"ମୁକ୍ତ ଅର୍ଥ ବର୍ତ୍ତମାନର ଏହି ଭୌତିକ ଅଧୀନରେ ..., ଏହି ଭୌତିକ ଜଗତରେ, ସେ ଭୌତିକ ଶରୀରକୁ ଗ୍ରହଣ କରୁଛନ୍ତି, ଏବଂ ଯେତେବେଳେ ସେ କୃଷ୍ଣଙ୍କର ଜଣେ ପ୍ରାମାଣିକ ସେବକ ହୁଅନ୍ତି, ସେତେବେଳେ ତାଙ୍କୁ ଏକ ଆଧ୍ୟାତ୍ମିକ ଶରୀର ଦିଆଯିବ। ଠିକ୍ ଜଣେ ସୈନିକ ପରି। ଜଣେ ବ୍ୟକ୍ତି, ଯେତେ ଦିନ ପର୍ଯ୍ୟନ୍ତ ସେ ଜଣେ ସୈନିକ ନୁହଁନ୍ତି, ତାଙ୍କର ନାହିଁ..., ତାଙ୍କୁ ୟୁନିଫର୍ମ ପ୍ରଦାନ କରାଯାଇ ନାହିଁ । କିନ୍ତୁ ସେ ଜଣେ ସୈନିକ ଭାବରେ ସେବାକୁ ଗ୍ରହଣ କରିବା ମାତ୍ରେ ତାଙ୍କୁ ତୁରନ୍ତ ୟୁନିଫର୍ମ ଦିଆଯାଏ । ତେଣୁ ତୁମେ ଭୌତିକ ଜଗତରେ ବିଭିନ୍ନ ଶରୀରକୁ ଗ୍ରହଣ କରୁଛ, ଏବଂ ତାହା ହେଉଛି ଭୂତ୍ୱା ଭୂତ୍ୱା ପ୍ରଲୀୟତେ ( ଭ.ଗୀ. ୮-୧୯) । ତୁମେ ଏକ ପ୍ରକାର ଶରୀର ଗ୍ରହଣ କରୁଛ, ଯାହା ଅଦୃଶ୍ୟ ହୋଇଯାଉଛି; ପୁନର୍ବାର ତୁମକୁ ଅନ୍ୟ ଶରୀର ଗ୍ରହଣ କରିବାକୁ ପଡିବ । କିନ୍ତୁ ଯେତେ ଶୀଘ୍ର ତୁମେ ସଂପୂର୍ଣ୍ଣ ରୂପେ କୃଷ୍ଣ ଭାବନାମୃତ ହୋଇଯାଅ, ତ୍ୟକ୍ତ୍ୱା ଦେହଂ ପୁନର୍ଜନ୍ମ ନୈତି ( ଭ.ଗୀ. ୪.୯), ତାପରେ, ଏହି ଶରୀର ଛାଡିବା ପରେ, ସେ ଏହି ଭୌତିକ ଜଗତକୁ ଆସନ୍ତି ନାହିଁ । ସେ ତୁରନ୍ତ ... ମାମ ଇଟି, ସେ ସ୍ଥାନାନ୍ତର କରନ୍ତି। ସେହିପରି ଭାବରେ ସେ ଆଧ୍ୟାତ୍ମିକ ଶରୀରକୁ ଗ୍ରହଣ କରନ୍ତି। "
|