"ତେଣୁ ଏହି ମହାଭାରତ ଇତିହାସ ଏହି ଶ୍ରେଣୀଗୁଡିକ ପାଇଁ ସ୍ଵତନ୍ତ୍ର ଭାବରେ ଉଦ୍ଦିଷ୍ଟ ଥିଲା: ମହିଳା, ଶ୍ରମିକ ଶ୍ରେଣୀ ଏବଂ ଏହି ଦ୍ୱିଜାବନ୍ଧୁ ଶ୍ରେଣୀ, କିମ୍ବା ତଥାକଥିତ ବ୍ରାହ୍ମଣ ଏବଂ କ୍ଷତ୍ରିୟ । କିନ୍ତୁ ତଥାପି ଯଦି ଆପଣ ମହାଭାରତ ପଢନ୍ତି ତେବେ ଆପଣ ଜାଣିପାରିବେ ଯେ ଏହା ଏଇ ସମୟର ସର୍ବଶ୍ରେଷ୍ଠ ପଣ୍ଡିତଙ୍କ ପାଇଁ ମଧ୍ୟ କଷ୍ଟକର । ଭଗବଦ୍-ଗୀତା ପରି। ଭଗବଦ୍-ଗୀତା ମହାଭାରତରେ ସ୍ଥାପିତ ହୋଇଛି ଏବଂ ମୂଳତଃ ଏହା କମ୍ ବୁଦ୍ଧିମାନ ଶ୍ରେଣୀର ପୁରୁଷମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ତେଣୁ ତୁମେ କେବଳ ବୁଝିବାକୁ ଚେଷ୍ଟା କରିପାରିବ ଯେ ସେହି ଦିନରେ କେଉଁ ଶ୍ରେଣୀର ପୁରୁଷ ବିଦ୍ୟମାନ ଥିଲେ। ପ୍ରକୃତରେ ଏହା ଥିଲା । ଭଗବଦ୍-ଗୀତା ଏତେ ସୁନ୍ଦର ଦାର୍ଶନିକ ଆଧ୍ୟାତ୍ମିକ ପୁସ୍ତକ, ଯଦିଓ ଯୁଦ୍ଧକ୍ଷେତ୍ରରେ ଅର୍ଜୁନଙ୍କୁ ଶିକ୍ଷା ଦିଆଯାଇଥିଲା। ତେଣୁ ଯୁଦ୍ଧକ୍ଷେତ୍ରରେ ସେ କେତେ ସମୟ ଦେଇ ପାରିବେ? ଏବଂ ସେ ଯୁଦ୍ଧ କରିବାକୁ ଯାଉଥିବା ସମୟରେ ସେ ଭାବିଲେ, 'ଓଃ, କାହିଁକି ମୁଁ ଯୁଦ୍ଧ କରିବି?' । ତେଣୁ କୃଷ୍ଣଙ୍କ ଦ୍ଵାରା କିଛି ନିର୍ଦ୍ଦେଶ ଦିଆଯାଇଥିଲା - ତେଣୁ ଆପଣ କଳ୍ପନା କରିପାରିବେ, ପ୍ରାୟ ଅଧ ଘଣ୍ଟା କିମ୍ବା ପ୍ରାୟ ଏକ ଘଣ୍ଟା ସେ କଥାବାର୍ତ୍ତା କରିଥିଲେ - ଏବଂ ସେ ସମଗ୍ର ଭଗବଦ୍-ଗୀତକୁ ବୁଝଥିଲେ। ତେବେ ଅର୍ଜୁନ କେଉଁ ଶ୍ରେଣୀର ମଣିଷ ଥିଲେ? ସେଇ ସମାନ ଭଗବତ-ଗୀତା, ଏହି ଯୁଗର ବହୁତ ବଡ ପଣ୍ଡିତ, ସେମାନେ ବୁଝିପାରିବେ ନାହିଁ। ଅର୍ଜୁନ ଏହାକୁ ଅଧ ଘଣ୍ଟା ମଧ୍ୟରେ ବୁଝିଥିଲେ। "
|