"କୃଷ୍ଣ କୁହନ୍ତି ଯେ ମୁଁ ଏହା ଏବଂ ସେୟା ଅଟେ। ସେ କୁହନ୍ତି, ରସୋଽହମପ୍ସୁ କୌନ୍ତେୟ ( ଭ.ଗୀ. ୭.୮) ଯେଉଁମାନେ ସୌମ୍ୟ, ଯେଉଁମାନେ କୃଷ୍ଣଙ୍କୁ ବୁଝିବାକୁ ଚାହାଁନ୍ତି, ସେମାନେ ଜୀବନର ପ୍ରତ୍ୟେକ ପଦକ୍ଷେପରେ କୃଷ୍ଣଙ୍କୁ ବୁଝିପାରନ୍ତି । ଠିକ୍ ଯେପରି 'ରସୋଽହମପ୍ସୁ କୌନ୍ତେୟ', "ମୁଁ ହେଉଛି ଜଳର ସ୍ୱାଦ"। ତୁମକୁ ପାଣି ପିଇବାକୁ ପଡିବ । ଠିକ୍ ଯେପରି ମୁଁ ମାତ୍ର ଗୋଟିଏ ମିନିଟ୍ ପୂର୍ବରୁ ପିଇଥିଲି ଏବଂ ମୋର ଶୋଷ ମେଣ୍ଟାଇଥିଲି । କିନ୍ତୁ ସେହି ଶୋଷ ମେଣ୍ଟିବା ସକ୍ରିୟ ନୀତି ହେଉଛନ୍ତି କୃଷ୍ଣ । ତେଣୁ ଆମେ ପ୍ରତ୍ୟେକ ଥର ପାଣି ପିଇବା ସମୟରେ କୃଷ୍ଣଙ୍କୁ ଅନୁଭବ କରିପାରିବା । ଏହା ହେଉଛି କୃଷ୍ଣ ଚେତନା । ଶଶୀ... ପ୍ରଭାସ୍ମି ଶଶୀ ସ୍ୱର୍ଯ୍ୟୟୋଃ । କୃଷ୍ଣ ହେଉଛନ୍ତି ସୂର୍ଯ୍ୟକିରଣ, କୃଷ୍ଣ ହେଉଛନ୍ତି ଚନ୍ଦ୍ରକିରଣ। କୃଷ୍ଣ ହେଉଛି ଫୁଲର ସୁଗନ୍ଧ । ତୁମେ ଗୋଟିଏ ଫୁଲ ନେଇ ଶୁଙ୍ଘ, ସୁଗନ୍ଧ ହେଉଛନ୍ତି କୃଷ୍ଣ। "
|