"ଏହା ହେଉଛି କୃଷ୍ଣ ଭାବାନାମୃତ, ସବୁକିଛି କୃଷ୍ଣଙ୍କର ଅଟେ ବୁଝିବା । ଯଦି ଜଣେ ଏପରି କାର୍ଯ୍ୟ କରେ ଯେ ସବୁକିଛି... ଇଶାବାସ୍ୟମ ଇଦଂ ସର୍ଵମ ( ଇଶୋ ୧)। ଇଶୋପନିଷଦ କୁହନ୍ତି, 'ସବୁକିଛି ଭଗବାନଙ୍କର ଅଟେ', କିନ୍ତୁ ଭଗବାନ ମୋତେ ଏହିସବୁ କାର୍ଯ୍ୟ କରିବା ପାଇଁ ସୁଯୋଗ ଦେଇଛନ୍ତି । ତେଣୁ ମୋର ଜ୍ଞାନ ଏବଂ ବୁଦ୍ଧି ଉପଯୁକ୍ତ ହେବ ଯଦି ମୁଁ ଭଗବାନଙ୍କ ସେବା କରିବା ପାଇଁ ଉପଯୋଗ କରେ । ତାହା ହେଉଛି ମୋର ବୁଦ୍ଧି। ମୁଁ ଯେଉଁ ମୁହୂର୍ତ୍ତରେ ସେଗୁଡିକୁ ମୋର ଇନ୍ଦ୍ରିୟ ସୁଖ ପାଇଁ ବ୍ୟବହାର କରେ, ସେତେବେଳେ ମୁଁ ଜାଲରେ ପଡ଼ିଯାଏ । ସମାନ ଉଦାହରଣ ଦିଆଯାଇପାରେ: ଯଦି ବ୍ୟାଙ୍କ କ୍ୟାସିଅର୍ ଭାବନ୍ତି, 'ଓଃ, ମୋ ପାଖରେ ଏତେ ଲକ୍ଷ ଟଙ୍କା ଅଛି । ମୁଁ କିଛି ନିଏ ଏବଂ ମୋ ପକେଟରେ ରଖେ', ତେବେ ସେ ଜାଲରେ ପଡ଼ିଛନ୍ତି। ଅନ୍ୟଥା, ତୁମେ ଉପଭୋଗ କର। ତୁମେ ଭଲ ଦରମା ପାଇବ । ତୁମେ ଭଲ ଆରାମ ପାଅ ଏବଂ କୃଷ୍ଣଙ୍କ ପାଇଁ ତୁମର କାମକୁ ଭଲ ଭାବରେ କର। ତାହା ହେଉଛି କୃଷ୍ଣ ଭାବାନାମୃତ । ସବୁକିଛି କୃଷ୍ଣଙ୍କ ବୋଲି ବିବେଚନା କରାଯିବା ଉଚିତ୍। କଣିକା ଟିଏ ବି ମୋର ମୋର ନୁହେଁ। ଏହା କୃଷ୍ଣ ଭାବାନାମୃତ।"
|