OR/Prabhupada 0014 - ଭକ୍ତ ମାନେ ବହୁତ ମହାନ
The Nectar of Devotion -- Calcutta, January 30, 1973
ଜଣେ ଭକ୍ତ ପାଇଁ, କୃଷ୍ଣ ଗୋଟିଏ ଭକ୍ତ ର ହାତ ମୁଠାରେ ରେ ଥାନ୍ତି । ଅଜିତ, ଜିତୋ ପି ଅଶୌ । ଯଦିଓ କୃଷ୍ଣଙ୍କୁ ପରାସ୍ତ କରା ଯାଇ ପାରିବ ନାହିଁ , ସିଏ ଭକ୍ତ ମାନଙ୍କ ଦ୍ଵାରା ନିୟନ୍ତ୍ରିତ ହେବାକୁ ପସନ୍ଦ କରନ୍ତି । ତାହା ହେଉଛି ସ୍ଥାନ । ଠିକ୍ ଯେପରି ସିଏ ନିଜକୁ ତାଙ୍କ ଇଚ୍ଛା ରେ ମାତା ଯଶୋଦାଙ୍କ ଦ୍ଵାରା ନିୟନ୍ତ୍ରିତ ହେବାକୁ ଦେଲେ, ରାଧାରାଣୀଙ୍କ ଦ୍ଵାରା ନିୟନ୍ତ୍ରିତ ହେବାକୁ, ତାଙ୍କ ମିତ୍ର ମାନଙ୍କ ଦ୍ଵାରା ନିୟନ୍ତ୍ରିତ ହେବାକୁ । କୃଷ୍ଣ ପରାସ୍ତ ହୋଇଗଲେ ଏବଂ ତାଙ୍କ ମିତ୍ରକୁ କାନ୍ଧ ଉପରେ ନେବାକୁ ପଡିଲା । ବାସ୍ତବ ରେ ଆମେ ଦେଖୁ ଯେ କେବେ କେବେ ଜଣେ ରାଜା ଏକ ଜୋକର କୁ ତାଙ୍କ ସଂଘ ରେ ରଖନ୍ତି, ଏବଂ କେବେ କେବେ ସେହି ଜୋକର ରାଜାଙ୍କୁ ଅପମାନିତ କରେ, ଏବଂ ରାଜା ଆନନ୍ଦିତ ହୁଏ । ଜୋକର ବେଳେ ବେଳେ... ଠିକ୍ ଯେପରି ଏକ ପ୍ରସିଦ୍ଧ ଜୋକର ଅଛି, ଗୋପାଳ ବୋନ, ବେଙ୍ଗଲ ରେ । ତେଣୁ ଗୋଟିଏ ଦିନ ରାଜା ତାକୁ ପଚାରିଲେ “ଗୋପାଳ, ତୋର ଓ ଏକ ଗଧ ଭିତରେ ତଫାତ କଣ ? ତେଣୁ, ସିଏ ତୁରନ୍ତ ତାର ଏବଂ ରାଜାଙ୍କ ମଧ୍ୟ ର ଦୂରତା ମାପିଲା । ସିଏ କହିଲା “ମାତ୍ର ୩ ଫୁଟ, ସାର୍ । ତଫାତ ମାତ୍ର ୩ ଫୁଟ । ତେଣୁ ସମସ୍ତେ ହସିବାକୁ ଲାଗିଲେ । ଏବଂ ରାଜା ସେଇ ଅପମାନ ରୁ ଆନନ୍ଦ ଲାଭ କଲେ । କାରଣ ତାହା କେବେ କେବେ ଦରକାର ।
ତେଣୁ କୃଷ୍ଣ ମଧ୍ୟ । ସମସ୍ତେ ତାଙ୍କୁ ସର୍ବୋଚ୍ଚ ପଦ ରେ ପ୍ରଶଂସା କରନ୍ତି । ସମସ୍ତେ । ତାହା କୃଷ୍ଣଙ୍କ ସ୍ଥାନ – ସର୍ବୋଚ୍ଚ ଭଗବାନ । ବୈକୁଣ୍ଠ ରେ, ଖାଲି ପ୍ରଶଂସା କରା ଯାଏ । ସେଠି ସେମିତି କିଛି ବି ନାହିଁ । କିନ୍ତୁ ବୃନ୍ଦାବନ ରେ କୃଷ୍ଣ ସ୍ଵାଧୀନ ତାଙ୍କ ଭକ୍ତ ମାନଙ୍କ ପାଖରୁ ଅପମାନ ନେବା । ଲୋକମାନେ ଜାଣି ନାହାନ୍ତି ଯେ, ବୃନ୍ଦାବନ ଜୀବନ କଣ । ତେଣୁ ଭକ୍ତ ମାନେ କେତେ ପରମାନ୍ନଦିତ । ରାଧାରାଣୀଙ୍କ ଆଦେଶ “କୃଷ୍ଣଙ୍କୁ ଏଠାକୁ ଆସିବାକୁ ଦେବ ନାହିଁ । କୃଷ୍ଣ ଆସିପାରିବେ ନାହିଁ । ସିଏ ଅନ୍ୟ ସବୁ ଗୋପୀ ମାନଙ୍କୁ ତୋଷାମଦ କରନ୍ତି “ଦୟା କରି ମତେ ସେଠି ଯିବାକୁ ଦିଅ ନାଁ ,ନାଁ , ଆଦେଶ ନାହିଁ । ତୁମେ ଯାଇ ପାରିବ ନାହିଁ । ତେଣୁ କୃଷ୍ଣଙ୍କୁ ତାହା ପସନ୍ଦ ।