"ତେଣୁ ବୈକୁଣ୍ଠ ଦୁନିଆରେ ପ୍ରଶଂସା ଅଛି, ଏବଂ ଭୌତିକ ଜଗତରେ ଈର୍ଷା ଅଛି ।ସମାନ ଜିନିଷ ଯେତେବେଳେ ବୈକୁଣ୍ଠ ଗୁଣରେ ପରିଣତ ହୁଏ, ଏହା ଏକ ଭିନ୍ନ ଜିନିଷରେ ପରିଣତ ହୁଏ; ଏହା ମତ୍ସରତା ନୁହେଁ। ଏହା ହେଉଛି ପ୍ରଶଂସା: "ଓଃ, ସେ ବହୁତ ସୁନ୍ଦର" । ଠିକ୍ ଯେପରି ରାଧାରାଣୀ । ରାଧାରାଣୀ… କେହି ସର୍ବୋଚ୍ଚ ଭକ୍ତ ହୋଇପାରିବେ ନାହିଁ । କୃଷ୍ଣ ଅନୟାରାଧ୍ୟାତେ । ରାଧାରାଣୀ ଅର୍ଥାତ୍ କୃଷ୍ଣଙ୍କୁ ଉପାସନା କରୁଛନ୍ତି, ସର୍ବୋଚ୍ଚ ସେବା । ଗୋପୀମାନଙ୍କ ମଧ୍ୟରେ - ଗୋପୀମାନେ କୃଷ୍ଣଙ୍କୁ ସେବା କରୁଛନ୍ତି - ଏହାର କୌଣସି ତୁଳନା ନାହିଁ । ଚୈତନ୍ୟ ମହାପ୍ରଭୂ କୁହନ୍ତି, ରମ୍ୟା କାଚିଦ ଉପାସନା ବ୍ରଜ-ବଧୂ-ବର୍ଗେଣ ୟା କଳ୍ପିତା (ଚୈତନ୍ୟ-ମଞ୍ଜୁଷା) । ବ୍ରଜବଧୂ, ଏହି ଝିଅମାନେ, ଏହି ଗଉଡ଼ୁଣୀ ଝିଅମାନେ, ସେମାନେ ଯେପରି କୃଷ୍ଣଙ୍କୁ ପୂଜା କରନ୍ତି, ଦୁନିଆରେ ଏହାର କୌଣସି ତୁଳନା ନାହିଁ । "
|