"ସେତେବେଳେ ସନାତନ ଗୋସ୍ୱାମୀଙ୍କର କୌଣସି ମନ୍ଦିର ନଥିଲା; ସେ ନିଜ ବିଗ୍ରହଙ୍କୁ ଗଛରେ ଟାଙ୍ଗିଥିଲେ। ତେଣୁ ମଦନ-ମୋହନ ତାଙ୍କ ସହ କଥାବାର୍ତ୍ତା ହେଉଥିଲେ, 'ସନାତନ, ତୁମେ ଏହି ସବୁ ଶୁଖିଲା ରୁଟି ଆଣୁଛ, ଏବଂ ଏହା ବାସି, ଏବଂ ତୁମେ ଏପରିକି ଅଳ୍ପ ଲୁଣ ଦେଉ ନାହଁ, ମୁଁ କିପରି ଖାଇବି'? ସନାତନ ଗୋସ୍ୱାମୀ କହିଥିଲେ, 'ସାର୍, ମୁଁ କେଉଁଆଡ଼େ ଯିବି? ମୁଁ ଯାହା ପାଉଛି, ମୁଁ ତୁମକୁ ଅର୍ପଣ କରୁଛି । ତୁମେ ଦୟାକରି ଗ୍ରହଣ କର । ମୁଁ ବୁଲି ପାରିବି ନାହିଁ; ବୃଦ୍ଧଲୋକ।' ତୁମେ ଦେଖ । ତେଣୁ କୃଷ୍ଣଙ୍କୁ ଏହାକୁ ଖାଇବାକୁ ପଡିଲା । (ଚକଲେସ୍) କାରଣ ଭକ୍ତ ଅର୍ପଣ କରୁଛନ୍ତି, ସେ ମନା କରିପାରିବେ ନାହିଁ । ୟେ ମାଂ ଭକ୍ତ୍ୟା ପ୍ରୟଛତି । ପ୍ରକୃତ ଜିନିଷ ହେଉଛି ଭକ୍ତି । ଆପଣ କୃଷ୍ଣଙ୍କୁ କଣ ଦେଇପାରିବେ? ସବୁକିଛି କୃଷ୍ଣଙ୍କର ଅଟେ । ତୁମେ କଣ ପାଇଛ? ତୁମର ମୂଲ୍ୟ କ’ଣ? ଏବଂ ତୁମର ଜିନିଷଗୁଡ଼ିକର ମୂଲ୍ୟ କ’ଣ? ଏହା କିଛି ନୁହେଁ । ତେଣୁ ପ୍ରକୃତ ଜିନିଷ ହେଉଛି ଭକ୍ତ୍ୟା; ପ୍ରକୃତ କଥା ହେଉଛି ତୁମର ମନଭାଵ । 'କୃଷ୍ଣ, ଦୟାକରି ଏହାକୁ ନିଅ । ମୋର କୌଣସି ଯୋଗ୍ୟତା ନାହିଁ । ମୁଁ ଅତ୍ୟଧିକ ଖରାପ, ପତିତ, କିନ୍ତୁ (କାନ୍ଦ) ମୁଁ ତୁମ ପାଇଁ ଏହି ଜିନିଷ ଆଣିଛି । ଦୟାକରି ନିଅ ' ଏହା ଗ୍ରହଣ କରାଯିବ । ଅହଂକାର କର ନାହିଁ । ସର୍ବଦା ସତର୍କ ରୁହ । ଆପଣ କୃଷ୍ଣଙ୍କ ସହିତ କାରବାର କରୁଛନ୍ତି । ତାହା ମୋର ଅନୁରୋଧ । ଆପଣଙ୍କୁ ବହୁତ ଧନ୍ୟବାଦ ... (କାନ୍ଦ) "
|