"ଅଜାମିଳ, ଶୁଦ୍ଧ ସଂକୀର୍ତନ ନଥିଲା। ଯେପରି ଆମକୁ ପରାମର୍ଶ ଦିଆଯାଇଛି, ମହା-ମନ୍ତ୍ର ଜପ କରିବାବେଳେ, ଦଶ ପ୍ରକାର ଅପରାଧରୁ ଦୂରେଇ ରହିବା ପାଇଁ । ତେଣୁ ଅଜାମିଳଙ୍କର ଏପରି କାର୍ଯ୍ୟକ୍ରମ ନଥିଲା। ସେ କଦାପି ନାରାୟଣଙ୍କ ପବିତ୍ର ନାମ ଜପ କରିବା ଇଛାରେ କରି ନଥିଲେ । ଏହି ବିଷୟ ଶ୍ରୀଧର ସ୍ୱାମୀ ଜୋର ଦେଇ କହିଛନ୍ତି । ସେ କେବଳ ତାଙ୍କ ପୁଅକୁ ଡାକିବାକୁ ଚେଷ୍ଟା କରିଥିଲେ, ଯାହାର ନାମ ନାରାୟଣ ଥିଲା। ଏହା ପ୍ରକୃତରେ କୀର୍ତ୍ତନ ନୁହେଁ, କିନ୍ତୁ ଏହି ନାମ ଜପ, ଦିବ୍ୟ ନାମ ଜପ, ଏତେ ଶକ୍ତିଶାଳୀ ଯେ ଜପ କରିବାର ନୀତି ଏବଂ ନିୟମକୁ ଅନୁସରଣ ନକରି, ସେ ତୁରନ୍ତ ସମସ୍ତ ପାପପୂର୍ଣ୍ଣ ପ୍ରତିକ୍ରିୟାରୁ ମୁକ୍ତ ହେଲେ। ସେହି ବିଷୟ ଏଠାରେ ଜୋର ଦିଆଯାଇଛି। "
|