OR/Prabhupada 0013 - ଆଧ୍ୟାତ୍ମିକ କାର୍ଯ୍ୟ - ଚବିଶ ଘଣ୍ଟା
Lecture on BG 2.49-51 -- New York, April 5, 1966
ୟୋଗଃ କର୍ମଶୂ କୌଶଳମ୍ । କୌଶଳମ୍ ମାନେ ନିପୁଣ ଚାତୁରୀ, ନିପୁଣ ଚାତୁରୀ । ଠିକ୍ ଯେପରି ଦୁଇ ଜଣ ବ୍ୟକ୍ତି କାର୍ଯ୍ୟ କରୁଛନ୍ତି । ଜଣେ ବ୍ୟକ୍ତି ଅଧିକ ନିପୁଣ ; ଅନ୍ୟ ବ୍ୟକ୍ତି ଏତେ ବି ନିପୁଣ ନୁହେଁ । ଯନ୍ତ୍ରପାତି ରେ ବି । କିଛି ନା କିଛି ଭୁଲ ଅଛି ଯନ୍ତ୍ର ରେ । ଯେଉଁ ବ୍ୟକ୍ତି ବେଶି ନିପୁଣ ନୁହେଁ, ସିଏ ଦିନ ରାତି ପ୍ରୟତ୍ନ କରୁଛି, କେମିତି ତାହାକୁ ସଜ କରିବ, କିନ୍ତୁ ସେ ନିପୁଣ ବ୍ୟକ୍ତି ଆସେ ଏବଂ ତୁରନ୍ତ ଦେଖି ଦିଏ କଣ ଦୋଷ ଅଛି, ଏବଂ ସିଏ ଗୋଟେ ତାର ଯୋଡେ, ଏହି ପ୍ରକାରେ ଏବଂ ସେହି ପ୍ରକାରେ, ଏବଂ ଯନ୍ତ୍ର ଆରମ୍ଭ ହୋଇଯାଏ । ହୃମ,ହୃମ,ହୃମ,ହୃମ,ହୃମ,ହୃମ । ଦେଖିଲ ? ଯେମିତିକି ଆମେ, ଆମେ କେବେ କେବେ ଅସୁବିଧା ପାଉ, ଏହି ତେପ୍ ରେକର୍ଡର ରେ, ଏବଂ ଶ୍ରୀ କାର୍ଲ କିମ୍ବା ଆଉ କେହି ଆସନ୍ତି ଏବଂ ଠିକ୍ କରନ୍ତି । ତେଣୁ ସବୁ ଜିନିଷ କୁ କିଛି ନା କିଛି ସଂପୂର୍ଣ୍ଣ ଜ୍ଞାନ ଦରକାର । ତେଣୁ କର୍ମ, କର୍ମ ମାନେ କାର୍ଯ୍ୟ । ଆମକୁ କାମ କରିବାକୁ ପଡିବ । କର୍ମ ବିନା ଆମର ଏହି ଶରୀର ଏବଂ ଆତ୍ମା ଯାଇ ପାରିବ ନାହିଁ । ଏହା ଏକ ବଡ ଭୁଲ ଧାରଣା ଯେ ଯିଏ ବି…. ଆଧ୍ୟାତ୍ମିକ ହୃଦୟଙ୍ଗମ ପାଇଁ ତାକୁ କାମ କରିବାକୁ ପଡିବ ନାହିଁ । ନାଁ, ତାକୁ ଅଧିକ କାର୍ଯ୍ୟ କରିବାକୁ ପଡିବ । ଯେଉଁ ବ୍ୟକ୍ତିମାନେ ଆଧ୍ୟାତ୍ମିକ ହୃଦୟଙ୍ଗମ ପାଇଁ ନୁହନ୍ତି, ସେମାନେ ସଂଲଗ୍ନ ରହୁଥିବେ କାର୍ଯ୍ୟ ରେ କେବଳ ୮ ଘଣ୍ଟା , କିନ୍ତୁ ଯେଉଁମାନେ ଆଧ୍ୟାତ୍ମିକ ହୃଦୟଙ୍ଗମ ରେ ସଂଲଗ୍ନ ଅଛନ୍ତି, ଆହା !, ସେମାନେ ୨୪ ଘଣ୍ଟା ସଂଲଗ୍ନ ରହନ୍ତି, ୨୪ ଘଣ୍ଟା । ତାହା ହେଉଛି ତଫାତ । ଏବଂ ତଫାତ ହେଉଛି... ତୁମେମାନେ ପାଇବ ଯେ ବସ୍ତୁବାଦ ମଞ୍ଚ ରେ, ଜୀବନ ର ଶାରୀରିକ ଧାରଣା