OR/Prabhupada 1080 - ଭଗବଦ୍ ଗୀତାର ସାରମର୍ମ ହେଉଛି- ଏକ କୃଷ୍ଣ ହିଁ ଭଗବାନ । କୃଷ୍ଣ ସାମ୍ରଦାୟିକ ଭଗବାନ ନୁହଁନ୍ତି



660219-20 - Lecture BG Introduction - New York

ଭଗବାନ ଦୃଢତାର ସହ ଭଗବଦ୍ ଗୀତାର ଶେଷ ଭାଗରେ କହୁଛନ୍ତି ଯେ, ଅହଂ ତ୍ଵାଂ ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚଃ(BG 18.66) । ଭଗବାନ ଦାୟିତ୍ଵ ନିଅନ୍ତି । ଯେ କେହି ଭଗବାନଙ୍କଠାରେ ଆତ୍ମସମର୍ପଣ କରେ, ଭଗବାନ ତାକୁ ଉଦ୍ଧାର କରିବାର ଦାୟିତ୍ଵ ନିଅନ୍ତି, ପାପକର୍ମର ସମସ୍ତ ପ୍ରକିୟାରୁ ଉଦ୍ଧାର କରନ୍ତି ।

ମଳିନେ ମୋଚନଂ ପୁଂସାଂ
ଜଳସ୍ନାନଂ ଦିନେ ଦିନେ
ସକୃଦ୍ ଗୀତାମୃତସ୍ନାନଂ
ସଂସାରମଳନାଶନମ୍
(Gītā-māhātmya 3)


ଜଣେ ବ୍ୟକ୍ତି ପ୍ରତିଦିନ ଜଲରେ ସ୍ନାନ କରି ଶୁଦ୍ଧ ହୁଏ, କିନ୍ତୁ ଯଦି ଜଣେ ଥରେମାତ୍ର ଭଗବଦ୍ ଗୀତାରୂପ ପବିତ୍ର ଗଙ୍ଗାଜଳରେ ସ୍ନାନ କରେ, ତା'ର ଭୌତିକ ଜୀବନର ସମସ୍ତ ମଇଳା ଧୋଇ ସଫା ହୋଇଯିବ ।

ଗୀତା ସୁଗୀତା
କର୍ତ୍ତବ୍ୟା କିମ୍ ଅନ୍ୟାଃ ଶାସ୍ତ୍ରବିସ୍ତରେଃ
ଯା ସ୍ଵୟଂ ପଦ୍ମନାଭସ୍ୟ
ମୁଖ ପଦ୍ମାଦ୍ ବିନିଃସୃତା
(Gītā-māhātmya 4)


କାରଣ ଭଗବଦ୍ ଗୀତା ପରମପୁରୁଷ ଭଗବାନଙ୍କ ଦ୍ଵାରା କୁହାଯାଇଅଛି, ତେଣୁ ଲୋକମାନେ... ଲୋକମାନେ ଅନ୍ୟସବୁ ବୈଦିକ ସାହିତ୍ୟ ପଢ଼ିବା ଆବଶ୍ୟକ ନାହିଁ । ଯଦି ଜଣେ ନିୟମିତ ଭାବରେ ଏବଂ ଧ୍ୟାନର ସହିତ କେବଳ ଭଗବଦ୍ ଗୀତା ପଢ଼େ ଓ ଶ୍ରବଣ କରେ,ଗୀତା ସୁଗୀତା କର୍ତ୍ତବ୍ୟା... ଏବଂ ଜଣେ ବ୍ୟକ୍ତି ଏହା ହିଁ ଅଙ୍ଗୀକାର କରିବା ଉଚିତ୍ । ଗୀତା ସୁଗୀତା କର୍ତ୍ତବ୍ୟା କିମ୍ ଅନ୍ୟାଃ ଶାସ୍ତ୍ରବିସ୍ତରେଃ କରଣ ବର୍ତ୍ତମାନ ଯୁଗରେ ଲୋକମାନେ ଅନେକ କାର୍ଯ୍ୟରେ ବ୍ୟସ୍ତ, ଯେ ତାହାର ଧ୍ୟାନ ସମସ୍ତ ବୈଦିକ ସାହିତ୍ୟରେ ଲଗେଇବା କ୍ଵଚିତ୍ ସମ୍ଭବ । ଏହି ଏକ ସାହିତ୍ୟ ପର୍ଯ୍ୟାପ୍ତ କାରଣ ଏହା ସମସ୍ତ ବୈଦିକ ସାହିତ୍ୟର ସାର ଅଟେ । ଏବଂ ବିଶେଷତଃ ପରମପୁରୁଷ ଭଗବାନଙ୍କ ଦ୍ଵାରା କଥିତ ।

