"ଏହି ଜଗତରେ ଦୁଇଟି ଶକ୍ତି କାର୍ଯ୍ୟ କରୁଛି: ଆଧ୍ୟାତ୍ମିକ ଶକ୍ତି ଏବଂ ଭୌତିକ ଶକ୍ତି। ଭୌତିକ ଶକ୍ତିର ଅର୍ଥ ହେଉଛି ଏହି ଆଠ ପ୍ରକାରର ଭୌତିକ ଉପାଦାନ। ଭୂମିରାପୋଽନଲୋ ବାୟୁଃ (Vanisource: BG 7.4 (1972) । ଭ.ଗୀ. ୭.୪ ) ପୃଥିବୀ, ଜଳ, ଅଗ୍ନି, ବାୟୁ, ଆକାଶ, ମନ, ବୁଦ୍ଧି, ଏବଂ ଅହଂକାର । ଏଗୁଡ଼ିକ ସବୁ ଭୌତିକ । ଏବଂ ସେହିପରି, ସୂକ୍ଷ୍ମ, ସୂକ୍ଷ୍ମ, ସୂକ୍ଷ୍ମ, ସୂକ୍ଷ୍ମ, ଏବଂ ସ୍ଥୁଳ, ସ୍ଥୁଳ, ସ୍ଥୁଳ । ଯେପରି ଜଳ ପୃଥିବୀ ଅପେକ୍ଷା ସୂକ୍ଷ୍ମ, ତାପରେ ବାୟୁ ଜଳଠାରୁ ସୂକ୍ଷ୍ମ, ତାପରେ ବାୟୁ ଅଗ୍ନିଠାରୁ ସୂକ୍ଷ୍ମ, ତାପରେ ଆକାଶ, କିମ୍ବା ଇଥର, ବାୟୁଠାରୁ ସୂକ୍ଷ୍ମ ଅଟେ । ସେହିଭଳି, ଆକାଶ ଅପେକ୍ଷା ବୁଦ୍ଧି, କିମ୍ବା ଆକାଶ ଅପେକ୍ଷା ମନ ସୂକ୍ଷ୍ମ । ମନ ... ଆପଣ ଜାଣନ୍ତି, ମୁଁ ଅନେକ ଥର ଉଦାହରଣ ଦେଇଛି: ମନର ଗତି । ଏକ ସେକେଣ୍ଡ ମଧ୍ୟରେ ଅନେକ ହଜାରେ ମାଇଲ ଆପଣ ଯାଇପାରିବେ । ତେଣୁ ଏହା ଯେତେ ସୂକ୍ଷ୍ମ ହେବ, ଏହା ଶକ୍ତିଶାଳୀ । ସେହିପରି, ପରିଶେଷରେ, ଯେତେବେଳେ ତୁମେ ଆଧ୍ୟାତ୍ମିକ ଅଂଶକୁ ଆସିବ, ସୂକ୍ଷ୍ମ, ଯେଉଁଠାରୁ ସବୁକିଛି ଉତ୍ପନ୍ନ ହୁଏ, ଓଃ, ତାହା ବହୁତ ଶକ୍ତିଶାଳୀ । ସେହି ଆଧ୍ୟାତ୍ମିକ ଶକ୍ତି। "
|