"ତେଣୁ ଆମର ଭକ୍ତି ପ୍ରକ୍ରିୟା ବ୍ୟକ୍ତିଗତ ଭାବରେ ଭଗବାନଙ୍କୁ ଦେଖିବା ପାଇଁ ଚେଷ୍ଟା କରିବା ନୁହେଁ। ଠିକ୍ ଯେପରି କର୍ମୀମାନେ, ସେମାନେ ଚ୍ୟାଲେଞ୍ଜ କରନ୍ତି, 'ଯଦି ଆମେ ଆଖିରେ ଦେଖିପାରିବା, ଭଗବାନଙ୍କୁ?' ନା। ଏହା ଆମର ପ୍ରକ୍ରିୟା ନୁହେଁ। ଆମର ପ୍ରକ୍ରିୟା ଅଲଗା ଅଟେ। ଯେପରି ଚୈତନ୍ୟ ମହାପ୍ରଭୂ ଆମକୁ ଶିକ୍ଷା ଦିଅନ୍ତି, ଆଶ୍ଲିଶ୍ୟ ବା ପାଦ-ରତାଂ ପିନସ୍ତୁ ମାଂ ମର୍ମ-ହତାଂ କରୋତୁ ବା ଆଦର୍ଶନାଂ ( ଚ.ଚ. ଅନ୍ତ୍ୟ ୨୦.୪୭) । ଭକ୍ତ ଦେଖିବାକୁ ପସନ୍ଦ କରନ୍ତି, କିନ୍ତୁ ଚୈତନ୍ୟ ମହାପ୍ରଭୂ ଶିକ୍ଷା ଦିଅନ୍ତି ଯେ 'ଯଦିଓ ତୁମେ ମୋତେ ଭଗ୍ନ ହୃଦୟ କର, ଜୀବନ ସାରା କିମ୍ବା ଚିରଦିନ ପାଇଁ ଦେଖା ଦିଅନାହିଁ, ତଥାପି ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ତଥାପି, ତୁମେ ମୋର ପୂଜ୍ୟ ପ୍ରଭୁ' । ତାହା ହେଉଛି ଶୁଦ୍ଧ ଭକ୍ତ । ଏକ ଗୀତ ଅଛି, 'ମୋର ପ୍ରିୟ ପ୍ରଭୁ, ଦୟାକରି ମୋ ସମ୍ମୁଖରେ ଉପସ୍ଥିତ ହୁଅନ୍ତୁ, ବଂଶୀ ସହିତ ନାଚନ୍ତୁ, ' ଏହା ଭକ୍ତି ନୁହେଁ। ଏହା ଭକ୍ତି ନୁହେଁ। ଲୋକମାନେ ହୁଏତ ଭାବି ପାରନ୍ତି, 'ଓଃ, ସେ କେତେ ବଡ ଭକ୍ତ, କୃଷ୍ଣଙ୍କୁ ତାଙ୍କ ସମ୍ମୁଖକୁ ଆସିବାକୁ କୁହନ୍ତି, ନୃତ୍ୟ କରି'। ଏହାର ଅର୍ଥ କୃଷ୍ଣଙ୍କୁ ଆଦେଶ କରିବା। ଜଣେ ଭକ୍ତ କୃଷ୍ଣଙ୍କୁ କିଛି ଆଦେଶ କରନ୍ତି ନାହିଁ କିମ୍ବା କିଛି ମାଗନ୍ତି ନାହିଁ, କିନ୍ତୁ ସେ କେବଳ ଭଲ ପାଆନ୍ତି। ତାହା ହେଉଛି ଶୁଦ୍ଧ ପ୍ରେମ। "
|