମଧ୍ୟ କୃଷ୍ଣଙ୍କ ପରି ସ୍ୱାଧୀନ ହେବ । "
|