ଭାରତାମୃତ ସର୍ବସ୍ଵଂ
ବିଷ୍ଣୁ ବକ୍ରାଦ୍ ବିନିଃସୃତମ୍
ଗୀତା ଗଂଙ୍ଗୋଦକଂ ପୀତ୍ଵା
ପୁନର୍ଜନ୍ମ ନ ବିଦ୍ୟତେ
(Gītā-māhātmya 5)


ଯେମିତିକି କୁହାଯାଇଛି ଯେ ଯଦି କେହି ଗଂଙ୍ଗା ଜଳ ପାନ କରେ, ସେ ମଧ୍ୟ ମୁକ୍ତି ପାଏ, ତେବେ ଭଗବଦ୍ ଗୀତା ବିଷୟରେ କ'ଣ କହିବା ? ଭଗବଦ୍ ଗୀତା ସଂପୂର୍ଣ ମାହାଭାରତର ଅମୃତ ଅଟେ, ଏବଂ ସ୍ଵୟଂ ବିଷ୍ଣୁ ଏହାକୁ କହିଛନ୍ତି । ଭଗବାନ କୃଷ୍ଣ ହେଉଛନ୍ତି ମୂଳ ବିଷ୍ଣୁ । ବିଷ୍ଣୁବକୃତାଦ୍ ବିନିଃସୃତମ । ଏହା ପରମ ପୁରୁଷ ଭଗବାନଙ୍କ ମୁଖରୁ ବାହାରିଛି । ଏବଂ ଗଂଙ୍ଗୋଦକମ୍, ଗଂଙ୍ଗା ଭଗବାନଙ୍କର ପାଦପଦ୍ମରୁ ବାହାରିଛି, ଏବଂ ଭଗବଦ୍ ଗୀତା ଭଗବାନଙ୍କର ମୁଖରୁ ବାହାରିଛି । ଅବଶ୍ୟ, ଭଗବାନଙ୍କର ମୁଖ ଏବଂ ପାଦ ମଧ୍ୟରେ କୌଣସି ଅନ୍ତର ନାହିଁ । ତଥାପି, ନିରପେକ୍ଷ ଅଧ୍ୟୟନରୁ ଆମେ ପାଇବା ଯେ ଭଗବଦ୍ ଗୀତା ଗଂଙ୍ଗା ଜଳଠାରୁ ମଧ୍ୟ ଅଧିକ ମହତ୍ଵପୂର୍ଣ୍ଣ ଅଟେ ।

ସର୍ବୋପନିଷଦୌ ଗାବୌ
ଦୌଗ୍ଧା ଗୋପାଳନନ୍ଦନଃ
ପାର୍ଥୋ ବତ୍ସଃ ସୁଧୀର୍ ଭୋକ୍ତା
ଦୁଗ୍ଧଂ ଗୀତାମୃତଂ ମହତ୍
(Gītā-māhātmya 6)


ଠିକ୍...ଏହି ଗୀତୋପନିଷଦ୍ ଏକ ଗାଈ ସଦୃଶ, ଏବଂ ଭଗବାନ ଗୋପାଳ ରୂପେ ପ୍ରସିଦ୍ଧ ଅଟନ୍ତି, ଏବଂ ସେ ଏହି ଗାଈ ଦୁହଁନ୍ତି । ସର୍ବୋପନିଷଦୋ । ଏବଂ ଏହା ସମସ୍ତ ଉପନିଷେଦର ସାର ଅଟେ, ଏବଂ ଏହା ଗାଈର ପ୍ରତିନିଧିତ୍ଵ କରେ । ଏବଂ ଭଗବାନ ଦକ୍ଷ ଗୋପାଳ ଅଟନ୍ତି, ସେ ଗାଈ ଦୁହୁଁଛନ୍ତି । ଏବଂ ପାର୍ଥୋ ବତ୍ସଃ । ଏବଂ ଅର୍ଜୁନ ବାଛୁରୀ ସଦୃଶ ଅଟନ୍ତି । ଏବଂ ସୁଧିର ଭୋକ୍ତା । ଏବଂ ବିଦ୍ଵାନ ଓ ଶୁଦ୍ଧ ଭକ୍ତଗଣ, ସେମାନେ ଏହି ଦୁଗ୍ଧ ପାନ କରିବେ । ସୁଧୀର୍ ଭୋକ୍ତା ଦୁଗ୍ଧଂ ଗୀତାମୃତଂ ମହତ୍ । ଭଗବଦ୍ ଗୀତାର ଅମୃତମୟ ଦୁଗ୍ଧ, ବିଦ୍ଵାନ୍ ଭକ୍ତମାନଙ୍କ ପାଇଁ ଅଛି ।

