"ଆମେ କିପରି ଗଠିତ ହୋଇଛେ ତାହା ବୁଝିବାକୁ ଚେଷ୍ଟା କରିବା ଉଚିତ୍। ଭଗବଦ୍-ଗୀତା ଆମର ସାମ୍ବିଧାନିକ ସ୍ଥିତିକୁ ଅତି ସୁନ୍ଦର ଭାବରେ ବ୍ୟାଖ୍ୟା କରିଛନ୍ତି: ଇନ୍ଦ୍ରିୟାଣି ପରାଣ୍ୟାହୁ (Vanisource: BG 3.42 (1972) । ଭ.ଗୀ. ୩-୪୨) । ଇନ୍ଦ୍ରିୟାଣି । ଇନ୍ଦ୍ରିୟାଣି ଅର୍ଥ ଇନ୍ଦ୍ରିୟ । ଯେପରି ମୋର ଭୌତିକ ଅସ୍ତିତ୍ୱ କ’ଣ? ମୁଁ ଏହି ଦୁନିଆରେ ଅଛି କଣ ପାଇଁ? ମୋ ଇନ୍ଦ୍ରିୟ ସୁଖ ପାଇଁ । ଖାଲି ଏତିକି। ଏହା ହେଉଛି ପ୍ରଥମ ସାମ୍ବିଧାନିକ ସ୍ଥିତି । ପ୍ରତ୍ୟେକ ପ୍ରାଣୀ, ପ୍ରତ୍ୟେକ ଜୀବ, ଖାଇବା, ଶୋଇବା ଏବଂ ରକ୍ଷା କରିବା ଏବଂ ମିଳନ ପାଇଁ ବ୍ୟସ୍ତ । ଏହାର ଅର୍ଥ ଶାରୀରିକ ଆବଶ୍ୟକତା, ଇନ୍ଦ୍ରିୟଗୁଡିକ । ସର୍ବପ୍ରଥମେ, ଆମର ଅସ୍ତିତ୍ୱର ପ୍ରମୁଖ କାରଣ ହେଉଛି ଇନ୍ଦ୍ରିୟ । ତେଣୁ ଭଗବଦ୍-ଗୀତା କହନ୍ତି, ଇନ୍ଦ୍ରିୟାଣି ପରାଣ୍ୟାହୁ । ମୋର ଭୌତିକ ଅସ୍ତିତ୍ୱର ଅର୍ଥ ହେଉଛି ଇନ୍ଦ୍ରିୟ ଉପଭୋଗ । ଖାଲି ଏତିକି।"
|