ରେ, ଯଦି ତୁମେ ୮ ଘଣ୍ଟା କାମ କରିବା, ତୁମେ କ୍ଳାନ୍ତି ଅନୁଭବ କରିବ । କିନ୍ତୁ ଆଧ୍ୟାତ୍ମିକ ଉଦ୍ଦେଶ୍ୟ ପାଇଁ ଯଦି ତୁମେ ୨୪ ଘଣ୍ଟା ରୁ ବି ଅଧିକ କାର୍ଯ୍ୟ କରିବ.... ଦୁର୍ଭାଗ୍ୟବଶତଃ, ତୁମ ପାଖରେ ୨୪ ଘଣ୍ଟା ରୁ ଅଧିକ ସୁଲଭ ନାହିଁ , ତେବେ ବି, ତୁମେ କ୍ଳାନ୍ତି ଅନୁଭବ କରିବ ନାହିଁ । ମୁଁ ତୁମକୁ କହୁଛି । ଏହା ମୋର ବାସ୍ତବିକ ଅନୁଭବ । ଏହା ମୋର ବାସ୍ତବିକ ଅନୁଭବ । ଏବଂ ମୁଁ ଏଇଠି ଅଛି, ସବୁବେଳେ କାର୍ଯ୍ୟ କରୁଛି, କିଛି ନା କିଛି ପଢୁଛି କିମ୍ବା ଲେଖୁଛି, କିଛି ନା କିଛି ପଢୁଛି କିମ୍ବା ଲେଖୁଛି, ୨୪ ଘଣ୍ଟା । ଖାଲି ଯେତେବେଳେ ମତେ ଭୋକ ଲାଗେ, ମୁଁ କିଛି ଖାଦ୍ୟ ନିଏ । ଏବଂ ଯେତେବେଳେ ମତେ ନିଦ ଲାଗେ, ମୁଁ ବିଛଣା କୁ ଯାଏ । ନହେଲେ, ସବୁବେଳେ, ମୁଁ କ୍ଳାନ୍ତି ଅନୁଭବ କରେ ନାହିଁ । ତୁମେ ଶ୍ରୀ ପୌଲ ଙ୍କୁ ପଚାରି ପାରିବ ମୁଁ ଏହା କରୁଛି କି ନାହିଁ । ତେଣୁ ମୁଁ ନିଏ, ତୃପ୍ତି ଅନୁଭବ କରେ ତାହା କରି । ମୁଁ କ୍ଳାନ୍ତି ଅନୁଭବ କରେ ନାହିଁ । ସେହିପରି, ଯେତେବେଳେ ଜଣକ ପାଖରେ ଆଧ୍ୟାତ୍ମିକ ଚେତନା ରହିବ, ସିଏ ଅନୁଭବ କରିବ ନାହିଁ... ବରଂ ,ସିଏ, ସିଏ ବିରକ୍ତି ଅନୁଭବ କରିବା ଶୋଇବାକୁ ଯିବା ପାଇଁ, ଶୋଇବାକୁ ଯିବା ପାଇଁ, ନିଦ ଆସିଛି ମତେ ବିଚଳିତ କରିବାକୁ”। ଦେଖ ? ଯିଏ ଶୋଇବା ର ସମୟ କମ କରିବାକୁ ଚାହେଁ । ତେବେ, ଏବେ ଯେବେ ଆମେ ପ୍ରାର୍ଥନା କରୁ, ବନ୍ଦେ ରୂପ-ସନାତନୌ ରଘୁ-ଯୁଗୌ ଶ୍ରୀ-ଜୀବ-ଗୋପାଳକୌ ଏହି ୬ ଟି ଗୋସ୍ଵାମୀ, ସେମାନେ ଭଗବାନ ଚୈତନ୍ୟଙ୍କ ଦ୍ଵାରା ନିଯୁକ୍ତି କରା ଯାଇଥିଲେ ଏହି ବିଜ୍ଞାନ କୁ ଆଲୋଚନା କରିବା ପାଇଁ । ସେମାନେ ବିଶାଳ ଉପନ୍ୟାସ ଲେଖିଛନ୍ତି ଏହା ଉପରେ । ଦେଖିଲ ? ତେଣୁ ତୁମେ ଆଶ୍ଚର୍ଯ୍ୟ ହୋଇଯିବ ଯେ ସେମାନେ ନିଦ୍ରା ନେଉଥିଲେ ଖାଲି ଦେଢ ଘଣ୍ଟା ପ୍ରତିଦିନ, , ତା ଠାରୁ ବେଶି ନୁହେଁ । ତାହା ବି କେବେ କେବେ ସେମାନେ ନେଉ ନଥିଲେ ।