OR/Prabhupada 0001 - ଗୋଟେ କୋଟି ଯାଇଁ ବଢ଼ାଓ



Lecture on CC Adi-lila 1.13 -- Mayapur, April 6, 1975

ପ୍ରଭୁପାଦ: ଚୈତନ୍ୟ ମହାପ୍ରଭୁ ସମସ୍ତ ଆଚାର୍ଯମାନଙ୍କୁ କହୁଛନ୍ତି... ନିତ୍ୟାନନ୍ଦ ପ୍ରଭୁ, ଅଦ୍ଵୈତ ପ୍ରଭୁ ଏବଂ ଶ୍ରୀବାସାଦି ଗୌର ଭକ୍ତବୃନ୍ଦ, ସେମାନେ ସମସ୍ତେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଆଦେଶ ବାହକ ଅଟନ୍ତି । ତେଣୁ ଆଚାର୍ଯମାନଙ୍କର ଧାରା ଅନୁସରଣ କରିବା ପାଇଁ ଚେଷ୍ଟା କର । ଏହିପରିଭାବରେ ତୁମର ଜୀବନ ସାର୍ଥକ ହେବ । ଏବଂ ଜଣେ ଆଚାର୍ଯ ହେବା, ଏହା ବହୁତ କଷ୍ଟକର ନୁହେଁ । ପ୍ରଥମେ ଆଚାର୍ଯଙ୍କର ଜଣେ ବିଶ୍ଵସ୍ତ ସେବକ ହେବା ପାଇଁ,ସେ ଯାହା କହୁଛନ୍ତି, ତାକୁ ଦୃଢ ଭାବରେ ଅନୁସରଣ କର । ତାଙ୍କୁ ଖୁସି କରିବା ପାଇଁ ଚେଷ୍ଟା କର ଏବଂ କୃଷ୍ଣଚେତନାର ପ୍ରଚାର ପ୍ରସାର କର। ଏହା ହିଁ ସବୁକିଛି । ଏହା ଆଦୌ କଷ୍ଟକର ନୁହେଁ । ତୁମର ଗୁରୁମହାରାଜଙ୍କର ଆଦେଶକୁ ପାଳନ କରିବା ପାଇଁ ଚେଷ୍ଟା କର ଓ କୃଷ୍ଣଭାବନାମୃତର ପ୍ରଚାର ପ୍ରସାର କର । ଏହା ହିଁ ଭଗବାନ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କର ଆଦେଶ ଅଟେ ।

ଆମାର ଆଜ୍ଞାୟ ଗୁରୁ ହୟାଁ ତାର ଏଇ ଦେଶ,
ଯାରେ ଦେଖ ତାରେ କହ କୃଷ୍ଣ ଉପଦେଶ ।
(CC Madhya 7.128)

