"ତେଣୁ ଯେତେବେଳେ ଏହି ଭୌତିକ ପ୍ରଦୂଷଣର ଦୁଃଖ ବୁଝିପାରୁ ନାହିଁ, ସେତେବେଳେ ତାଙ୍କ ଜୀବନ ପଶୁ ଜୀବନ ଅଟେ। ସେ ଜାଣନ୍ତି ଯେ ସେ ଯନ୍ତ୍ରଣା ଭୋଗୁଛନ୍ତି, କିନ୍ତୁ ସେ କିଛି ନିର୍ବୋଧ ଉପାୟ ଦ୍ୱାରା ଯନ୍ତ୍ରଣାକୁ ଘୋଡାଇବାକୁ ଚେଷ୍ଟା କରୁଛନ୍ତି: ଭୁଲିଯିବା ଦ୍ୱାରା, ମଦ୍ୟପାନ ଦ୍ୱାରା, ନିଶାଗ୍ରହଣ କରି, ଏହା ଦ୍ୱାରା ତାହା ଦ୍ୱାରା । ସେ ତାଙ୍କର ଦୁଃଖ ବିଷୟରେ ଜାଣିଛନ୍ତି, କିନ୍ତୁ ସେ ନିଜ ଦୁଃଖକୁ ଏକ ନିର୍ବୋଧ ଉପାୟରେ ଘୋଡାଇବାକୁ ଚାହୁଁଛନ୍ତି। ଠେକୁଆ ପରି। ଠେକୁଆ ଯେତେବେଳେ କିଛି ଜଘନ୍ୟ ପଶୁଙ୍କ ସାମ୍ନାକୁ ଆସେ, ଠେକୁଆ ଆଖି ବନ୍ଦ କରିଦିଏ; ସେ ନିରାପଦରେ ବୋଲି ଭାବେ । ସେହିଭଳି, କେବଳ କୃତ୍ରିମ ଉପାୟରେ ଆମର ଦୁଃଖକୁ ଘୋଡାଇବାକୁ ଚେଷ୍ଟା କରିବା ତାହା ସମାଧାନ ନୁହେଁ। ତାହା ହେଉଛି ଅଜ୍ଞତା। ଆଧ୍ୟାତ୍ମିକ ଜୀବନର ଜ୍ଞାନ, ଆଧ୍ୟାତ୍ମିକ ସୁଖ ଦ୍ୱାରା ଦୁଃଖ ଦୂର ହୋଇପାରିବ। "
|