"ବାହାରେ ସେମାନେ କହିବେ, "ଏହି କୃଷ୍ଣ ଚେତନା କ'ଣ? ସେମାନେ ସୁନ୍ଦର ଘରେ ରୁହନ୍ତି ଏବଂ ସେମାନେ ବହୁତ ସୁନ୍ଦର ଭାବରେ ଖାଉଛନ୍ତି, ନାଚୁଛନ୍ତି, ଗୀତ ଗାଉଛନ୍ତି । ପାର୍ଥକ୍ୟ କ'ଣ? ଆମେ ମଧ୍ୟ ତାହା କରୁ । ଆମେ କ୍ଲବକୁ ଯାଇ ବହୁତ ସୁନ୍ଦର ଖାଉ ଏବଂ ନାଚୁ । ପାର୍ଥକ୍ୟ କ'ଣ"? ପାର୍ଥକ୍ୟ ଅଛି । ସେହି ପାର୍ଥକ୍ୟ କ'ଣ? ଗୋଟିଏ ଦୁଗ୍ଧ ପ୍ରସ୍ତୁତି ବେମାର ସୃଷ୍ଟି କରେ, ଅନ୍ୟ ଦୁଗ୍ଧ ପ୍ରସ୍ତୁତି ଆରୋଗ୍ୟ କରେ । ଏହା ବ୍ୟବହାରିକ ଅଟେ । ଅନ୍ୟ ଏକ ଦୁଗ୍ଧ ପ୍ରସ୍ତୁତି ଆପଣଙ୍କୁ ଆରୋଗ୍ୟ କରିଥାଏ । ଯଦି ତୁମେ କ୍ଲବରେ ନାଚିବ ଏବଂ କ୍ଲବରେ ଖାଇବ, ଧୀରେ ଧୀରେ ତୁମେ ଭୌତିକ ରୋଗରେ ପୀଡିତ ହୁଅ । ଏବଂ ଏଠାରେ ସେଇ ସମାନ ନୃତ୍ୟ ଏବଂ ଖାଇବା, ତୁମେ ଆଧ୍ୟାତ୍ମିକ ଭାବରେ ଉନ୍ନତ ହୁଅ । କିଛି ବନ୍ଦ କରିବାକୁ ପଡିବ ନାହିଁ । କେବଳ ଏହାକୁ ଜଣେ ବିଶେଷଜ୍ଞ ଡାକ୍ତରଙ୍କ ନିର୍ଦ୍ଦେଶରେ ପରିବର୍ତ୍ତନ କରିବାକୁ ପଡିବ । ଖାଲି ଏତିକି। ବିଶେଷଜ୍ଞ ଚିକିତ୍ସକ ଆପଣଙ୍କୁ କିଛି ଔଷଧ ମିଶ୍ରିତ ଦହି ଦିଅନ୍ତି । ବାସ୍ତବରେ ଔଷଧ କେବଳ ରୋଗୀକୁ ଦେଖାଣିଆ ପାଇଁ । ବାସ୍ତବରେ ଦହି କାମ କରିବ । ସେହିଭଳି ଆମକୁ ସବୁକିଛି କରିବାକୁ ପଡିବ କିନ୍ତୁ ଏହା କୃଷ୍ଣ ଚେତନାର ସେହି ଔଷଧ ସହିତ ମିଶ୍ରିତ ହୋଇଥିବାରୁ ଏହା ତୁମର ଭୌତିକ ରୋଗକୁ ଭଲ କରିବ । ତାହା ହେଉଛି ପ୍ରକ୍ରିୟା।"
|