"ତେଣୁ ଏହି କୃଷ୍ଣ ଚେତନା ଆନ୍ଦୋଳନ ଲୋକମାନଙ୍କୁ ଭଗବାନଙ୍କୁ କିପରି ଦେଖିବା, କୃଷ୍ଣଙ୍କୁ କିପରି ଦେଖିବା ଶିଖାଇବା ପାଇଁ ଏକ ପ୍ରୟାସ। ଯଦି ଆମେ ଅଭ୍ୟାସ କରୁ କୃଷ୍ଣଙ୍କୁ ଦେଖିହେବ। ଠିକ୍ ଯେପରି କୃଷ୍ଣ କୁହନ୍ତି, ରସୋଽହମପ୍ସୁ କୌନ୍ତେୟ ( ଭ.ଗୀ. ୭.୮) । କୃଷ୍ଣ କୁହନ୍ତି, ମୁଁ ଜଳର ସ୍ୱାଦ ଅଟେ। ଆମ ସମସ୍ତେ, ଆମେ ପ୍ରତିଦିନ ପାଣି ପିଇଥାଉ, କେବଳ ଥରେ ଦୁଇଥର - ତିନିଥର କିମ୍ବା ତା’ଠାରୁ ଅଧିକ । ତେଣୁ ଆମେ ପାଣି ପିଇବା ମାତ୍ରେ, ଯଦି ଆମେ ଭାବୁ ଯେ ଜଳର ସ୍ୱାଦ କୃଷ୍ଣ, ଆମେ ତୁରନ୍ତ କୃଷ୍ଣ ସଚେତନ ହୋଇଯିବା । କୃଷ୍ଣ ଭାବାନାମୃତ ହେବା ଅତ୍ୟନ୍ତ କଷ୍ଟକର କାମ ନୁହେଁ । କେବଳ ଆମକୁ ଏହା ଅଭ୍ୟାସ କରିବାକୁ ପଡିବ। "
|