ମୋ ଆଦେଶ ଅନୁସରଣ କରି, ତୁମେ ଗୁରୁ ହୁଅ । ଏବଂ ଯଦି ଆମେ ଆଚାର୍ଯ୍ୟ ପଦ୍ଧତି କୁ ଦୃଢ ଭାବେ ଅନୁସରଣ କରିବା ଏବଂ କୃଷ୍ଣଙ୍କ ଉପଦେଶ କୁ ପ୍ରଚାର ପ୍ରସାର କରିବାକୁ ଉତ୍ତମ ପ୍ରୟତ୍ନ କରିବା ୟାରେ ଦେଖ ତାରେ କହ କୃଷ୍ଣ-ଉପଦେଶ (CC Madhya 7.128) କୃଷ୍ଣ-ଉପଦେଶ ଦୁଇ ପ୍ରକାର ଅଛ । ଉପଦେଶ ମାନେ ପରାମର୍ଶ କୃଷ୍ଣଙ୍କ ଦ୍ଵାରା ଦିଆ ଯାଇଥିବା ଉପଦେଶ,ତାହା ମଧ୍ୟ କୃଷ୍ଣ-ଉପଦେଶ ଏବଂ କୃଷ୍ଣଙ୍କ ବିଷୟରେ ଉପଦେଶ ମିଳିଥିବା କୁ ମଧ୍ୟ କୃଷ୍ଣ-ଉପଦେଶ କୁହଯାଏ କୃଷ୍ଣସ୍ୟ ଉପଦେଶ ଇତି କୃଷ୍ଣ ଉପଦେଶ । ସମାସ, ଷଷ୍ଟି-ତତ୍-ପୁରୁଷ-ସମାସ । ଏବଂ କୃଷ୍ଣ ବିଷୟା ଉପଦେଶ, ତାହା ମଧ୍ୟ କୃଷ୍ଣ-ଉପଦେଶ । ବହୁ ବ୍ରୀହି ସମାସ । ଏହି ପ୍ରକାରେ ସଂସ୍କୃତ ବ୍ୟାକରଣ କୁ ବିଶ୍ଳେଷଣ କରାଯାଏ । ତେଣୁ କୃଷ୍ଣଙ୍କ ଉପଦେଶ ହେଉଛି ଭଗବଦ୍ ଗୀତା । ସେ ପ୍ରତ୍ୟକ୍ଷ ଭାବରେ ଉପଦେଶ ଦେଉଛନ୍ତି । ସେଥିପାଇଁ ଯିଏ କୃଷ୍ଣ-ଚେତନା ବିସ୍ତାର କରୁଛି , କୃଷ୍ଣ ଯାହା କିଛି କହିଛନ୍ତି, ତାକୁ ଖାଲି ପୁନରାବୃତ୍ତି କର, ତେବେ ତୁମେ ଆଚାର୍ଯ୍ୟ ହବ । ଆଦୌ ଭି କଷ୍ଟକର ନୁହେଁ । ସବୁକିଛି ଏଠାରେ ଲେଖା ହୋଇଛି । ଆମମାନଙ୍କୁ ଶୁଆ ଭଳିଆ ପୁନରାବୃତ୍ତି କରିବାର ଅଛି। ପୁରା ଶୁଆ ଭଳିଆ ନୁହେଁ । ଶୁଆ କିଛି ମାନେ ବୁଝେନି। ସେ ଖାଲି ରଟ୍ଟେ । କିନ୍ତୁ ତୁମମାନଙ୍କୁ ମତଲବ ଭି ବୁଝିବାକୁ ପଡିବ ନହଲେ ତୁମେମାନେ ବୁଝେଇବ କେମିତି? ତେଣୁ, ତେଣୁ ଆମେ କୃଷ୍ଣ-ଚୈତନ୍ୟ ବିସ୍ତାର କରିବାକୁ ଚାହୁଞ୍ଚୁ । ଖାଲି ନିଜକୁ ପ୍ରସ୍ତୁତ କର କେମିତି କୃଷ୍ଣଙ୍କ ଉପଦେଶ ଅତି ଭଲ ଭାବରେ ପୁନରାବୃତ୍ତି କରିବ, କୌଣସି ଭୁଲ୍ ବ୍ୟାଖ୍ୟା ନ କରି । ତେବେ, ଭବିଷ୍ୟତ ରେ... ଅନୁମାନ କର, ତୁମେ ଏବେ ଦଶ ହଜାର ଅଛ । ଆମେ ଲକ୍ଷେ କୁ ବଢିବା । ତାହା ଦରକାର । ତାପରେ ଲକ୍ଷ ରୁ ଦଶ ଲକ୍ଷ, ଏବଂ ଦଶ ଲକ୍ଷ ରୁ ଗୋଟେ କୋଟି ।

ଭକ୍ତଗଣ : ହରିବୋଲ ! ଜୟ !

ପ୍ରଭୁପାଦ: ତେଣୁ, ଆଚାର୍ଯ୍ୟମାନଙ୍କ ଅପ୍ରଚୁରତା ହବ ନାହିଁ, ଏବଂ ଲୋକୋମାନେ କୃଷ୍ଣ-ଚେତନା କୁ ଅତି ସହଜତାରେ ବୁଝିପାରିବେ । ସେଥିପାଇଁ ସେଇ ସଂସ୍ଥାକୁ ତିଆରି କର । ମିଥ୍ୟାରେ ଗର୍ବିତ ହୁଅ ନାହିଁ । ଆଚାର୍ଯ୍ୟଙ୍କର ଉପଦେଶ ଅନୁସରଣ କର ଏବଂ ନିଜକୁ ପୂର୍ଣ ବିକଶିତ କରିବାକୁ ଚେଷ୍ଟା କର । ତେବେ ଯାଇ ମାୟା କୁ ହରେଇବା ବହୁତ ସହଜ ହେବ । ହଁ, ଆଚାର୍ଯ୍ୟମାନେ, ସେମାନେ ମାୟା ର କାର୍ଯ୍ୟକଳାପ ବିପକ୍ଷ ରେ ଯୁଦ୍ଧ ଘୋଷୋଣା କରନ୍ତି ।