ଏକଂ ଶାସ୍ତ୍ରଂ ଦେବକୀପୁତ୍ରଗୀତମ୍
ଏକୋ ଦେବୋ ଦେବକୀପୁତ୍ର ଏବ
ଏକୋ ମନ୍ତ୍ରସ୍ତସ୍ୟ ନାମାନି ୟାନି
କର୍ମାପ୍ୟେକଂ ତସ୍ୟ ଦେବସ୍ୟ ସେବା
(Gītā-māhātmya 7)

ବର୍ତ୍ତମାନ ଏହି ଜଗତ ଭଗବଦ୍ ଗୀତାରୁ ଶିକ୍ଷା ଗ୍ରହଣ କରିବା ଉଚିତ୍ । ଏକଂ ଶାସ୍ତ୍ରଂ ଦେବକୀପୁତ୍ରଗୀତମ୍ । କେବଳ ଗୋଟିଏ ଶାସ୍ତ୍ର, ସମଗ୍ର ବିଶ୍ଵ ପାଇଁ ଏହା ହିଁ ସାର୍ବଜନିକ ଶାସ୍ତ୍ର, ସମଗ୍ର ବିଶ୍ଵର ଲୋକମାନଙ୍କ ପାଇଁ, ଏବଂ ତାହା ଏହି ଭଗବଦ୍ ଗୀତା । ଦେବୋ ଦେବକୀପୁତ୍ର ଏବ । ଏବଂ ସମଗ୍ର ବିଶ୍ଵ ପାଇଁ କେବଳ ଜଣେ ହିଁ ଭଗବାନ ଅଛନ୍ତି, ସେ ହେଉଛନ୍ତି ଶ୍ରୀକୃଷ୍ଣ । ଏବଂ ଏକୋ ମନ୍ତ୍ରସ୍ତସ୍ୟ ନାମାନି । ଏବଂ ଗୋଟିଏ ମନ୍ତ୍ର, ମନ୍ତ୍ର, ଗୋଟିଏ ହିଁ ମନ୍ତ୍ର, ଗୋଟିଏ ପ୍ରର୍ଥନା, କିମ୍ଵା ଗୋଟିଏ ମନ୍ତ୍ର, ତାଙ୍କ ନାମ କୀର୍ତ୍ତନ କରିବା, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ ରାମ ରାମ ହରେ ହରେ । ଏକୋ ମନ୍ତ୍ରସ୍ତସ୍ୟ ନାମାନି ୟାନି କର୍ମାପ୍ୟେକଂ ତସ୍ୟ ଦେବସ୍ୟ ସେବା । ଏବଂ ଏକ ମାତ୍ର କାର୍ଯ୍ୟ, ତାହା ହେଉଛି ଭଗବାନଙ୍କର ସେବା କାରିବା । ଯଦି କେହି ଭଗବଦ୍ ଗୀତାରୁ ଶିକ୍ଷାଗ୍ରହଣ କରେ, ତେବେ ଲୋକମାନେ ଅତ୍ୟନ୍ତ ଉଦବିଗ୍ନ ହେବେ ଏକ ଧର୍ମ, ଏକ ଭଗବାନ, ଏକ ଶାସ୍ତ୍ର, ଏବଂ ଏକ ବୃତ୍ତି ବା ଏକ କାର୍ଯ୍ୟ ପାଇଁ । ଭଗବଦ୍ ଗୀତାର ସାରମର୍ମ ହେଉଛି- ଏକ କୃଷ୍ଣ ହିଁ ଭଗବାନ । କୃଷ୍ଣ ସାମ୍ପ୍ରଦାୟିକ ଭଗବାନ ନୁହଁନ୍ତି । କୃଷ୍ଣ,କୃଷ୍ଣଙ୍କ ନାମରୁ... କୃଷ୍ଣ ଅର୍ଥାତ୍, ଯାହା ଆମେ ପୂର୍ବରୁ ବର୍ଣ୍ଣନା କରିଛୁ, କୃଷ୍ଣ ଅର୍ଥାତ୍ ସର୍ବୋଚ୍ଚ ଆନନ୍ଦ ।